Weak Eyesight: କମି ଯାଉଛି କି ଆପଣଙ୍କ ଦୃଷ୍ଟିଶକ୍ତି ? ଆଜି ହିଁ ଛାଡନ୍ତୁ ଏହି ୫ ବଦଅଭ୍ୟାସ
Advertisement
Article Detail0/zeeodisha/odisha1539426

Weak Eyesight: କମି ଯାଉଛି କି ଆପଣଙ୍କ ଦୃଷ୍ଟିଶକ୍ତି ? ଆଜି ହିଁ ଛାଡନ୍ତୁ ଏହି ୫ ବଦଅଭ୍ୟାସ

Bad Habits That Leads To Weak Eye Sight: ଦୃଷ୍ଟିଶକ୍ତି କମ୍ ହେବେ ବା ଦୃଷ୍ଟି ଶକ୍ତି ହରାଇବା ପଛରେ ବଶଂଗତ କାରଣ ଥାଇପାରେ । କିନ୍ତୁ ଅଧିକାଂଶ ସମୟରେ ଆମର ନିଜର ବଦଅଭ୍ୟାସ ହେତୁ ମଧ୍ୟ ଦୃଷ୍ଟିଶକ୍ତି ମଧ୍ୟ କମିଯାଇଥାଏ । ଯାହାକୁ ଆମେ ଚାହିଁଲେ ନିୟନ୍ତ୍ରଣ କରିପାରିବା । ଯଦି ଦୃଷ୍ଟିଶକ୍ତି ଦୁର୍ବଳ ହୁଏ, ତେବେ ଆମକୁ ଜୀବନସାରା ଲେନ୍ସ କିମ୍ବା ଚଷମା ବ୍ୟବହାର କରିବାକୁ ପଡିପାରେ । ତେଣୁ ଆମକୁ ନିଜ ଚକ୍ଷୁର ଯତ୍ନନେବା ମଧ୍ୟ ଆବଶ୍ୟକ । ଆସନ୍ତୁ ଜାଣିବା କେଉଁ ଖରାପ ଅଭ୍ୟାସ, ଆମ ଚକ୍ଷୁକୁ କ୍ଷତି ପହଞ୍ଚାଇଥାଏ ।

ସୌଜନ୍ୟ- ସୋସିଆଲ ମିଡିଆ

ଦୃଷ୍ଟିଶକ୍ତି କାହିଁକି ଦୁର୍ବଳ ହୋଇଯାଏ?

କମ୍ ଶୋଇବା : ଅନେକ ଗବେଷଣାରୁ ଏହା ପ୍ରମାଣିତ ହୋଇଛି ଯେ ,ଜଣେ ବ୍ୟକ୍ତି ଦିନକୁ ଅତି କମରେ ୭ ରୁ ୮ଘଣ୍ଟା ଶୋଇବା ଆବଶ୍ୟକ । ଯଦି ଏହା ନ କରାଯାଏ ତେବେ, ଆପଣଙ୍କ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଦେଇପାରେ । ସେଥିମଧ୍ୟରୁ ଗୋଟିଏ ହେଉଛି ଦୃଷ୍ଟି ଶକ୍ତି ହରାଇବା । ପର୍ଯ୍ୟାପ୍ତ ପରିମାଣରେ ନ ଶୋଇଲେ ଜଣେ ବ୍ୟକ୍ତିଙ୍କ ଚକ୍ଷୁ ଉପରେ ମଧ୍ୟ ପ୍ରଭାବ ପଡିଥାଏ । 

ସୁସ୍ଥ ଖାଦ୍ୟ ଗ୍ରହଣ ନକରିବା : ଅଧିକାଂଶ ଲୋକେ ଜଙ୍କଫୁଡ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏହା ସ୍ବାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ । ଆମେ ଏପରି ଖାଦ୍ୟ, ଫଳ ଏବଂ ପନିପରିବା ଖାଇବା ଉଚିତ ଯାହା ଆମ ଚକ୍ଷୁର ସ୍ବାସ୍ଥ୍ୟପାଇଁ ଲାଭଦାୟକ ହେବ ।  ଯେପରିକି ଗାଜର, କମଳା,ଡ୍ରାଏ ଫ୍ରୁଟ୍ସ, ଅଣ୍ଡା, ମାଛ  ଇତ୍ୟାଦି । 

ମୋବାଇଲର ଅତ୍ୟଧିକ ବ୍ୟବହାର : ସାମ୍ପ୍ରତିକ ଯୁଗରେ, ଆମେ ମୋବାଇଲ୍ ଫୋନ୍ ବିନା ଆମ ଜୀବନକୁ କଳ୍ପନା ମଧ୍ୟ କରିପାରିବା ନାହିଁ,କିନ୍ତୁ ମୋବାଇଲ ଫୋନ୍ ଅଧିକ ବ୍ୟବହାର ଆମ ଦୃଷ୍ଟିଶକ୍ତିକୁ କମ୍ କରିଥାଏ । ସ୍ମାର୍ଟ ଫୋନରେ ଛୋଟ ଅକ୍ଷର ପଢିବା ହେତୁ ଆଖିରେ ଚାପ ପଡିଥାଏ । ଯେଉଁ କାରଣରୁ ଦୃଷ୍ଟିଶକ୍ତି ମଧ୍ୟ କମ ହେବାରେ ଲାଗେ । ତେଣୁ ଫୋନ ବ୍ୟବହାର ଅଧିକ ସମୟ ବ୍ୟବହାର କରନ୍ତୁ ନାହିଁ ।

ଏହାବି ପଢନ୍ତୁ: Peas Side Effects: ଏହିସବୁ ରୋଗ ଥିଲେ ଖାଆନ୍ତୁ ନାହିଁ ଗ୍ରୀନ ମଟର, Food Poison ହେବାର ସମ୍ଭାବନା

କମ୍ ପାଣି ପିଇବା : ଆମ ଶରୀରର ସବୁଠାରୁ ସକ୍ରିୟ ମାଂସପେଶୀର ନାମ ହେଉଛି ଚକ୍ଷୁ ।  ଯାହା କାମ କରିବା ପାଇଁ ଆଖିରେ ଆର୍ଦ୍ରତା ବଜାୟ ରଖିବା ଆବଶ୍ୟକ । ଯଦି ଆପଣ କମ ପାଣି ପିଉଛନ୍ତି ତେବେ ଆପଣଙ୍କ ଦୃଷ୍ଟିଶକ୍ତି ଦୁର୍ବଳ ହେବାରେ ଲାଗିବ । ଯେଉଁଥିପାଇଁ ଆଖି ଫୁଲିଯିବାର ଆଶଙ୍କା ମଧ୍ୟ ରହିଛି । 

ଚକ୍ଷୁକୁ ଦଳନ୍ତୁ ନାହିଁ: ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଆଖିକୁ ଦଳି ଦିଅନ୍ତି । କିନ୍ତୁ ଏହା କରିବା ଉଚିତ୍ ନୁହେଁ ।  ଯଦିଓ ଆପଣ ଏହା ଜାଣି ନାହାଁନ୍ତି, କିନ୍ତୁ ଏହା ଆଖିର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ । ଏହା କରିବା ଦ୍ୱାରା ଆଖିପତା ତଳେ ଅବସ୍ଥିତ ରକ୍ତବାହୀ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ । ତେଣୁ, ଯଦି ଆଖିରେ କୁଣ୍ଡେଇ ହୁଏ, ଏହାକୁ ଘଷିବା ପରିବର୍ତ୍ତେ ଥଣ୍ଡା ପାଣିରେ ସଫା କରନ୍ତୁ ।