Dengue Home Remedy: ଡେଙ୍ଗୁ ଜ୍ୱର ହେଲେ ଘରେ କରନ୍ତୁ ଏହି ୫ଟି ଉପାୟରେ ଚିକିତ୍ସା,କମିବନି ପ୍ଲେଟଲେଟ୍ !
Advertisement

Dengue Home Remedy: ଡେଙ୍ଗୁ ଜ୍ୱର ହେଲେ ଘରେ କରନ୍ତୁ ଏହି ୫ଟି ଉପାୟରେ ଚିକିତ୍ସା,କମିବନି ପ୍ଲେଟଲେଟ୍ !

Dengue Home Remedy: ଡେଙ୍ଗୁ ଜ୍ବର ରୋଗୀର ଶରୀରରେ ଅନେକ କ୍ଷତି କରିଥାଏ। ମଶା ଦ୍ବାରା (Dengue) ଏହି ଜ୍ବର ବ୍ୟାପିଥାଏ । ଡେଙ୍ଗୁ ଜ୍ବରରେ ପୀଡିତ ହୋଇଥିବା ବ୍ୟକ୍ତିଙ୍କ ମାନସିକ ସ୍ଥିତି ସହ ଶାରିରୀକ ସ୍ଥିତି ମଧ୍ୟ କିଛିଟା ମାତ୍ରାରେ ବିଗିଡିଥାଏ। ତେବେ, ଏହି ରୋଗର ଚିକିତ୍ସା କିଛି ଘରୋଇ ଉପଚାର ମାଧ୍ୟମରେ ମଧ୍ୟ କରାଯାଇପାରିବ। 

ସୌଜନ୍ୟ- ସୋସିଆଲ ମିଡ଼ିଆ

Dengue Home Remedy: ଏବେ ସବୁଠି ଡେଙ୍ଗୁ ଭୟ (Dengue)। ଡେଙ୍ଗୁ ଜ୍ୱରରେ(Dengue Fever) ପଡିତ ହେଉଛନ୍ତି ଅନେକ। ଡେଙ୍ଗୁ ଜ୍ବର ରୋଗୀର ଶରୀରରେ ଅନେକ କ୍ଷତି କରିଥାଏ। ମଶା ଦ୍ବାରା (Dengue) ଏହି ଜ୍ବର ବ୍ୟାପିଥାଏ । ଡେଙ୍ଗୁ ଜ୍ବରରେ ପୀଡିତ ହୋଇଥିବା ବ୍ୟକ୍ତିଙ୍କ ମାନସିକ ସ୍ଥିତି ସହ ଶାରିରୀକ ସ୍ଥିତି ମଧ୍ୟ କିଛିଟା ମାତ୍ରାରେ ବିଗିଡିଥାଏ। ତେବେ, ଏହି ରୋଗର ଚିକିତ୍ସା କିଛି ଘରୋଇ ଉପଚାର ମାଧ୍ୟମରେ ମଧ୍ୟ କରାଯାଇପାରିବ। ଆମେ ଜାଣୁ ଯେ ପ୍ରତିରୋଧ ମଧ୍ୟ ଏକ ପ୍ରକାର ଚିକିତ୍ସା, ତେଣୁ ଏହି ପ୍ରବନ୍ଧରେ ଆମେ ଡେଙ୍ଗୁ ନିରାକରଣ,ଘରୋଇ ଉପଚାର ଏବଂ ଚିକିତ୍ସା ବିଷୟରେ ଜାଣିବା (Dengue Home Remedy) । ତେବେ, ସେନେଇ ଆଜି ଆମେ ଆପଣଙ୍କୁ ବିସ୍ତୁତ ଭାବରେ କହିବୁ ।...

ଡେଙ୍ଗୁ ପ୍ରତିରୋଧ:

ଆମେ ବହୁତ ଭଲ ଭାବରେ ଜାଣୁ ଯେ ଡେଙ୍ଗୁ ଏକ ମଶା ଦ୍ବାରା ହେଉଥିବା ରୋଗ । ତେଣୁ ଆମେ ଯେତେବେଳେ ମଶା ଠାରୁ ନିଜକୁ ରକ୍ଷା କରିବୁ ସେତେବେଳେ ଆମେ ଏହାର ଚିକିତ୍ସା ଏବଂ ପ୍ରତିରୋଧ କରିପାରିବା। ନିଜକୁ ମଶାଠାରୁ ରକ୍ଷା କରିବା ପାଇଁ ଏଠାରେ କିଛି ଉପାୟ ଅଛି:

-ବର୍ଷା ଦିନେ ପୁରା ଫୁଲ୍-ସାର୍ଟ ପିନ୍ଧନ୍ତୁ ।

-ମଶାକୁ ଏଡାଇବା ପାଇଁ କ୍ରିମ୍ ମଧ୍ୟ ବ୍ୟବହାର କରାଯାଇପାରେ । 

-ରାତିରେ ଶୋଇବା ସମୟରେ ମଶାରୀ ଲଗାଇବା ଉଚିତ୍ । ମଶା ଧୂପ, ଅଲ ଆଲଟ୍ ଭଳି ଲିକୁଇଡ୍ ମଧ୍ୟ ରୁମରେ ବ୍ୟବହାର କରିପାରିବେ। 

-ଆପଣଙ୍କ ଚାରିପାଖରେ ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ। ଏବଂ ଘର ଭିତରେ ଏବଂ ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। 

ଡେଙ୍ଗୁ ଚିକିତ୍ସା ପାଇଁ କିଛି ଘରୋଇ ଉପଚାର:

-ଡାକ୍ତରମାନେ କହିଛନ୍ତି ଯେ ଭିଟାମିନ୍-ସି ଧାରଣ କରିଥିବା  ଖାଦ୍ୟ ପଦାର୍ଥ ଆପଣ ଖାଆନ୍ତୁ । ଏହା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢେ।  ଯାହା ଦ୍ବାରା ଆପଣ ଡେଙ୍ଗୁକୁ ରୋକାଯାଇପାରିବ। 

-କଦଳୀ ଏକ ଆଣ୍ଟିବାୟୋଟିକ୍ ଭଳି କାମ କରେ। ତେଣୁ ନିୟମିତ କଦଳୀ ଖାଆନ୍ତୁ , ଯାହା ଦ୍ବାରା ଡେଙ୍ଗୁକୁ ଏଡ଼ାଯାଇ ପାରିବା ।

-ବେସନକୁ ଫୁଟାଇବା ଏବଂ ଏହାକୁ ମହୁ ସହିତ ପିଇବା ଦ୍ବାରା ମଧ୍ୟ ଡେଙ୍ଗୁକୁ ରୋକିବା ସମ୍ଭବ ଅଟେ । ତୁଳସୀ ପତ୍ରକୁ ମଧ୍ୟ ଚା' ରୂପେ ବ୍ୟବହାର କରିବା ଦ୍ବାରା ମଧ୍ୟ ଡେଙ୍ଗୁକୁ ରୋକାଯାଇପାରିବ। ତୁଳସୀ ଆଣ୍ଟି-ବ୍ୟାକ୍ଟେରିଆ ଉପାଦାନ ଧାରଣ କରିଥାଏ। ଯାହା ଡେଙ୍ଗୁ ସଂକ୍ରମଣକୁ ରୋକିବାରେ ଲାଭଦାୟକ ଅଟେ ।

-ଡେଙ୍ଗୁ ଦ୍ବାରା ସୃଷ୍ଟି ହୋଇଥିବା ଦୁର୍ବଳତା ଏବଂ ରକ୍ତହୀନତାକୁ ଠିକ୍ ସ୍ତରକୁ ଆଣିବା ପାଇଁ ଡାଳିମ୍ବ ମଧ୍ୟ ଖାଇବା ଉଚିତ୍ ।

-(Giloy) ଗିଲୟେ ପତ୍ରକୁ ଜୁସ୍ କରି ପିଇବା ଦ୍ବାରା ଏହି ରୋଗରୁ ମୁକ୍ତି ମିଳିଥାଏ। ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। 

ଡେଙ୍ଗୁ ଚିକିତ୍ସା:
ଡେଙ୍ଗୁ ପାଇଁ ଏପର୍ଯ୍ୟନ୍ତ କୌଣସି ଟିକା ଉଦ୍ଭାବନ କରାଯାଇ ନାହିଁ, କିନ୍ତୁ ଏହି ରୋଗରେ ଭୟଭିତ ହେବାର କୌଣସି କାରଣ ନାହିଁ। ପ୍ରାରମ୍ଭିକ ଅବସ୍ଥାରେ ରୋଗୀଙ୍କୁ ପାରାସିଟାମଲ୍ ଦେବା ଦ୍ୱାରା ଆରାମ ମିଳିଥାଏ । ରୋଗୀଙ୍କୁ ଡିସପ୍ରିନ୍ କରିବା ଉଚିତ୍ ନୁହେଁ। ରୋଗୀଙ୍କୁ ପ୍ରଚୁର ତରଳ ପଦାର୍ଥ ଖାଇବାକୁ ଦିଆଯିବା ଉଚିତ ଏବଂ ସମୟ ସମୟରେ ORS ମଧ୍ୟ ଦିଆଯିବା ଉଚିତ୍। ଯଦି ତଥାପି ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗୁଛି, ତେବେ ରୋଗୀକୁ  ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।

Disclamer: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସୂଚନା ପାଇଁ ଅଟେ ଏବଂ ଡାକ୍ତରୀ ପରାମର୍ଶ, ନିରାକରଣ କିମ୍ବା ଚିକିତ୍ସା ପାଇଁ ଏକ ବିକଳ୍ପ ଭାବରେ ବିବେଚନା କରାଯିବା ଉଚିତ୍ ନୁହେଁ। କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ପାଇଁ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ କେବଳ ତାଙ୍କ ପରାମର୍ଶରେ ଔଷଧ ନିଅନ୍ତୁ।