ଅଧିକ ମାତ୍ରାରେ କଫି ପିଉଛନ୍ତି କି, ତେବେ ଜାଣିରଖନ୍ତୁ ଏହି ଜରୁରୀ କଥା...
Advertisement

ଅଧିକ ମାତ୍ରାରେ କଫି ପିଉଛନ୍ତି କି, ତେବେ ଜାଣିରଖନ୍ତୁ ଏହି ଜରୁରୀ କଥା...

କଫି ସେବନ କଲେ ଶରୀରରେ ବଢ଼ିଥିବା ୟୁରିକ୍ ଏସିଡ୍ କଣ୍ଟ୍ରୋଲ ହୋଇଥାଏ । କୁହାଯାଏ କଫି ପିଇଲେ କିଡନୀ ସଠିକ୍ ଭାବରେ ତାର କାମ କରିଥାଏ, ଯେଉଁଥି ପାଇଁ ୟୁରିକ୍ ଏସିଡ୍ କଣ୍ଟ୍ରୋଲ ରହିଥାଏ ।

ଅଧିକ ମାତ୍ରାରେ କଫି ପିଉଛନ୍ତି କି, ତେବେ ଜାଣିରଖନ୍ତୁ ଏହି ଜରୁରୀ କଥା...

 ନୂଆଦିଲ୍ଲୀ: ଅଫିସ କାମ ହେଉ ବା ଘର କାମ ଟିକିଏ ଫୁରସତ୍ ମିଳିଲେ ରିଲାକ୍ସ ହେବାକୁ ଦରକାର ପଡ଼ିଯାଏ ଚା ବା କଫି। ତେବେ ଚା'  ପ୍ରସ୍ତୁତି ସମୟାନୁବର୍ତ୍ତୀ ବୋଲି କଫି ପିଇବାକୁ ସମସ୍ତେ ଆଗ୍ରହ ପ୍ରକାଶ କରିଥାନ୍ତି। ତେବେ ଆପଣ ଜାଣିଛନ୍ତି କି, ଅଧିକ କଫି ପିଇଲେ ଶରୀରକୁ ଏହା କଣ ଫାଇଦା ଦେଇଥାଏ। କଫି ପିଇଲେ ଶରୀରରେ ହ୍ରାସ ପାଇଥାଏ ୟୁରିକ୍ ଏସିଡ୍। କାରଣ, କଫି ପିଇଲେ ଆପଣଙ୍କ କିଡନୀ ବହୁ ମାତ୍ରାରେ କାମ କରିଥାଏ । ଫଳରେ ଆପଣଙ୍କ ବଢ଼ିଥିବା ୟୁରିକ୍ ଏସିଡ୍ ନିୟନ୍ତ୍ରଣ ମଧ୍ୟ ହୋଇପାରିଥାଏ।

କଫି (Coffee) ସେବନ କଲେ ଶରୀରରେ ବଢ଼ିଥିବା ୟୁରିକ୍ ଏସିଡ୍ କଣ୍ଟ୍ରୋଲ ହୋଇଥାଏ । କୁହାଯାଏ କଫି ପିଇଲେ କିଡନୀ ସଠିକ୍ ଭାବରେ ତାର କାମ କରିଥାଏ, ଯେଉଁଥି ପାଇଁ ୟୁରିକ୍ ଏସିଡ୍ କଣ୍ଟ୍ରୋଲ ରହିଥାଏ । ଏଥିସହ ଖାଦ୍ୟରେ ବିଟ୍ କିମ୍ବା ଅଧିକରୁ ଅଧିକ ପାଣି ପିଇବା ଏବଂ କମଳା ଜୁସ୍ ପିଇଲେ ମଧ୍ୟ ୟୁରିକ୍ ଏସିଡ୍ କୁ କଣ୍ଟ୍ରୋଲ୍ କରାଯାଇପାରିବ । ତେବେ ଜାଣିରଖନ୍ତୁ କାହିଁକି ମଣିଷ ଶରୀରରେ ୟୁରିକ୍ ଏସିଡ୍ ର ବୃଦ୍ଧି ହୋଇଥାଏ। 

ଏହି କାରଣରୁ ବଢ଼ିଥାଏ ୟୁରିକ୍ ଏସିଡ୍ (Uric acid)

ରିପୋର୍ଟ ମୁତାବକ, ଆପଣଙ୍କ ଶରୀରରେ ୟୁରିକ୍ ଏସିଡ୍ ସେତେବେଳେ ବଢ଼ିଥାଏ, ଯେତେବେଳ କିଡନୀ ୟୁରିକ୍ ଏସିଡକୁ ସଠିକ୍ ଭାବେ ବାହାର କରିପାରିନଥାଏ । ଶରୀରରେ ହାଇ-ୟୁରିକ୍ ହେବା ଯୋଗୁଁ ଗଣ୍ଠି ଯନ୍ତ୍ରଣା, ଚଲାବୁଲାରେ ସମସ୍ୟା, ଗଣ୍ଠିରେ ପରିବର୍ତ୍ତନ, କଠିନତା, ଫୁଲା ଭଳି ସମସ୍ୟା ଦେଖାଦେଇଥାଏ।

କଫି ଛଡ଼ା ଏହି ସବୁ ଖାଇଲେ କଣ୍ଟ୍ରୋଲ ରହିଥାଏ ୟୁରିକ୍ ଏସିଡ୍ (Uric acid)

  • ୟୁରିକ୍ ଏସିଡ୍ କମାଇବା ପାଇଁ କଫି ପିଇବା ଛଡ଼ା ଆପଣ ବିଟ୍ ମଧ୍ୟ ଖାଇପାରିବେ । ବିଟ୍ ଖାଇଲେ ଆପଣଙ୍କ ବଢ଼ିଥିବା ୟୁରିକ୍ ଏସିଡ୍ ନିୟନ୍ତ୍ରଣ ହୋଇପାରିବ ।
  • ଅଧିକରୁ ଅଧିକ ପାଣି ପିଇବା (Drinking Water) ଜରୁରୀ, କାରଣ ଅଧିକ ପାଣି ପିଇବା ସ୍ବାସ୍ଥ୍ୟପାଇଁ ଭଲ। ସୂଚନା ମୁତାବକ ଅଧିକ ପାଣି ପିଇଲେ ଶରୀରରେ ଥିବା ଅଧିକ ୟୁରିକ୍ ଏସିଡ୍ ନିଷ୍କାସିତ ହୋଇଥାଏ ।
  • ଏହାଛଡ଼ା କମଳା ଜୁସ୍ (Orange Juice) ମଧ୍ୟ ଆପଣ ନିଜ ଡାଏଟରେ ସାମିଲ କରିପାରିବେ । କୁହାଯାଏ କମଳା ଜୁସ୍ ପିଇଲେ ୟୁରିକ୍ ଏସିଡ୍ କଣ୍ଟ୍ରୋଲ୍ ରହିବା ସହ ଶରୀରରେ ଗଣ୍ଠିଦରଜ ସମସ୍ୟା ମଧ୍ୟ କମ୍ ହୋଇଥାଏ।