Monday Remedies: ସୋମବାର କରନ୍ତୁ ଏହି ଉପାୟ, କୃପା କରିବେ ମହାଦେବ, କରଜରୁ ମିଳିବ ମୁକ୍ତି ମାଡି଼ଯିବ ଧନ ସମୃଦ୍ଧି!
Advertisement

Monday Remedies: ସୋମବାର କରନ୍ତୁ ଏହି ଉପାୟ, କୃପା କରିବେ ମହାଦେବ, କରଜରୁ ମିଳିବ ମୁକ୍ତି ମାଡି଼ଯିବ ଧନ ସମୃଦ୍ଧି!

Monday Remedies: ହିନ୍ଦୁ ଧର୍ମରେ ପ୍ରତ୍ୟକ ଦିନ କୌଣସି ନା କୌଣସି ଦେବାଦେବୀଙ୍କ ପାଇଁ ଉତ୍ସର୍ଗ କରାଯାଇଥାଏ। ସେହିପରି ଆଜି ସୋମବାର (Monday) । ଦେବ ଦେବ ମହାଦେବଙ୍କ (Lord Shiva) ଆରାଧନା ପାଇଁ ସୋମବାର ଉତ୍ତମ ବୋଲି ବିବେଚନା କରାଯାଏ ।  ଆପଣଙ୍କ ଜୀବନରୁ ସମସ୍ତ ଦୁଃଖ କଷ୍ଟ ଦୂର ହେବା ସହ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହୋଇଥାଏ । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Monday Remedies: ହିନ୍ଦୁ ଧର୍ମରେ ପ୍ରତ୍ୟକ ଦିନ କୌଣସି ନା କୌଣସି ଦେବାଦେବୀଙ୍କ ପାଇଁ ଉତ୍ସର୍ଗ କରାଯାଇଥାଏ। ସେହିପରି ଆଜି ସୋମବାର (Monday) । ଦେବ ଦେବ ମହାଦେବଙ୍କ (Lord Shiva) ଆରାଧନା ପାଇଁ ସୋମବାର ଉତ୍ତମ ବୋଲି ବିବେଚନା କରାଯାଏ । ସୋମବାର ବ୍ରତ କଲେ, ଭଗବାନ ଭୋଳାଶଙ୍କର ଭକ୍ତଙ୍କ ମନୋକାମନା ପୂର୍ଣ୍ଣ କରିଥାନ୍ତି। ମହାଦେବଙ୍କ ନାମ ସ୍ମରଣ କରିବା ମାତ୍ରେ ଆପଣଙ୍କର ସମସ୍ତ ଦୁଃଖ, କଷ୍ଟ ଶୋକ, ରୋଗ ଆଦିରୁ ମୁକ୍ତି ମିଳିଥାଏ । ଯଦି ଆପଣ ସୋମବାର ଦିନ ମହାଦେବଙ୍କ ନିକଟରେ ଏଭଳି କିଛି ସରଳ ଉପାୟ କରନ୍ତି । ତେବେ ଆପଣଙ୍କ ଜୀବନରୁ ସମସ୍ତ ଦୁଃଖ କଷ୍ଟ ଦୂର ହେବା ସହ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହୋଇଥାଏ ।  ଘରେ ଧନ ସମୃଦ୍ଧି ବୃଦ୍ଧି ହୋଇଥାଏ । ଏବଂ କରଜରୁ ମୁକ୍ତି ମିଳିଥାଏ । ତେବେ, ଆସନ୍ତୁ ଜାଣିବା ସେହି ସରଳ ଉପାୟ ଗୁଡିକ ବିଷୟରେ(Monday Remedies)....

Also Read: Horoscope Today 26 June 2023: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏହି ୬ଟି ରାଶିର ଭାଗ୍ୟ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସପ୍ତାହର ପ୍ରଥମ ଦିନ?

Also Read: odisha news: ଅଶୁଭ ସୋମବାର: ଦିଗପହଣ୍ଡିରେ ଦୁଇ ବସ ମୁହାଁମୁହିଁ ଧକ୍କା, ୧୦ ମୃତ

କରନ୍ତୁ ଏହି ସବୁ ସରଳ ଉପାୟ...

ଏହି ଉପାୟ କରିବା ଦ୍ବାରା ଆପଣ କରଜରୁ ମୁକ୍ତି ପାଇବେ!

 ଶିବ ପୁରାଣ ଅନୁଯାୟୀ, ଯଦି ଆପଣ କୌଣସି ଆର୍ଥିକ ସମସ୍ୟା ବା ଧାର-କରଜ ଭଳି ସମସ୍ୟା ଦେଇ ଗତି କରୁଛନ୍ତି । ତେବେ, ଆପଣ ସୋମବାର ଦିନ ପ୍ରାତଃ ସମୟରେ ସ୍ନାନ ପରେ  ଶିବ ଲିଙ୍ଗ ଉପରେ ବେଲପତ୍ର ଚଢାଇବା ସହ କ୍ଷୀର ଢାଳନ୍ତୁ । ଏବଂ ନୂଆ ବସ୍ତ୍ର ବା ଧଳା ଧୋତି ଶିବ ଲିଙ୍ଗ ଉପରେ ଚଢାନ୍ତୁ । ଏହି ପ୍ରତିକାର କରିବା ଦ୍ବାରା ଆପଣ ଶିବଙ୍କ ଆର୍ଶିବାଦ ପାଇବା ସହ ମାଆ  ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ । ଫଳରେ ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ କରଜ ଭଳି ସମସ୍ୟାରୁ ମଧ୍ୟ ଆପଣ ମୁକ୍ତି ପାଇବେ। 

ଏହି ଉପାୟ କରିବା ଦ୍ବାରା ଜୀବନରୁ ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ: ଯଦି ଆପଣଙ୍କ ଅନେକ ସମସ୍ୟାରେ ଘାଣ୍ଟି ହେଉଛନ୍ତି ,ତେବେ ଆପଣ ସୋମବାର ଦିନ କିଛି ପାଣିରେ ଭିଜା ହୋଇଥିବା କଳା ରାଶିର ମଞ୍ଚିକୁ ଶିବ ଲିଙ୍ଗ ଉପରେ ଚଢାନ୍ତୁ । ଏଭଳି ୭ଟି ସୋମବାର କରିବା ଦ୍ବାରା ଆପଣଙ୍କ ଜୀବନରୁ ସମସ୍ତ ଦୁଃଖ କଷ୍ଟ , ଅକାଳ ମୃତ୍ୟୁ ଭଳି ଆଶଙ୍କା ମଧ୍ୟ ଟଳି ପାରିବ। ଏବଂ ମହାଦେବଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିବ । ଏବଂ ଜୀବନରେ ସୁଖ ସମୃଦ୍ଦି ବୃଦ୍ଧି ପାଇବ।

ଏହି ଉପାୟ କଲେ ଘରେ ସୁଖ, ସମୃଦ୍ଧି ଦୂର ହୋଇଥାଏ: ବାର୍ଲି ବା ଜ'କୁ  ପାଣିରେ ମିଶାଇ ସୋମବାର ଦିନ ଶିବ ଲିଙ୍ଗ ଉପରେ ଅର୍ପଣ ବା ଅଭିଷେକ କରିବା ଦ୍ବାରା ଆପଣ ପିତୃପୁରୁଷଙ୍କ ଆର୍ଶିବାଦ ପାଇପାରିବେ। ଏବଂ ସୋମବାର ଦିନ ଗହମରୁ ପ୍ରସ୍ତୁତ ହୋଇଥିବା କିଛି ପ୍ରସାଦ ମହାଦେବଙ୍କ ନିକଟରେ ଭୋଗ ଲଗାନ୍ତୁ । ବିଶ୍ବାସ କରାଯାଏ ଯେ, ଗହମରୁ ପ୍ରସ୍ତୁତ ଭୋଗ ମହାଦେବଙ୍କ ଅତି ପ୍ରିୟ । ଏହା ଭୋଗ ଲଗାଇବା ଦ୍ବାରା ମହାଦେବ ଖୁସି ହୋଇ ଥାଆନ୍ତି। ଫଳରେ ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ବଢିଥାଏ । ଏବଂ ଘରୁ ନକରାତ୍ନକ ଶକ୍ତି ଦୂର ହୋଇଥାଏ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)