Winter Skin Care: ଆପଣାନ୍ତୁ ଏହି ସବୁ ଟିପ୍ସ, ଶୀତଦିନେ ଚମକିବ ଆପଣଙ୍କ ତ୍ବଚା
Advertisement

Winter Skin Care: ଆପଣାନ୍ତୁ ଏହି ସବୁ ଟିପ୍ସ, ଶୀତଦିନେ ଚମକିବ ଆପଣଙ୍କ ତ୍ବଚା

Winter Skin Care: ଶୀତଦିନ ଆସିବା ମାତ୍ରେ ଚର୍ମ ଜନିତ ସମସ୍ୟା ଦେଖାଦେଇ ଥାଏ । ଖାସକରି ଶୀତଦିନରେ ଚର୍ମ ଶୁଖିଲା ବା ରୁକ୍ଷ ଦେବାଯିବା ଓ ଓଠ ଫାଟିବା ଭଳି ସମସ୍ୟା ଦେଖାଦେଇ ଥାଏ ।

ସୌଜନ୍ୟ : ସୋସିଆଲ ମିଡିଆ

Winter Skin Care: ଶୀତଦିନ ଆସିବା ମାତ୍ରେ ଚର୍ମ ଜନିତ ସମସ୍ୟା ଦେଖାଦେଇ ଥାଏ । ଖାସକରି ଶୀତଦିନରେ ଚର୍ମ ଶୁଖିଲା ବା ରୁକ୍ଷ ଦେବାଯିବା ଓ ଓଠ ଫାଟିବା ଭଳି ସମସ୍ୟା ଦେଖାଦେଇ ଥାଏ । ଚର୍ମର ଚମକ ଫରାଇ ଆଣିବା ପାଇଁ ସ୍କ୍ରିନ୍ ଲୋସନ ବା ତେଲ ଲଗାଯାଏ। କିନ୍ତୁ ଏହା ବେଶି ସମୟ ପର୍ଯ୍ୟନ୍ତ ରୁହେ ନାହିଁ । ଯାହାକୁ ନେଇ ଅଧିକାଂଶ ଲୋକେ ଚିନ୍ତିତ ଥାଆନ୍ତି । ଶୀତଦିନେ ପାଣି କମ୍ ପିଇବା ଯୋଗୁଁ ଚର୍ମ ଶୁଖିଲା ଦେଖାଯିବାର ମୁଖ୍ୟ କାରଣ । ଶୀତ ଦିନେ ଥଣ୍ତା ଅଧିକ ହେଉଥିବାରୁ ଅଧିକାଂଶ ଲୋକେ ଠିକ୍ ଭାବରେ ମଧ୍ୟ ପାଣି ପିଅନ୍ତି ନାହିଁ । ତେବେ, ଆଜି ଆମେ ଆପଣଙ୍କୁ କହିବୁ ଯେ, ଶୀତଦିନେ କଣ କଲେ ଆପଣଙ୍କ ତ୍ବଚାରେ ଚମକ ଆସିବା ସହ ସୌନ୍ଦର୍ଯ୍ୟ ମଧ୍ୟ ଅପରୂପ ରହିବ । 

ସୁପ୍ : 
ଶୀତଦିନେ ଗରମ ସୁପ୍ ପିଇବା ବହୁତ୍ ଭଲ । ଶୀତଦିନେ ଭେଜିଟେବୁଲ ସୁପ୍ ପିଇବା ସ୍ବାସ୍ଥ୍ୟ ପକ୍ଷେ ବେଶ ଫାଇଦାବାନ୍ । ଏହା ଶରୀରକୁ ମଧ୍ୟ ହାଇଡ୍ରେଟ୍ କରିଥାଏ । ଲଞ୍ଚ ପୂର୍ବରୁ ପ୍ରତ୍ୟକ ଦିନ ଭେଜିଟେବୁଲ ସୁପ୍ ପିଇବା ବହୁତ ଭଲ । ଯାହା ଆପଣଙ୍କୁ ପୁରା ଦିନ ହାଇଡ୍ରେଟ୍ ରଖିଥାଏ । 

ଗ୍ରୀନ୍ ଜୁସ୍ :
ଯଦି ଶୀତଦିନ ଆପଣ, ନିଜକୁ ଫିଟ୍ ରଖିବାକୁ ଚାହୁଁଛନ୍ତି । ତେବେ , ଆପଣ ପ୍ରତ୍ୟକ ଦିନ ନିଜ ଡାଏଟରେ ଫଳ ରସ ବା ବିଟ୍ ବା ଗାଜର ଜୁସ୍ ପିଇବା ଅଭ୍ୟାସ କରନ୍ତୁ । ଏହା ଶରୀରକୁ ହାଇଡ୍ରେଟ୍ କରିଥାଏ ଏବଂ ଚର୍ମକୁ ମଧ୍ୟ ଉଜ୍ଜ୍ୱଳ ରଖିବାରେ ସାହାର୍ଯ୍ୟ କରିଥାଏ । ତେଣୁ ଯଦି ଆପଣ ନିଜ ଶରୀରକୁ ସୁସ୍ଥ ଏବଂ ସୁନ୍ଦର କରିବାକୁ ଚାହୁଁଛନ୍ତି ତେବେ ଗ୍ରୀନ୍ ଜୁସ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । 

ଲେମ୍ବୁ:
ଶୀତଦିନେ ଲେମ୍ବୁ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ବେଶ ହିତକର । ଲେମ୍ବୁ ପାଣି ହଜମ ଶକ୍ତିକୁ ଠିକ୍ ରଖିବା ସହିତ ଚର୍ମକୁ ଉଜ୍ଜଳ ରଖିବାରେ ସାହାର୍ଯ୍ୟ କରିଥାଏ । ଲେମ୍ବୁରେ ଭିଟାମିନ୍ 'ସି'ରେ ଭରପୂର ମାତ୍ରାରେ ରହିଛି ।  ଏହି ପାନୀୟ ମଧ୍ୟ ଆପଣଙ୍କୁ ହାଇଡ୍ରେଟ୍ ରଖେ ।

ହର୍ବାଲ୍ ଟି'
ଚର୍ମରେ ଉଜ୍ଜଳତା ଆଣିବା ପାଇଁ  ହର୍ବାଲ୍ ଟି' ରାମବାଣ ପରି କାର୍ଯ୍ୟ କରିଥାଏ । ଗ୍ରୀନ୍ ଟି ଓ ଚାମୋମାଇଲ୍ ଟି ଶରୀରକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ । ଖାସ କରି ଶୀତଦିନେ, ଏହା ଚର୍ମରେ ଚମକ ଆଣିଥାଏ । ବିଭିନ୍ନ ହର୍ବାଲ୍ ଟି ଆପଣଙ୍କ ଆବଶ୍ୟକତା ଏବଂ ସ୍ୱାସ୍ଥ୍ୟ ଅନୁଯାୟୀ ପ୍ରତ୍ୟକ ଦିନ ପାନ କରିପାରିବେ । ଉଦାହରଣ ସ୍ୱରୂପ, ଦିନରେ ଗ୍ରୀନ୍ ଟି ପିଇବା ଲାଭଦାୟକ ହୋଇଥିବାବେଳେ ଚାମୋମାଇଲ୍ ଟି ରାତିରେ ପାନ କରିପାରିବେ । ଏହା ବ୍ୟତୀତ ପୁଦିନା ଚା, ହିବିସ୍କୁସ୍ ଟି, ଅଦା ଚା, ଏହି ସମସ୍ତ ଚା ଆବଶ୍ୟକତା ଅନୁଯାୟୀ ଆପଣ ପିଇ ପାରିବେ। କିନ୍ତୁ ମନେରଖନ୍ତୁ ଯେ, କୌଣସି ଚା' ଦୁଇ କପରୁ ଅଧିକ ପିଇବେନି । ଯାହା ଆପଣଙ୍କ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ । 

ହଳଦୀ କ୍ଷୀର :
ଶୀତଦିନେ ହଳଦୀ କ୍ଷୀର ପିଇବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।  ହଳଦୀ କ୍ଷୀର ପ୍ରତ୍ୟକ ଦିନ ପିଇବା ଦ୍ବାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଶୀତଦିନେ ଚର୍ମକୁ ହାଇଡ୍ରେଟ୍ କରିବା ପାଇଁ ପାଣି ପିଇବା ଆବଶ୍ୟକ ।