Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ଆସନ୍ତାକାଲି ଶପଥ ନେବେ ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ୪ ବର୍ଷିଆ କାର୍ଯ୍ୟକାଳ ବୁଧବାର ଶେଷ ହୋଇଛି। ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି । ଏଥିପାଇଁ ସେ ଫ୍ଲୋରିଡାରୁ ପରିବାର ସହ ୱାସିଂଟନ ଡିସିକୁ ବିମାନରେ ଯାତ୍ରା କରିଛନ୍ତି । ଟ୍ରମ୍ପଙ୍କ ଶପଥଗ୍ରହଣ ସମାରୋହରେ ଭାରତରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସମେତ ବିଭିନ୍ନ ଦେଶର ବରିଷ୍ଠ ନେତା ତଥା ବଡ଼ ପଦପଦବୀର ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
Headlines 02- ଚଳିତବର୍ଷର ପ୍ରଥମ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର ପ୍ରୟାଗରାଜ କୁମ୍ଭ ମେଳା କଥା କହିଛନ୍ତି । ପ୍ରୟାଗରାଜ କୁମ୍ଭ ମେଳା ଆମ ପରମ୍ପରାର ଜ୍ବଳନ୍ତ ଉଦାହରଣ' । 'ଜାତି, ବର୍ଣ୍ଣ, ଧର୍ମ ଭେଦଭାବ ନରଖି ଲୋକମାନେ ଏବଂ ସାଧୁ ସନ୍ଥମାନେ ଏଠାରେ ଏକାକାର ହୋଇଛନ୍ତି'। ଧନୀ, ଗରିବ କିଛି ଭେଦ ଭାବ ନରଖି ଏକାଠି ବୁଡ଼ ପକାଉଛନ୍ତି । ମନ୍ କି ବାତ୍ରେ ନିର୍ବାଚନ ଆୟୋଗକୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଅନ୍ତରୀକ୍ଷରେ ବୈଜ୍ଞାନିକଙ୍କ ସଫଳତା ପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
Headlines 03- ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣାରେ ରିମାଣ୍ଡରେ ୫ ଦିନିଆ ରିମାଣ୍ଡରେ ଯାଇଛି ଅଭିଯୁକ୍ତ । ୨୪ ତାରିଖ ପର୍ଯ୍ୟନ୍ତ ରିମାଣ୍ଡ ଦେବାକୁ ବାନ୍ଦ୍ରା କୋର୍ଟଙ୍କ ଅନୁମତି ପ୍ରଦାନ କରିଛନ୍ତି । ଅଭିଯୁକ୍ତ ମହମ୍ମଦ ସରିଫୁଲକୁ ରିମାଣ୍ଡ ସମୟରେ ପଚରା ଉଚରା କରି ପୋଲିସ ଅନେକ ତଥ୍ୟ ହାସଲ କରିବ ବୋଲି ଆଶା କରାଯାଉଛି ।
Headlines 04- ଓଡ଼ିଶାରେ ଲିଥିୟମ ଖୋଜୁଛି ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ । ନୟାଗଡ଼ ଜିଲ୍ଲାର କିଛି ଅଞ୍ଚଲରେ ମାଟି ତଳେ ଲିଥିୟମ ଥିବା ସଙ୍କେତ ମିଳିଛି । ପ୍ରାକୃତିକ ସଂପଦ ଖୋଜିବା ପାଇଁ ବ୍ୟବହାର ହେଉଛି ନୂଆ ଟେକ୍ନୋଲୋଜି । ଏଥିସହ ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରକଳ୍ପ । ଡ୍ରୋନ୍ ଜରିଆରେ ଖଣିଜ ଖୋଜିବାକୁ ଆରମ୍ଭ କରାଯାଇଛି ଅଭିଯାନ । ଲିଥିୟମ, କପର୍ ଭଳି କ୍ରିଟିକାଲ ଖଣିଜ ଉପରେ ସରକାରଙ୍କ ଗୁରୁତ୍ବ ରହିଛି ।
Headlines 05- ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ଝିଅ ଦୀପାଳି ଦାସ ପ୍ରତିକ୍ରିୟା ରଖିଛନ୍ତି । ସିବିଆଇ ତଦନ୍ତ ପାଇଁ ଲିଖିତ ଅନୁସାରେ ଦେବୁ ବୋଲି ଦୀପାଳି କହିଛନ୍ତି। 'ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି'। ଅନ୍ୟପଟେ ଘଟଣାକୁ ଟାର୍ଗେଟ କରି ଜୟନାରାୟଣ ମିଶ୍ର କହିଛନ୍ତି ଯେ, ବିଳମ୍ବରେ ହେଲେ ବି ବୁଦ୍ଧି ଉଦୟ ହେଲା 'କେବଳ ମୁଖ୍ୟମନ୍ତ୍ରୀଙ୍କୁ ଲେଖିକି ଦେଲେ ହେବନି, କୋର୍ଟଙ୍କୁ ବି ଲେଖିକି ଦେବାକୁ ପଡ଼ିବ' । ଦଳ ହାରିଗଲା ପରେ ଏବେ ମନେ ପଡ଼ିଲା ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।
Headlines 06- ନାଇଜେରିଆ ଦେଶରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ପେଟ୍ରୋଲରେ ଭର୍ତ୍ତି ଏକ ଟ୍ୟାଙ୍କରରେ ହଠାତ୍ ବିସ୍ଫୋରଣ ଘଟି ବ୍ୟାପକ ଅଗ୍ନିକାଣ୍ଡ ଘଟି ୭୦ ଜଣଙ୍କର ମୃତ୍ୟୁ ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି ମୁଖ୍ୟ ହୁସେନି ଇସା ଏହି ଅଗ୍ନିକାଣ୍ଡକୁ ନିଶ୍ଚିତ କରିଛନ୍ତି। ଇନ୍ଧନ ସ୍ଥାନାନ୍ତର ସମୟରେ ଏହି ଦୁର୍ଘଟଣା ଘଟିଥିବା ସେ କହିଛନ୍ତି।
Headlines 07- କେନ୍ଦ୍ରାପଡା ଭିତରକନିକା ସମେତ ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ମୋଟ ୨୨ଟି ଟିମ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ୭ରୁ ୮ ଜଣ ଲେଖାଏଁ ବନ କର୍ମଚାରୀଙ୍କ ସମେତ ପ୍ରାଣୀ ବୈଜ୍ଞାନିକ ସାମିଲ ହୋଇଛନ୍ତି ।
Headlines 08- ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳତା ବନ୍ଦ ହୋଇପାରେ । ଏଥିପାଇଁ ଖୁବଶୀଘ୍ର ମାର୍ଗଦର୍ଶିକା ଜାରି କରାଯିବା ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ଅଶ୍ଳୀଳତାକୁ ନେଇ ସରକାର ମାର୍ଗଦର୍ଶିକା ଆଣିବେ ବୋଲି ସୂରଜ ସୂଚନା ଦେଇଛନ୍ତି । ତୁରନ୍ତ କଠୋର ଆଇନ ନଆଣିବାକୁ ଯାତ୍ରାପାର୍ଟି ମାଲିକ ସଂସ୍କୃତି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଯାତ୍ରା କମିଟି, କଳାକାର, ଯାତ୍ରା ମାଲିକଙ୍କ ସହ ଏ ବିଷୟରେ ଆଲୋଚନା ହୋଇଛି ।
Headlines 09- ଅଧାରେ ଭାଙ୍ଗିଗଲା ଯୁବକଙ୍କ ଆଇଆଇଟି ସ୍ବପ୍ନ । କୋଟାରେ କୋଚିଂ ନେଉଥିବା ସମୟରେ ଓଡ଼ିଆ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଟିଟିଆ ଗାଁର ଅଭିଜିତ ଗିରି । ଦୁଇଦିନ ତଳେ ହଷ୍ଟେଲରୁ ଅଭିଜିତଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ସେନେଇ ପୋଲିସ ତଦନ୍ତ କରୁଛି ।
Headlines 10- ନବ ଦାସ ହତ୍ୟା ପ୍ରସଙ୍ଗରେ ପ୍ରଦୀପ ପୁରୋହିତ ଏକ ବଡ଼ ବୟାନ ଦେଇଛନ୍ତି । 'ହତ୍ୟା ପଛରେ ଚକ୍ରାନ୍ତକାରୀ ଗୋଷ୍ଠୀର ହାତ ଥିବା ପୂର୍ବରୁ କହିଥିଲି, ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିବା ବ୍ୟକ୍ତି ମୁଖ୍ୟ ଷଡ଼ଯନ୍ତ୍ରକାରୀ, କିନ୍ତୁ ଦୁର୍ଭାଗ୍ୟ ସେ ସମୟରେ ତାଙ୍କ ପରିବାର ନିରବ ରହିଲେ ବୋଲି ପ୍ରଦୀପ ଅଭିଯୋଗ ଆଣିଛନ୍ତି । ପରଦା ପଛର ଖଳନାୟକମାନେ ଧରାପଡ଼ିବା ଦରକାର ବୋଲି ସେ ଦାବି କରିଛନ୍ତି ।