କପାଳଭାତି ପ୍ରଣାୟାମ: ଜାଣନ୍ତୁ ନିୟମିତ ଅଭ୍ୟାସର ସୁଫଳ ଏବଂ ସାବଧାନତା
Advertisement

କପାଳଭାତି ପ୍ରଣାୟାମ: ଜାଣନ୍ତୁ ନିୟମିତ ଅଭ୍ୟାସର ସୁଫଳ ଏବଂ ସାବଧାନତା

ନିୟମିତ କପାଳଭାତି ପ୍ରାଣାୟାମ କରିବା ଦ୍ୱାରା ନର୍ଭସ ସିଷ୍ଟମ ବା ସ୍ନାୟବିକ ପ୍ରଣାଳୀ ସହିତ ଜଡିତ ସମସ୍ୟାଗୁଡ଼ିକ ଦୂର ହୋଇଥାଏ । ଏ

କପାଳଭାତି ପ୍ରଣାୟାମ: ଜାଣନ୍ତୁ ନିୟମିତ ଅଭ୍ୟାସର ସୁଫଳ ଏବଂ ସାବଧାନତା

ସମସ୍ତେ ଚାହାଁନ୍ତି ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବାକୁ । କିନ୍ତୁ ଏହି ଇଚ୍ଛା ପୂରଣ ପାଇଁ ଖାଦ୍ୟ ଏବଂ ଜୀବନଶୈଳୀକୁ ମଧ୍ୟ ଉତ୍ତମ କରିବା ଆବଶ୍ୟକ । ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ସବୁଠାରୁ ସହଜ ଓ ପ୍ରଭାବଶାଳୀ ଉପାୟ ହେଉଛି ଯୋଗ । ନିୟମିତ ଯୋଗାସନ ଅଭ୍ୟାସ କରିବା ଦ୍ୱାରା ଶରୀର କେବଳ ସୁସ୍ଥ ରହିଥାଏ, ତାହା ନୁହେଁ ଏହା ଶରୀରକୁ ବିନିଷ୍ଟକାରୀ ବାହ୍ୟ ଶକ୍ତି ବିରୋଧରେ ଲଢ଼ିବା ପାଇଁ ମଧ୍ୟ ସହାୟକ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏପରି ଏକ ଯୋଗ ବିଷୟରେ ଜଣାଇବାକୁ ଚାହୁଛୁ ଯାହାକୁ ଯୋଗ ଶାସ୍ତ୍ରରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ ।

ଶରୀରକୁ ସୁସ୍ଥ ରଖିବା ପାଇଁ ସର୍ବଶ୍ରେଷ୍ଠ ଉପାୟ ଯୋଗ ଏବଂ ପ୍ରାଣାୟାମ । ଅନେକ ପ୍ରକାର ପ୍ରାଣାୟାମ ମଧ୍ୟରେ କପାଳଭାତି ପ୍ରାଣାୟାମ ବେଶ ପ୍ରଭାବଶାଳୀ । ଏହା ଅତ୍ୟନ୍ତ ସରଳ । ଯେକୌଣସି ବ୍ୟକ୍ତି ଏହି ପ୍ରାଣାୟାମ କରିବା ପରେ ଏହାର ସୁଫଳ ପାଇପାରିବେ । ଆସନ୍ତୁ ଜାଣିବା କପାଳଭାତି ପ୍ରାଣାୟାମ (kapalbhati pranayama) ଅଭ୍ୟାସ ପ୍ରଣାଳୀ ଏବଂ ଏହାର ସ୍ୱାସ୍ଥ୍ୟଗତ ଉପକାରିତା ବିଷୟରେ ।

ନିୟମିତ କପାଳଭାତି ପ୍ରାଣାୟାମ କରିବା ଦ୍ୱାରା ହୃଦୟ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ । କପାଳଭାତି ଅଭ୍ୟାସ କରିବା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ବୃଦ୍ଧି ପାଇଥାଏ । ଏହାସହିତ ହାର୍ଟ ବ୍ଲକେଜ ସମସ୍ୟା ଦୂର ହୋଇଯାଇଥାଏ ।

କପାଳଭାତି ପ୍ରାଣାୟାମ ଅଭ୍ୟାସ ଦ୍ୱାରା କିଡନୀ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ । ବର୍ତ୍ତମାନ  ସମୟରେ, ଅସନ୍ତୁଳିତ ଖାଦ୍ୟ ଏବଂ ଲୋକଙ୍କ ଜୀବନଶୈଳୀ ଯୋଗୁ କିଡନୀରେ ଷ୍ଟୋନ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ କପାଳଭାତି ପ୍ରାଣାୟାମ ନିଶ୍ଚିତ ଭାବରେ ଅଭ୍ୟାସ କରିବା ଆବଶ୍ୟକ ।

କୋଷ୍ଠକାଠିନ୍ୟ ସମସ୍ୟାର ସମାଧାନ ପାଇଁ କପାଳଭାତି ପ୍ରାଣାୟାମ ବେଶ ଲାଭଦାୟକ । ଏହି ଅଭ୍ୟାସ ହଜମ ପ୍ରକ୍ରିୟାକୁ ଦ୍ରୁତ କରିବା ପାଇଁ କାର୍ଯ୍ୟ କରିଥାଏ । କପାଳଭାତି ପ୍ରାଣାୟାମ କରିବା ଦ୍ୱାରା ପେଟରେ ହଜମ କ୍ରିୟାକୁ ଦ୍ରୁତ କରୁଥିବା ଏନଜାଇମ ଗୁଡ଼ିକ ଅଧିକ ସକ୍ରିୟ ହୋଇଥାନ୍ତି । ତେଣୁ ହଜମ ପ୍ରକ୍ରିୟା ଭଲ ହୋଇଯାଏ ।

ନିୟମିତ କପାଳଭାତି ପ୍ରାଣାୟାମ କରିବା ଦ୍ୱାରା ନର୍ଭସ ସିଷ୍ଟମ ବା ସ୍ନାୟବିକ ପ୍ରଣାଳୀ ସହିତ ଜଡିତ ସମସ୍ୟାଗୁଡ଼ିକ ଦୂର ହୋଇଥାଏ । ଏହା ବ୍ରେନ ସେଲ୍ସକୁ ଅକ୍ସିଜେନ ଯୋଗାଣ ବଢ଼ାଇଥାଏ । ମସ୍ତିଷ୍କ କୋଷ (barin cells)ଗୁଡ଼ିକର ଉନ୍ନତି ଏବଂ ସ୍ମୃତିର କ୍ଷମତା ବଢ଼ାଇବା ପାଇଁ କପାଳଭାତି ପ୍ରାଣାୟାମ ଅଭ୍ୟାସ ବେଶ ଲାଭଦାୟକ ।

କେଶ ଝଡ଼ିବା (hair fall) ସମସ୍ୟା ପାଇଁ ମଧ୍ୟ ଲାଭଦାୟକ କପାଳଭାତି ପ୍ରାଣାୟାମ ।  ଏହି ପ୍ରାଣାୟାମ ଅଭ୍ୟାସ କରିବା ଦ୍ୱାରା ତ୍ୱଚାରେ ରକ୍ତ ସଞ୍ଚାଳନ ଦ୍ରୁତ ହୋଇଥାଏ । ଏହାସହିତ ଶରୀରର ସମସ୍ତ କେଶ ମୂଳ ମଜଭୁତ ହୋଇଥାଏ ।

କପାଳଭାତି ପ୍ରଣାୟାମା ସାବଧାନତା
ଖୁବ ପ୍ରଭାବଶାଳୀ କପାଳଭାତି ପ୍ରାଣାୟାମ ଖୁବ ସହଜ ମନେ ହେଉଥିଲେ ବି ଅଭ୍ୟାସ କରିବା ପୂର୍ବରୁ କିଛି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ନଚେତ ଆପଣ ଗମ୍ଭୀର ସମସ୍ୟାରେ ପଡ଼ି ପାରନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସମ୍ପୂର୍ଣ୍ଣ ଖାଲି ପେଟରେ ହିଁ ଏହି ଅଭ୍ୟାସ କରାଯାଏ । ତେଣୁ କେବଳ ସକାଳ ସମୟରେ ପେଟ ଖାଲି ଥିବା ସମୟରେ ଏହି ଅଭ୍ୟାସ କରାଯାଇଥାଏ । ହଜମ ପ୍ରକ୍ରିୟା ଜାରି ଥିବାବେଳେ କପାଳଭାତି ପ୍ରାଣାୟାମ ଅଭ୍ୟାସ କଲେ ଏହାର ଫଳ ବିପରୀତ ହୋଇଥାଏ ।