Future Prediction: ଅଙ୍ଗୁଳି ଦେଇଥାଏ ଜୀବନ ସାଥୀ ବିଷୟରେ ସଙ୍କେତ, ଜାଣନ୍ତୁ ଏହି ବିଶେଷ ରିପୋର୍ଟରୁ...
Advertisement

Future Prediction: ଅଙ୍ଗୁଳି ଦେଇଥାଏ ଜୀବନ ସାଥୀ ବିଷୟରେ ସଙ୍କେତ, ଜାଣନ୍ତୁ ଏହି ବିଶେଷ ରିପୋର୍ଟରୁ...

Future Prediction: ଯେଉଁ ବ୍ୟକ୍ତିଙ୍କ ହସ୍ତର ଆଙ୍ଗୁଠି ସୁନ୍ଦର ଓ (finger)ଆକର୍ଷଣ ଯୁକ୍ତ ହୋଇଥାଏ । ସେମାନଙ୍କ ଜୀବନସାଥୀ(life partner) ସୁନ୍ଦର ଓ ବୈବାହିକ ଜୀବନ ସୁଖମୟ ହୋଇଥାଏ (Future Prediction)। ଯେଉଁ ବ୍ୟକ୍ତିମାନଙ୍କ ହସ୍ତର ଆଙ୍ଗୁଠି ଲମ୍ବା ଓ ପ୍ରତ୍ୟେକ ଆଙ୍ଗୁଠି ଗୁଡ଼ିକ କମ ବ୍ୟବଧାନରେ ଥାଏ ଏବଂ କାଣି ଆଙ୍ଗୁଠି ଅପେକ୍ଷାକୃତ ସାନ ଥାଏ, ସେମାନଙ୍କ ପତ୍ନୀ ସର୍ବଗୁଣ ସମ୍ପନ୍ନ ଓ କାର୍ଯ୍ୟରେ ତତ୍ପର ଅଟନ୍ତି। ପତିଙ୍କ ସହ ସୁଖଦୁଃଖ ସବୁ ସମୟରେ ସାଥି ହୋଇଥାଆନ୍ତି।

ସୌଜନ୍ୟ- ସୋସିଆଲ ମିଡ଼ିଆ

Future Prediction: ଯେଉଁ ବ୍ୟକ୍ତିଙ୍କ ହସ୍ତର ଆଙ୍ଗୁଠି ସୁନ୍ଦର ଓ (finger)ଆକର୍ଷଣ ଯୁକ୍ତ ହୋଇଥାଏ । ସେମାନଙ୍କ ଜୀବନସାଥୀ(life partner) ସୁନ୍ଦର ଓ ବୈବାହିକ ଜୀବନ ସୁଖମୟ ହୋଇଥାଏ (Future Prediction)। ଯେଉଁ ବ୍ୟକ୍ତିମାନଙ୍କ ହସ୍ତର ଆଙ୍ଗୁଠି ଲମ୍ବା ଓ ପ୍ରତ୍ୟେକ ଆଙ୍ଗୁଠି ଗୁଡ଼ିକ କମ ବ୍ୟବଧାନରେ ଥାଏ ଏବଂ କାଣି ଆଙ୍ଗୁଠି ଅପେକ୍ଷାକୃତ ସାନ ଥାଏ, ସେମାନଙ୍କ ପତ୍ନୀ ସର୍ବଗୁଣ ସମ୍ପନ୍ନ ଓ କାର୍ଯ୍ୟରେ ତତ୍ପର ଅଟନ୍ତି। ପତିଙ୍କ ସହ ସୁଖଦୁଃଖ ସବୁ ସମୟରେ ସାଥି ହୋଇଥାଆନ୍ତି। ଯେଉଁ ବ୍ୟକ୍ତିମାନଙ୍କ ହସ୍ତର ଆଙ୍ଗୁଠି ସାମାନ୍ୟ ବଡ଼ ଓ ଶକ୍ତ ହୋଇଥାଏ। ସେମାନଙ୍କ ପତ୍ନୀ କଥା କଥାରେ କ୍ରୋଧ କରିଥାଆନ୍ତି। ଭ୍ରମଣ କରିବା ସେମାନଙ୍କୁ ଖୁବ ପସନ୍ଦ ହୋଇଥାଏ। ଯେଉଁ ବ୍ୟକ୍ତିମାନଙ୍କ ହସ୍ତର ଆଙ୍ଗୁଠି ଖୁବ ଛୋଟ ଓ ଚଉଡ଼ାଯୁକ୍ତ ହୋଇଥାଏ ,ସେମାନଙ୍କ ଜୀବନରେ ବାଧାବିଘ୍ନ ସର୍ବଦା ଲାଗିରହିଥାଏ। ମାତ୍ର ବାଧାବିଘ୍ନ ସର୍ତ୍ତେ ନିଜର ନିଷ୍ଠାପଣ ହେତୁ ଜୀବନରେ ଖୁସି ମିଳିଥାଏ।

ପାଦର ଆଙ୍ଗୁଠି …

-ବହୁ ଲୋକଙ୍କ ପାଦର ଆଙ୍ଗୁଠି ବୁଢା ଆଙ୍ଗୁଠି ଠାରୁ ଅନ୍ୟ ଆଙ୍ଗୁଠି ମାନେ କ୍ରମଶଃ କମି କମି ଆସିଥାଏ। ଏହି ପ୍ରକାରର ବ୍ୟକ୍ତିମାନେ ସର୍ବଦା ଅନ୍ୟ ଉପରେ ପ୍ରଭାବ ବିସ୍ତାର କରିଥାଆନ୍ତି। ନିଜେ ସବୁକ୍ଷେତ୍ରରେ ଠିକ ବୋଲି କହିଥାଆନ୍ତି।
-ବହୁ ବ୍ୟକ୍ତିଙ୍କର ପାଦ ବୁଢା ଆଙ୍ଗୁଠି ସହ ତା ନିକଟରେ ଅନ୍ୟ ଦୁଇଟି ଆଙ୍ଗୁଠି ସମାନ ହୋଇଥାଏ। ଏପରି ବ୍ୟକ୍ତିମାନେ ଖୁବ ପରିଶ୍ରମୀ ହୋଇଥାଆନ୍ତି। ନିଜର କଠୋର ପରିଶ୍ରମ ଦ୍ୱାରା ଏମାନେ ସଫଳତା ପାଇଥାଆନ୍ତି।
-କେତେକ ବ୍ୟକ୍ତିଙ୍କର ବୁଢା ଆଙ୍ଗୁଠି ନିକଟରେ ଥିବା ଅନ୍ୟ ୨ଟି ଆଙ୍ଗୁଠି ବଡ଼ ହୋଇଥାଏ। ଏପରି ବ୍ୟକ୍ତିମାନେ ପ୍ରତ୍ୟେକ କାମକୁ କିଛି ନୂତନ ଢଙ୍ଗରେ କରିବାକୁ ପସନ୍ଦ କରିଥାଆନ୍ତି। ନୂଆ କାର୍ୟ୍ୟ କରିବାକୁ ଆଗ୍ରହୀ ଅଟନ୍ତି।
-କିଛି ବ୍ୟକ୍ତିମାନଙ୍କର ବୁଢା ଆଙ୍ଗୁଠି ଅପେକ୍ଷା ଅନ୍ୟ ଗୁଡିକ ଅପେକ୍ଷାକୃତ ସାନ ଥାଏ, ସେମାନେ ଖୁବ ଶାନ୍ତ ସ୍ୱଭାବର ଅଟନ୍ତି। ଏପରି ଲୋକଙ୍କୁ କ୍ରୋଧ ମଧ୍ୟ କମ ଆସେ।
-କିଛି ବ୍ୟକ୍ତିମାନଙ୍କର ବୁଢା ଆଙ୍ଗୁଠି ନିକଟର ୨ଟି ଆଙ୍ଗୁଠି ସମାନ ଥାଇ ଅନ୍ୟ ଗୁଡିକ ଅପେକ୍ଷାକୃତ ସାନ ଥାଏ, ସେମାନେ ବହୁ ସକରାତ୍ମକ ଢଙ୍ଗରେ କାର୍ୟ୍ୟ କରିବା ସହ ନିଜ କର୍ତ୍ତବ୍ୟ ପ୍ରତି ଦାୟିତ୍ୱବାନ ଅଟନ୍ତି।

(ପ୍ରତ୍ୟାଖ୍ୟାନ: ସଂପୃକ୍ତ ପ୍ରବନ୍ଧଟି ପାଠକଙ୍କ ସୂଚନା ଓ ସଚେତନତା ପାଇଁ । ଜି ଓଡ଼ିଶା ନ୍ୟୁଜ୍ ଏପରି ଦାବିକୁ ନିଶ୍ଚିତ କରେ ନାହିଁ । ଏହାକୁ ଗ୍ରହଣ କରିବା ପୂର୍ବରୁ ଏହି ବିଷୟରେ ଡାକ୍ତରୀ ପରାମର୍ଶ ନେବାକୁ ଆମେ ନମ୍ରତାର ସହିତ ଅନୁରୋଧ କରୁଛୁ । ଆମର ଉଦ୍ଦେଶ୍ୟ କେବଳ ଆପଣଙ୍କୁ ସୂଚନା ପ୍ରଦାନ କରିବା ।)

ଏହାବି ପଢନ୍ତୁ : Swara Bhasker Wedding: ହିନ୍ଦୁ ରୀତିରେ ପୁଣି ଥରେ ସ୍ବାମୀ ଫହାଦଙ୍କୁ ବିବାହ କରିବେ ସ୍ବରା ଭାସ୍କର, ଜାଣନ୍ତୁ ପ୍ରି-ଓ୍ବେଡିଂର ପୂରା କାର୍ଯ୍ୟସୂଚୀ

ଏହାବି ପଢନ୍ତୁ : DCW Chief Swati Maliwal: ପିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ସ୍ଵାତୀ ମାଲିୱାଲ, କହିଲେ- 'ମୋ ବାପା ମୋତେ କରିଥିଲେ ଯୌନ ଶୋଷଣ...'