Chanakya Niti: ଅଳିଆ ଗଦାରେ ପଡ଼ିଥିଲେ ବି ଦେଖିବା ମାତ୍ରେ ସାଉଁଣ୍ଟି ନିଅନ୍ତୁ ଏହି ଜିନିଷ, ମିଳିବ ଫାଇଦା ହିଁ ଫାଇଦା
Advertisement

Chanakya Niti: ଅଳିଆ ଗଦାରେ ପଡ଼ିଥିଲେ ବି ଦେଖିବା ମାତ୍ରେ ସାଉଁଣ୍ଟି ନିଅନ୍ତୁ ଏହି ଜିନିଷ, ମିଳିବ ଫାଇଦା ହିଁ ଫାଇଦା

Chanakya Niti: ପଣ୍ତିତ ଚାଣକ୍ୟ ଜଣେ ମହାନ ଦାର୍ଶନିକ ତଥା କୂଟନୀତିଜ୍ଞ । ଚାଣକ୍ୟଙ୍କର ପ୍ରତ୍ୟେକଟି ବାଣୀ ବ୍ୟକ୍ତିଗତ ଜୀବନ ସହ ଜଡିତ ହୋଇ ରହିଛି । ଏବଂ ଚାଣକ୍ୟଙ୍କ ନୀତିବାଣୀ ମଧ୍ୟ ଆଜିବି ମାନବ ସମାଜକୁ ପ୍ରଥଭ୍ରଷ୍ଟ ହେବାରୁ ରକ୍ଷା କରିଥାଏ । ଯଦି ଜଣେ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟ ଦେଇଥିବା ନୀତି ଅନୁସରଣ କରନ୍ତି, ତା’ହେଲେ ତାଙ୍କ ଜୀବନ ସଫଳତା ଲାଭ କରିପାରେ।

ସୌଜନ୍ୟ : ସୋସିଆଲ ମିଡିଆ

Chanakya Niti: ପଣ୍ତିତ ଚାଣକ୍ୟ ଜଣେ ମହାନ ଦାର୍ଶନିକ ତଥା କୂଟନୀତିଜ୍ଞ । ଚାଣକ୍ୟଙ୍କର ପ୍ରତ୍ୟେକଟି ବାଣୀ ବ୍ୟକ୍ତିଗତ ଜୀବନ ସହ ଜଡିତ ହୋଇ ରହିଛି । ଏବଂ ଚାଣକ୍ୟଙ୍କ ନୀତିବାଣୀ ମଧ୍ୟ ଆଜିବି ମାନବ ସମାଜକୁ ପ୍ରଥଭ୍ରଷ୍ଟ ହେବାରୁ ରକ୍ଷା କରିଥାଏ । ଯଦି ଜଣେ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟ ଦେଇଥିବା ନୀତି ଅନୁସରଣ କରନ୍ତି, ତା’ହେଲେ ତାଙ୍କ ଜୀବନ ସଫଳତା ଲାଭ କରିପାରେ।  ଏବଂ ଖୁସିରେ ରହିପାରିବେ। ଚାଣକ୍ୟ ନିତୀରେ ଉଲ୍ଲେଖ କରାଯାଇଥିବା ଜିନିଷଗୁଡିକ ଜଣେ ବ୍ୟକ୍ତିଙ୍କୁ ବିଭିନ୍ନ ସମସ୍ୟାରୁ ରକ୍ଷା କରିପାରିବ । ଚାଣକ୍ୟ ନୀତିରେ ଏପରି କିଛି ନୀତିବାଣୀ କୁହାଯାଇଛି ଯେ, ସେମାନେ ମଇଳା ଭିତରେ ପଡ଼ି ରହିଥିବା ଜିନିଷକୁ ଉଠାଇବାରେ ବିଳମ୍ବ କରିବା ଉଚିତ୍ ନୁହେଁ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଏହି ପରି କିଛି ଜିନିଷକୁ ମଇଳା ଭିତରୁ ଉଠାଇବା ଦ୍ବାରା ମଧ୍ୟ ଅନେକ ଲାଭ ମିଳିଥାଏ । 

ଚାଣକ୍ୟ ନୀତିରେ କହିଛନ୍ତି ଯେ, କେବଳ ସେହି ବ୍ୟକ୍ତି ଜୀବନରେ ସଫଳ, ଯିଏ ମନ୍ଦରେ ମଧ୍ୟ ଭଲ ଖୋଜିବାର କଳା ଅଛି । ସେହି ସମୟରେ, ତୁମ ଜୀବନରେ ସେହି ଭଲ ଜିନିଷ ଆଣିବା ପାଇଁ ତୁମେ ଯଥାସମ୍ଭବ ଚେଷ୍ଟା କରିବା ଉଚିତ୍ । ଏହି ଚିନ୍ତାଧାରା ଜଣେ ବ୍ୟକ୍ତିଙ୍କୁ ଉଚ୍ଚକୁ ନେଇଯାଏ । ଏବଂ ସଫଳତାର ସ୍ବାଦ ପାଇଥାଏ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଯଦି କୌଣସି ମୂଲ୍ୟବାନ୍ ଜିନିଷ ମଇଳା ଭିତରେ ପଡ଼ିଛି ତେବେ ଏହାକୁ ଉଠାଇ ନିଅ । ଉଦାହରଣ ସ୍ୱରୂପ, ଯଦି ସୁନା କିମ୍ବା ହୀରା ମଇଳା ଭିତରେ ପଡ଼ିଛି, ତେବେ ଏହାକୁ ଉଠାନ୍ତୁ କାରଣ ମଇଳା ଭିତରେ ପଡ଼ିଯିବା ପରେ ମଧ୍ୟ ଏହାର ମୂଲ୍ୟ ହ୍ରାସ ହୁଏ ନାହିଁ ।

ଏହାବି ପଢନ୍ତୁ : Vastu Tips: ଘରର ଦକ୍ଷିଣ କାନ୍ଥରେ ଲଗାନ୍ତୁ ଏହି ପକ୍ଷୀର ଫଟୋ, ରହିବନ ଦାରିଦ୍ରତା, ହେବ ସୁନାର ବର୍ଷା !

ଜୀବନରେ, ଯଦି କେବେ ଆପଣଙ୍କର ଏଭଳି ସମୟ ଆସେ ,ଯେତେବେଳେ ଜଣେ ମନ୍ଦ ବ୍ୟକ୍ତି ଏବଂ ସାପ ମଧ୍ୟରେ ପରିସ୍ଥିତିର ସାମ୍ନା କରିବାକୁ ପଡେ । ଏବଂ ଆପଣଙ୍କୁ କୁହାଯାଏ ଯେ, ଆପଣ ଏହି ଦୁହିଁଙ୍କ ମଧ୍ୟରେ କାହାକୁ ବାଛିବେ। ତେବେ, ସେତେବେଳେ ଆପଣ ସାପକୁ ବାଛିବା ଉଚିତ୍ । କାହିଁକିନା ସାପକୁ ବିପଦ ନ ପହଞ୍ଚିବା ପର୍ଯ୍ୟନ୍ତ ସେ ଆପଣଙ୍କୁ କ୍ଷତି ପହଞ୍ଚାଇବନି କି ଚୋଟ ମାରିବନି । କିନ୍ତୁ ଜଣେ ମନ୍ଦ ବ୍ୟକ୍ତି ନିଜର ମନ୍ଦ ପ୍ରକୃତି ହେତୁ ବିନା କାରଣରେ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ । ଚାଣକ୍ୟ ଆହୁରୀ ମଧ୍ୟ କହିଛନ୍ତି ଯେ, ଏକ ମନ୍ଦ ପରିବାରରେ ଜଣେ ଭଲ ଝିଅ ଥିଲେ ମଧ୍ୟ ତାଙ୍କୁ ତୁମ ଘରର ବୋହୂ କରିବାକୁ କୁଣ୍ଠାବୋଧ କରନ୍ତୁ ନାହିଁ । ଝିଅର ପରିବାର ପରିବର୍ତ୍ତେ, ତାଙ୍କର ଗୁଣଗୁଡିକୁ ଦେଖ, କାରଣ ଜଣେ ଭଲ ଝିଅ ଘରକୁ ଭଲ ଆଚରଣ ଦ୍ୱାରା ସ୍ୱର୍ଗରେ ପରିଣତ କରିପାରେ।