Green Peas: ମାତ୍ର କିଛି ମିନିଟରେ ଜାଣନ୍ତୁ ଗ୍ରୀନ୍ ମଟର ଅସଲି ନା ନକଲି, FSSAI କହିଲା ଏହି ସହଜ ଟ୍ରିକ୍
Advertisement

Green Peas: ମାତ୍ର କିଛି ମିନିଟରେ ଜାଣନ୍ତୁ ଗ୍ରୀନ୍ ମଟର ଅସଲି ନା ନକଲି, FSSAI କହିଲା ଏହି ସହଜ ଟ୍ରିକ୍

Green Peas: ଅସଲି ବଦଳରେ ନକଲି ମଟର କିଣୁ ଥାଉ, ଯାହା ଅସଲି ମଟର ପରି ଦେଖାଯାଏ କିନ୍ତୁ ସେଗୁଡ଼ିକର ସ୍ୱାଦ ସମ୍ପୂର୍ଣ୍ଣ ଭିନ୍ନ ରହିଥାଏ । ନକଲି ମଟର ଅର୍ଥାତ ରଙ୍ଗ ଲଗା ହୋଇଥିବା ନକଲି ମଟର, ଯାହା ରାନ୍ଧିବାବେଳେ ସେଗୁଡ଼ିକର ଚପା ଅଲଗା ହୋଇଯାଏ ଏବଂ ଏହାର ରଙ୍ଗ ହାଲୁକା ହୋଇଯାଏ । ଯଦି ଆପଣ ମଟର କିଣିବା ସମୟରେ ମଧ୍ୟ ଠକାମିର ଶିକାର ହୋଇଯାଆନ୍ତି, ତେବେ...

Green Peas: ମାତ୍ର କିଛି ମିନିଟରେ ଜାଣନ୍ତୁ ଗ୍ରୀନ୍ ମଟର ଅସଲି ନା ନକଲି, FSSAI କହିଲା ଏହି ସହଜ ଟ୍ରିକ୍

Green Peas: ଛୋଟ ସବୁଜ ରଙ୍ଗର ମିଠା ମଟର (Green Peas) ଶୀତକାଳୀନ ଖାସ୍ ପନିପରିବା ଯାହା ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରନ୍ତି । ମଟର (Peas) ଖାଇବା ଯେତିକି ସ୍ୱାଦିଷ୍ଟ ହୋଇଥାଏ, ସେତିକି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ମହଜୁଦ ଥିବା ପୋଷକ ତତ୍ତ୍ୱ ବିଷୟରେ ଆଲୋଚନା କରିବା ତ ବିଶେଷକରି ଫାଇଟୋନ୍ୟୁଟ୍ରିଏଣ୍ଟସ୍, ଲ୍ୟୁଟିନ୍ ଏବଂ ଜିଆକ୍ସାଣ୍ଟିନ୍ ଏବଂ ଭିଟାମିନ୍ ଏ, ବି, ସି, ଇ ଏବଂ କେ ମହଜୁଦ ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ । ଏଥିରେ ଥିବା ଫାଇବର ହଜମକୁ ଠିକ୍ ରଖେ । ଏଥିରେ ଥିବା ଚର୍ବିର ପରିମାଣ ଅତି ଅଳ୍ପ, ଯାହା ଓଜନକୁ ନିୟନ୍ତ୍ରଣରେ ରଖେ । ଏହା ହୃଦୟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ, କାରଣ ଏଥିରେ କୋଲେଷ୍ଟ୍ରଲ ନାହିଁ । ଏହିପରି ଗୁଣକାରୀ ମଟର ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

ମଟର କିଣିବା ସମୟରେ ଅନେକ ଥର ଆମେ ଠକାମିର ଶିକାର ହୋଇଥାଉ । ଅସଲି ବଦଳରେ ନକଲି ମଟର କିଣୁ ଥାଉ, ଯାହା ଅସଲି ମଟର ପରି ଦେଖାଯାଏ କିନ୍ତୁ ସେଗୁଡ଼ିକର ସ୍ୱାଦ ସମ୍ପୂର୍ଣ୍ଣ ଭିନ୍ନ ରହିଥାଏ । ନକଲି ମଟର ଅର୍ଥାତ ରଙ୍ଗ ଲଗା ହୋଇଥିବା ନକଲି ମଟର, ଯାହା ରାନ୍ଧିବାବେଳେ ସେଗୁଡ଼ିକର ଚପା ଅଲଗା ହୋଇଯାଏ ଏବଂ ଏହାର ରଙ୍ଗ ହାଲୁକା ହୋଇଯାଏ । ଯଦି ଆପଣ ମଟର କିଣିବା ସମୟରେ ମଧ୍ୟ ଠକାମିର ଶିକାର ହୋଇଯାଆନ୍ତି, ତେବେ FSSAI ଅର୍ଥାତ୍ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ପରାମର୍ଶ ଅନୁଯାୟୀ ଅସଲି ଓ ନକଲି ମଟର ଚିହ୍ନଟ କରିବା ପରେ କେବଳ ମଟର କିଣନ୍ତୁ । ଆସନ୍ତୁ ଜାଣିବା ମଟର ଖାଇବା ପୂର୍ବରୁ ଅସଲି ଓ ନକଲି ମଟର କିପରି ଚିହ୍ନଟ କରାଯାଏ ।

ଅଧିକ ପଢ଼ନ୍ତୁ:-ଖୁସି ଖବର: ଫିଟମେଣ୍ଟ ଫ୍ୟାକ୍ଟର୍ ଉପରେ ଆସିଲା ବଡ଼ ଅପଡେଟ୍, ଏହି ଦିନ ବଢ଼ିବ ଦରମା!

ଅଧିକ ପଢ଼ନ୍ତୁ:-ସ୍ୱାମୀଙ୍କ ସମ୍ପତ୍ତି ଉପରେ ଏତେ ରହିଥାଏ ସ୍ତ୍ରୀଙ୍କର ଅଧିକାର, ଜାଣନ୍ତୁ ଶାଶୁଘରର ସମ୍ପତ୍ତି ଉପରେ କେତେ ମିଳିଥାଏ ଅଧିକାର?

ଅଧିକ ପଢ଼ନ୍ତୁ:-ସାବଧାନ! ୨୦୨୩ରେ ଯଦି Google ରେ ସର୍ଚ୍ଚ କରିବେ ଏହି ୫ଟି ଜିନିଷ ତ ସିଧା ଯିବେ ଜେଲ

 

FSSAI (Food Safety and Standards Authority of India) ସବୁଜ ମଟରରେ ରଙ୍ଗ ମିଶ୍ରଣକୁ ପରୀକ୍ଷା କରିବା ପାଇଁ ସରଳ ଉପାୟ କହିଛି । ଏହା ଅନୁଯାୟୀ ଆପଣ ଗୋଟିଏ ଗ୍ଲାସ୍ ଗ୍ଲାସରେ କିଛି ସବୁଜ ମଟର ପକାନ୍ତୁ ଓ ଏହା ପରେ ଗ୍ଲାସରେ ପାଣି ଭରି ଏହାକୁ ଭଲ ଭାବରେ ମିଶାନ୍ତୁ ଏବଂ ଅଧ ଘଣ୍ଟା ଅପେକ୍ଷା କରନ୍ତୁ । ଯଦି ମଟର ଅସଲି ତେବେ ମଟରର ରଙ୍ଗ ଛାଡ଼ିବ ନାହିଁ । ଯଦି ମଟରରେ ରଙ୍ଗ ମିଶ୍ରଣ ହୋଇଛି ତେବେ ଗ୍ଲାସରେ ଥିବା ପାଣି ସବୁଜ ହୋଇଯିବ । ଯଦି ଆପଣ ଅସଲି ଓ ନକଲି ମଟର ଚିହ୍ନଟ କରିବାକୁ ଚାହାଁନ୍ତି ତେବେ ମଟରର ଶୁଦ୍ଧତାକୁ ଏହି ସହଜ ଉପାୟରେ ଯାଞ୍ଚ କରନ୍ତୁ ।