Mangal Gochar 2023: ମଙ୍ଗଳଙ୍କ ଚଳନ ବଦଳାଇବ ଏହି ତିନି ରାଶିଙ୍କ ଭାଗ୍ୟ, ରାତାରାତି ହୋଇଯିବେ ମାଲେମାଲ୍!
Advertisement

Mangal Gochar 2023: ମଙ୍ଗଳଙ୍କ ଚଳନ ବଦଳାଇବ ଏହି ତିନି ରାଶିଙ୍କ ଭାଗ୍ୟ, ରାତାରାତି ହୋଇଯିବେ ମାଲେମାଲ୍!

Mangal Gochar 2023: ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ (mars)ଗ୍ରହ ମାନଙ୍କର ସେନାପତି ବୋଲି ବିବେଚନା କରାଯାଏ। ମଙ୍ଗଳବାର (ଅକ୍ଟୋବର ୩)  ସକାଳ ପ୍ରାୟ ୮.୧୫ ମିନିଟ୍ ସମୟରେ ମଙ୍ଗଳ ତୁଳା ରାଶିକୁ ଚଳନ କରିବେ । ମଙ୍ଗଳ ଏହି ରାଶିରେ ୧୬ ନଭେମ୍ବର ପର୍ଯ୍ୟନ୍ତ ରହିବେ।  ମଙ୍ଗଳଙ୍କୁ କ୍ରୋଧ ଓ ସାହସର ଗ୍ରହ ଭାବେ ଗଣାଯାଇଥାଏ। ମଙ୍ଗଳଙ୍କ କୃପା ଫଳରେ ଜଣେ ବ୍ୟକ୍ତି ପୂର୍ଣ୍ଣ ଶକ୍ତି ଓ ସାମର୍ଥ୍ୟ ସହିତ ପ୍ରତ୍ୟେକ କାର୍ଯ୍ୟକୁ କରିଥାଏ । 

ସୌଜନ୍ୟ- ସୋସିଆଲ ମିଡି଼ଆ

Mangal Gochar 2023: ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ (mars)ଗ୍ରହ ମାନଙ୍କର ସେନାପତି ବୋଲି ବିବେଚନା କରାଯାଏ। ମଙ୍ଗଳବାର (ଅକ୍ଟୋବର ୩)  ସକାଳ ପ୍ରାୟ ୮.୧୫ ମିନିଟ୍ ସମୟରେ ମଙ୍ଗଳ ତୁଳା ରାଶିକୁ ଚଳନ କରିବେ । ମଙ୍ଗଳ ଏହି ରାଶିରେ ୧୬ ନଭେମ୍ବର ପର୍ଯ୍ୟନ୍ତ ରହିବେ।  ମଙ୍ଗଳଙ୍କୁ କ୍ରୋଧ ଓ ସାହସର ଗ୍ରହ ଭାବେ ଗଣାଯାଇଥାଏ। ମଙ୍ଗଳଙ୍କ କୃପା ଫଳରେ ଜଣେ ବ୍ୟକ୍ତି ପୂର୍ଣ୍ଣ ଶକ୍ତି ଓ ସାମର୍ଥ୍ୟ ସହିତ ପ୍ରତ୍ୟେକ କାର୍ଯ୍ୟକୁ କରିଥାଏ । ମଙ୍ଗଳଙ୍କ ରାଶି ପରିବର୍ତ୍ତନ (Mars transit 2023) ପ୍ରତ୍ୟେକ ରାଶି ଉପରେ ପ୍ରଭାବ ପକାଇଥାଏ (Mangal Gochar 2023) ।  ଜାତକରେ ମଙ୍ଗଳ ଉଚ୍ଚ ସ୍ଥିତିରେ ରହିଲେ ବ୍ୟକ୍ତିକୁ ସବୁ କାମରେ ସଫଳତା ମିଳିଥାଏ । ଏହି ଗୋଚର ଫଳରେ ସବୁ ରାଶି (Zodiac signs) ଉପରେ ଏହାର ଶୁଭ ଓ ଅଶୁଭ ପ୍ରଭାବ ରହିବ । ମଙ୍ଗଳଙ୍କ ଏହି ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ।

ଏହି ସବୁ ରାଶି ଧନବାନ୍ ହେବେ:

କର୍କଟ ରାଶି: ମଙ୍ଗଳଙ୍କ କୃପା ଏହି ରାଶି ଉପରେ ରହିବ । ଫଳରେ ଆପଣଙ୍କୁ ସମସ୍ତ କ୍ଷେତ୍ରରୁ ଶୁଭଫଳ ମିଳିବ। ବିଦେଶ ଯାତ୍ରାର ଯୋଗ ରହିଛି । ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ  କୋର୍ଟ କଚେରୀ ଜନିତ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ । କାର୍ଯ୍ୟାଳୟରେ ଆପଣଙ୍କୁ ଏହି ସମୟରେ ପଦୋନ୍ନତି ମିଳିପାରେ। ଆୟ ବୃଦ୍ଧି ହେବା ସହ ବ୍ୟବସାୟରେ ସଫଳତା ମଧ୍ୟ ମିଳିବ । ଏହି ସମୟରେ ଆପଣ ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ । ରାଜନିତୀ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ସମୟ । କେବଳ ଏତିକି ନୁହେଁ, ଏହି ସମୟରେ ଆପଣ ଏହି କ୍ଷେତ୍ରରେ ଅନେକ ସହଯୋଗ ପାଇବେ । ଜୀବନ ସାଥୀଙ୍କ ସମର୍ଥନ ପାଇବେ। ଆଧ୍ୟାତ୍ମିକତା ସହିତ ସଂଯୋଗ କରନ୍ତୁ।

ତୁଳା ରାଶି:  ଏହି ରାଶିର ଭାଗ୍ୟ ଆଜିଠାରୁ ଚମକିବା ଆରମ୍ଭ କରିବ । ମଙ୍ଗଳ ଗ୍ରହ ଆପଣଙ୍କ ରାଶିର ଆୟ ଗୃହରେ ଗମନ କରିଛନ୍ତି। ଏହି ସମୟରେ ଆପଣଙ୍କ ଆୟ ବହୁତ ବୃଦ୍ଧି ପାଇବ। କେବଳ ଏତିକି ନୁହେଁ, ଆପଣଙ୍କର ଲୋକପ୍ରିୟତା ସାମାଜିକ ଭାବେ ବୃଦ୍ଧି ପାଇବ। ଭବିଷ୍ୟତରେ ମଧ୍ୟ ସେମାନେ ବହୁତ ଲୋକପ୍ରିୟ ହେବାକୁ ଯାଉଛନ୍ତି। ପୁରୁଣା ନିବେଶ ଏହି ସମୟରେ ଲାଭବାନ ହେବ। ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି। ସେୟାର ମାର୍କେଟ, ବେଟିଂ ଏବଂ ଲଟେରୀରୁ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇବେ। 

ବିଛା:  ମଙ୍ଗଳ ଗୋଚର ଏହି ରାଶିକୁ ଧନବାନ୍ କରିବ। ଇଚ୍ଛାକୃତ କାର୍ଯ୍ୟଗୁଡ଼ିକ ପୂରଣ ହେବ। ଯଦି ଏହି ରାଶିର ଲୋକମାନେ କଠିନ ପରିଶ୍ରମ କରନ୍ତି, ତେବେ ଏମାନଙ୍କୁ ସରକାରୀ ଚାକିରି କରିବାର ସୁଯୋଗ ମିଳିବ। ଆୟ ବଢିବା ସହ ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ । ବ୍ୟବସାୟରେ ମଧ୍ୟ ଆପଣଙ୍କୁ ଶୁଭଫଳ ମିଳିବ । ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି। ସ୍ବାସ୍ଥ୍ୟ ମଧ୍ୟ  ଠିକ୍ ରହିବ।   

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )