Skin Allergies: ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଉପଚାର
Advertisement
Article Detail0/zeeodisha/odisha2272025

Skin Allergies: ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଉପଚାର

Skin Allergies: ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇଥାନ୍ତି ତ ଆଉ କିଏ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ,ପାଉଡର ଆଣି ଲଗାଇଥାନ୍ତି। ଯେଉଁଥିପାଇଁ ଅନେକ ଟଙ୍କା ତ ଖର୍ଚ୍ଚ ହୁଏ ତା ସହିତ ଚର୍ମ କଳା ପଡିବା,ଚର୍ମ ଶୁଷ୍କ ହେବା ଭଳି ସମସ୍ୟା ଦେଖାଦିଏ। କିନ୍ତୁ ଜାଣନ୍ତି କି, ଏମିତି କିଛି ସହଜ ଘରୋଇ ଉପାୟ ରହିଛି; ଯାହାକୁ ବ୍ୟବହାର କରି ଏହିସବୁ ସ୍କିନ୍‌ ଆଲର୍ଜିରୁ ସୁବିଧାରେ ମୁକ୍ତି ପାଇହେବ।

Skin Allergies: ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଉପଚାର

Skin Allergies: (Tapasa gyanadarshin) ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ଭଳି ସମସ୍ୟା ଦେଖାଦେଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି ଦାଗ ଦେଖାଯାଏ ପୁଣି କାହାର ଦେହ କୁଣ୍ଡାଇ ହୁଏ, ତ କାହା ର ବଥ ଉଠୀଯାଏ। ଏହିସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ କେହି କେହି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇଥାନ୍ତି ତ ଆଉ କିଏ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ,ପାଉଡର ଆଣି ଲଗାଇଥାନ୍ତି।
 ଯେଉଁଥିପାଇଁ ଅନେକ ଟଙ୍କା ତ ଖର୍ଚ୍ଚ ହୁଏ ତା ସହିତ ଚର୍ମ କଳା ପଡିବା,ଚର୍ମ ଶୁଷ୍କ ହେବା ଭଳି ସମସ୍ୟା ଦେଖାଦିଏ। କିନ୍ତୁ ଜାଣନ୍ତି କି, ଏମିତି କିଛି ସହଜ ଘରୋଇ ଉପାୟ ରହିଛି; ଯାହାକୁ ବ୍ୟବହାର କରି ଏହିସବୁ ସ୍କିନ୍‌ ଆଲର୍ଜିରୁ ସୁବିଧାରେ ମୁକ୍ତି ପାଇହେବ।

ଯେମିତି କି,ସତେଜ ଆଲୋଭେରାରୁ(ଘିକୁଆଁରୀ)ଖଣ୍ଡେ ଆଣି ତା’ ଭିତରର ଲାଳ ଅଂଶକୁ କାଢି ସ୍କିନ୍‌ର ଯେଉଁ ଅଂଶରେ ଆଲର୍ଜି ହୋଇଛି ସେଠାରେ ଲଗାଇବେ ଓ କିଛି ସମୟ ପରେ ଧୋଇଦେବେ। ଏମିତି କିଛିଦିନ କଲେ ଦେଖିବେ ଆଲର୍ଜି ସମସ୍ୟା କମିଯିବ।

- ଆଲର୍ଜି ସ୍ଥାନରେ ବରଫ ଖଣ୍ଡ(ସୂତା କପଡ଼ାରେ ଗୁଡ଼ାଇ)ଧୀରେ ଧୀରେ ମାଲିସ୍‌ କଲେ ବି କେତେକାଂଶରେ ମୁକ୍ତି ମିଳେ। 
- ସେହିପରି ନଡ଼ିଆ ତେଲରେ କିଛି କର୍ପୂରକୁ ଗୁଣ୍ଡ କରି ପକାଇବେ,ପରେ ସେହି ମିଶ୍ରଣକୁ ପ୍ରଭାବିତ ହୋଇଥିବା ସ୍ଥାନରେ ଦିନକୁ ଦୁଇଥର ଲଗାଇଲେ ସ୍କିନ୍‌ ରାଶେଶ୍‌ ସମସ୍ୟାରୁ କେତେକାଂଶରେ ମୁକ୍ତି ମିଳିଥାଏ। 
- ଲେମ୍ବୁ ଓ ହଳଦୀ ର ରସ କୁ ମିଶାଇ ଘିମିରିରେ ଲଗାଇବା ଦ୍ବାରା ମଧ୍ୟ ଘିମିରି ଭଲ ହୋଇଯାଇଥାଏ। 
- ପଇଡପାଣି ଓ ଲେମ୍ବୁ ପାଣି ଘିମିରି ହୋଇଥିବା ସ୍ଥାନରେ ଲଗାଇବା ଦ୍ଵାରା ଘିମିରି ଚିହ୍ନ ଲିଭିଯିବା ସହ ଚର୍ମ ର ସୋନ୍ଦର୍ଯ୍ୟ ଦ୍ଵିଗୁଣିତ ହୋଇଥାଏ।
- ସାଧାରଣତଃ ତରଭୁଜ ଖାଇବା ପରେ ତାର ଧଳା ଅଂଶକୁ ଆମେ ଫୋପାଡି ଦେଇଥାନ୍ତି।କିନ୍ତୁ ନଫୋପାଡି ଦେହରେ ଲଗାଇ ମସାଜ୍ କରିବା ଦ୍ୱାରା ଦେହ ସୁନ୍ଦର ଦେଖାଯିବା ସହିତ ଦେହରେ କୌଣସି ଚିହ୍ନ ରହିନଥାଏ।

(Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ପଦ୍ଧତି ଓ ଦାବିକୁ ଜି ଓଡ଼ିଶା ନ୍ୟୁଜ ନିଶ୍ଚିତ କରେ ନାହିଁ । ଏହାକୁ କେବଳ ପରାମର୍ଶ ଭାବରେ ନିଅନ୍ତୁ । ଏହିପରି କୌଣସି ଚିକିତ୍ସା / ଔଷଧ / ଡାଏଟ୍ ଅନୁସରଣ କରିବା ପୂର୍ବରୁ ସମ୍ପୃକ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।)