Mangal Gochar 2023: ଆଜିଠୁ ଏହି ସବୁ ରାଶିର ଖୋଲିଲା ଭାଗ୍ୟର ତାଲା, ମାଟି ଧରିଲେ ହେବ ସୁନା!
Advertisement
Article Detail0/zeeodisha/odisha1697843

Mangal Gochar 2023: ଆଜିଠୁ ଏହି ସବୁ ରାଶିର ଖୋଲିଲା ଭାଗ୍ୟର ତାଲା, ମାଟି ଧରିଲେ ହେବ ସୁନା!

Mangal Gochar 2023 News In Odia: ମଙ୍ଗଳ ଗ୍ରହ (Mars Transit 2023) ନିଜର ରାଶି ପରିବର୍ତ୍ତନ କରିଛନ୍ତି। ୧୫ ତାରିଖର ରାତି ୧ଟା ୪୯ ମିନିଟରେ କର୍କଟ ରାଶିରେ ପ୍ରବେଶ କରିଛନ୍ତି ମଙ୍ଗଳ (Mangal Gochar 2023) । ମଙ୍ଗଳ କର୍କଟ ରାଶିରେ ପ୍ରବେଶ କରିବାରୁ ଏହି ୭ ରାଶିର ଲୋକଙ୍କ ଭାଗ୍ୟ ଆଜିଠାରୁ ସୁନା ପରି ଚମକିବ । ସେମାନଙ୍କ କ୍ୟାରିୟର ସହିତ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହେବାକୁ ଯାଉଛି । ପଢନ୍ତୁ ପୁରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Mangal Gochar 2023 News In Odia: ମଙ୍ଗଳ ଗ୍ରହ (Mars Transit 2023) ନିଜର ରାଶି ପରିବର୍ତ୍ତନ କରିଛନ୍ତି। ୧୫ ତାରିଖର ରାତି ୧ଟା ୪୯ ମିନିଟରେ କର୍କଟ ରାଶିରେ ପ୍ରବେଶ କରିଛନ୍ତି ମଙ୍ଗଳ (Mangal Gochar 2023) । କର୍କଟ ରାଶିର ମଙ୍ଗଳଙ୍କ ସ୍ଥିତି ଦୁର୍ବଳ ଥିବାରୁ କିଛି ରାଶି ( zodiac signs) ଉପରେ ଏହାର ଖରାପ ପ୍ରଭାବ ପଡିବାକୁ ଥିବା ବେଳେ ଆଉ କିଛି ରାଶି ଉପରେ ଭାଗ୍ୟ ଖୋଲିବାକୁ ଯାଉଛି।  ମଙ୍ଗଳ କର୍କଟ ରାଶିରେ ପ୍ରବେଶ କରିବାରୁ ଏହି ୭ ରାଶିର ଲୋକଙ୍କ ଭାଗ୍ୟ ଆଜିଠାରୁ ସୁନା ପରି ଚମକିବ । ସେମାନଙ୍କ କ୍ୟାରିୟର ସହିତ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହେବାକୁ ଯାଉଛି । ସେମାନଙ୍କ ଭାଗ୍ୟରେ ଯଶ,ସମ୍ମାନ ମଧ୍ୟ ଆଜିଠାରୁ ବୃଦ୍ଧି ହେବ। 

ଏହି ସବୁ ରାଶିର ଲୋକେ ଆଜିଠୁ ହେବେ ଧନୀ !:

ମେଷ: ମଙ୍ଗଳ(Mangal Gochar 2023) କର୍କଟ ରାଶିରେ ପ୍ରବେଶ କରିବାରୁ ଏହାର ପ୍ରଭାବ ମଧ୍ୟ ମେଷ ରାଶି ଉପରେ ଦେଖିବାକୁ ମିଳିବ । ଏହି ରାଶିର ଲୋକଙ୍କ ଭାଗ୍ୟ ଆଜିଠାରୁ ସୂର୍ଯ୍ୟଙ୍କ ପରି ଚମକିବ।  କ୍ୟାରିୟରରେ ଆଶାତିତ ସଫଳତା ଲାଭ କରିବେ ଏହି ରାଶିର ଲୋକେ ।  ନୂତନ ନିଯୁକ୍ତି ମିଳିବାର ମଧ୍ୟ ସମ୍ଭାବନା ରହିଛି । କାର୍ଯ୍ୟାଳୟରେ ନୂଆ ଦାୟିତ୍ବ ଆପଣଙ୍କୁ ମିଳିପାରେ।  ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ଏହି ସମୟରେ ଖୁବ୍ ଭଲ ଅଟେ । ବ୍ୟବସାୟୀମାନେ ଏହି ସମୟରେ ଏକ ବଡ ଡିଲ୍ ଫାଇନାଲ କରି ପାରିବେ। ଆର୍ଥିକ ସ୍ଥିତି ମଜବୁତ ହେବା ସହ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ଥିବାରୁ ଆର୍ଥର ଅଭାବ ରହିବ ନାହିଁ। 

Also Read: Grah Gochar 2023: ଆଜିଠୁ ଏହି ୫ ରାଶିରେ ଲାଗିଲା ଲଟେରୀ, କ୍ୟାରିୟରରେ ପାଇବେ ସଫଳତା ସାଙ୍ଗକୁ ଧନ ଢାଳିବେ ମାଆ ଲକ୍ଷ୍ମୀ!

ବୃଷ: ମଙ୍ଗଳ କର୍କଟ ରାଶିରେ ପ୍ରବେଶ କରିବାରୁ ବୃଷ ରାଶିର ଲୋକଙ୍କ ପାଇଁ ରାଜଯୋଗ ସୃଷ୍ଟି ହୋଇଛି । ଏହି ସମୟରେ ଏହି ରାଶିର ଲୋକେ ଅତ୍ୟନ୍ତ ଶୁଭଫଳ ପାଇବେ। ଏହି ସମୟରେ ଗାଡି ବା ଜମି କିଣି ପାରିବେ ।  ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି। ସମୟ ଅନୁକୂଳ ଥିବାରୁ ଏହି ରାଶିର ଲୋକଙ୍କ ବିବାହ ଯୋଗ ମଧ୍ୟ ଫିଟିଛି । ଦିର୍ଘ ଦିନ ଧରି ବିବାହ ହୋଇ ପାରୁ ନଥିବା ଯୁବକ ଯୁବତୀଙ୍କର ଏହି ସମୟରେ ବିବାହର ଯୋଗ ମଧ୍ୟ ରହିଛି । ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ମଧ୍ୟ ସମାଧାନ ହୋଇଯିବ। 

ମିଥୁନ: ମିଥୁନ ରାଶିର ଲୋକଙ୍କ ପାଇଁ ରାଜଯୋଗ ସୃଷ୍ଟି ହୋଇଛି । ଏହି ରାଶିର ଲୋକଙ୍କୁ ଆର୍ଥିକ ସ୍ଥିତି ସୁଦୃଢ ହେବା ସହ ହଠାତ୍ କେଉଁ ଆଡୁ ଧନଲାଭର ଯୋଗର ରହିଛି । କମ୍ପିଟେଟିଭ୍ ପରୀକ୍ଷା ଦେଇଥିବା ଆଶାୟୀମାନେ ମଧ୍ୟ ଶୁଭଫଳ ପରୀକ୍ଷାରେ ପାଇବେ। ବିବାହ ପାଇଁ ଏକ ଶୁଭ ସମୟ ମଧ୍ୟ ଏହି ସମୟରେ ରହିଛି । ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ମଧ୍ୟ ଆପଣଙ୍କ ସପକ୍ଷରେ ଯିବ। ଜୀବନସାଥୀ ସହିତ ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି । ସାମାଜିକ ସମ୍ମାନରେ ବୃଦ୍ଧି ଘଟିବ। ଶତ୍ରୃମାନେ ଆପଣଙ୍କ ବିରୋଧରେ ରଚୁଥିବା ଷଡଯନ୍ତ୍ରରେ ସେମାନେ ବିଫଳ ହେବେ।

Also Read: Bolangir Royal Family Dispute: ରାଜ ପରିବାରରେ ବି ଯୌତୁକ କଳି! ଅର୍କେଶଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପତ୍ନୀ ଅଦ୍ରିଜା ସିଂ

କନ୍ୟା: କର୍କଟ ରାଶିରେ ମଙ୍ଗଳ ଥିବାରୁ ଏହି ରାଶିର ଲୋକଙ୍କ ଭାଗ୍ୟର ତାଲା ଆଜିଠୁ ଖୋଲିଛି। ଏହି ରାଶିର ଲୋକଙ୍କ ଅଧା ରହିଥିବା କାର୍ଯ୍ୟ ବର୍ତ୍ତମାନ ସମ୍ପୁର୍ଣ୍ଣ ହେବା ସହ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହେବ। ଏହି ସମୟରେ ଆପଣଙ୍କ ସନ୍ତାନମାନଙ୍କର କୌଣସି ନୂଆ ଚାକିରି ହେବାର ସମ୍ଭାବନା ରହିଛି । କ୍ୟାରିୟରରେ ପିଲାମାନଙ୍କର ଅଗ୍ରଗତି ହୋଇପାରେ । ଏହି ସମୟ ମଧ୍ୟରେ ପ୍ରେମ ଜୀବନ ଭଲ ହେବ। ଚାକିରୀ କରୁଥିବା ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଏକ ନୂତନ ଦାୟିତ୍ବ ପାଇପାରିବେ । ବ୍ୟବସାୟୀମାନେ ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ବେଶ୍ ଅଧିକ ଲାଭ ପାଇବେ। 

ତୁଳା: ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ।  ଏପରି ପରିସ୍ଥିତିରେ, ଆପଣ ଏହି ସମୟରେ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । କ୍ୟାରିୟରରେ ଆଶାତିତ ସଫଳାତ ପାଇବେ। କାର୍ଯ୍ୟାଳୟରେ ନୂଆ ଦାୟିତ୍ବ ଆପଣଙ୍କୁ ମିଳିପାରେ।  ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ଏହି ସମୟରେ ଖୁବ୍ ଭଲ ଅଟେ । ବ୍ୟବସାୟୀମାନେ ଏହି ସମୟରେ ଏକ ବଡ ଡିଲ୍ ଫାଇନାଲ କରି ପାରିବେ। ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହେବ।

ବିଛା: ବିଛା ରାଶିର ଲୋକଙ୍କ ପାଇଁ ମଧ୍ୟ ଆଜି ଠାରୁ ଶୁଭ ଦିନ ଆରମ୍ଭ ହୋଇଛି। ଯେଉଁମାନେ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ସେମାନେ ଏହି ସମୟରେ ଚାକିରି ପରିବର୍ତ୍ତନ କଲେ କ୍ୟାରିୟର ପାଇଁ ଖୁବ୍ ଭଲ ରହିବ ।ଏବଂ ଆୟ ମଧ୍ୟ ବୃଦ୍ଧି ପାଇବ। ଏହି ସମୟରେ ଏହି ରାଶିରେ ଲୋକଙ୍କ ସମସ୍ତ ଇଚ୍ଛା ପୂରଣ ହେବ । କ୍ୟାରିୟରକୁ ନେଇ ଚିନ୍ତିତ ଥିବା ଆଶାୟୀମାନେ ମଧ୍ୟ ସରକାରୀ ଚାକିରି ପାଇବାର ସମ୍ଭାବନା ରହିଛି। 

ମୀନ: କର୍କଟରେ ମଙ୍ଗଳ ଗ୍ରହ ଥିବାରୁ ଏହାର ଶୁଭଫଳ ମୀନରାଶି ଲୋକଙ୍କୁ ପ୍ରାପ୍ତ ହେବ । ଏମାନଙ୍କର ଆର୍ଥିକ ସ୍ଥିତି ମଜବୁତ ହେବା ସହ କ୍ୟାରିୟରରେ ଆଶାତିତ ସଫଳତା ସେମାନଙ୍କୁ ମିଳିବ । କର୍କଟରେ ମଙ୍ଗଳ ଥିବାରୁ ଏହି ରାଶିର ଲୋକଙ୍କ ଆୟ ବୃଦ୍ଧି ପାଇବ। ବିଦେଶ ଯାତ୍ରାର ମଧ୍ୟ ଯୋଗ ରହିଛି।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )