Hanuman Chalisa: ଜାଣନ୍ତୁ ହନୁମାନ ଚାଳିଶା ପଢିବାର ନିୟମ, ନହେଲେ ନାରାଜ ହୋଇଯାନ୍ତି ବଜରଙ୍ଗବଲୀ
Advertisement
Article Detail0/zeeodisha/odisha1521885

Hanuman Chalisa: ଜାଣନ୍ତୁ ହନୁମାନ ଚାଳିଶା ପଢିବାର ନିୟମ, ନହେଲେ ନାରାଜ ହୋଇଯାନ୍ତି ବଜରଙ୍ଗବଲୀ

Hanuman Chalisa Reading: ହନୁମାନ ଚାଳିଶା ପଢିବା ପାଇଁ କିଛି ନିୟମ ମଧ୍ୟ ରହିଛି। ଯଦି ଆପଣ ଏହି ନିୟମ ପାଳନ କରନ୍ତି ନାହିଁ ତାହେଲେ ବଜରଙ୍ଗ ବଲୀ ଆପଣଙ୍କ ଉପରେ ନାରାଜ ହୋଇପାରନ୍ତି। ହନୁମାନ ଚାଳିଶା ପଢିବା ପାଇଁ ରହିଥିବା ନିୟମ ସମ୍ପର୍କରେ ଜାଣନ୍ତୁ।   

Hanuman Chalisa: ଜାଣନ୍ତୁ  ହନୁମାନ ଚାଳିଶା ପଢିବାର ନିୟମ, ନହେଲେ ନାରାଜ ହୋଇଯାନ୍ତି ବଜରଙ୍ଗବଲୀ

Hanuman Chalisa Reading Rules: କଳିଯୁଗରେ  ଉପସ୍ଥିତ ରହି ନିଜର ଭକ୍ତଙ୍କ ଦୁଃଖ ଦୂର କରିଥାନ୍ତି ଭଗବାନ ହନୁମାନ। ପ୍ରତି ମଙ୍ଗଳବାର ଏବଂ ଶନିବାର ଭକ୍ତ ହନୁମାନ ମନ୍ଦିରରେ ଭିଡ଼ ଜମାଇଥାନ୍ତି। 
ଅନେକ ଲୋକ ସୁନ୍ଦରକଣ୍ଡ ଏବଂ ହନୁମାନ ଚାଳିଶା ପ୍ରତିଦିନ ପାଠ କରିଥାନ୍ତି। ହେଲେ କ'ଣ ଆପଣ ଜାଣନ୍ତି ଯେ ହନୁମାନ ଚାଳିଶା ପଢିବା ପାଇଁ କିଛି ନିୟମ ମଧ୍ୟ ରହିଛି। ଯଦି ଆପଣ ଏହି ନିୟମ ପାଳନ କରନ୍ତି ନାହିଁ ତାହେଲେ ବଜରଙ୍ଗ ବଲୀ ଆପଣଙ୍କ ଉପରେ ନାରାଜ ହୋଇପାରନ୍ତି। ହନୁମାନ ଚାଳିଶା ପଢିବା ପାଇଁ ରହିଥିବା ନିୟମ ସମ୍ପର୍କରେ ନିମ୍ନରେ ଜାଣନ୍ତୁ।   

କେତେବେଳେ ହନୁମାନ ଚାଳିଶା ପାଠ କରାଯିବା ଆବଶ୍ୟକ?
ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ହନୁମାନ ଚାଳିଶା ପାଠ କରାଯିବା ଆବଶ୍ୟକ। ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନ ଚାଳିଶା ପାଠ କରିବା ଉଚିତ୍। ଯଦି ବ୍ରହ୍ମ ମୂହୁର୍ତ୍ତରେ ହନୁମାନ ଚାଳିଶା ପାଠ କରାଯାଏ, ତାହେଲେ ଶୁଭ ଫଳାଫଳ ପ୍ରାପ୍ତ ହୋଇଥାଏ।

କେତେଥର ହନୁମାନ ଚାଳିଶା ପଢିବା ଉଚିତ୍?
ଆପଣଙ୍କ ଭକ୍ତି ଅନୁଯାୟୀ ଆପଣ ହନୁମାନ ଚାଳିଶା ପାଠ ୭, ୧୧, ୨୧, ୪୦ ଏବଂ ୧୦୮ ଥର କରିପାରିବେ। ମଙ୍ଗଳବାର ହନୁମାନ ଚାଲିଶା ପାଠ କରିବା ଆରମ୍ଭ କରିବା ଅତ୍ୟନ୍ତ ଶୁଭ।

ନିୟମିତ ହନୁମାନ ଚାଳିଶା ପଢିବା ଦ୍ୱାରା କ'ଣ ଲାଭ ମିଳିବ?
ହନୁମାନ ଚାଳିଶା ନିୟମିତ ପାଠ କରିବା ଆତ୍ମବିଶ୍ୱାସ ବଢିଥାଏ। ନକାରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ନୂତନ ଶକ୍ତି ସଞ୍ଚାର ହୋଇଥାଏ। ଭୟ, ବିଶୃଙ୍ଖଳା ଏବଂ ଡର ଦୂର ହୋଇଥାଏ। ଆର୍ଥିକ, ଶାରୀରିକ ଏବଂ ମାନସିକ ସମସ୍ୟାର ସମାଧାନ ହୋଇଥାଏ। ସୁଖ ଏବଂ ସମୃଦ୍ଧତା ହାସଲ ହୁଏ। ମୁହଁରେ ସବୁବେଳେ ତେଜ ରହିଥାଏ ଏବଂ ଘରକୁ ଶାନ୍ତି ଆସିଥାଏ।

ହନୁମାନ ଚାଳିଶା କିପରି ପାଠ କରିବେ?
ହନୁମାନ ଚାଳିଶା ପାଠ କରିବା ପୂର୍ବରୁ ବଜରଙ୍ଗ ବଲୀର ଫଟୋ ଏକ ଲାଲ କପଡ଼ା ମଧ୍ୟରେ ରଖନ୍ତୁ। ଏହା ପରେ ଗାଈ ଘିଅରେ ଏକ ଦୀପ ଜାଳନ୍ତୁ। ହନୁମାନ ଚାଳିଶା ପାଠ କରିବା ବେଳେ, ଏକ ଲାଲ୍ ଆସନ ଉପରେ ବସନ୍ତୁ। ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦିଅନ୍ତୁ। ଏକ ସୁସ୍ଥ ପରିବେଶରେ ଏବଂ ଶାନ୍ତ ମନ ସହିତ ହନୁମାନ ଚାଲିଶା ପଢନ୍ତୁ। ହନୁମାନ ଚାଳିଶା ପାଠ ଶେଷ କରିବା ପୂର୍ବରୁ, ବୁନ୍ଦି ଲଡୁର ଭୋଗ ଚଢାନ୍ତୁ। ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ମଙ୍ଗଳଦୋଷ ଭଳି ଅନେକ ସମସ୍ୟା ଦୂର ହୋଇଥାଏ।

(ସତର୍କତା: ଉପରୋକ୍ତ ତଥ୍ୟ ସାଧାରଣ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ। Zee News ଏହାକୁ ସୁନିଶ୍ଚିତ କରେ ନାହିଁ।)