Flaxseed Benefits: ଜାଣନ୍ତୁ ଶରୀରକୁ କିଭଳି ଫାଇଦା ଦେଇଥାଏ ଅଳସି ମଞ୍ଜି
Advertisement

Flaxseed Benefits: ଜାଣନ୍ତୁ ଶରୀରକୁ କିଭଳି ଫାଇଦା ଦେଇଥାଏ ଅଳସି ମଞ୍ଜି

ଫ୍ଲେକ୍ସସିଡ ବା ଲିନ୍‌ସିଡ ଏଥିରେ ପ୍ରଚୁର ପରିମାଣର ଭିଟାମିନ ସହ ସ୍ୱାସ୍ଥ୍ୟ ଉପଯୋଗୀ ପ୍ରୋଟିନ ଓ ଫାଇବର ମଧ୍ୟ ରହିଥାଏ । ଏହା ସୁସ୍ଥ ଓମେଗା -୩ ଫ୍ୟାଟି ଏସିଡ୍ ସହ ଫାଇବରର ଏକ ଉତ୍କୃଷ୍ଟ ଉତ୍ସ ଭାବରେ ଜଣାଶୁଣା। ଫ୍ଲେକ୍ସ ପ୍ଲାଣ୍ଟ ଯାହାର ବୈଜ୍ଞାନିକ ନାମ ଲିନମ୍ ୟୁଟିଟାଟିସିୟମ (Linum usitatissimum)ରୁ ଫ୍ଲେକ୍ସସିଡ୍ ବାହାରିଥାଏ ।

ସୌ(ସୋସିଆଲ ମିଡିଆ)

Flaxseed Benefits: ଫ୍ଲେକ୍ସସିଡ ବା ଲିନ୍‌ସିଡ ଏଥିରେ ପ୍ରଚୁର ପରିମାଣର ଭିଟାମିନ ସହ ସ୍ୱାସ୍ଥ୍ୟ ଉପଯୋଗୀ ପ୍ରୋଟିନ ଓ ଫାଇବର ମଧ୍ୟ ରହିଥାଏ । ଏହା ସୁସ୍ଥ ଓମେଗା -୩ ଫ୍ୟାଟି ଏସିଡ୍ ସହ ଫାଇବରର ଏକ ଉତ୍କୃଷ୍ଟ ଉତ୍ସ ଭାବରେ ଜଣାଶୁଣା।

ଫ୍ଲେକ୍ସ ପ୍ଲାଣ୍ଟ ଯାହାର ବୈଜ୍ଞାନିକ ନାମ ଲିନମ୍ ୟୁଟିଟାଟିସିୟମ (Linum usitatissimum)ରୁ ଫ୍ଲେକ୍ସସିଡ୍ ବାହାରିଥାଏ । ପ୍ରାୟ ୨ ଫୁଟ ଉଚ୍ଚ ବିଶିଷ୍ଟ ଏହି ଗଛ ଇଜିପ୍ଟରୁ ଆସିଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲେକ୍ସସିଡ ଚାଷ କରାଯାଉଛି। ନିୟମିତ ଭାବରେ ଫ୍ଲେକ୍ସସିଡ ଖାଇବା ଦ୍ୱାରା କୋଲେଷ୍ଟ୍ରଲ କମ ହେବା ସହ ଏହା ହୃତପିଣ୍ଡକୁ ସୁସ୍ଥ ରହିଥାଏ । କର୍କଟ ରୋଗ ହେବାର ଆଶଙ୍କା କମ କରିଥାଏ । ଜାଣନ୍ତୁ ଫ୍ଲେକ୍ସସିଡର କିଛି ସ୍ୱାସ୍ଥ୍ୟ ଉପକାରୀ ଗୁଣ ।

1. ପୁଷ୍ଟିକର ଉପାଦାନ ଫ୍ଲେକ୍ସସିଡ୍ ହେଉଛି ବିଶ୍ୱର ସର୍ବ ପୁରାତନ ଫସଲ । ଏହା ଉଭୟ ଗୋଲ୍ଡେନ ଓ ବାଦାମୀ ରଙ୍ଗରେ ଆସିଥାଏ ଓ ୨ଟି ଯାକ ଉପାଦାନ ସମାନ ଭାବରେ ପୁଷ୍ଟିକର। ପ୍ରୋଟିନ୍, ଫାଇବର, ଓମେଗା -୩ ଫ୍ୟାଟି ଏସିଡ୍, ଥିଏମାଇନ୍ ଓ କପର ସହ ଫ୍ଲେକ୍ସସିଡ୍ ଅନେକ ପୁଷ୍ଟିକର ଉପାଦାନର ଏକ ଉତ୍ତମ ଉତ୍ସ। ଫ୍ଲେକ୍ସସିଡରେ ଥିଏମାଇନ୍‌ ଓ ଭିଟାମିନ B ପ୍ରଚୁର ପରିମାଣରେ ରହିଥାଏ ଯାହାକି ଏନର୍ଜି ମେଟାବୋଲିଜିମ୍‌ (Energy Metabolism ) ଓ କୋଷ ଗୁଡିକର କାର୍ଯ୍ୟ ଶକ୍ତି (Cell Function) ବଢାଇ ଥାଏ। ଏହା ତମ୍ବା (copper) ର ଏକ ଉତ୍ତମ ଉତ୍ସ, ଯାହା ମସ୍ତିଷ୍କ ବିକାଶ, ପ୍ରତିରକ୍ଷା ପ୍ରଣାଳୀ ଓ ଆଇରନ ମେଟାବୋଲିଜିମ ( Iron Metabolism) ବଢାଇବାରେ ସହାୟକ ହୋଇଥାଏ ।

2. କର୍କଟ ରୋଗ ପ୍ରତିରୋଧକ ଫ୍ପ୍ଲେକ୍ସସିଡରେ କର୍କଟ ପ୍ରତିରୋଧ କରୁଥିବା ଲିଗନନ୍ (Lignan)‌ ଭରପୁର ରହିଥାଏ। ସ୍ତନ କର୍କଟ ଓ ପ୍ରୋଷ୍ଟେଟ କ୍ୟାନ୍‌ସର ଦୂର କରିବାରେ ଲିଗନନ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା  ଗ୍ରହଣ କରିଥାଏ । ଏହି ମଞ୍ଜିରେ ଥିବା ଆଣ୍ଟିଅକ୍ସିଡାଣ୍ଟ କୋଷକୁ କ୍ଷୟରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ଯାହା କର୍କଟ ରୋଗର କାରଣ ଅଟେ। ଏଥିରେ ଅନ୍ୟ ଉଦ୍ଭିଦ ଜାତୀୟ ଖାଦ୍ୟଠାରୁ ୫୦ ରୁ ୮୦୦ ପ୍ରତିଶତ ଅଧିକ ଲିଗନନ୍ (lignan) ରହିଥାଏ ।

Also Read- Naba Das: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ପାଇଁ ଡାକ୍ତରୀ ଟିମ୍ ପ୍ରସ୍ତୁତ, ଜାଣନ୍ତୁ ଟିମରେ ଅଛନ୍ତି କେଉଁ ବିଭାଗର ବରିଷ୍ଠ ଡାକ୍ତର

3. କୋଲେଷ୍ଟ୍ରଲ ସ୍ତର କମ୍ କରେ- ପେରିଫେରାଲ୍ ଧମନୀ ରୋଗରେ (Peripheral Artery Disease) ଆକ୍ରାନ୍ତ ବ୍ୟକ୍ତିଙ୍କୁ ନେଇ ୧ ମାସର ଅଧ୍ୟୟନ ଅନୁଯାୟୀ, ପ୍ରତିଦିନ ୪ ଚାମଚ ଫ୍ଲେକ୍ସସିଡ୍ ଚୂର୍ଣ୍ଣ (Milled Flaxseed) ଖାଇବା ଦ୍ୱାରା କୋଲେଷ୍ଟ୍ରଲ୍ର ସ୍ତର 15% ହ୍ରାସ ପାଇଥାଏ । ସେହିପରି ୧୧୨ ଜଣ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କୁ ନେଇ ଏକ ଅଧ୍ୟୟନରୁ ପ୍ରକାଶିତ ରିପୋର୍ଟରୁ ଜଣା ଯାଇଛି ଯେ ୪ ଚାମଚ (୩୦ ଗ୍ରାମ) ଫ୍ଲେକ୍ସସିଡ୍ ଖାଇବା ଦ୍ୱାରା ଶରୀରର BMI (Body Mass Index), କୋଲେଷ୍ଟ୍ରଲ ଓ ରକ୍ତଚାପରେ ହ୍ରାସ ଘଟାଇଥାଏ।