ଜାମୁ ଖାଇବା ପରେ କରନ୍ତୁ ନାହିଁ ଏହିସବୁ ଖାଦ୍ୟ ସେବନ, ହୋଇପାରନ୍ତି ପେଟ ରୋଗର ଶିକାର
Advertisement

ଜାମୁ ଖାଇବା ପରେ କରନ୍ତୁ ନାହିଁ ଏହିସବୁ ଖାଦ୍ୟ ସେବନ, ହୋଇପାରନ୍ତି ପେଟ ରୋଗର ଶିକାର

ପଣ ଜାଣନ୍ତି କି ଏପରି କିଛି ଜିନିଷ ଅଛି ଯାହା ଜାମୁ ଖାଇବା ପରେ ତୁରନ୍ତ ଖାଇବା ଉଚିତ୍ ନୁହେଁ । ଯଦି ଆପଣ ଜାମୁ ଖାଇବା ପରେ ଏହି ଜିନିଷଗୁଡିକ ଖାଆନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। 

ଜାମୁ ଖାଇବା ପରେ କରନ୍ତୁ ନାହିଁ  ଏହିସବୁ ଖାଦ୍ୟ ସେବନ, ହୋଇପାରନ୍ତି ପେଟ ରୋଗର ଶିକାର

ଖରାଦିନେ ପ୍ରାୟ ସବୁ ସ୍ଥାନରେ ପ୍ରଚୁର ଜାମୁ (Indian blackberry) କୋଳି  ମିଳିଥାଏ । ବେଶ ସ୍ୱାଦିଷ୍ଟ ଏହି କୋଳି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ବିବେଚନା କରାଯାଏ । କାରଣ ଜାମୁରେ (Java Plum) ପ୍ରଚୁର ପରିମାଣରେ କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ ଭିଟାମିନ୍ ଭଳି ପୁଷ୍ଟିକର ଉପାଦାନ ଥାଏ ।  ତେଣୁ ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଏପରି କିଛି ଜିନିଷ ଅଛି ଯାହା ଜାମୁ ଖାଇବା ପରେ ତୁରନ୍ତ ଖାଇବା ଉଚିତ୍ ନୁହେଁ । ଯଦି ଆପଣ ଜାମୁ ଖାଇବା ପରେ ଏହି ଜିନିଷଗୁଡିକ ଖାଆନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ ଏବଂ ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି । ଆସନ୍ତୁ ଜାଣିବା ଜାମୁ ଖାଇବା ପରେ କେଉଁ ଜିନିଷ ଖାଇବା ଉଚିତ୍ ନୁହେଁ ।

ଜାମୁ ଖାଇବା ପରେ ସେବନ କରନ୍ତୁ ନାହିଁ ହଳଦୀ
ଜାମୁ ଖାଇବା ପରେ, ତୁରନ୍ତ ହଳଦୀ (Turmeric) ବ୍ୟବହାର ହୋଇଥିବା କୌଣସି ଖାଦ୍ୟ ଖାଇବା ଉଚିତ ନୁହେଁ । କାରଣ ଜାମୁ ଖାଇବା ପରେ ତୁରନ୍ତ ହଦଳୀରେ ତିଆରି ଜିନିଷ ଖାଇବା ଦ୍ୱାରା ପେଟ ସମସ୍ୟା ହୋଇପାରେ ।

ଜାମୁ ଖାଇବା ପରେ ତୁରନ୍ତି ପିଅନ୍ତୁ ନାହିଁ ପାଣି
ଜାମୁ ଖାଇବା ପରେ, ଲୋକମାନେ ପ୍ରାୟତଃ ପାଣି ପିଇଥାନ୍ତି । କାରଣ ଜାମୁ ସାମାନ୍ୟ କଷା ହୋଇଥିବାରୁ ଶୋଷ ଲାଗିଥାଏ । କିନ୍ତୁ ଆପଣ ଜାଣନ୍ତି କି ଜାମୁ ଖାଇବା ପରେ ତୁରନ୍ତ ପାଣି ପିଇଲେ ଏହା ବାନ୍ତିର କାରଣ ହେବା ସହ ହଜମ ସମସ୍ୟା ଦେଖା ଦେଇଥାଏ । ତେଣୁ ଜାମୁ ଖାଇବା ପରେ ଅତିକମରେ ୩୦ ମିନିଟ୍ ପରେ ପାଣି ପିଇବା ଉଚିତ୍ ।

ଜାମୁ ଖାଇବା ପରେ କରନ୍ତୁ ନାହିଁ କ୍ଷୀର ସେବନ
ଜାମୁ ଖାଇବା ପରେ ତୁରନ୍ତ କ୍ଷୀର (Milk) ପିଇବା ଉଚିତ୍ ନୁହେଁ । ଏପରିକି କ୍ଷୀରରେ ପ୍ରସ୍ତୁତ କୌଣସି ଖାଦ୍ୟ ତୁରନ୍ତ ଖାଇବା ମଧ୍ୟ ଠିକ ନୁହେଁ ।  କାରଣ ଯଦି ଆପଣ ଜାମୁ ଖାଇବା ପରେ ତୁରନ୍ତ କ୍ଷୀର ପିଅନ୍ତି , ତେବେ ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ ।

ଜାମୁ କାଇବା ପରେ ଖାଆନ୍ତୁ ନାହିଁ ଆଚାର
ଜାମୁ ଖାଇବା ପରେ ତୁରନ୍ତ କୌଣସି ପ୍ରକାର ଆଚାର (Pickle) ଖାଇବା ଉଚିତ୍ ନୁହେଁ ।  କାରଣ ପ୍ରାୟ ସମସ୍ତ ଆଚାର ଖଟା ହୋଇଥାଏ, ତେଣୁ ଯଦି ଆପଣ ଜାମୁ ଖାଇବା ପରେ ତୁରନ୍ତ ଆଚାର ଖାଆନ୍ତି, ଏହା ଫୁଡ ପଏଜନର କାରଣ ହୋଇଥାଏ ।

ସକାଳେ ଖାଲି ପେଟରେ ଖାଆନ୍ତୁ ନାହିଁ ଜାମୁ
ସକାଳେ ଖାଲି ପେଟରେ ଜାମୁ ଖାଇବା ଉଚିତ୍ ନୁହେଁ । କାରଣ ଯଦି ଆପଣ ସକାଳେ ଖାଲି ପେଟରେ ଜାମୁନ୍ ଖାଆନ୍ତି, ତେବେ ଏହା ଅମ୍ଳତା, ବାନ୍ତି ଭଳି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ।