Last solar and lunar eclipse 2023: ଏହି ଦିନ ପଡ଼ିବ ବର୍ଷର ଶେଷ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ, ବାରଣ ହୋଇଛି ଏହିସବୁ କାର୍ଯ୍ୟ..
Advertisement

Last solar and lunar eclipse 2023: ଏହି ଦିନ ପଡ଼ିବ ବର୍ଷର ଶେଷ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ, ବାରଣ ହୋଇଛି ଏହିସବୁ କାର୍ଯ୍ୟ..

Last solar and lunar eclipse 2023: ଉଭୟ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ମଧ୍ୟରେ ମାତ୍ର ୧୫ ଦିନର ବ୍ୟବଧାନ ରହିବ। ଅକ୍ଟୋବର ମାସ ଆଶ୍ୱିନ ଅମବାସ୍ୟାରେ ଲାଗିବ ଶେଷ ସୂର୍ଯ୍ୟ ପରାଗ । ସେହିପରି ଆଶ୍ୱିନ ପୂର୍ଣ୍ଣିମା ଦିନ ହେବ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। 

ସୌ(ସୋସିଆଲ ମିଡିଆ)

Last solar and lunar eclipse 2023: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ (solar eclipse 2023) ଓ ଚନ୍ଦ୍ର ଗ୍ରହଣ (lunar eclipse 2023) ସମାପ୍ତ ହୋଇସାରିଛି। ବର୍ତ୍ତମାନ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଆସିବାକୁ ଯାଉଛି। ଜ୍ୟୋତିଷଙ୍କ ମତ ଅନୁଯାୟୀ, ବର୍ଷର ଦ୍ୱିତୀୟ ବା ଶେଷ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଅକ୍ଟୋବର ମାସରେ ଲାଗିବ । ଉଭୟ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ମଧ୍ୟରେ ମାତ୍ର ୧୫ ଦିନର ବ୍ୟବଧାନ ରହିବ। ଅକ୍ଟୋବର ମାସ ଆଶ୍ୱିନ ଅମବାସ୍ୟାରେ ଲାଗିବ ଶେଷ ସୂର୍ଯ୍ୟ ପରାଗ । ସେହିପରି ଆଶ୍ୱିନ ପୂର୍ଣ୍ଣିମା ଦିନ ହେବ ବର୍ଷର ଶେଷ ଚନ୍ଦ୍ରଗ୍ରହଣ (last solar eclipse) । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ କେବେ ଓ କେଉଁ ସମୟରେ ଲାଗିବ । ଏହା ସହିତ, ସେହି ସମୟ ମଧ୍ୟରେ ସାତୁକ୍ କାଳ ହେବ କି ନାହିଁ ।

କେବେ ପଡ଼ିବ ଏହି ବର୍ଷର ଶେଷ ସୂର୍ଯ୍ୟ ପରାଗ?

ଧାର୍ମିକ ପଣ୍ଡିତଙ୍କ ଅନୁଯାୟୀ, ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ (last solar eclipse) ଅକ୍ଟୋବର ୧୪ ତାରିଖ ରାତି ୮:୩୪ ମିନିଟରେ ଆରମ୍ଭ ହୋଇ ଅକ୍ଟୋବର ୧୫ ତାରିଖ ଅପରାହ୍ନ ୨:୨୫ ମିନିଟରେ ଅର୍ଥାତ୍ ଦୀର୍ଘ ୬ ଘଣ୍ଟା ପରେ ଶେଷ ହେବ । ଖାସ କଥା ହେଉଛି , ଏହି ସୂର୍ଯ୍ୟପରାଗ (solar eclipse) କନ୍ୟା ରାଶି ଚିତ୍ରା ନକ୍ଷତ୍ରରେ ଲାଗିବ। ଅନ୍ୟପଟେ ଏହି ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ, ଅର୍ଥାତ୍ ଭାରତରେ ସୂତକ କାଳ ରହିବ ନାହିଁ। ବ୍ରାଜିଲ, କାନାଡା, ଆମେରିକା, ଜାମାଇକା, କ୍ୟୁବା, ମେକ୍ସିକୋ, ଇକ୍ୟୁଏଡର୍, ଗୁଆଟେମାଲା, ପାରାଗୁଏ ସମେତ ଅନେକ ଦେଶରେ ଏହି ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ।

କେବେ ପଡ଼ିବ ଏହି ବର୍ଷର ଶେଷ ଚନ୍ଦ୍ରଗ୍ରହଣ?

ସେହିପରି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ (Last lunar eclipse 2023) ଅକ୍ଟୋବର ୨୯ ତାରିଖ ଅପରାହ୍ନ ୧:୬ ମିନିଟରେ ଲାଗି ୨:୨୨ ମିନିଟରେ ଛାଡ଼ିବ । ଭାରତରେ ଏହି ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିବ। ଏହାର ଅବଧି ପ୍ରାୟ ୧ ଘଣ୍ଟା ୧୬ ମିନିଟ ହେବ । ଏହାକୁ “ଖଣ୍ଡାଗ୍ରାସ ଚନ୍ଦ୍ର ଗ୍ରହଣ” ବୋଲି କୁହାଯିବ।

ଭାରତରେ ରହିବ କି ସୂତକ କାଳ?

ଜ୍ୟୋତିଷଙ୍କ ଅନୁଯାୟୀ, ଅକ୍ଟୋବର ୨୯ ତାରିଖରେ ଲାଗିବାକୁ ଥିବା ଏହି ଚନ୍ଦ୍ରଗ୍ରହଣର (Last lunar eclipse 2023) ୯ ଘଣ୍ଟା ପୂର୍ବରୁ, ଅର୍ଥାତ୍ ଅକ୍ଟୋବର ୨୮ ତାରିଖ ଅପରାହ୍ନ ୨:୫୨ ମିନିଟରେ ଭାରତରେ ସୂତକ କାଳ ଆରମ୍ଭ ହେବ। ବିଳମ୍ବିତ ରାତିରେ ଚନ୍ଦ୍ର ଗ୍ରହଣ ଶେଷ ହେବା ପରେ, ହିଁ ଏହି ସୂତକ କାଳ ଶେଷ ହେବ । ଏହି ସମୟରେ ଶୁଭ କାର୍ଯ୍ୟ କରିବାକୁ ନିଷେଧ କରାଯାଇଛି । ଅନ୍ୟପଟେ ଏହି ସମୟରେ ଗର୍ଭବତୀ ମହିଳାମାନେ ନିଜର ବିଶେଷ ଭାବେ ଯତ୍ନ ନେବା ଆବଶ୍ୟକ।

ସୂତକ ସମୟରେ କରନ୍ତୁ ନାହିଁ ଏହିସବୁ କାମ

  • ସୂତକ କାଳ ମଧ୍ଯରେ ଗର୍ଭବତୀ ମହିଳା ଘରୁ ବାହାରକୁ ଯିବା ଉଚିତ୍ ନୁହେଁ ।
  • ଏହି ସମୟରେ ଶୋଇବା ମଧ୍ୟ ନିଷେଧ ଅଟେ।
  • ତଥାପି, ଏହି ନିୟମ ଅସୁସ୍ଥ ଲୋକଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ।
  • ଉଭୟ ଖାଇବା ଓ ରାନ୍ଧିବାକୁ ବାରଣ କରାଯାଇଛି ।
  • ଏହି ଅବଧି ମଧ୍ଯରେ ପୂଜା ପାଠକୁ ବାରଣ କରାଯାଇଛି ।
  • ଏହି ସମୟ ମଧ୍ଯରେ ମନ୍ଦିର ଦ୍ବାର ବନ୍ଦ ରହିବା ଉଚିତ୍।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)