Miss Universe beauty pageant: ୨୦୨୩ ପାଇଁ ବଦଳିଲା ନିୟମ, ଏଣିକି ଭାଗ ନେଇପାରିବେ ଏହି ସବୁ ବର୍ଗ
Advertisement
Article Detail0/zeeodisha/odisha1312830

Miss Universe beauty pageant: ୨୦୨୩ ପାଇଁ ବଦଳିଲା ନିୟମ, ଏଣିକି ଭାଗ ନେଇପାରିବେ ଏହି ସବୁ ବର୍ଗ

୨୦୨୩ରେ ହେବାକୁ ଥିବା ୭୨ତମ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଜନନୀ ଓ ବିବାହିତା ମହିଳାଙ୍କୁ ସାମିଲ କରିବାକୁ Miss Universe ନିଷ୍ପତ୍ତି ନେଇଛି। ପୂର୍ବରୁ ଏହି ସୁନ୍ଦରୀ ପ୍ରତିଯୋଗିତାରେ କେବଳ ଅବିବାହିତ ଯୁବତି ଓ ମହିଳାମାନେ ଅଂଶ ଗ୍ରହଣ କରୁଥିଲେ।

ଫାଇଲ ଫଟୋ

Miss Universe beauty pageant:  ମହିଳାଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି। ୨୦୨୩ରେ ହେବାକୁ ଥିବା ୭୨ତମ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗୀତାର ନିୟମରେ ପରିବର୍ତ୍ତନ କରାଯାଇଛି। ଏଣିକି ଏହି ପ୍ରତିଯୋଗିତାରେ ବିବାହିତା ଓ ମା'ମାନେ ମଧ୍ୟ ସାମିଲ ହୋଇପାରିବେ। ଅନେକ ମହିଳା ଆକ୍ଟିଭିଷ୍ଟ ତଥା ପୂର୍ବତନ ଟାଇଟଲ ବିଜେତାଙ୍କ ଅପିଲ ପରେ pageant ତାର ଦୀର୍ଘ ବର୍ଷର ନିୟମରେ ପରିବର୍ତ୍ତନ ଆଣିଛି। ଯାହାକୁ ନେଇ ବିବାହିତା ଆଶାୟୀଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି।

୨୦୨୩ରେ ହେବାକୁ ଥିବା ୭୨ତମ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଜନନୀ ଓ ବିବାହିତା ମହିଳାଙ୍କୁ ସାମିଲ କରିବାକୁ Miss Universe ନିଷ୍ପତ୍ତି ନେଇଛି। ପୂର୍ବରୁ ଏହି ସୁନ୍ଦରୀ ପ୍ରତିଯୋଗିତାରେ କେବଳ ଅବିବାହିତ ଯୁବତି ଓ ମହିଳାମାନେ ଅଂଶ ଗ୍ରହଣ କରୁଥିଲେ। ନିୟମ ଅନୁସାରେ କେବଳ ୧୮ରୁ ୨୮ ବର୍ଷର ମହିଳା ହିଁ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବାର ନିୟମ ଥିଲା। ଯେଉଁଥିପାଇଁ ଆଶାୟୀମାନେ ଏହି ବୟସ ମଧ୍ୟରେ ବିବାହ କରୁନଥିଲେ କିମ୍ବା ଗର୍ଭବତୀ ହେବାକୁ ଚାହୁଁନଥିଲେ। 

Also Read: Covid-19 affects brain: ଟଳିନି ବିପଦ, କୋରୋନାରୁ ସୁସ୍ଥ ହେବାର ଦୁଇ ବର୍ଷ ପର୍ଯ୍ୟନ୍ତ ରହିପାରେ ପ୍ରଭାବ

Miss Universe କହିଛି ଯେ, ଅନ୍ୟମମାନଙ୍କ ପରି ମହିଳାମାନଙ୍କୁ ମଧ୍ୟ ନିଜ ଜୀବନର ନିଷ୍ପତି ନେବାର ଅଧିକାର ରହିବା ଉଚିତ। ସେମାନଙ୍କ ସଫଳତା ପାଇଁ କୌଣସି ଜିନିଷ ବାଧକ ସାଜିବା ଉଚିତ ନୁହଁ। Miss Universe 2020 ଟାଇଟଲ ବିଜେତା Andrea Meza ଏହି ନିଷ୍ପତିକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ସମାଜ ବଦଳୁଛି। ଏବେ ପୁରୁଷଙ୍କ ପରି ମହିଳାମାନେ ମଧ୍ୟ ସମସ୍ତ କ୍ଷେତ୍ରରେ ନତୃତ୍ୱ ନେଇ ପାରୁଛନ୍ତି। ବର୍ତ୍ତମାନ pageantର କଥା ଉଠିଛି। କିଛି ଲୋକ ଏହାକୁ ବିରୋଧ କରୁଛନ୍ତି। କାରଣ ସେମାନେ ଚାହୁଁଛନ୍ତି ଯେ, କେବଳ ଜଣେ ସୁନ୍ଦରୀ ରୁହନ୍ତୁ, ଯିଏ ସେମାନଙ୍କ ରିଲେସନସିପ୍ ପାଇଁ ଉପଲବ୍ଧ ହେବେ।

 

Pageantର ପୁରୁଣା ନିୟମ ଯୋଗୁଁ ମେଜା ନିଜେ ସାମାଜିକ ଉତପୀଡନର ଶିକାର ହୋଇଛନ୍ତି। Miss Universe 2020 ଟାଇଟଲ ଜିତିବାର କିଛି ଘଣ୍ଟା ମଧ୍ୟରେ ସେ ବିବାହିତ ବୋଲି ସୋସିଆଲ ମିଡିଆରେ ଅଭିଯୋଗ ଆସିଥିଲା। ଇନଷ୍ଟାଗ୍ରାମରେ ପୋଷ୍ଟ ଏକ ଫଟୋ ଆଧାରରେ ମେଜା ବିବାହିତ ବୋଲି ସୋସିଆଲ ମିଡିଆ ୟୁଜର୍ସ ଦାବି କରିଥିଲେ। ଫଟୋରେ ମେଜା ଏକ ଧଳା ଗାଉନ ପନ୍ଧିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଏହାକୁ ଏକ ଉପଯୁକ୍ତ ପ୍ରମାଣ ଭାବେ ଗ୍ରହଣ କରାଯାଇନଥିଲା।

 

 
 
 
 

 
 
 
 
 
 
 
 
 
 
 

A post shared by Andrea Meza (@andreamezamx)

Also Read: CM Digital Seva Yojana scheme: ୧.୩୫ କୋଟି ମହିଳାଙ୍କୁ ମାଗଣା ସ୍ମାର୍ଟଫୋନ୍ ଦେବେ ସରକାର

Miss Universeର ଜଣେ ମୁଖପାତ୍ର କହିଛନ୍ତି ଯେ, ସେହି ସମୟରେ ମେଜାଙ୍କ ଫଟୋକୁ ନେଇ ଅନେକ ମେସେଜ ଆସିଥିଲା। ମେଜା ଯେତେବେଳେ ଚିହୁଆହୁଆ (ମେକ୍ସିକୋ)ର ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବସୋଡନର ଥିଲେ ସେତେବେଳେ ଏହି ଫଟୋ ଗୁଡିକ ସୁଟ୍ କରାଯାଇଥିଲା। ବିଜନେସ ଇନସାଇଡରକୁ ଦେଇଥିବା ଏକ ସାକ୍ଷାତକାରରେ ମେଜ କହିଥିଲେ ଯେ, ଯେଉଁ ପୁଅ ସହ ଫଟୋ ଉଠାଇଛନ୍ତି ସେ ତାଙ୍କ ସାଙ୍ଗର ଛୋଟ ଭାଇ ଆଉ ତାର ବୟସ ମାତ୍ର ୨୧ ବର୍ଷ ଆଉ ସେ ଗୋଟେ ଛୋଟ ଛୁଆ।