Diabetes Alert: ସକାଳୁ ଜଳଖିଆରେ ଖାଉଛନ୍ତି କି ଏସବୁ ସ୍ୱାସ୍ଥ୍ୟକର ଖାଦ୍ୟ, ସାବଧାନ ବଢିପାରେ ଡାଏବେଟିସ୍ ର ଆଶଙ୍କା
Advertisement

Diabetes Alert: ସକାଳୁ ଜଳଖିଆରେ ଖାଉଛନ୍ତି କି ଏସବୁ ସ୍ୱାସ୍ଥ୍ୟକର ଖାଦ୍ୟ, ସାବଧାନ ବଢିପାରେ ଡାଏବେଟିସ୍ ର ଆଶଙ୍କା

Breakfast In Diabetes: କୌଣସି ଫଳର ରସ ପିଅନ୍ତୁ ନାହିଁ, କାରଣ ଫଳଗୁଡିକରେ ଥିବା ଚିନି ତୁରନ୍ତ ଫ୍ରୁକଟୋଜରେ ପରିଣତ ହୋଇ ସୁଗାର ସ୍ତରକୁ ବଢାଇଥାଏ। ତେବେ ଯଦି ଆପଣ ଡାଏବେଟିସ ରୋଗୀ ବା ଆପଣଙ୍କ ଘରେ କେହି ଡାଏବେଟିଲ ରୋଗୀ ଥାଆନ୍ତି ତେବେ ସାବଧାନ, ସକାଳ ଜଳିଖିଆ ଖାଇବା ଆଗରୁ ଏସବୁ ଉପରେ ଧ୍ୟାନ ରଖିବା ଜରୁରୀ।

 

Diabetes Alert: ସକାଳୁ ଜଳଖିଆରେ ଖାଉଛନ୍ତି କି ଏସବୁ ସ୍ୱାସ୍ଥ୍ୟକର ଖାଦ୍ୟ, ସାବଧାନ ବଢିପାରେ ଡାଏବେଟିସ୍ ର ଆଶଙ୍କା

Diabetes Alert:  ଯଦି ଆପଣ ଜଣେ ମଧୁମେହ ବା ଡାଏବେଟିସ ରୋଗୀ, ତେବେ ଜଳଖିଆ ପାଇଁ ଖାଦ୍ୟ ବାଛିବା ବେଳେ ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡି଼ବ କାରଣ ଏକ ଛୋଟ ଭୁଲ କେବଳ ଆପଣଙ୍କ ସୁଗାର ସ୍ତରକୁ ଉଚ୍ଚ କରିବ ନାହିଁ ବରଂ ଆପଣଙ୍କୁ ଗୁରୁତର ଅବସ୍ଥାରେ ମଧ୍ୟ ରଖିପାରେ । ସର୍ବଦା ଜଳଖିଆକୁ ଏପରି ଭାବରେ ରଖନ୍ତୁ ଯାହା ଦ୍ୱାରା ଏହା ଆପଣଙ୍କ ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖିବ ଏବଂ ସୁଗାର ସ୍ତରକୁ ମଧ୍ୟ ହ୍ରାସ କରିବ । ସୁଗାର ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟକର ଏବଂ ପ୍ରୋଟିନ୍ ଯୁକ୍ତ ଭରପୂର ଜଳଖିଆ ଗ୍ରହଣ କରିବା ହେଉଛି ସର୍ବୋତ୍ତମ ଜଳଖିଆ। ତେବେ ଜଳଖିଆ ଖାଇବା ପୂର୍ବରୁ ଭଲସେ ଏସବୁ ଖାଦ୍ୟକୁ ପରଖି ନିଅନ୍ତୁ । ଯେଉଁଖାଦ୍ୟ ଆପଣଙ୍କ 

Juice
ଜଳଖିଆରେ କେବେ ବି କୌଣସି ଫଳ ରସ ଖାଦ୍ୟରେ ସାମିଲ କରନ୍ତ ନାହିଁ । ବିଶେଷକରି କୌଣସି ଫଳ କିମ୍ବା ପନିପରିବାର ରସ ଖାଦ୍ୟରେ ସାମିଲ କରନ୍ତୁ ନାହିଁ। ଆପଣ ନିଶ୍ଚିତ ଭାବରେ ସକାଳେ ଆୟୁର୍ବେଦିକ ପତ୍ରର ରସ ପିଇବା ଉଚିତ୍ । କିନ୍ତୁ କୌଣସି ଫଳର ରସ ପିଅନ୍ତୁ ନାହିଁ, କାରଣ ଫଳଗୁଡିକରେ ଥିବା ଚିନି ତୁରନ୍ତ ଫ୍ରୁକଟୋଜରେ ପରିଣତ ହୋଇ ସୁଗାର ସ୍ତରକୁ ବଢାଇଥାଏ। 

ଗହମ ଦଲିଆ ବା ରୁଟି
ଉଚ୍ଚ କାର୍ବସ ଥିବା କୌଣସି ପ୍ରକାରର ଖାଦ୍ୟ ଜଳଖିଆରେ ସାମିଲ କରନ୍ତୁ ନାହିଁ। ତେବେ ତାହା ଗହମ ର ଦଲିଆ ମଧ୍ୟ ହେଉ ନା କାହିଁକି। ଏହା ଏକ ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ ଖାଦ୍ୟ ଯାହାସୁଗାର ସ୍ତରକୁ ବଢାଇପାରେ, ସେହିଭଳି ଗହମ ରୁଟି ଖାଇବା ଠାରୁ ଦୂରେଇ ରହିବା ଦରକାର । 

କଫ କିମ୍ବା ଚା
ଯଦି ଆପଣ ସକାଳେ କଫି ଏବଂ ଚା ’ବେଡ୍ ଟି’ ନିଜର ସକାଳ ଜଳଖିଆରେ ସାମିଲ କରନ୍ତି ତେବେ ଏହାକୁ ବନ୍ଦ କରନ୍ତୁ । କିମ୍ବା ଯଦି ଆପଣ ଏହାକୁ ନେବାକୁ ଚାହାଁନ୍ତି, ତେବେ ଏହାକୁ ନେବା ପୂର୍ବରୁ ଅତି କମରେ ଦୁଇ ଗ୍ଲାସ୍ ପାଣି ନିଅନ୍ତୁ, କାରଣ କଫି ଏବଂ ଚା ଡିହାଇଡ୍ରେସନ୍ ସୃଷ୍ଟି କରିଥାଏ ଏବଂ ସକାଳେ ଶରୀରରେ ଅଧିକ ଜଳ ଅଭାବ ରହିଥାଏ । ଯାହାଫଳରେ ଜଳ ଅଭାବରୁ ଅଧିକ ସୁଗାର ସ୍ତର ମଧ୍ୟ ବଢିଥାଏ। 

କେଉଁ ଖାଦ୍ୟ ଦେହକୁ ହିତକର
ଖାଦ୍ୟରେ ଅତ୍ୟଧିକ ପ୍ରୋଟିନ ସାମିଲ କରନ୍ତୁ। ଖାଦ୍ୟରେ ଅଣ୍ଡା, କ୍ଷୀର, ଓଟସ୍, ବାଜରାରେ ଦଲିଆ, ମକ୍କାର ଦଲିଆ, ଶସ୍ୟ, ଜଳଖିଆରେ କିୱି, କମଳା ଇତ୍ୟାଦି ପ୍ରୋଟିନ ଯୁକ୍ତ ଫଳ, ପନିପରିବାରେ ତିଆରି ଉପମା, ଓଟସରେ ତିଆରି ଇଡଲି ଇତ୍ୟାଦି ସକାଳ ଜଳଖିଆରେ ସାମିଲ କରନ୍ତୁ। ଯଦି ଆପଣ ଚାହାଁନ୍ତି, ସତ୍ତୁର ପରଟା ମଧ୍ୟ ଖାଦ୍ୟରେ ସାମିଲ କରନ୍ତୁ। ପନିପରିବା ମିକ୍ସ ବେସନରେ ପିଠା ମଧ୍ୟ ଖାଦ୍ୟରେ ନେଇପାରନ୍ତି। 

ମଧୁମେହ ରୋଗୀମାନେ ଭାବନ୍ତି ଯେ ଯଦି ସେମାନେ ଅଧିକ ଚର୍ବି ଖାଆନ୍ତି, ତେବେ ଏହା ରକ୍ତରେ ଶର୍କରାକୁ ବଢାଇ ଦେଇପାରେ । ଯଦିଓ ଅଧିକ ଚର୍ବି ଖାଇବା କାରଣରୁ ଅନେକ ସମସ୍ୟା ଥାଏ, କିନ୍ତୁ ଶରୀର ପାଇଁ ଚର୍ବି ମଧ୍ୟ ଆବଶ୍ୟକ । ଶରୀରକୁ ଚର୍ବିରୁ ଭିଟାମିନ୍-ଏ, ଡି, ଇ ଏବଂ କେ ମିଳିଥାଏ, ଯାହା ଶରୀରକୁ ଶକ୍ତି ଦେବା ପାଇଁ କାମ କରିଥାଏ । ସେଥିପାଇଁ ମଧୁମେହ ରୋଗୀମାନେ ମଧ୍ୟ ସେମାନଙ୍କ ଖାଦ୍ୟରେ ଚର୍ବି ଖାଇବା ଉଚିତ୍ । ଜଳଖିଆରେ ଆପଣ ଅଣ୍ଡା, ମାଛ ଏବଂ ବାଦାମ ଅନ୍ତର୍ଭୁକ୍ତ କରିପାରିବେ। 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)

Also Read: Bone Health: ଏହି ୫ଟି ଖରାପ ଅଭ୍ୟାସ ଆପଣଙ୍କ ହାଡକୁ କରିଦେବ ପତଳା, ଜାଣିରଖନ୍ତୁ ଏହି ବଡ଼ କଥା

Also Read: Panchak Death: ଜାଣନ୍ତୁ କ'ଣ ଏହି 'ପଞ୍ଚକ'ରେ ମୃତ୍ୟୁ, ଯେଉଁ କାଳ ଲଗାତାର ନେଇଥାଏ ଘରୁ ୫ ଟି ମୁଣ୍ଡ