Navaratri 2023: ଆରମ୍ଭ ହେଲା ନବରାତ୍ରୀ, ଆଜି ଶୈଳପୁତ୍ରୀ ରୂପରେ ପୂଜା ପାଇବେ ମାଆ ଦୁର୍ଗା
Advertisement
Article Detail0/zeeodisha/odisha1916064

Navaratri 2023: ଆରମ୍ଭ ହେଲା ନବରାତ୍ରୀ, ଆଜି ଶୈଳପୁତ୍ରୀ ରୂପରେ ପୂଜା ପାଇବେ ମାଆ ଦୁର୍ଗା

Navaratri Day 1: ଆଶ୍ୱିନ ଶୁକ୍ଳ ପ୍ରତିପଦାରୁ ନବମୀ ପର୍ଯ୍ୟନ୍ତ ମାଆ ଜଗଦଜନନୀଙ୍କ ନବମୀ ପୂଜା ଅନୁଷ୍ଠିତ ହୋଇଥାଏ। ଏହି ନଅ ଦିନ ମା' ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ତଥା ସିଦ୍ଧିଦାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି । ଅକ୍ଟୋବର ୨୩ ତାରିଖରେ ନବରାତ୍ରୀ ପୂଜା ଶେଷ ହେବ ।

ସୌ(ସୋସିଆଲ ମିଡିଆ)

Navaratri 2023: ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ ପୂଜା (Navratri Puja) । ଏହି ନବଦିନାତ୍ମକ ପୂଜାରେ ନଅ ଦିନ ଧରି ବିଭିନ୍ନ ରୂପରେ ପୂଜା ପାଇବେ ଆଦିଶକ୍ତି ମାଆ ଦୁର୍ଗା । ଆଶ୍ୱିନ ଶୁକ୍ଳ ପ୍ରତିପଦାରୁ ନବମୀ ପର୍ଯ୍ୟନ୍ତ ମାଆ ଜଗଦଜନନୀଙ୍କ ନବମୀ ପୂଜା ଅନୁଷ୍ଠିତ ହୋଇଥାଏ। ଏହି ନଅ ଦିନ ମା' ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ତଥା ସିଦ୍ଧିଦାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି । ଅକ୍ଟୋବର ୨୩ ତାରିଖରେ ନବରାତ୍ରୀ ପୂଜା ଶେଷ ହେବ ।

ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରୀର (Navaratri 2023) ବିଶେଷ ମହତ୍ତ୍ୱ ରହିଛି। ପିତୃ ପକ୍ଷର ଶେଷ ଦିନ ଅର୍ଥାତ୍ ସର୍ବ ପିତୃ ଅମାବାସ୍ୟାର ପରଦିନରୁ ନବରାତ୍ରୀ ଆରମ୍ଭ ହୋଇଥାଏ । ହିନ୍ଦୁ ଧର୍ମରେ ମାଆ ଦୁର୍ଗାଙ୍କର ୯ଟି ରୂପ ଥିବା ନେଇ ବର୍ଣ୍ଣନା କରାଯାଇଛି । ବସନ୍ତ ଓ ଶରତ ଋତୁରେ ଦେବୀ ଦୁର୍ଗାଙ୍କୁ ଆରାଧନା କରାଯାଏ। ଚୈତ୍ର ଶୁକ୍ଳ ଓ ଆଶ୍ୱିନ ଶୁକ୍ଳ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ନବଦୁର୍ଗାଙ୍କ ପୂଜା କରାଯାଏ। ମାଆ ଜଗତଜନନୀଙ୍କୁ (Maa Durga) ପ୍ରସନ୍ନ କରିବା ପାଇଁ ବହୁ ଲୋକେ ନବରାତ୍ରୀ ଉପବାସ ପାଳନ କରିଥାଆନ୍ତି । ଆଶ୍ୱିନ ମାସର ଶୁକ୍ଲ ପ୍ରତିପଦାରୁ ନବରାତ୍ରୀ ଆରମ୍ଭ ହୁଏ । ତେବେ ଏହି ନବଦିନାତ୍ମକ ପର୍ବର ପ୍ରଥମ ଦିନରେ ମା' ଶୈଳପୁତ୍ରୀ ବେଶରେ ପୂଜା ପାଇଥାଆନ୍ତି ମାଆ ଦୁର୍ଗା । ପର୍ବତରାଜ ହିମାଳୟଙ୍କ ଘରେ ପୁତ୍ରୀ ରୂପେ ଆବିର୍ଭାବ ହୋଇଥିବାରୁ ତାଙ୍କୁ ଶୈଳପୁତ୍ରୀ (Maa Shailputri) ରୂପରେ ପୂଜା କରାଯାଇଥାଏ । ମାଆଙ୍କୁ ଏହି ରୂପରେ ପୂଜାର୍ଚ୍ଚନା କରିବା ଦ୍ବାରା ସୁଖ-ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମା ଶୈଳପୁତ୍ରୀ ଚନ୍ଦ୍ରମାଙ୍କୁ ଦର୍ଶାଇଥାଆନ୍ତି । ତେଣୁ ମାଆ ଦୁର୍ଗାଙ୍କୁ ଏହି ରୂପରେ ଉପାସନା କରିବା ଦ୍ବାରା ଚନ୍ଦ୍ରର କୁପ୍ରଭାବ ଦୂର ହୋଇଥାଏ । ଜୀନରେ ସ୍ଥିରତା ଆସିବା ସହ ସମସ୍ତ ସମସ୍ୟା ଦୂର ହୋଇଥାଏ । ସେହିପରି ଶୈଳପୁତ୍ରୀଙ୍କ ମନ୍ତ୍ର ଜାପ କରିବା ଦ୍ବାରା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ ।

ସେପଟେ, ନବରାତ୍ରୀ ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ (Maa Biraja) ପୀଠ ଚଳଚଞ୍ଚଳ ହୋଇଉଠିଛି। ଆଜିଠାରୁ ମାଆ ବିରଜାଙ୍କର ନବ ଦିନାତ୍ମକ ରଥଯାତ୍ରା ଆରମ୍ଭ ହେବା ନେଇ ପରମ୍ପରା ରହିଛି । ଅପରାହ୍ନରେ ରଥ ପ୍ରତିଷ୍ଠା ପରେ ମାଆଙ୍କ ଚଳନ୍ତି ପ୍ରତିମା ରଥ ଉପରକୁ ବିଜେ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଏଭଳି ବିରଳ ପରମ୍ପରା ଅନ୍ୟ କୌଣସିଠାରେ ଦେଖିବାକୁ ମିଳେନାହିଁ ।

Also Read-Sunday Remedies: କ୍ୟାରିୟର ଓ ଅର୍ଥାଭାବ ସମସ୍ୟା ଥିଲେ ରବିବାର କରନ୍ତୁ ଏହି ୭ ଉପାୟ