Cold Water Bath Benefits: ଆପଣ ଜାଣନ୍ତି କି ଶୀତଦିନେ ଥଣ୍ଡା ପାଣିରେ ଗାଧୋଇବାର ଲାଭ?
Advertisement
Article Detail0/zeeodisha/odisha1997708

Cold Water Bath Benefits: ଆପଣ ଜାଣନ୍ତି କି ଶୀତଦିନେ ଥଣ୍ଡା ପାଣିରେ ଗାଧୋଇବାର ଲାଭ?

Cold Water Bath Benefits: ଶୀତ ଋତୁ ଆସିବା ମାତ୍ରେ ଲୋକମାନେ ଥଣ୍ଡା ପାଣିଠାରୁ ଦୂରରେ ରହି ଗରମ ପାଣି ବ୍ୟବହାର କରିବା ଆରମ୍ଭ କରନ୍ତି । ଯଦିଓ, ଗରମ ପାଣିରେ ସ୍ନାନ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏଥି ସହିତ, ଯଦି ଆପଣ ଶୀତ ଋତୁରେ ଥଣ୍ଡା ପାଣିରେ ସ୍ନାନ କରନ୍ତି, ତେବେ ଆପଣଙ୍କୁ ଅନେକ ଲାଭ ମିଳିଥାଏ ।

 

Cold Water Bath Benefits

Cold Water Bath Benefits: ସୁସ୍ଥ ରହିବା ପାଇଁ, ଭଲ ଖାଦ୍ୟ ଓ ଶାରୀରିକ କାର୍ଯ୍ୟକଳାପ ସହିତ ସ୍ୱଚ୍ଛତା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେତେବେଳେ ବି ସ୍ୱଚ୍ଛତା କଥା ଆସେ, ଲୋକଙ୍କ ମନକୁ ଆସୁଥିବା ପ୍ରଥମ ଚିନ୍ତା ହେଉଛି ଗାଧୋଇବା । ଗ୍ରୀଷ୍ମ ଋତୁରେ ଆମେ କୌଣସି ବାହାନା ବିନା ଆରାମରେ ଗୋଧୋଇ ପଡୁ, ଯେତେବେଳେ କି ଶୀତଦିନେ ଆମେ କେବଳ ଗାଧୋଇବା ବିଷୟରେ ଚିନ୍ତା କରି କମ୍ପିବା ଆରମ୍ଭ କରିଥାଉ ।

ପାଗ ଯାହା ହେଉନା କାହିଁକି, ନିଜକୁ ସଫା ରଖିବା ପାଇଁ ଗାଧୋଇବା ଆବଶ୍ୟକ । ଶୀତ ଆସିବା ମାତ୍ରେ ଆମେ ଗରମ ପାଣିରେ ଗାଧୋଇବା ଆରମ୍ଭ କରିବାର ଏହି କାରଣ । ଯଦିଓ, ଗରମ ପାଣିରେ ଗାଧୋଇବା ଦ୍ୱାରା ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇପାରେ । ଏପରି ପରିସ୍ଥିତିରେ, ଯଦି ଆପଣଙ୍କୁ କୁହାଯାଏ ଯେ ଆପଣ ଗରମ ପାଣି ପରିବର୍ତ୍ତେ ଥଣ୍ଡା ପାଣିରେ ସ୍ନାନ କରିବା ଆରମ୍ଭ କରନ୍ତୁ, ଏହା ଅଧିକ ଲାଭଦାୟକ ହେବ, ତେବେ ଆପଣ ଏହାକୁ ବିଶ୍ୱାସ କରିବାକୁ ସମର୍ଥ ହେବେ ନାହିଁ । ତେବେ ଆସନ୍ତୁ ଆପଣଙ୍କୁ କହୁଛୁ, ଶୀତଦିନେ ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା କିପରି ଆଶ୍ଚର୍ଯ୍ୟଜନକ ଲାଭ ମିଳିପାରେ ।

ଥଣ୍ଡା ପାଣି କାହିଁକି?
କିଛି ଲୋକ ବିଶ୍ୱାସ କରନ୍ତି ଯେ ଶୀତଦିନେ ଥଣ୍ଡା ପାଣିରେ ଗାଧୋଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ > ତେବେ କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଶୀତଦିନେ ଥଣ୍ଡା ପାଣିରେ ଗାଧୋଇବା ସମ୍ପୂର୍ଣ୍ଣ ସ୍ୱାଭାବିକ । ଏହା କେବଳ ମାଂସପେଶୀ ଟେନସନରୁ ମୁକ୍ତି ଦେଇନଥାଏ, ବରଂ ରକ୍ତ ସଞ୍ଚାଳନକୁ ମଧ୍ୟ ଉନ୍ନତ କରିଥାଏ ଓ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୃଢ଼ କରିଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ପ୍ରଭାବଶାଳୀ 
ଯଦିଓ ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହେଉଥିବା, ତେବେ ଆପଣଙ୍କ ସୂଚନା ପାଇଁ କହୁଛୁ ଯଦି ଆପଣ ଥଣ୍ଡା ପାଣିରେ ସ୍ନାନ କରନ୍ତି, ଶରୀରରେ ଧଳା ରକ୍ତ କଣିକା ସଂଖ୍ୟା ବଢ଼ିଥାଏ ଓ ମେଟାବୋଲିଜିମ୍ ହାର ମଧ୍ୟ ବଢ଼ିଥାଏ । ବାସ୍ତବରେ, ଯେତେବେଳେ ଆପଣ ଥଣ୍ଡା ପାଣିରେ ସ୍ନାନ କରନ୍ତି, ଶରୀର ନିଜକୁ ଗରମ କରିବାକୁ ଚେଷ୍ଟା କରେ ଓ ଏହି ପ୍ରକ୍ରିୟାରେ ଧଳା ରକ୍ତ କଣିକା ମୁକ୍ତ ହୁଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।

ଚାପରୁ ମୁକ୍ତି ଦିଏ
ଥଣ୍ଡା ପାଣିରେ ସ୍ନାନ କରିବା ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ଓ ମନୋବଳକୁ ସୁଦୃଢ଼ କରିଥାଏ । ସେହିଭଳି, ଥଣ୍ଡା ପାଣିରେ ଗାଧୋଇବା ପରେ ଆପଣ ଅଧିକ ଆରାମଦାୟକ ଅନୁଭବ କରିଥାନ୍ତି ।

ରକ୍ତ ସଞ୍ଚାଳନରେ ଉନ୍ନତି ଆଣେ
ଯେତେବେଳେ ଆମେ ଥଣ୍ଡା ପାଣିରେ ଗାଧୋଇବା, ରକ୍ତ ଆମ ଶରୀରର ସବୁ ଆଡ଼େ ପହଞ୍ଚେ, ଯାହାଦ୍ୱାରା ଆମେ ଗରମ ରହିପାରିବା । ସେହିଭଳି, ଯଦି ଆପଣ ଥଣ୍ଡା ପାଣିରେ ସ୍ନାନ କରନ୍ତି, ଧମନୀ ଶକ୍ତିଶାଳୀ ରହିଥାଏ ଓ ଏହା ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏପରି ଉପାୟ ସୁସ୍ଥ ରହିବାକୁ ଏହା ସାହାଯ୍ୟ କରେ ।

ମାଂସପେଶୀର ଋକଭରି
ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ଏହା ଶୀତଳ ସଙ୍କୋଚନ ପରି କାମ କରେ ।

ଚର୍ମ ଓ କେଶ ପାଇଁ ଲାଭଦାୟକ 
ଯଦି ଆପଣ ଶୀତଦିନେ ଗରମ ପାଣିରେ ସ୍ନାନ କର, ଏହା ତ୍ୱଚାକୁ ଶୁଷ୍କ କରିଦିଏ ଓ ଚର୍ମରେ ଉତ୍ତେଜନା ସୃଷ୍ଟି କରିବା ସହିତ ଘା’ହୋଇପାରେ । ଏହା ବ୍ୟତୀତ କେଶରେ ଡେଣ୍ଡ୍ରଫ୍ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଅନ୍ୟପକ୍ଷରେ, ଯଦି ଆପଣ ଥଣ୍ଡା ପାଣିରେ ସ୍ନାନ କରନ୍ତି, ତେବେ ଏହା ଆପଣଙ୍କ ଚର୍ମ ଓ କେଶ ପାଇଁ ଲାଭଦାୟକ ।

ଧ୍ୟାନରେ ରଖନ୍ତୁ ଏହି ଜିନିଷ
ଯଦି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ତେବେ ଶୀତଦିନେ ଥଣ୍ଡା ପାଣିରେ ଗାଧୋଇବା ଅନୁଚିତ୍ । କାରଣ ଆପଣ ଥଣ୍ଡା, କାଶ, ନିମୋନିଆ, ଗଳା ସମାସ୍ୟାର ଓ ଜ୍ୱର ଭଳି ସମସ୍ୟାରେ ପୀଡିତ ହୋଇପାରନ୍ତି । ଏହା ବ୍ୟତୀତ, ଯଦି ଆପଣ ହୃଦଘାତ କିମ୍ବା ଉଚ୍ଚ ରକ୍ତଚାପର ରୋଗୀ, ତେବେ ଥଣ୍ଡା ପାଣିରେ ଗାଧୋଇବା ଠାରୁ ଦୂରେଇ ରୁହନ୍ତୁ । କାରଣ ଏହା କରିବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ ।