Sweet Potato Disadvantages: ଏହି ରୋଗରେ ପୀଡିତ ଥିଲେ ଭୁଲରେ ବି ଖାଆନ୍ତୁନି କନ୍ଦମୂଳ, ନଚେତ ଘାତକ ରୋଗର ହେବେ ଶୀକାର !
Advertisement

Sweet Potato Disadvantages: ଏହି ରୋଗରେ ପୀଡିତ ଥିଲେ ଭୁଲରେ ବି ଖାଆନ୍ତୁନି କନ୍ଦମୂଳ, ନଚେତ ଘାତକ ରୋଗର ହେବେ ଶୀକାର !

Sweet Potato Disadvantages: ଶୀତ ଋତୁରେ ବଜାରରେ ସାଧାରଣତଃ କନ୍ଦମୂଳ ବିକ୍ରି ହୋଇଥାଏ। ଅଧିକାଂଶ ଲୋକେ ମଧ୍ୟ କନ୍ଦମୂଳ ଖାଇବାକୁ ବେଶ ପସନ୍ଦ କରନ୍ତି । ଏଥିରେ ପ୍ରୋଟିନ୍, ଭିଟାମିନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଆଇରନ୍ ସହିତ ଅନେକ ପୋଷକ ତତ୍ତ୍ୱ ଥାଏ। ଯଦି ଜଣେ ବ୍ୟକ୍ତି ମେଦବହୁଳତା, ଶ୍ୱାସକ୍ରିୟା ଜନିତ ସମସ୍ୟାରେ ପୀଡିତ କି ପେଟ ଘା’ ସମସ୍ୟା ହୋଇଥାଏ ।

Sweet Potato Disadvantages: ଏହି ରୋଗରେ ପୀଡିତ ଥିଲେ ଭୁଲରେ ବି ଖାଆନ୍ତୁନି କନ୍ଦମୂଳ, ନଚେତ ଘାତକ ରୋଗର ହେବେ ଶୀକାର !

Sweet Potato Disadvantages: ଶୀତ ଋତୁରେ ବଜାରରେ ସାଧାରଣତଃ କନ୍ଦମୂଳ ବିକ୍ରି ହୋଇଥାଏ। ଅଧିକାଂଶ ଲୋକେ ମଧ୍ୟ କନ୍ଦମୂଳ ଖାଇବାକୁ ବେଶ ପସନ୍ଦ କରନ୍ତି । ଏଥିରେ ପ୍ରୋଟିନ୍, ଭିଟାମିନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଆଇରନ୍ ସହିତ ଅନେକ ପୋଷକ ତତ୍ତ୍ୱ ଥାଏ। ଯଦି ଜଣେ ବ୍ୟକ୍ତି ମେଦବହୁଳତା, ଶ୍ୱାସକ୍ରିୟା ଜନିତ ସମସ୍ୟାରେ ପୀଡିତ କି ପେଟ ଘା’ ସମସ୍ୟା ହୋଇଥାଏ । ତେବେ, କନ୍ଦମୂଳ ଏହି ସମସ୍ୟା ଗୁଡିକରୁ ମଣିଷକୁ ମୁକ୍ତି ଦେଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ, କନ୍ଦମୂଳ ଖାଇବା ଦ୍ବାରା ଶରୀର ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ, କିନ୍ତୁ ଆଜି ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଏହି ରୋଗ ଗୁଡିକରେ ପୀଡିତ ଥିବା ଲୋକମାନେ କନ୍ଦମୂଳ ଖାଇବା ଉଚିତ୍ ନୁହେଁ । 

ଏହି ରୋଗ ଗୁଡିକରେ ପୀଡିତ ଥିବା ବ୍ୟକ୍ତି କନ୍ଦମୂଳ ଖାଆନ୍ତୁ ନାହିଁ :

୧. ଯଦି ଜଣେ ବ୍ୟକ୍ତିଙ୍କ କୀଡନିରେ ଷ୍ଟୋନ ହୋଇଛି । ତେବେ ସେ  କନ୍ଦମୂଳ ଖାଇବା ଉଚିତ୍ ନୁହେଁ । ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, କନ୍ଦମୂଳରେ ଅକ୍ସାଲେଟର ପରିମାଣ ବହୁତ ଅଧିକ ଥାଏ । ଯାହା କିଡନୀ ଷ୍ଟୋନ ସମସ୍ୟାକୁ ବଢାଇବାରେ ସାହାର୍ଯ୍ୟ କରିଥାଏ । କାରଣ ଏଥିରେ ଥିବା ଅକ୍ସାଲେଟ୍ ପଥର ଉପରେ ଥଣ୍ଡା ହେବା ଆରମ୍ଭ କରିଦିଏ ଏବଂ ସମସ୍ୟା ବଢିବାରେ ଲାଗେ । 

୨. ଯଦି ଜଣେ ବ୍ୟକ୍ତି ହୃଦରୋଗରେ ପୀଡିତ, ତେବେ ସେ କନ୍ଦମୂଳ ଖାଇବା ଉଚିତ୍ ନୁହେଁ। କାରଣ ଏଥିରେ ପୋଟାସିୟମ ଅଧିକ ମାତ୍ରାରେ ମିଳିଥାଏ, ଯେଉଁ କାରଣରୁ ହାଇପରକାଲେମିଆର ଆଶଙ୍କା ବଢିଥାଏ । 

୩ . ମଧୁମେହ ରୋଗୀମାନେ ମଧ୍ୟ କନ୍ଦମୂଳ ଖାଇବା ଉଚିତ ନୁହେଁ । କାରଣ ଏହାର ବ୍ୟବହାର ଶରୀରରେ ରକ୍ତରେ ଶର୍କରା ସ୍ତରକୁ ବଢାଇଥାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, କିନ୍ତୁ ଭାରତରେ ପ୍ରାୟ ୭ କୋଟି ଲୋକେ ମଧୁମେହ ରୋଗରେ ପୀଡିତ ଅଛନ୍ତି । 

୪. ଯଦି ଆପଣ ପେଟ ଜନିତ ସମସ୍ୟାରେ ପୀଡିତ ଅଛନ୍ତି । ତେବେ ଭୁଲରେ ବି ଆପଣ କନ୍ଦମୂଳ ଖାଆନ୍ତୁ ନାହିଁ । ଏହାକୁ ଖାଇବା ଦ୍ୱାରା ଡାଇରିଆ, ପେଟ ଯନ୍ତ୍ରଣା ଏବଂ ଫୁଲିବା ସମସ୍ୟା ଆହୁରୀ ବଢିଥାଏ। 

ଏହାବି ପଢନ୍ତୁ : Breakup Reasons: ଆପଣଙ୍କ ପ୍ରେମ ସମ୍ପର୍କରେ ଦେଖାଯାଉଛି କି ଏହି ୪ଟି ଲକ୍ଷଣ ? ତେବେ ହୋଇପାରେ ବ୍ରେକଅପ୍

ଏହାବି ପଢନ୍ତୁ : Jaggery Water Benefits: ଗୁଡ ପାଣି ଶରୀର ପାଇଁ ହିତକର, ଜିମ ନଯାଇ ମଧ୍ୟ ପାଇବେ ଜିରୋ ଫିଗର୍

ଏହାବି ପଢନ୍ତୁ : Horoscope Today 17 December 2022: ଏହି ତିନି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ୍, ଘଟିପାରେ ଅଘଟଣ ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର

ଏହାବି ପଢନ୍ତୁ : Black Rice Benefits: ନିଜ ଡାଏଟରେ ସାମିଲ କରନ୍ତୁ କଳା ଚାଉଳ, ଏହି ୪ ଘାତକ ରୋଗରୁ ପାଇବେ ମୁକ୍ତି