Monsoon Hair Care Tips ;ବର୍ଷାଋତୁରେ ଏପରି ନିଅନ୍ତୁ କେଶର ଯତ୍ନ,କିଛି ଦିନରେ ଚମକିବ ଆପଣଙ୍କ କେଶ !
Advertisement
Article Detail0/zeeodisha/odisha1254063

Monsoon Hair Care Tips ;ବର୍ଷାଋତୁରେ ଏପରି ନିଅନ୍ତୁ କେଶର ଯତ୍ନ,କିଛି ଦିନରେ ଚମକିବ ଆପଣଙ୍କ କେଶ !

ପ୍ରତ୍ୟେକ ମହିଳା ଲମ୍ବା,ଘନ ଏବଂ କୋମଳ କେଶ ଚାହାନ୍ତି କିନ୍ତୁ ଯେତେବେଳେ ପାଗ ବଦଳିଯାଏ,ଆମକୁ କେଶ ସମ୍ବନ୍ଧୀୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ । ବିଶେଷ କରି ମୌସୁମୀରେ କେଶ ଅଧିକ ଶୁଷ୍କ ଏବଂ ଡ୍ୟାମେଜ ହୋଇଥାଏ । 

ପ୍ରତିକାତ୍ମକ ଫଟୋ

ପ୍ରତ୍ୟେକ ମହିଳା ଲମ୍ବା,ଘନ ଏବଂ କୋମଳ କେଶ ଚାହାନ୍ତି କିନ୍ତୁ ଯେତେବେଳେ ପାଗ ବଦଳିଯାଏ,ଆମକୁ କେଶ ସମ୍ବନ୍ଧୀୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ । ବିଶେଷ କରି ମୌସୁମୀରେ କେଶ ଅଧିକ ଶୁଷ୍କ ଏବଂ ଡ୍ୟାମେଜ ହୋଇଥାଏ । ଏହା ସହ ରୂପି ହେବା , ମୁଣ୍ଡରେ ଇନଫେକ୍ସନର ଶିକାର ମଧ୍ୟ ହୋଇଥାଆନ୍ତି ।  ସେଥିପାଇଁ ବର୍ଷାଋତୁରେ କେଶର ଅଧିକ ଯତ୍ନ ନେବାକୁ ପଡିଥାଏ । ତେବେ ଆସନ୍ତୁ ଆପଣଙ୍କୁ କହିବୁ କି ବର୍ଷାଋତୁରେ ଆପଣ ନିଜ କେଶର କିପରି ଯତ୍ନ ନେବେ । 

ବର୍ଷାଋତୁରେ ଏପରି ନିଅନ୍ତୁ କେଶର ଯତ୍ନ-

ଉଚିତ୍ ପାନିଆ ବ୍ୟବହାର କରନ୍ତୁ-
ବର୍ଷାଋତୁରେ ପ୍ରାୟତଃ କେଶ ଓଦା ହୋଇଥାଏ । ଏଥିପାଇଁ କେଶ ଅଧିକ ଶୁଷ୍କ ଏବଂ ଡ୍ୟାମେଡ ହେବା ,କେଶ ଝଟା ହେବା ଦେଖିବାକୁ ମିଳିଥାଏ । ଏମିତିରେ କେଶ ଝଟା ଠିକ୍ କରିବା ପାଇଁ ଭଲ ପାନିଆର ବ୍ୟବହାର ନିହାତି ଜରୁରୀ । ଏଥିପାଇଁ ଆପଣ ଚୌଡା ଦାନ୍ତ ଥିବା ପାନିଆ ବ୍ୟବହାର କରିପାରିବେ । ଏହା ଦ୍ବାରା ଆପଣଙ୍କ କେଶ ଝଡିବ ନାହିଁ । କିନ୍ତୁ ଏ କଥା ଧ୍ୟାନ ରଖନ୍ତୁ କି ଓଦା କେଶ ଥିବା ସମୟରେ କଦାପି  ମୁଣ୍ଡ କୁଣ୍ଡାନ୍ତୁ ନାହିଁ କେଶକୁ ଶୁଖାଇବା ପରେ ଭଲ ଭାବେ ପାନିଆରେ କୁଣ୍ଡାଇ ପାରିବେ । 

Also Read ;   Bathing with salt water-ପାଣିରେ ଏହାକୁ ମିଶାଇ ସ୍ନାନ କରନ୍ତୁ, ଗଣ୍ଠି ଯନ୍ତ୍ରଣା ସହ ଅନେକ ରୋଗରୁ ମିଳିବ ଉପଶମ

ନଡିଆ ତେଲ ମାଲିସ କରନ୍ତୁ-
ବର୍ଷାଋତୁରେ କେଶର ଯତ୍ନ ନେବା ସମୟରେ ଆପଣ ନଡିଆ ତେଲର ବ୍ୟବହାର କରିବା ନିହାତି ଜରୁରୀ । ଏଥିପାଇଁ ରାତିରେ କେଶରେ ନଡିଆ ତେଲ ମାଲିସ କରନ୍ତୁ । ସକାଳେ ଉଠିବା ପରେ କେଶକୁ ଧୋଇ ନିଅନ୍ତୁ । ନ଼ଡିଆ ତେଲ ଏକ ପ୍ରାକୃତିକ କଣ୍ଡିସନର ଭାବରେ କାମ କରିଥାଏ । ନଡିଆ ତେଲ କେଶକୁ କୋମଳ ଏବଂ ଚକଚକ୍ କରିଥାଏ । ଅନ୍ୟପଟେ ଯଦି ଆପଣଙ୍କ ପାଖରେ ଅଧିକ ସମୟ ନାହିଁ ତେବେ ଆପଣ ୨୦ ମିନିଟ୍ ପାଇଁ ତେଲ ଲଗାଇ କେଶକୁ ଧୋଇ ପାରିବେ । ଦେଖିବେ ଆପଣଙ୍କ କେଶ ଏକଦମ୍ ସାଇନ୍ କରିବ । 

କେଶ ପାଇଁ ସାମ୍ପୁ ଏବଂ କଣ୍ଡିସନର ବ୍ୟବହାର-
ବର୍ଷାଋତୁରେ କେଶ ଅଧିକ ମଇଳା ଏବଂ ଷ୍ଟିକି ହୋଇଥାଏ । ଏଭଳି ସ୍ଥିତିରେ ଆପଣ ନିୟମିତ ସାମ୍ପୁ କରିବା ଏବଂ ଏହା ପରେ କଣ୍ଡିସନର ବ୍ୟବହାର କରିବା ଜରୁରୀ ଅଟେ । ନିୟମିତ ସାମ୍ପୁ କରିବା ଦ୍ବାରା ଆପଣଙ୍କ କେଶ ଶୀଘ୍ର ମଇଳା ହୋଇ ନଥାଏ ଏବଂ ରୂପି ହେବାର ଭୟ ବି ନ ଥାଏ । ଏଥିପାଇଁ ଆପଣ ସର୍କୁଲାର ମୋସନରେ ସାମ୍ପୁ ଲଗାଇ ମସାଜ କରି ଧୋଇ ନିଅନ୍ତୁ । ଏହା ପରେ କେଶରେ କଣ୍ଡିସନର ଲଗାନ୍ତୁ କିଛି ମିନିଟ୍ ପରେ ଧୋଇ ନିଅନ୍ତୁ । ଦେଖିବେ ଆପଣଙ୍କ କେଶ ଅଧିକ ସମୟ ପର୍ଯ୍ୟନ୍ତ ସାଇନ୍ କରିଥାଏ ।