ମୂଷା ଉପଦ୍ରବରୁ ମିଳିବ ମୁକ୍ତି; ହତ୍ୟା ନୁହଁ ଆପଣାନ୍ତୁ ଏହି ୮ଟି ପ୍ରାକୃତିକ ଉପାୟ
Advertisement
Article Detail0/zeeodisha/odisha998121

ମୂଷା ଉପଦ୍ରବରୁ ମିଳିବ ମୁକ୍ତି; ହତ୍ୟା ନୁହଁ ଆପଣାନ୍ତୁ ଏହି ୮ଟି ପ୍ରାକୃତିକ ଉପାୟ

ବଜାରରେ ମୂଷା (Rat) ମାରିବା ପାଇଁ ରାଟ୍ କିଲର କିମ୍ୱା ମୂଷା ମରା ଔଷଧ ମିଳିଯାଇଥାଏ । ଯାହାକୁ ବ୍ୟବହାର କଲେ ମୂଷାମାନେ ଘରୁ ବାହାରକୁ ଯାଇ ସେମାନଙ୍କର ମୃତ୍ୟୁ ହୋଇଥାଏ । ହେଲେ ଅନେକ ସମୟରେ ଏହାକୁ ରଖିବା ଦ୍ୱାରା ମୂଷାମାନେ ଏହାକୁ ଖାଇ ଘରୁ ନପଳାଇ ଘରେ ହିଁ ମରିଯାଇଥାନ୍ତି ।

ପ୍ରତିକାତ୍ମକ ଫଟୋ

ଯଦି ଆପଣ ମୂଷାଙ୍କ ଆତଙ୍କରେ ନାକେଦମ ହୋଇଗଲେଣି ତାହା ହେଲେ ଆପଣ ଜାଣି ରଖନ୍ତୁ, ମୂଷା ଦାଉରୁ କିପରି ମୁକ୍ତି ପାଇବେ । ମୂଷାମାନଙ୍କୁ ହତ୍ୟା ନ କରି ଘରୁ ବାହାରକୁ ବାହାର କରାଯାଇପାରିବ । ଜାଣି ରଖନ୍ତୁ ଏହି ଉପାୟ, ଏହା ଆପଣଙ୍କ କାମରେ ନିଶ୍ଚିନ୍ତ ଆସିବ ।

ଅନେକ ସମୟରେ ପ୍ରାୟ ସମସ୍ତଙ୍କ ଘରେ ପଶି ମୂଷାମାନେ ନାକେଦମ କରିଦେଇଥାନ୍ତି । ଘରେ ମୂଷା ପଶିବା ସହ କପଡ଼ା ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀକୁ କାଟି ନଷ୍ଟ କରିଦେଇଥାନ୍ତି । ଏପରି ସ୍ଥଳେ ମୂଷାମାନଙ୍କୁ ଘରୁ ବାହାର କରିବାକୁ ଜରୁରୀ ହୋଇପଡ଼େ । ହେଲେ ଏହି କାମ ଅତ୍ୟନ୍ତ କଷ୍ଟକର ହୋଇଥାଏ । ଆପଣ ମୂଷା ପଛରେ ଯେତେ ଧାଇଁଲେବି ସେମାନେ କେତେବେଳେ ଗାତରେ ତ କେତେବେଳେ କେଉଁ କୋଣରେ ଲୁଚି ଯାଆନ୍ତି ଆଉ ନଜର ଆସି ନଥାନ୍ତି ।  

ବଜାରରେ ମୂଷା (Rat) ମାରିବା ପାଇଁ ରାଟ୍ କିଲର କିମ୍ୱା ମୂଷା ମରା ଔଷଧ ମିଳିଯାଇଥାଏ । ଯାହାକୁ ବ୍ୟବହାର କଲେ ମୂଷାମାନେ ଘରୁ ବାହାରକୁ ଯାଇ ସେମାନଙ୍କର ମୃତ୍ୟୁ ହୋଇଥାଏ । ହେଲେ ଅନେକ ସମୟରେ ଏହାକୁ ରଖିବା ଦ୍ୱାରା ମୂଷାମାନେ ଏହାକୁ ଖାଇ ଘରୁ ନପଳାଇ ଘରେ ହିଁ ମରିଯାଇଥାନ୍ତି । ଏହାପରେ ମୂଷା ମରି ଗନ୍ଧାଇବା ପରେ ହିଁ ମୂଷା ମରିଥିବା କଥା ଜଣାପଡ଼େ ।  ମୂଷାକୁ ଘରୁ ଘଉଡ଼ାଇବା ନିହାତି ଜରୁରୀ ଅଟେ । କାରଣ ମୂଷାଙ୍କ ଦ୍ୱାରା ଜୀବନ ନେବା ଭଳି ପ୍ଲେଗ୍ ରୋଗ ବ୍ୟାପିଥାଏ । ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କୁ କିଛି କୌଶଳ ଜଣାଉଛି । ଯାହା ଆପଣଙ୍କୁ ମୂଷା ଚିନ୍ତାରୁ ମୁକ୍ତି ମିଳିବ । ଆପଣ ଏହି ଉପାୟରେ ଆପଣାଇ ମୂଷା ମାନଙ୍କୁ ନ ମାରି ଘରୁ ଘଉଡ଼ାଇଦେଇ ପାରିବେ ।  

ତମାଖୁ:

fallback

ତମାଖୁ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ । ହେଲେ ଏହାକୁ ମୂଷାଙ୍କୁ ଘରୁ ଘଉଡ଼ାଇବାକୁ କାମରେ ଆସିଥାଏ । କାରଣ ତମାଖୁରେ ନିଶା ପଦାର୍ଥ ମିଶି ରହିଥାଏ । ଯାହାକୁ ଖାଇବା ଦ୍ୱାରା ମୂଷା ବେହୋସ ହୋଇଯାଇଥାନ୍ତି ।  

ଏକ ପାତ୍ରରେ ଚିମୁଟା ତମାଖୁ (tobacco) ନିଅନ୍ତୁ । ସେଥିରେ ୨ ଚାମଚ ଦେଶୀ ଘିଅ ମିଶାଇ ଘର ଭାବେ ଗୋଳାଇ ଦିଅନ୍ତୁ । ସେଥିରେ ବେସନ କିମ୍ୱା ଅଟା ମିଶାଇ ଗୋଲ ଗୋଲ ଗୁଳା ତିଆରି କରନ୍ତୁ । ଯେଉଁ ସ୍ଥାନରେ ମୂଷାମାନେ ଅଧିକ ଚଳପ୍ରଚଳ କରନ୍ତି, ସେଠାରେ ଏହି ପ୍ରସ୍ତୁତ ଗୁଳାକୁ ରଖି ଦିଅନ୍ତୁ । ଏହା ଦ୍ୱାରା ମୂଷାମାନେ ଏହାକୁ ଖାଇ ବେହୋସ ପରିସ୍ଥିତିକୁ ଆସି ଘରୁ ବାହାରକୁ ପଳାଇଯିବେ ।

ପୋଦିନା:

fallback

ପୋଦିନା (Mint) ବାସ ମୂଷାଙ୍କର ପକ୍ଷେ ବରଦାସ୍ତ ହୋଇନଥାଏ । ଯଦି ଆପଣ ମୂଷା ଗାଡ଼ରେ ପୋଦିନା ପତ୍ର ରଖିଦେବେ । ତେବେ ଗାଡ଼ରୁ ମୂଷା ବାହାରି ଆସିବା ସହ ଘରୁ ମଧ୍ୟ ବାହାରକୁ ପଳାଇଯାନ୍ତି ।  

ଗୋଲମରିଚ:

fallback

ଯଦି ଆପଣଙ୍କ ମୂଷାଙ୍କୁ ଘରୁ ଘଉଡ଼ାଇବାକୁ ଚାହାନ୍ତି, ତ ମୂଷା ଉପଦ୍ରବ କରୁଥିବା ସ୍ଥାନ ଓ ମୂଷା ଲୁଚି ରହିବା ସ୍ଥାନରେ ଗୋଲମରିଚ (Black Peper) ରଖି ଦିଅନ୍ତୁ, ମୂଷାମାନେ ସେହି ସ୍ଥାନ ଛାଡ଼ି ପାଳାଇଯିବେ । ଘରୁ ମୂଷାଙ୍କୁ ଘଉଡ଼ାଇବାକୁ ଏହା ବହୁତ ଫଳପ୍ରଦନ ହୋଇଥାଏ ।

ନାଲି ଲଙ୍କା:

fallback

ଖାଦ୍ୟରେ ବ୍ୟବହାର ହେଉଥିବା ନାଲି ଲଙ୍କା (Red Chilli) ଦ୍ୱାରା ମଧ୍ୟ ମୂଷାଙ୍କୁ ଘରୁ ଘଉଡ଼ାଯାଇପାରିବେ । ଘରେ ଯେଉଁ ସ୍ଥାନରେ ମୂଷା ଆତଙ୍କ ଖେଳାଉଛନ୍ତି ସେହି ସ୍ଥାନରେ ନାଲି ଲଙ୍କା ଛିଞ୍ଚି ଦିଅନ୍ତୁ ।  ଯାହା ଦ୍ୱାରା ସେହି ସ୍ଥାନ ଛାଡ଼ି ମୂଷାମାନେ ପଲାଇଯିବେ । ମୂଷାଙ୍କୁ ଘଉଡ଼ାଇବାକୁ ଏହା ଭଲ ଫଳପ୍ରଦ ହୋଇଯାଏ ।

ଫିଟିକିରି:

fallback

ମୂଷାଙ୍କ ବଡ଼ ଶତ୍ରୁ ହୋଇଥାଏ ଫିଟିକିରି (Alum stone) । ଆପଣ ଫିଟିକିରିକୁ ଗୁଣ୍ଡକରି ପାଉଡର ଘୋଳା ବନାଇ ଦିଅନ୍ତୁ । ଆଉ ମୂଷା ଗାଡ଼ ମହଁରେ ରଖିଦିଆନ୍ତୁ । ଏହାଦ୍ୱାରା ମୂଷାମାନେ ଫିଟିକିରି ଗନ୍ଧକୁ ସମ୍ଭାଳି ନପାରି ଘରୁ ପଳାଇଯିବେ । ଏହା ଏକ ସରଳ ପ୍ରକ୍ରିୟା ଅଟେ ।

ତେଜପତ୍ର:

fallback

ମୂଷାଙ୍କୁ ମାରିବାକୁ ତେଜପତ୍ର (Bay Leaf) ଏକ ରାମବାଣ ଉପାୟ । ତେଜପତ୍ର ବାସ୍ନାରେ ମୂଷାମାନେ ପାଳାଇଯାନ୍ତି । ଆପଣ ଚାହିଁଲେ ମୂଷା ଆସୁଥିବା ସ୍ଥାନରେ ତେଜପତ୍ର ରଖିପାରିବେ ।  ଆଉ ମୂଷାଙ୍କୁ ଘଉଡ଼ାଇଦେଇପାରିବେ।

କର୍ପୁର:

fallback

କର୍ପୁର (Camphor) କୁ ପୂଜାରେ ବ୍ୟବହାର କରାଯାଇଥାଏ । ଆପଣ ଜାଣି ରଖନ୍ତୁ କର୍ପୁରକୁ ମଧ୍ୟ ମୂଷା ଘଉଡ଼ାଇବାକୁ ଆପଣ ବ୍ୟବହାର କରିପାରିବେ । କର୍ପୁର ଗନ୍ଧରେ ମୂଷାଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି । ଆଉ ଘରୁ ବାହାରକୁ ପାଳାଇଯାଇଥାନ୍ତି ।

କେଶ:

fallback

ମୂଷା ମାନଙ୍କୁ ଘରୁ ବାହାରକୁ ଘଉଡ଼ାଇବାକୁ ସବୁଠାରୁ ସହଜ ଉପାୟ ହେଉଛି କେଶ (Hair) । କେଶଠାରୁ ମୂଷା ଦୂରରେ ରହିଥାନ୍ତି । କାରଣ କେଶ ଖାଇବା ଦ୍ୱାରା ମୂଷା ମାନଙ୍କର ମୃତ୍ୟୁ ହୋଯାଇଥାଏ । ସେଥିପାଇଁ କେଶ ନିକଟକୁ ମୂଷାମାନେ ଆସିବାକୁ ଡରିଥାନ୍ତି  ।