ଏହି ଦିନ ଲାଗିବ ବର୍ଷର ଶେଷ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ, ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହିସବୁ କାମ
Advertisement
Article Detail0/zeeodisha/odisha1703210

ଏହି ଦିନ ଲାଗିବ ବର୍ଷର ଶେଷ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ, ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହିସବୁ କାମ

last solar and lunar eclipse 2023: ବର୍ଷର ଶେଷ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଅକ୍ଟୋବର ମାସରେ ଲାଗିବ । ଉଭୟ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ମଧ୍ୟରେ ମାତ୍ର ୧୫ ଦିନର ବ୍ୟବଧାନ ରହିବ। ଅକ୍ଟୋବର ମାସ ଅଶ୍ୱିନ୍ ଅମାବାସ୍ୟରେ ଲାଗିବ ଶେଷ ସୂର୍ଯ୍ୟ ପରାଗ ସେହିପରି ଅଶ୍ୱିନ ପୂର୍ଣ୍ଣିମା ଦିନ ହେବ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ କେବେ ଓ କେଉଁ ସମୟରେ ଲାଗିବ ।

ସୌ(ସୋସିଆଲ ମିଡିଆ)

last solar and lunar eclipse 2023: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ (solar eclipse 2023) ଓ ଚନ୍ଦ୍ର ଗ୍ରହଣ (lunar eclipse 2023) ସମାପ୍ତ ହୋଇସାରିଛି। ବର୍ତ୍ତମାନ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଆସିବାକୁ ଯାଉଛି। ଜ୍ୟୋତିଷଙ୍କ ଅନୁଯାୟୀ, ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଅକ୍ଟୋବର ମାସରେ ଲାଗିବ । ଉଭୟ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ମଧ୍ୟରେ ମାତ୍ର ୧୫ ଦିନର ବ୍ୟବଧାନ ରହିବ। ଅକ୍ଟୋବର ମାସ ଅଶ୍ୱିନ୍ ଅମାବାସ୍ୟରେ ଲାଗିବ ଶେଷ ସୂର୍ଯ୍ୟ ପରାଗ ସେହିପରି ଅଶ୍ୱିନ ପୂର୍ଣ୍ଣିମା ଦିନ ହେବ ବର୍ଷର ଶେଷ ଚନ୍ଦ୍ରଗ୍ରହଣ (last solar eclipse) । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ କେବେ ଓ କେଉଁ ସମୟରେ ଲାଗିବ । ଏହା ସହିତ, ସେହି ସମୟ ମଧ୍ୟରେ ସାତୁକ୍ କାଳ ହେବ କି ନାହିଁ ।

କେବେ ପଡ଼ିବ ଏହି ବର୍ଷର ଶେଷ ସୂର୍ଯ୍ୟ ପରାଗ?

ଧାର୍ମିକ ପଣ୍ଡିତମାନଙ୍କ ଅନୁଯାୟୀ, ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ (last solar eclipse) ଅକ୍ଟୋବର ୧୪ ତାରିଖ ରାତି ୮:୩୪ ମିନିଟ୍ ରେ ଆରମ୍ଭ ହୋଇ, ଅକ୍ଟୋବର ୧୫ ତାରିଖ ଅପରାହ୍ନ ୨:୨୫ ମିନିଟ୍ ରେ ଅର୍ଥାତ୍ ମାତ୍ର ୬ ଘଣ୍ଟା ପରେ ଶେଷ ହେବ । ଖାସ କଥା ହେଉଛି , ଏହି ସୂର୍ଯ୍ୟପରାଗ (solar eclipse) କନ୍ୟା ରାଶି ଚିତ୍ରା ନକ୍ଷତ୍ରରେ ଲାଗିବ। ଅନ୍ୟପଟେ ଏହି ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ, ଅର୍ଥାତ୍ ଭାରତରେ ସୂତକ୍ କାଳ ରହିବ ନାହିଁ। ବ୍ରାଜିଲ, କାନାଡା, ଆମେରିକା, ଜାମାଇକା, କ୍ୟୁବା, ମେକ୍ସିକୋ, ଇକ୍ୟୁଏଡର୍, ଗୁଆଟେମାଲା, ପାରାଗୁଏ ସମେତ ଅନେକ ଦେଶରେ ଏହି ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ।

କେବେ ପଡ଼ିବ ଏହି ବର୍ଷର ଶେଷ ଚନ୍ଦ୍ରଗ୍ରହଣ

ସେହିପରି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ (Last lunar eclipse 2023) ଅକ୍ଟୋବର ୨୯ ତାରିଖ ଅପରାହ୍ନ ୧:୬ ମିନିଟ୍ ରେ ଲାଗି ୨:୨୨ ମିନିଟ୍ ରେ ଛାଡ଼ିବ । ଭାରତରେ ଏହି ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିପାରେ। ଏହାର ଅବଧି ପ୍ରାୟ ୧ ଘଣ୍ଟା ୧୬ ମିନିଟ୍ ହେବ । ଏହାକୁ “ଖଣ୍ଡାଗ୍ରାସ ଚନ୍ଦ୍ର ଗ୍ରହଣ” ବୋଲି କୁହାଯିବ।

ଭାରତରେ ରହିବ କି ସୂତକ କାଳ?

ଜ୍ୟୋତିଷଙ୍କ ଅନୁଯାୟୀ, ଅକ୍ଟୋବର ୨୯ ତାରିଖରେ ଲାଗିବାକୁ ଥିବା ଏହି ଚନ୍ଦ୍ର ଗ୍ରହଣର (Last lunar eclipse 2023) ୯ ଘଣ୍ଟା ପୂର୍ବରୁ, ଅର୍ଥାତ୍ ଅକ୍ଟୋବର ୨୮ ତାରିଖ ଅପରାହ୍ନ ୨:୫୨ ମିନିଟ୍ ରେ ଭାରତରେ ସୂତକ କାଳ ଆରମ୍ଭ ହେବ। ବିଳମ୍ବିତ ରାତିରେ ଚନ୍ଦ୍ର ଗ୍ରହଣ ଶେଷ ହେବା ପରେ, ହିଁ ଏହି ସୂତକ କାଳ ଶେଷ ହେବ । ଏହି ସମୟରେ ଶୁଭ କାର୍ଯ୍ୟ କରିବାକୁ ନିଷେଧ କରାଯାଇଛି । ଏହି ସମୟରେ ଗର୍ଭବତୀ ମହିଳା ମାନେ ବିଶେଷ ଯତ୍ନ ନେବା ଆବଶ୍ୟକ କରନ୍ତି ।

ସୂତକ୍ କାଳରେ ଭୁଲ୍ ମଧ୍ଯ କରନ୍ତୁ ନାହିଁ ଏହିସବୁ କାମ

ସୂତକ୍ ସମୟରେ ଗର୍ଭବତୀ ମହିଳା ମାନଙ୍କୁ ଘରୁ ବାହାରକୁ ଯିବା ଉଚିତ୍ ନୁହେଁ । ଏହି ସମୟରେ ଶୋଇବା ମଧ୍ୟ ନିଷେଧ ଅଟେ। ତଥାପି, ଏହି ନିୟମ ଅସୁସ୍ଥ ଲୋକଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ । ଏହି ସମୟ ମଧ୍ଯରେ ଉଭୟ ଖାଇବା ଓ ରାନ୍ଧିବାକୁ ବାରଣ କରାଯାଇଛି । ଏହି ଅବଧି ମଧ୍ଯରେ ମନ୍ଦିରର କବାଟ ବନ୍ଦ ରହିବା ସହ ପୂଜାପାଠ ମଧ୍ୟ କରିବାକୁ ବାରଣ କରାଯାଇଛି।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)