Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2459811

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1.ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳି ପଞ୍ଜିକରଣ । ଯେଉଁମାନେ ପୁରୀରେ କାର୍ତ୍ତିକ ବ୍ରତ ପାଳନ ସହ ପୁରୀରେ ସେହି ସମୟରେ ରହି ବ୍ରତ ପାଳନ କରିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ଏହି ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ପରି ଏ ବରତଷ ମଧ୍ୟେ ସେମାନଙ୍କୁ ମାଣାରେ ଅବଢ଼ା ଓ ରହିବା ପାଇୋ ଆଶ୍ରୟସ୍ଥଳ ପ୍ରଦାନ କରାଯିବ। ଏଥିଲାଗି ଅନଲାଇନ୍ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି। ନୂଆ ହବିଷ୍ୟାଳି ଏବଂ ବିଧବା ହବିଷ୍ୟାଳିଙ୍କୁ ଏଥିରେ ପ୍ରାତମିକତା ଦିଆଯିବ ବୋଲି ପୁରୀ ପ୍ରଶାସନ ପକ୍ଷରୁ କୁହାଯାଇଛି। 

2.ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ  ସଂଗ୍ରହ କରାଯାଇଥିବା ଅର୍ପଣ ଚାଉଳକୁ ନିଲାମ କରାଯାଇଛି। ସମୁଦାୟ ୧୦ ହଜାର ୩୨୨ କ୍ବିଣ୍ଟାଲ ଚାଉଳକୁ ନିମାପଡ଼ାର ମା ତାରିଣୀ ରାଇସ ମିଲ କିଣିଛି। ଏଥିଲାଗି ମିଲ୍‍ କ୍ୱିଣ୍ଟାଲ୍‍ ପିଛା ୨୭୮୦ ଟଙ୍କା ପ୍ରଦାନ କରିଛି । ସମୁଦାୟ ୨ କୋଟି ୮୬ ଲକ୍ଷ ୯୬ ହଜାର ଟଙ୍କା ଆଦାୟ କରାଯାଇଛି। ପୂର୍ବ ସରକାର ସମୟରେ ଏହି ଚାଉଳ ରାଜ୍ୟର ବିଭିନ୍ନ ଆଡ଼ୁ ସଂଗ୍ରହ କରାଯାଇଥିଲା। 

3.ଛତିଶଗଡ଼ର ଦାନ୍ତେଓ୍ୱାଡ଼ା- ନାରାୟଣପୁର ସୀମାରେ ୩୬ ଜଣ ନକ୍ସଲଙ୍କୁ ନିପାତ କରିଛି ରାଜ୍ୟ ପୁଲିସ, ଏବଂ ସ୍ୱତନ୍ତ୍ର ଟାସ୍କ ଫୋର୍ସ। ପୁଲିସର ନକ୍ସଲ ବିରୋଧୀ ଅପରେସନ୍‍ ବେଳେ ଏହି ସଫଳତା ମିଳିବା ସହ ବ୍ୟାପକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। 

4.ରାଜ୍ୟର ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ୍ ୧୬୦୦୯ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆଜି ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ଏହାକୁ ମୁଖ୍ୟମନ୍ତ୍ରୀ ମାହନ ଚରଣ ମାଝି ପ୍ରଦାନ କରିବେ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଠାରେ ଏହି ନିଯୁକ୍ତିପତ୍ର ପ୍ରଦାନ ପାଇଁ ଏକ ବିଶାଳ ସଭାର ଆୟୋଜନ କରାଯିବ। 

5.ଓଡ଼ିଶା ପୁଲିସରେ କନଷ୍ଟେବଳ ନିଯୁକ୍ତି କ୍ଷେତ୍ରରେ ବୟସ କୋହଳ କରିବାକୁ ହାଇକୋର୍ଟ ଏକ ରାୟ ଦେଇଛନ୍ତି। ଏହାସହ ପ୍ରାରକଥୀମାନଙ୍କୁ ଉଭୟ ଅନଲାଇନ ଓ ଅଫ୍-ଲାଇନରେ ପରୀକ୍ଷା ଦେବା ସୁଯୋଗ ମିଳିବ। ୫ ବର୍ଷ ବ୍ୟବଧାନରେ ଏପରି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ୧୩୨୦ ପଦବୀରେ ନିଯୁକ୍ତି ଲାଗି କୁହାଯାଇଛି। ଯେହେତୁ ୬ ବର୍ଷ ପରେ ଏହି ଖାଲିପଦବୀ ପ୍ରକାଶ ପାଇଛି ଏଣୁ ସେତେବେଳେ ଯୋଗ ହେଉଥିବା ପିଲାଙ୍କୁ ସୁଯୋଗ ନେବା ଲାଗି ବୟସ କୋହଳ କରିଛନ୍ତି ହାଇକୋର୍ଟ। 

6.ପାକିସ୍ତାନ ଯିବେ  ବୈଦେଶିକ ମନ୍ତ୍ରୀ ଏସ୍‍ ଜୟଶଙ୍କର। ସାଂଘଇ ସହକାରୀ  ସଂସ୍ଥା ବୈଠକରେ ଯୋଗ ଦେବା ଲାଗି ସେ ପାକିସ୍ତାନ ଗସ୍ତ କରିବେ ବୋଲି ସୂଚନା ଦେଇଛନ୍ତି। ୨୦୧୫ ପରେ ଏହା ହେଉଛି ତାଙ୍କର ପ୍ରଥମ ପାକିସ୍ତାନ ଗସ୍ତ। ଏଯାଏ କୌଣସି ଦ୍ୱିପାକ୍ଷିକ କଥାବାର୍ତ୍ତା ପାଇଁ ନିର୍ଦ୍ଧାରଣ କରାଯାଇ ନାହିଁ। 

7.ହରିୟାଣାରେ ଆଜି ମତଦାନ ଆରମ୍ଭ ହୋଇଛି। ୯୦ଟି ବିଧାନସଭା ନିର୍ବାଚନ ଲାଗି ଏହି ଭୋଟ୍‍ ଉଦ୍ଦିଷ୍ଟ। ଏହି କ୍ରମରେ ୧୦୩୧ ପ୍ରାରକଥୀ ଭୋଟ୍‍ ପାଇଁ ଲଢ଼ୁଛନ୍ତି। ୨୦ ହଜାର ୬୩୨ ବୁଥ ଖୋଲାଯାଇଛି। ଗତ ନିର୍ବାଚନରେ ବିଜେପି ୪୦ଟି ଆସନରେ ବିଜୟୀ ହୋଇଥିଲା। ସହଯୋଗୀ ଦଳମାନଙ୍କ ସହ ମିଶି ଦଳ ସରକାର ଗଢ଼ିଥିଲା। 

8.ବାଣିଜ୍ୟକ ଭିତ୍ତିରେ ଘରେ ଲାଗୁଥିବା ପାଇଖାନା ଉପରେ ଟିକସ ବସାଇବା ଲାଗି ହିମାଚଳ ସରକାର ଚିନ୍ତା କରିଥିବା ଦର୍ଶାଇଛି ବିଜେପି। ପାଇଖାନା ପିଛା ୨୫ ଟଙ୍କା ଦେୟ ଦେବା ଲାଗି ହିମାଚଳର କଂଗ୍ରେସ ସରକାର ବ୍ୟବସ୍ଥା କରିଥିବା ନେଇ ବିଜେପି ଅଭିଯୋ ରିବା ପରେ ଏହି ଆଦେଶ ପ୍ରତ୍ୟଶହାର ହୋଇଛି। ଏହାକୁ ଏକ ବିଭ୍ରାନ୍ତକାରୀ ବିଷୟ ବୋଲି କଂଗ୍ରେସ କହିଛି। ପଡ଼ୋଶାୀ ରାଜ୍ୟରେ ନିର୍ବାଚନ ଚାଲୁଥିବାରୁ ବିଜେପି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏପରି ପ୍ରଚାର ଚଳାଇଥିବା କହିଛି କଂଗ୍ରେସ। 

9.ଡିସେମ୍ବର ୨୮ ତାରିଖରୁ ହକି ଇଣ୍ଡିଆ ଲିଗ୍‍ ଆରମ୍ଭ ହେବ। ଏହା ଫେବୃୟାରୀ ୧ ତାରିଖ ଯାଏ ଚାଲିବ। ରାଉରକେଲା ଓ ରାଞ୍ଚିରେ ଏହି ମ୍ୟାଚ୍‍ ଖେଳାଯିବ। ୭ ବର୍: ପରେ ଏହି ପ୍ରତିଯୋଗୀତା ଖେଳାଯାଉଛି ଏଥିରେ ଉଭୟ ପୁରୁଷ ଓ ମହିଳା ହକି ଲିଗ୍‍ ଅନୁଷ୍ଠିତ ହେବ। ପୁରୁଷରେ ୮ଟି ଦଳ ଲବଂ ମହିଳାରେ ୬ ଦଳ ଭାଗ ନେବେ।

10. ପାର୍ବଣ ପୂର୍ବରୁ ବଦଳିଲା ପାଗର ମିଜାଜ୍।  ସୃଷ୍ଟ ହେଲା ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଏବଂ ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। କିନ୍ତୁ ଏହାର ପ୍ରଭାବ ଅଧିକ ରହିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଲଘୁଚାପ ପ୍ରଭାବରେ ଆଗାମୀ ୭ ଦିନ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ରାଜ୍ୟରେ କାଁ-ଭାଁ ସ୍ଥାନରେ ବର୍ଷା ରହିବ।  ଆଜି ବିଶେଷକରି, ବାଲେଶ୍ଵର, ମୟୂରଭଞ୍ଜ,  ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଭଦ୍ରକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ୧୦ ତାରିଖ ପରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।