Grah Gochar 2023: ଆଜିଠୁ ଏହି ୫ ରାଶିରେ ଲାଗିଲା ଲଟେରୀ, କ୍ୟାରିୟରରେ ପାଇବେ ସଫଳତା ସାଙ୍ଗକୁ ଧନ ଢାଳିବେ ମାଆ ଲକ୍ଷ୍ମୀ!
Advertisement
Article Detail0/zeeodisha/odisha1697609

Grah Gochar 2023: ଆଜିଠୁ ଏହି ୫ ରାଶିରେ ଲାଗିଲା ଲଟେରୀ, କ୍ୟାରିୟରରେ ପାଇବେ ସଫଳତା ସାଙ୍ଗକୁ ଧନ ଢାଳିବେ ମାଆ ଲକ୍ଷ୍ମୀ!

Grah Gochar 2023 News In Odia : ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ବେଗରେ ଗତି କରନ୍ତି ଏବଂ ମାସେ ରୁ ୬ ମାସ ମଧ୍ୟରେ ସେମାନେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ (zodiac sign) ଚଳନ କରନ୍ତି। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ,ମେ ମାସରେ ତିନୋଟି ଗ୍ରହ ସେମାନଙ୍କର ରାଶି ପରିବର୍ତ୍ତନ କରିବେ। ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କରିଥିବା ବେଳେ ବୁଧ ( budh margi )ଓ ଶୁକ୍ର (shukra gochar)ମାସର ଶେଷରେ କର୍କଟ ରାଶିରେ ପ୍ରବେଶ କରିବେ। ଫଳରେ ଏହାର ପ୍ରଭାବ ସାଧାରଣତଃ ୫ଟି ରାଶି ଉପରେ ପଡିବାକୁ ଯାଉଛି । ମେ ମାସରେ ଏହି ରାଶିର ଲୋକେ ହେବେ ମାଲେମାଲ୍। ପଢନ୍ତୁ ପୁରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Grah Gochar 2023 News In Odia: ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ବେଗରେ ଗତି କରନ୍ତି ଏବଂ ମାସେ ରୁ ୬ ମାସ ମଧ୍ୟରେ ସେମାନେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ (zodiac sign) ଚଳନ କରନ୍ତି।  ଅର୍ଥାତ୍ ଗୋଟିଏ ରାଶିରୁ ଅନ୍ୟ ରାଶିକୁ  ଚଳନ କରନ୍ତି।  ଏପରିକି ଆଉ କେତେକ ଗ୍ରହ ଗୋଟିଏ ରାଶିରୁ ଆଉ ଏକ ରାଶିକୁ ଚଳନ କରିବାକୁ ଏକ ବର୍ଷ ସମୟ ନିଅନ୍ତି(Grah Gochar 2023) । ଗ୍ରହମାନେ ଗୋଟିଏ ଗ୍ରହରୁ ଅନ୍ୟ ଏକ ଗ୍ରହକୁ ଚଳନ କଲେ ୧୨ ରାଶି ଉପରେ ଏହାର ପ୍ରଭାବ ପଡିଥାଏ। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ,ମେ ମାସରେ ତିନୋଟି ଗ୍ରହ ସେମାନଙ୍କର ରାଶି ପରିବର୍ତ୍ତନ କରିବେ। ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କରିଥିବା ବେଳେ ବୁଧ ( budh margi )ଓ ଶୁକ୍ର (shukra gochar)ମାସର ଶେଷରେ କର୍କଟ ରାଶିରେ ପ୍ରବେଶ କରିବେ। ଫଳରେ ଏହାର ପ୍ରଭାବ ସାଧାରଣତଃ ୫ଟି ରାଶି ଉପରେ ପଡିବାକୁ  ଯାଉଛି । ଫଳରେ ଏହି ୫ଟି ରାଶିର ଲୋକଙ୍କ ଭାଗ୍ୟ ଫିଟିବାକୁ ଯାଉଛି।

ମେ ମାସରେ ଏହି ରାଶିର ଲୋକେ ହେବେ ମାଲେମାଲ୍:

ବୃଷ: ସୂର୍ଯ୍ୟ (surya gochar) ଏହି ରାଶିରେ ପ୍ରବେଶ କରିଥିବାରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଆସିବ। ଆର୍ଥିକ ସ୍ଥିତି ମଜବୁତ ହେବା ସହ ନୂଆ ଚାକିରୀ ମିଳିବାର ମଧ୍ୟ ସମ୍ଭାବନା ରହିଛି । ଏପରିକି ଆପଣଙ୍କୁ କାର୍ଯ୍ୟାଳୟରେ ନୂଆ ଦାୟିତ୍ବ ମିଳିବାର ମଧ୍ୟ ସମ୍ଭାବନା ରହିଛି । କେବଳ ସେତିକି ନୁହେଁ,ଘରେ ଶୁଖ ସମୃଦ୍ଧି ବୃଦ୍ଧି ହେବା ସହ ମାନସିକ ଚାପ ମଧ୍ୟ ଆପଣଙ୍କର ଦୂର ହେବ ।  ଦିର୍ଘ ଦିନ ଧରି ଅଧା ରହିଥିବା କାମ ସମୁର୍ଣ୍ଣ ହେବା ସହିତ ପାରିବାରିକ ଜୀବନ ମଧ୍ୟ ଖୁସିରେ କଟିବ। ଏହି ସମୟରେ ଆପଣ ନୂଆ ଘର ଓ ଗାଡି ମଧ୍ୟ କିଣି ପାରିବେ। ଏପରିକି ଜମି ମଧ୍ୟ କ୍ରୟ କରିବା ପାଇଁ ଏହା ଏକ ଅନୁକୂଳ ସମୟ ବୋଲି କୁହାଯାଇପାରିବ ।

Also Read: Today Horoscope 16 May 2023: ଆଜି ଏହି ଏସବୁ ରାଶି ଉପରେ ହେବ ଧନର ବର୍ଷା, ଜାଣନ୍ତୁ କେମିତି ରହିବ ମଙ୍ଗଳବାର

Also Read: Shani Sade Sati: ଏହି ସବୁ ରାଶିର ରାସ୍ତା ରୋକିବ ଶନୀ ସାଢେସତୀ, ଆପଣଙ୍କୁ ରହିବାକୁ ହେବ ସତର୍କ, ନଚେତ୍ ମାଡି଼ ଆସିବ ବିପଦ!

ସିଂହ: ବିଶେଷ ଭାବରେ ସିଂହ ରାଶିର ଲୋକେ ଏହି ମାସରେ ବେଶ ଶୁଭ ଫଳ ପାଇବେ।  ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ଆପଣଙ୍କର ସମ୍ପୁର୍ଣ୍ଣ ହେବ । ଏହି ସମୟରେ ଆପଣଙ୍କର ବିଦେଶ ଯାତ୍ରାର ଯୋଗ ରହିଛି । ହଠାତ୍ କେଉଁ ଆଡୁ ଧନପ୍ରାପ୍ତି ହେବାର ମଧ୍ୟ ଯୋଗ ରହିଛି ।  କାର୍ଯ୍ୟାଳୟରେ ଆପଣଙ୍କର ପଦୋନ୍ନତି ହେବାର ମଧ୍ୟ ସମ୍ଭାବନା ରହିଛି । ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ମଧ୍ୟ ସମାଧାନ ହେବା ସହ ରାୟ ଆପଣଙ୍କ ସପକ୍ଷରେ ଆସିବ । ଧାର୍ମିକ କାର୍ଯ୍ୟରେ ଆପଣଙ୍କର ଅଧିକାଂଶ ସମୟ କଟିବ। ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ। ଆୟ ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ରହିଛି। 

ତୁଳା: ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କରିଥିବାରୁ ଏହାର ପ୍ରଭାବ  ତୁଳା ରାଶି ଉପରେ ମଧ୍ୟ ଦେଖିବାକୁ ମିଳିବ।  ବ୍ୟବସାୟୀ ମାନଙ୍କ ପାଇଁ ଏହି ସମୟ ବେଶ ଅନୁକୂଳ ରହିବ।  ସେମାନେ ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ଏପରିକି କୌଣସି ଡିଲ୍ ମଧ୍ୟ ଫାଇନାଲ୍ କରିପାରିବେ। ଚାକିରି କରୁଥିବା ଲୋକମାନଙ୍କର ଆୟ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏପରିକି ସେମାନଙ୍କୁ କାର୍ଯ୍ୟାଳୟରେ ପଦୋନ୍ନତି ବି ମିଳିପାରେ। ଏହି ସମୟରେ,ଆପଣ ଏକ ଧାର୍ମିକ ଯାତ୍ରା କରିବାକୁ ଏକ ସୁଯୋଗ ପାଇପାରିବେ । ପରିବାର ସହ ଭଲ ସମୟ ବିତିବ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଲକ୍ଷ୍ମୀ ଦେବୀଙ୍କ କୃପା ରହିଥିବାରୁ ଆପଣଙ୍କ ଘରେ କେବେବି ଆର୍ଥିକ ଅଭାବ ଦେଖାଦେବନି। 

ବିଛା: ଏହି ମାସରେ ଏହି ରାଶିର ଲୋକଙ୍କ ଉପରେ ହାତୀ ସୁନା କଳସ ଢାଳିବ। ଏହି ସମୟ ମଧ୍ୟରେ ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବ। ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସମୁର୍ଣ୍ଣ ହେବ। ଆର୍ଥିକ ସ୍ଥିତି ମଜବୁତ ହେବା ସହ ନୂତନ ଚାକିରିର ସୁଯୋଗ ମଧ୍ୟ ରହିଛି। ରାଜନେତାଙ୍କ ପାଇଁ ସମୟ ଅନୁକୂଳ ରହିଛି । ଏହି ସମୟରେ ଏହି ରାଶିର ଲୋକେ ନୂଆ ଘର , ଗାଡି ମଧ୍ୟ କିଣି ପାରିବାର ସମ୍ଭାବନା ରହିଛି। 

ଧନୁ ରାଶି: ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କରିଥିବାରୁ ଏହାର ପ୍ରଭାବ ଧନୁ ରାଶିରେ ମଧ୍ୟ ଦେଖିବାକୁ ମିଳିବ।  ଏହି ସମୟରେ କାର୍ଯ୍ୟାଳୟରେ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି । କ୍ୟାରିୟରରେ ଆଶା ଠାରୁ ଅଧିକ ସଫଳତା ପାଇବେ। କମ୍ପିଟେଟିଭ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଏହି ସମୟରେ ଶୁଭ ଫଳ ପାଇବେ। 

କୁମ୍ଭ: କୁମ୍ଭ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ମଧ୍ୟ ସୂର୍ଯ୍ୟଙ୍କ ପରି ଚମକିବ। ଖାସ୍ କରି ଆର୍ଥିକ ସ୍ଥିତି ମଜବୁତ ହେବା ସହ ଘରେ ଲାଗି ରହିଥିବା ଆର୍ଥିକ ସ୍ଥିତିରେ ମଧ୍ୟ ପରିବର୍ତ୍ତନ ଆସିବ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ।  ଏହି ସମୟରେ ଆପଣ ନୂତନ ଜମି କିଣିବାର ମଧ୍ୟ ଯୋଗ ରହିଛି । ଏବଂ ବ୍ୟବସାୟୀ ମାନଙ୍କ ପାଇଁ ଏହି ସମୟ ବେଶ ଅନୁକୂଳ ରହିବ। ଏହି ସମୟରେ ସେମାନେ କୌଣସି ନୂଆ ଡିଲ୍ ମଧ୍ୟ ଫାଇନାଲ କରିପାରିବେ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )