Guru Chandal Yog: ଏହି ଦିନଠାରୁ ଆରମ୍ଭ ହେଉଛି ଗୁରୁ ଚଣ୍ତାଳ ଯୋଗ, ଏହି ସବୁ ରାଶିଙ୍କ ପାଇଁ ବଢିପାରେ ଅଡୁଆ
Advertisement
Article Detail0/zeeodisha/odisha1644727

Guru Chandal Yog: ଏହି ଦିନଠାରୁ ଆରମ୍ଭ ହେଉଛି ଗୁରୁ ଚଣ୍ତାଳ ଯୋଗ, ଏହି ସବୁ ରାଶିଙ୍କ ପାଇଁ ବଢିପାରେ ଅଡୁଆ

Guru Chandal Yog Effects on Zodiac Signs:  ବୃହସ୍ପତି ଓ ରାହୁ ଏକତ୍ର ହେଲେ ଏହି ସମୟରେ ଗୁରୁ ଚଣ୍ତାଳ ଯୋଗ ସୃଷ୍ଟି ହୋଇଥାଏ । ଗୁରୁ ଓ ରାହୁଙ୍କ ଏହି ସଂଯୋଗ ୭ ମାସ ପର୍ଯ୍ୟନ୍ତ ଚାଲିବ।  ଏହି ଯୋଗ କାହା କିଛି ରାଶି ପାଇଁ ସମସ୍ୟା ସୃଷ୍ଟି କରିପାରେ ।

ସୌ(ସୋସିଆଲ ମିଡିଆ)

Guru Chandal Yog Effects on Zodiac Signs: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି (Zodiac Signs) ପରିବର୍ତ୍ତନ କରିଥାଆନ୍ତି, ଏହି କାରଣରୁ ଅନେକ ପ୍ରକାରର ଯୋଗ ସୃଷ୍ଟି ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୨ ଏପ୍ରିଲଠାରୁ ଗୁରୁ ଚଣ୍ତାଳ ଯୋଗ ଗଠିତ ହେବାକୁ ଯାଉଛି। ବୃହସ୍ପତି ଓ ରାହୁ ଏକତ୍ର ହେଲେ ଏହି ସମୟରେ ଗୁରୁ ଚଣ୍ତାଳ ଯୋଗ (Guru Chandal Yog) ସୃଷ୍ଟି ହୋଇଥାଏ । ପ୍ରକାଶ ଥାଉ କି, ଗୁରୁ ଓ ରାହୁଙ୍କ ଏହି ସଂଯୋଗ ୭ ମାସ ପର୍ଯ୍ୟନ୍ତ ଚାଲିବ। ଫଳରେ ଏହାର ପ୍ରଭାବ ସମସ୍ତ ରାଶିଙ୍କ ଉପରେ ପଡ଼ିବ । ଏହି ଗୁରୁ ଚଣ୍ତାଳ ଯୋଗ କାହା ପାଇଁ ସାଧାରଣ ତ କାହା ପାଇଁ ଅଶୁଭ ସାବ୍ୟସ୍ତ ହେବ । ତେବେ ଆସନ୍ତୁ ଜାଣିବା ଏହି ଯୋଗ କେଉଁ ରାଶି (Zodiac Signs) ପାଇଁ ସମସ୍ୟା ସୃଷ୍ଟି କରିବ ।

ଏହି ସବୁ ରାଶିଙ୍କ ଉପରେ ପଡ଼ିପାରେ ଖରାପ ପ୍ରଭାବ

ମେଷ ରାଶି (Aries)

ଗୁରୁ ଚଣ୍ତାଳ ଯୋଗ (Guru Chandal Yog) ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅଶୁଭ ଫଳ ପ୍ରଦାନ କରିପାରେ। ଏହି ରାଶିର ଲୋକମାନଙ୍କୁ ଶାରୀରିକ ଯନ୍ତ୍ରଣା ବା କଷ୍ଟର ସାମ୍ନା କରିବାକୁ ପଡି଼ପାରେ । ଆର୍ଥିକ କ୍ଷତି ମଧ୍ୟ ହୋଇପାରେ । ସ୍ୱାସ୍ଥ୍ୟ (Health)  ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ । ମନରେ ଭ୍ରାନ୍ତ ଧାରଣା ଆସିପାରେ । ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ମିଥୁନ ରାଶି (Gemini)

ମିଥୁନ ରାଶିର ଲୋକମାନଙ୍କ ଉପରେ ଏହି ଗୁରୁ ଚଣ୍ତାଳ ଯୋଗର ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିବ। ଆର୍ଥିକ କ୍ଷେତ୍ରରେ କ୍ଷତି ହୋଇପାରେ । ଅଶୁଭ ଖବର ମିଳିବା ନେଇ ସଙ୍କେତ ମିଳୁଛି । କୌଣସି କ୍ଷେତ୍ରରେ ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ । ଧର୍ଯ୍ୟର ସହିତ କାମ କରନ୍ତୁ, କାରଣ ଏହା କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ । ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ ।

ଧନୁ ରାଶି (Sagittarius)

ଗୁରୁ ଚଣ୍ତାଳ ଯୋଗ (Guru Chandal Yog) ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅଭୁଶ ଫଳ ପ୍ରଦାନ କରିପାରେ । ଏହି ରାଶିର ଲୋକମାନେ ଯାନବାହାନ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ବ୍ୟବସାୟରେ (Business)  କ୍ଷତି ହେବାର ସମ୍ଭାବନା ଅଛି । ଏହି ସମୟରେ ଧର୍ଯ୍ୟର ସହିତ କାମ କରନ୍ତୁ । ଖର୍ଚ୍ଚ ବୃଦ୍ଧି ପାଇବ। ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡି଼ପାରେ । କର୍ମକ୍ଷେତ୍ରରେ ମଧ୍ୟ ସମସ୍ୟା ଉପୁଜିପାରେ । ଘରେ ଅଶାନ୍ତି ଲାଗି ରହିବ । ଦମ୍ପତ୍ୟ ଜୀବନରେ  ସମସ୍ୟା ଉପୁଜିପାରେ ।

ଏହା ବି ପଢନ୍ତୁ- Shani dev: ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି କାମ; କୋଧିତ ହୋଇଥାଆନ୍ତି ଶନି ଦେବ, ପରିବାରରେ ହୋଇଥାଏ ବଡ଼ କ୍ଷତି

ଏହା ମଧ୍ଯ ପଢନ୍ତୁ-Horoscope Today 9 April 2023: ଆଜି ଏହି ୬ଟି ରାଶି ଉପରେ ହେବ ଧନର ବର୍ଷା, ଏହି ୩ଟି ରାଶି ପାଇଁ ବିପଦ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।