Mangal Gochar 2023: ମଙ୍ଗଳ ଚଳନ ଯୋଗୁଁ ଏହି ୩ ରାଶିଙ୍କ ପାଇଁ ବଢିବ ସମସ୍ୟା! ଜାଣନ୍ତୁ କିପରି କରିବେ ପ୍ରତିକାର
Advertisement

Mangal Gochar 2023: ମଙ୍ଗଳ ଚଳନ ଯୋଗୁଁ ଏହି ୩ ରାଶିଙ୍କ ପାଇଁ ବଢିବ ସମସ୍ୟା! ଜାଣନ୍ତୁ କିପରି କରିବେ ପ୍ରତିକାର

Mangal Gochar 2023: ମଙ୍ଗଳ ଏଠାରେ ଅକ୍ଟୋବର ମାସ ୩ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ସାଧାରଣତଃ ମଙ୍ଗଳଙ୍କ ରାଶି ପରିବର୍ତ୍ତନ ସମସ୍ତ ରାଶି ପାଇଁ ଶୁଭଫଳ ଆଣିଦେଇଥାଏ, କିନ୍ତୁ ବେଳେବେଳେ ଏହା କେତେକ ରାଶି ପାଇଁ ସମସ୍ୟା ମଧ୍ଯ ସୃଷ୍ଟି କରିଥାଏ । ତେବେ ମଙ୍ଗଳଙ୍କ ଏହି ରାଶି ପରବର୍ତ୍ତନ ୩ଟି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ସମସ୍ୟା ଆଣିଦେବ । 

ସୌ(ସୋସିଆଲ ମିଡିଆ)

Mangal Gochar 2023: ଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କ ସେନାପତି ବା ଭୂମି ପୁତ୍ର କୁହାଯାଉଥିବା ମଙ୍ଗଳ ଗ୍ରହ ଗତ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ କନ୍ୟା ରାଶିକୁ ଚଳନ (Mangal Gochar 2023) କରିଛନ୍ତି । ମଙ୍ଗଳ ଏଠାରେ ଅକ୍ଟୋବର ମାସ ୩ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ସାଧାରଣତଃ ମଙ୍ଗଳଙ୍କ ରାଶି ପରିବର୍ତ୍ତନ ସମସ୍ତ ରାଶି ପାଇଁ ଶୁଭଫଳ ଆଣିଦେଇଥାଏ, କିନ୍ତୁ ବେଳେବେଳେ ଏହା କେତେକ ରାଶି ପାଇଁ ସମସ୍ୟା ମଧ୍ଯ ସୃଷ୍ଟି କରିଥାଏ । ତେବେ ମଙ୍ଗଳଙ୍କ ଏହି ରାଶି ପରବର୍ତ୍ତନ ୩ଟି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ସମସ୍ୟା ଆଣିଦେବ । ତେବେ ଆସନ୍ତୁ ଜାଣିବେ ଏହିସବୁ ରାଶିଙ୍କ ଲାଗି କଣ ରହିଛି ସମାଧାନର ବାଟ ।

କୁମ୍ଭ ରାଶି

ମଙ୍ଗଳଙ୍କ ଚଳନର (Mangal Gochar 2023 Negative Effects) ନକାରାତ୍ମକ ପ୍ରଭାବ ଯୋଗୁଁ, ଅକ୍ଟୋବର ମାସ ୩ ତାରିଖ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଚାକିରି-ବ୍ୟବସାୟରେ କ୍ଷେତ୍ରରେ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ବ୍ୟବସାୟରେ ହାନୀ ହେବା ନେଇ ଯୋଗ ରହିଛି । ସମ୍ପତ୍ତିକୁ କେନ୍ଦ୍ର କରି ଭାଇଭଉଣୀଙ୍କ ମଧ୍ଯରେ ବିବାଦ ଦେଖାଦେଇପାରେ । ପାରିବାରିକ କହଳ ଯୋଗୁଁ ମନ ଅଶାନ୍ତ ରହିବ। ଏହି କଠିନ ସମୟରେ, ଆପଣଙ୍କୁ ସଂଯମତା ସହିତ କାର୍ଯ୍ୟ କରିବାକୁ ପଡିବ, ନଚେତ୍ ପରିସ୍ଥିତି ହାତରୁ ବାହାରିପାରେ ।

ସିଂହ ରାଶି

ଏହି ସମୟ ଅବଧି ମଧ୍ୟରେ ସିଂହ ରାଶିର ବ୍ୟକ୍ତି ବିଶେଷ ଅନାବଶ୍ୟକ ଜିନିଷଠାରୁ ଦୂରେଇ ରୁହନ୍ତୁ, ନଚେତ୍ ସମସ୍ୟାରେ ପଡ଼ିପାରନ୍ତି। ପଡୋଶୀମାନଙ୍କ ସହ ବିବାଦ ହୋଇପାରେ । ଦାମ୍ପତ୍ୟ ଜୀବନରେ ବିଭ୍ରାଟ ଦେଖାଦେବ । କର୍ମ କ୍ଷେତ୍ରରେ ଅଯଥା ସମସ୍ୟାରେ ସମ୍ମୁଖୀନ ହେବାକୁ ପଡିବା । ଦୂରସ୍ଥାନକୁ ଯାତ୍ରା କରିବା ସମୟରେ ସର୍ତକ ରୁହନ୍ତୁ । ସନ୍ତାନ ସନ୍ତତିଙ୍କ ଲାଗି ଚିନ୍ତା ବଢିବାରେ । କର୍ମ କ୍ଷେତ୍ରରେ କୌଣସି କାରଣକୁ ନେଇ ବିବାଦରେ ପଡିପାରନ୍ତି ।

ବୃଷ ରାଶି

କନ୍ୟା ରାଶିରେ ମଙ୍ଗଳଙ୍କ ଚଳନ (Mangal Gochar 2023 Negative Effects) ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ସମସ୍ୟା ସୃଷ୍ଟି କରିବ । ଏହି ସମୟରେ ମଧ୍ଯରେ ଆର୍ଥିକ ସଙ୍କଟ ଦେଖାଦେବ । ଆୟ ଠାରୁ ବ୍ୟୟ ଅଧିକ ହେବ । କରଜ କରି ଅସୁବିଧାରେ ପଡିପାରନ୍ତି । ଜୀବନସାଥୀଙ୍କ ସହ ସମ୍ପର୍କରେ ତିକ୍ତତା ଆସିପାରେ । କ୍ରୋଧ ଓ ବକ୍ତବ୍ୟକୁ ନିୟନ୍ତ୍ରଣ ନ କଲେ ଖରାପ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ପାରିବାରିକ କ୍ଷେତ୍ରରେ ସମସ୍ୟାମାନ ଦେଖାଦେବ ।

ମଙ୍ଗଳଙ୍କ କୁପ୍ରଭାବରୁ ରକ୍ଷା ପାଇବା ନେଇ କରନ୍ତୁ ଏହି ଉପାୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କିଛି ବିଶେଷ ପ୍ରତିକାର (Mangal Gochar 2023 Remedies) କରି ମଙ୍ଗଳଙ୍କ କୁପ୍ରଭାବକୁ ଏଡାଯାଇପାରିବ । ଏହି ୩ ରାଶିର ବ୍ୟକ୍ତି ବିଶେଷ ଲୋକମାନେ ପ୍ରତିଦିନ ମଙ୍ଗଳ ଗ୍ରହଙ୍କ ମୂଳ ମନ୍ତ୍ର अं अंगारकाय नम:  ଜପ କରନ୍ତୁ । ଏହା ସହିତ, ହନୁମାନ ଚଲିସାଙ୍କ ପାଠ କରନ୍ତୁ । ଏହାସହ ମଙ୍ଗଳବାର ଦିନ ହନୁମାନଙ୍କ ଦର୍ଶନ କରି ଲଡୁ ଭୋଗ କରନ୍ତୁ । ଏପରି କରିବା ଦ୍ବାରା ମଙ୍ଗଳଙ୍କ କୋପ ଦୃଷ୍ଟି କମ୍ ହେବା ସହ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ ।

Aslo Read-Guru vakri 2023: ମେଷ ରାଶିକୁ ଚଳନ କରିବେ ବୃହସ୍ପତି, ଲାଭବାନ ହେବ ଏହି ୩ ରାଶି!

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)