Best time for Blood Sugar test: ମଧୁମେହ ରୋଗୀଙ୍କୁ ଦିନରେ ଏତିକି ଥର କରିବାକୁ ହୋଇଥାଏ ସୁଗାର ଲେବଲ ଯାଞ୍ଚ, ଜାଣି ରଖନ୍ତୁ ସଠିକ୍ ସମୟ
Advertisement

Best time for Blood Sugar test: ମଧୁମେହ ରୋଗୀଙ୍କୁ ଦିନରେ ଏତିକି ଥର କରିବାକୁ ହୋଇଥାଏ ସୁଗାର ଲେବଲ ଯାଞ୍ଚ, ଜାଣି ରଖନ୍ତୁ ସଠିକ୍ ସମୟ

Best time for Blood Sugar test: ଡ଼ାଇବେଟିସ ବା ମଧୁମେହ(Diabetes) ବର୍ତମାନ ସମୟରେ ସବୁଠୁ ବଡ଼ ରୋଗ ଭାବେ ଉଭା ହେଉଛି । କହିବାକୁ ଗଲେ ଘରେ ଘରେ ଡ଼ାଇବେଟିସ ରୋଗି ମିଳିବା ଏକ ସାଧାରଣ କଥା । ତେବେ ଜଣେ ମଧୁମେହ ରୋଗୀଙ୍କୁ ପ୍ରତ୍ୟେକ ଦିନ ନିଜ ବ୍ଲଡ଼ ସୁଗାର ଲେବୁଲ ଯାଞ୍ଚ କରାଇବା ଅବଶ୍ୟକ କି ନାହିଁ ? ଯଦି ହିଁ ତାହାଲେ ଦିନକୁ କେତେଥର ବ୍ଲଡ଼ ସୁଗାର ଯାଞ୍ଚ କରାଇବା ଉଚିତ୍ ? କେଉଁ ସମୟରେ ବ୍ଲଡ଼ ସୁଗାର ଯାଞ୍ଚ କଲେ ଏହା ଲାଭଦାୟୀ ହୋଇଥାଏ ? ତେବେ ଆସନ୍ତୁ ଏନେଇ ସମସ୍ତ ପ୍ରଶ୍ନ ନେଇ ଆଲୋଚନା କରିବା ।

ସୌ(ସୋସିଆଲ ମିଡିଆ)

Best time for Blood Sugar test: ଡ଼ାଇବେଟିସ ବା ମଧୁମେହ(Diabetes) ବର୍ତମାନ ସମୟରେ ସବୁଠୁ ବଡ଼ ରୋଗ ଭାବେ ଉଭା ହେଉଛି । କହିବାକୁ ଗଲେ ଘରେ ଘରେ ଡ଼ାଇବେଟିସ ରୋଗି ମିଳିବା ଏକ ସାଧାରଣ କଥା । ଏହି ରୋଗ ସାଧାରଣତଃ ଦୁଇ ପ୍ରକାର ହୋଇଥାଏ । ଏହାର ପ୍ରଥମ ଟାଇପ-୧ ଡ଼ାଇବେଟିସ (T1D) ଓ ଟାଇପ ଟୁ ଡ଼ାଇବେଟିସ (T2D) । ଟାଇପ – ୧ ଡ଼ାଇବେଟିସରେ ଆକ୍ରାନ୍ତ ଥିବା ରୋଗୀଙ୍କ ଶରୀରରେ ଇନସୁଲିନ ଉତ୍ପାଦନ ତିଆରେ ହେବା ବନ୍ଦ ହୋଇଯାଇଥାଏ ବା ବହୁତ କମ ପରିମାଣରେ ତିଆରି ହୋଇଥାଏ । ସେହିପରି ଟାଇପ-୨ ଡ଼ାଇବେଟିସ ରୋଗୀଙ୍କ ଶରୀରରେ ଇନସୁଲିନ ତିଆରି ହୋଇଥିଲେ ମଧ୍ୟ ଇନସୁଲିନ(Insulin) ପ୍ରତିରୋଧ ଯୋଗୁଁ ଏହାକୁ ବ୍ୟବହାର କରାଯାଇପାରିବ ନାହିଁ । ଏହି ଦୁଇଟି ଅବସ୍ଥାରେ ରୋଗୀର ବ୍ଲଡ଼ରେ ସୁଗାର ଲେବୁଲ ବଢିଯାଇଥାଏ । ଏଥରେ ପୀଡ଼ିତ ଥିବା ଲୋକେ ପ୍ରତ୍ୟେକ ଦିନ ନିଜ ବ୍ଲଡ଼ ସୁଗାର ଲେବଲ ଯାଞ୍ଚ କରିବା ଉଚିତ୍ । ଯାହା ଦ୍ବାରା ରୋଗକୁ ସଠିକ ଭାବରେ ତଦାରଖ କରାଯାଇପାରିବ । ତେବେ ଜଣେ ମଧୁମେହ ରୋଗୀଙ୍କୁ ପ୍ରତ୍ୟେକ ଦିନ ନିଜ ବ୍ଲଡ଼ ସୁଗାର ଲେବୁଲ ଯାଞ୍ଚ କରାଇବା ଅବଶ୍ୟକ କି ନାହିଁ ? ଯଦି ହିଁ ତାହାଲେ ଗୋଟିଏ ଦିନକୁ କେତେଥର ବ୍ଲଡ଼ ସୁଗାର ଯାଞ୍ଚ କରାଇବା ଉଚିତ୍ ? କେଉଁ ସମୟରେ ବ୍ଲଡ଼ ସୁଗାର ଯାଞ୍ଚ କଲେ ଏହା ଲାଭଦାୟୀ ହୋଇଥାଏ ? ତେବେ ଆସନ୍ତୁ ଏନେଇ ସମସ୍ତ ପ୍ରଶ୍ନ ନେଇ ଆଲୋଚନା କରିବା ।

ଦିନରେ କେତେ ଥର ଚେକ କରାଇବେ ସୁଗାର ଲେବୁଲ

ଦିଲ୍ଲୀର ଜଣେ ଡ଼ାକ୍ତରଙ୍କ କହିବା ଅନୁଯାୟୀ, ମଧୁମେହ ରୋଗୀମାନେ ଦିନକୁ ଅତି କମରେ ଦୁଇ ଥର ବ୍ଲଡ଼ ସୁଗାର ଲେବୁଲ ଯାଞ୍ଚ କରିବା ଉଚିତ୍ । ବେକ୍ରଫାଷ୍ଟ ପୂର୍ବରୁ ଓ ମଧ୍ଯାହ୍ନ ଭୋଜନ କିମ୍ବା ରାତି ଭୋଜନର ୨ ଘଣ୍ଟା ପରେ ବ୍ଲଡ଼ ସୁଗାର ଲେବୁଲ(Sugar Level) ଯାଞ୍ଚ କରିବା ଆବଶ୍ୟକ । ଯଦି ଆପଣ କୌଣସି କାରଣରୁ ଦୁଇଥର ବ୍ଲଡ଼ ସୁଗାର ଲେବୁଲ ଯାଞ୍ଚ କରିବାକୁ ସକ୍ଷମ ହୋଇପାରୁନାହାନ୍ତି ତାହାଲେ, ଅତିକମରେ ଥରେ ଯାଞ୍ଚ କରାଇ ନିଅନ୍ତୁ । ଖାଇବା ପୂର୍ବରୁ ଆପଣଙ୍କ ରକ୍ତରେ ଶର୍କରା ସ୍ତର ୧୦୦ ମିଗ୍ରା / dL ରୁ କମ୍ ହେବା ଉଚିତ୍ ଓ ଭୋଜନ ପରେ ୧୮୦ ମିଗ୍ରା / dLରୁ ଅଧିକ ହେବା ଉଚିତ୍ ନୁହେଁ । ଯଦି ବ୍ଲଡ଼ରେ ସୁଗାର ଲେବୁଲ ଏହାଠାରୁ ଅଧିକ, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

ଏହାମଧ୍ଯ ପଢନ୍ତୁ-Constipation Remedy: କୋଷ୍ଠକାଠିନ୍ୟରୁ ମୁକ୍ତି ଚାହୁଁଛନ୍ତି କି? ଡାଏଟରେ ସାମିଲ କରନ୍ତୁ ଏହି ୫ଟି ଖାଦ୍ୟ

ଡକ୍ଟରଙ୍କ କହିବା ଅନୁଯାୟୀ, ମଧୁମେହ ରୋଗୀମାନେ ଇନସୁଲିନ୍ ନେବା ପୂର୍ବରୁ ପ୍ରତ୍ୟେକ ଥର ସେମାନଙ୍କ ବ୍ଲଡ଼ ସୁଗାର ଯାଞ୍ଚ କରିବା ଉଚିତ୍। ତେବେ କେତେକ ସମୟରେ କିଛି ମଧୁମେହ ରୋଗୀଙ୍କୁ ଦିନକୁ ୨ରୁ ୩ ଓ ଅନ୍ୟ କେତେକ ରୋଗୀଙ୍କୁ ଦିନରେ ୪ ଥରେ ଇନସୁଲିନ୍ ନେବା ଲାଗି ଡ଼ାକ୍ତର ପରାମର୍ଶ ଦେଇଥାଆନ୍ତି । ସାଧାରଣତ ଟାଇପ୍ -୧ ଡାଇବେଟିସ୍ ରୋଗୀଙ୍କୁ ଇନସୁଲିନ୍ ଦିଆଯାଏ । ସେହିପରି ଯେତେବେଳେ ଟାଇପ୍-୨ ମଧୁମେହ ରୋଗୀଙ୍କ ସୁଗାର ଲେବୁଲ ନିୟନ୍ତ୍ରଣ ହୋଇପାରିନଥାଏ ସେହିଭଳି ପରିସ୍ଥିତିରେ ସେମାନଙ୍କୁ ଇନସୁଲିନ୍ ଡୋ଼ଜ ଦିଆଯାଇଥାଏ ।