Health Tips: ଶରୀର ପାଇଁ ରାମବାଣ ସପୁରୀ ଜୁସ୍! ପିଇଲେ ମିଳିଥାଏ ଅନେକ ଫାଇଦା
Advertisement
Article Detail0/zeeodisha/odisha2018366

Health Tips: ଶରୀର ପାଇଁ ରାମବାଣ ସପୁରୀ ଜୁସ୍! ପିଇଲେ ମିଳିଥାଏ ଅନେକ ଫାଇଦା

Pineapple Juice Benefits: ଆଜିକାଲିର ବ୍ୟସ୍ତବହୁଳ ଓ କର୍ମମୟ ଜୀବନ ମଧ୍ଯରେ ଲୋକେ ନିଜ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଇପାରନ୍ତି ନାହିଁ । ଏପରି ପରିସ୍ଥିତିରେ ଶରୀର ବହୁ ମାତ୍ରାରେ ଭିଟାମିନ୍ ଓ ମିନେରାଲ୍ସ ଆବଶ୍ୟକ କରିଥାଏ। ତେବେ ଶରୀରକୁ ଉପକାର କରୁଥିବା ଏକ ଫଳ ହେଉଛି ସପୁରୀ ।

ସୌ(ସୋସିଆଲ ମିଡିଆ)

Pineapple Juice Benefits: ସୁସ୍ଥ ଶରୀର ପ୍ରତ୍ୟେକ ମଣିଷର ସ୍ବପ୍ନ ଅଟେ। ଆଜିକାଲିର ବ୍ୟସ୍ତବହୁଳ ଓ କର୍ମମୟ ଜୀବନ ମଧ୍ଯରେ ଲୋକେ ନିଜ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଇପାରନ୍ତି ନାହିଁ । ଏପରି ପରିସ୍ଥିତିରେ ଶରୀର ବହୁ ମାତ୍ରାରେ ଭିଟାମିନ୍ ଓ ମିନେରାଲ୍ସ ଆବଶ୍ୟକ କରିଥାଏ। ତେବେ ଶରୀରକୁ ଉପକାର କରୁଥିବା ଏକ ଫଳ ହେଉଛି ସପୁରୀ ।

ସପୁରୀରେ ଭରପୂର ମାତ୍ରାରେ ଭିଟାମିନ୍ ସି, କପର, ଫୋଲେଟ୍, ଭିଟାମିନ୍ ବି-୬, ଭିଟାମିନ୍ ବି-୧, କ୍ୟାଲସିୟମ୍, ଫସଫରସ୍, କୋଲାଇନ୍ ଓ ମ୍ୟାଗ୍ନେସିୟମ ରହିଥାଏ । ତେବେ ପ୍ରତିଦିନ ସପୁରୀ ଖାଇବା ବା ଏହାର ରସ ପିଇବା ସ୍ବାସ୍ଥ୍ୟ ପକ୍ଷେ ବେଶ ହିତକର ହୋଇଥାଏ । ସପୁରୀ ଜୁସ୍ ପ୍ରତିରୋଧକ ଶକ୍ତି ଓ ହଜମ ପାଇଁ ବେଶ ଉପଯୋଗୀ ଅଟେ । ଏହା ବୋମେଲାଇନର ଏକ ଉତ୍ସ ଅଟେ । ତେବେ ଆସନ୍ତୁ ଜାଣିବା ଶରୀରକୁ କେଉଁ ସବୁ ଫାଇଦା ଦେଇଥାଏ ସପୁରୀ ଜୁସ୍ ।

ପ୍ରତିରୋଧକ ଶକ୍ତି ବଢାଏ- ପ୍ରତିଦିନ ସପୁରୀ ଜୁସ୍ ପିଇବାଦ୍ବାରା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ । ଯାହା ଫଳେରେ ଆମ ଶରୀର ରୋଗ ସହ ଲଢିବାକୁ ସକ୍ଷମ ହୋଇଥାଏ ।

ବ୍ରଣ ଦୂର କରେ- ସପୁରୀ ରସ ପିଇବା ଦ୍ବାରା ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାସହ ତ୍ବଚା ଉଜ୍ଜଳ ଓ ସଫା ହୋଇଥାଏ ।

ତ୍ବଚାକୁ କରେ କୋମଳ - ବୟସ ବଢିବା ସହିତ ଚର୍ମ ସତେଜ ରୁହେ ଏବଂ କୁଞ୍ଚନ ଦେଖାଯାଏ ନାହିଁ । ଯଦି ଆପଣ ନିୟମିତ ଭାବେ ସପୁରୀ ଜୁସ୍‌ ପିଅନ୍ତି, ତେବେ ଆପଣଙ୍କ ତ୍ୱଚା ସୁସ୍ଥ ଓ କୋମଳ ରହିବ ।

ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିବ: ପେଟକୁ ଯନ୍ତ୍ରଣା ହେଲେ ସପୁରୀ ଜୁସ୍ କରି ପିଇବା ଦ୍ଵାରା ଯନ୍ତ୍ରଣା କମ୍ ହୋଇଥାଏ ।

ହଜମ ପାଇଁ ଉପଯୋଗୀ-ସପୁରୀ ଜୁସ୍‌ ଫାଇବର ଓ ଭିଟାମିନ୍-ସି ର ଏକ ଉତ୍ସ ଅଟେ। ଯାହା ଖାଦ୍ୟ ହଜମ କରିବାରେ ସହାୟକ ହୋଇଥାଏ। ପ୍ରତିଦିନ ସପୁରୀ ଜୁସ୍ ପିଇବା ଦ୍ବାରା କୋଷ୍ଠକାଠିନ୍ୟ, ଗ୍ୟାସ୍ ଭଳି ସମସ୍ୟା ଦୂର ହୋଇଯିବ ।

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)