Chandra Grahan 2022: କୁମ୍ଭ ପାଇଁ ଲାଭକାରୀ, ଧନୁ ରହିବ ଚିନ୍ତାଗ୍ରସ୍ତ; ଜାଣନ୍ତୁ ଆପଣଙ୍କ ରାଶି ଉପରେ କେମିତି ରହିବ ଗ୍ରହଣର ପ୍ରଭାବ
Advertisement

Chandra Grahan 2022: କୁମ୍ଭ ପାଇଁ ଲାଭକାରୀ, ଧନୁ ରହିବ ଚିନ୍ତାଗ୍ରସ୍ତ; ଜାଣନ୍ତୁ ଆପଣଙ୍କ ରାଶି ଉପରେ କେମିତି ରହିବ ଗ୍ରହଣର ପ୍ରଭାବ

Chandra Grahan 2022: ଚନ୍ଦ୍ର ଗ୍ରହଣ ଶେଷ ହେବା ପରେ ସ୍ନାନ କରିବା, ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହ ଓ ନକ୍ଷତ୍ରର ପରିବର୍ତ୍ତନ ପରି ଗ୍ରହଣର ପ୍ରଭାବ ସମସ୍ତ ରାଶି ଉପରେ ମଧ୍ୟ ଦେଖିବାକୁ ମିଳିଥାଏ, ତାହା ସୂର୍ଯ୍ୟ ପରାଗ ହେଉ କିମ୍ବା ଚନ୍ଦ୍ର ଗ୍ରହଣ ହେଉ ।

Chandra Grahan 2022: କୁମ୍ଭ ପାଇଁ ଲାଭକାରୀ, ଧନୁ ରହିବ ଚିନ୍ତାଗ୍ରସ୍ତ; ଜାଣନ୍ତୁ ଆପଣଙ୍କ ରାଶି ଉପରେ କେମିତି ରହିବ ଗ୍ରହଣର ପ୍ରଭାବ

Chandra Grahan 2022: ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ (Lunar Eclipse 2022) ଓ ଦ୍ୱିତୀୟ ଖଣ୍ଡଗ୍ରାସ ଚନ୍ଦ୍ର ଗ୍ରହଣ ଆଜି (ମଙ୍ଗଳବାର) ଅର୍ଥାତ ନଭେମ୍ବର ୮ରେ ଲାଗିବ । ଏହି ଦ୍ୱିତୀୟ ଚନ୍ଦ୍ର ଗ୍ରହଣ (Lunar Eclipse) ଅକ୍ଟୋବର ୨୫, ୨୦୨୨ରେ ହୋଇଥିବା ସୂର୍ଯ୍ୟ ପରାଗ (Solar Eclipse) ର ୧୫ ଦିନ ମଧ୍ୟରେ ଘଟିବାକୁ ଯାଉଛି । ଏହି ଚନ୍ଦ୍ର ଗ୍ରହଣ ୩ ଘଣ୍ଟା ୦୪ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ଭାରତରେ ଚନ୍ଦ୍ର ଗ୍ରହଣର ସର୍ବାଧିକ ସମୟ ୨ ଘଣ୍ଟା ୦୨ ମିନିଟ୍ ଓ ସର୍ବନିମ୍ନ ପ୍ରାୟ ୧ ଘଣ୍ଟା ୧୦ ମିନିଟ୍ ରହିବ । ଚନ୍ଦ୍ର ଗ୍ରହଣ ଶେଷ ହେବା ପରେ ସ୍ନାନ କରିବା, ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହ ଓ ନକ୍ଷତ୍ରର ପରିବର୍ତ୍ତନ ପରି ଗ୍ରହଣର ପ୍ରଭାବ ସମସ୍ତ ରାଶି (Zodiac Signs) ଉପରେ ମଧ୍ୟ ଦେଖିବାକୁ ମିଳିଥାଏ, ତାହା ସୂର୍ଯ୍ୟ ପରାଗ ହେଉ କିମ୍ବା ଚନ୍ଦ୍ର ଗ୍ରହଣ ହେଉ ।

ଏସବୁ ରାଶି ଉପରେ ପଡ଼ିବ ପ୍ରଭାବ 

ବୃଷ- ଆତ୍ମବିଶ୍ୱାସର ଅଭାବ ରହିବ । ଚନ୍ଦ୍ର ଗ୍ରହଣ ସମୟରେ ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କୌଣସି ବନ୍ଧୁଙ୍କ ଆଗମନ ହେବାର ସମ୍ଭାବନା ଅଛି । ଆପଣଙ୍କୁ ଭାଇ ଓ ଭଉଣୀମାନଙ୍କର ସମର୍ଥନ ମିଳିବ । ସ୍ୱାସ୍ଥ୍ୟ ପ୍ରତି ସଚେତ ରହିବାର ଆବଶ୍ୟକତା ଅଛି ।

ମିଥୁନ- ଏହି ସମୟରେ ମନ ବିଚଳିତ ରହିବ । ଆତ୍ମସଂଯମିତ ରୁହନ୍ତୁ । ଚାକିରିରେ ପରିବର୍ତ୍ତନ ପାଇଁ ସୁଯୋଗ ଉପଲବ୍ଧ ହୋଇପାରେ । କ୍ରୋଧରୁ ଦୂରେଇ ରୁହନ୍ତୁ । ଏଥି ସହିତ ବ୍ୟବସାୟରେ ପ୍ରଗତିର ସମ୍ଭାବନା ଅଛି ।

କର୍କଟ- ଚନ୍ଦ୍ର ଗ୍ରହଣ ସମୟରେ ମା'ଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଜୀବନ ବିଶୃଙ୍ଖଳିତ ହେବ । ଏହି ସମୟ ମଧ୍ୟରେ ବାହନ ସୁଖରେ କମି ଆସିପାରେ । ସନ୍ତାନମାନଙ୍କ ପାଖରୁ କିଛି ସୁଖଦ ଖବର ଆସିଯାଇପାରେ । ଆପଣ ମିତ୍ରମାନଙ୍କ ସମର୍ଥନ ପାଇବେ । ସ୍ୱାସ୍ଥ୍ୟ ପ୍ରତି ସଚେତ ରହିବାର ଆବଶ୍ୟକତା ଅଛି ।

ସିଂହ- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ସମୟରେ ମନରେ ନିରାଶା ଓ ଅସନ୍ତୋଷ ଦେଖାଯିବ । ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି । ଲାଭ ପାଇଁ ଅନେକ ନୂତନ ସୁଯୋଗ ମିଳିବ । ଆପଣ ବନ୍ଧୁମାନଙ୍କ ଠାରୁ ସମର୍ଥନ ପାଇବେ । ଅଧ୍ୟୟନରେ ଆଗ୍ରହ ରହିବ, କିନ୍ତୁ ଶୈକ୍ଷିକ କାର୍ଯ୍ୟରେ ବାଧା ଆସିପାରେ ।

କନ୍ୟା- ମନ ପ୍ରସନ୍ନ ରହିବ । ବୌଦ୍ଧିକ କାର୍ଯ୍ୟରୁ ଅର୍ଥ ରୋଜଗାରର ଏକ ମାଧ୍ୟମ ହୋଇପାରେ । ଏଥି ସହିତ ଏହାର ପ୍ରଭାବ ନିତ୍ୟକର୍ମରେ ଦେଖାଯିବ । ମା'ଙ୍କ  ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ଏପରି ପରିସ୍ଥିତିରେ ତାଙ୍କର କିଛି ବିଶେଷ ଯତ୍ନ ନିଅନ୍ତୁ । କର୍ମକ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ବିଛା- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ସମୟରେ ସ୍ୱାସ୍ଥ୍ୟ ପ୍ରତି ସଚେତ ରହିବା ଉଚିତ୍ । ପାରିବାରିକ ସମସ୍ୟାଗୁଡିକ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଆୟ ହ୍ରାସ ହୋଇପାରେ ଓ ଖର୍ଚ୍ଚ ବଢ଼ିପାରେ । ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଶିଶୁର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ବଢ଼ିପାରେ ।

ଧନୁ- ଆତ୍ମବିଶ୍ୱାସର ଅଭାବ ଦେଖାଦେବ । ମନ ବିଚଳିତ ରହିବ । କୌଣସି ବନ୍ଧୁଙ୍କ ସାହାଯ୍ୟରେ ଆୟର ବୃଦ୍ଧି ହେବାର ସମ୍ଭାବନା ଅଛି । ଖର୍ଚ୍ଚ ବଢ଼ିବ ଓ ଆପଣ କୌଣସି ବିବାଦରେ ପଡ଼ିପାରନ୍ତି ।

ଏସବୁ ରାଶି ପାଇଁ ଅତ୍ୟନ୍ତ ଶୁଭ

ମେଷ- କାର୍ଯ୍ୟକ୍ଷେତ୍ରରେ ଅଧିକାରୀଙ୍କ ସହିତ ଅନାବଶ୍ୟକ ଯୁକ୍ତିରୁ ଦୂରେଇ ରୁହନ୍ତୁ । ଆତ୍ମବିଶ୍ୱାସ ଭରପୂର ରହିବ, କିନ୍ତୁ ଏହି ସମୟ ମଧ୍ୟରେ ବାର୍ତ୍ତାଳାପରେ ସଂଯମତା ରହିବା ଉଚିତ୍ । ଗାଡ଼ି ଇତ୍ୟାଦି କିଣି ପାରନ୍ତି । ଘର-ପରିବାରରେ ଧାର୍ମିକ କାର୍ଯ୍ୟକ୍ରମ ହୋଇପାରେ ।

ତୁଳା- ମନ ବିଚଳିତ ରହିବ । ଏହି ସମୟରେ ପରିବାର ସହିତ ଏକ ଧାର୍ମିକ ସ୍ଥାନକୁ ଯାଇପାରନ୍ତି । ଚନ୍ଦ୍ର ଗ୍ରହଣ ସମୟରେ ଆପଣ ବନ୍ଧୁମାନଙ୍କ ସମର୍ଥନ ପାଇବେ । କଳା ଓ ସଙ୍ଗୀତ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଖର୍ଚ୍ଚ ବୃଦ୍ଧି ପାଇବ ।

ମକର- ଏହି ସମୟ ମଧ୍ୟରେ ମନ ପ୍ରସନ୍ନ ରହିବ । ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇବ । ପାରିବାରିକ ଜୀବନ ସୁଖମୟ ହେବ । କର୍ମକ୍ଷେତ୍ରରେ ପରିସ୍ଥିତି ଅନୁକୂଳ ହେବ । ଉଚ୍ଚ ପଦାଧିକାରୀଙ୍କ ସହ ବିବାଦ ଉପୁଜିପାରେ, ତେଣୁ ଏହି ସମୟରେ ସତର୍କ ରୁହନ୍ତୁ ।

କୁମ୍ଭ - କଳା କିମ୍ବା ସଙ୍ଗୀତ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଘରେ କିଛି ଧାର୍ମିକ ଓ ଶୁଭ କାର୍ଯ୍ୟ ହୋଇପାରେ। ପାରିବାରିକ ଜୀବନ ସୁଖମୟ ହେବ । ଆପଣ କୌଣସି ବନ୍ଧୁଙ୍କ ସାହାଯ୍ୟରେ ଚାକିରି ପାଇପାରନ୍ତି । ଆପଣ ସମ୍ମାନ ପାଇବେ ଓ ଆୟ ବୃଦ୍ଧି ପାଇବ ।

ମୀନ- ମାନସିକ ଶାନ୍ତି ରହିବ । ବାର୍ତ୍ତାଳାପ ସମୟରେ ସନ୍ତୁଳନ ବଜାୟ ରଖନ୍ତୁ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଆତ୍ମବିଶ୍ୱାସର ଅଭାବ ଦେଖାଦେବ । କୌଣସି ସମ୍ପତ୍ତିରୁ ଆୟର ଉତ୍ସ ମିଳିପାରେ ।

ଅଧିକ ପଢ଼ନ୍ତୁ:-ଷ୍ଟାର୍ ସ୍ପୋର୍ଟସ୍ ବ୍ୟତୀତ ଏଠାରେ ଫ୍ରି'ରେ ଦେଖିପାରିବେ ନକଆଉଟ୍ ମ୍ୟାଚର ଲାଇଭ୍ ପ୍ରସାରଣ, ଦେଖନ୍ତୁ ଶେଡ୍ୟୁଲ୍

ଅଧିକ ପଢ଼ନ୍ତୁ:-ଖସିଲା ସୁନ-ରୁପା ଦର, ଜାଣନ୍ତୁ ଆଜି ଓଡ଼ିଶାରେ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-ଝିଅଙ୍କୁ ପାଗଳ କରିଦେଇଥାଏ ପୁଅଙ୍କ ଏସବୁ ଗୁଣ!

ଗ୍ରହଣର ସୂତକ କାଳ

ଚନ୍ଦ୍ର ଗ୍ରହଣର ଆରମ୍ଭ ଅର୍ଥାତ୍ ସ୍ପର୍ଶକାଳ ସନ୍ଧ୍ୟା ୨:୩୯ ମିନିଟରେ ଆରମ୍ଭ ହେବ । ଚନ୍ଦ୍ର ଗ୍ରହଣର ମଧ୍ୟଭାଗ ୪:୨୯ ମିନିଟ ଓ ମୋକ୍ଷ ବା ଶେଷ ସନ୍ଧ୍ୟା ୬:୧୯ ମିନିଟରେ ହେବ । ଏହି ଚନ୍ଦ୍ର ଗ୍ରହଣର ସୂତକ ଅବଧି ଗ୍ରହଣର ୯ ଘଣ୍ଟା ପୂର୍ବରୁ ସକାଳ ୫:୩୯ ମିନିଟରେ ଆରମ୍ଭ ହେବ । ସୂତକ ସମୟରେ ଭଗବାନଙ୍କ ମୂର୍ତ୍ତିର ସ୍ପର୍ଶ ନିଷେଧ ହୋଇଥାଏ ।

ଚନ୍ଦ୍ର ଗ୍ରହଣ କେଉଁ କେଉଁ ସ୍ଥାନରେ ଦେଖାଯିବ?

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଭାରତ ସମେତ ଦକ୍ଷିଣ / ପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ, ଆଟଲାଣ୍ଟିକ୍ ଏବଂ ଭାରତ ମହାସାଗରରେ ଦେଖାଯିବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଓ ବିଭିନ୍ନ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ ।)