Banana Peel Benefits: ଅନେକ ରୋଗର ସଞ୍ଜିବନୀ କଦଳୀ ଚୋପା, ବ୍ୟବହାର ଦ୍ବାରା ମିଳିଥାଏ ଏହିସବୁ ଫାଇଦା
Advertisement

Banana Peel Benefits: ଅନେକ ରୋଗର ସଞ୍ଜିବନୀ କଦଳୀ ଚୋପା, ବ୍ୟବହାର ଦ୍ବାରା ମିଳିଥାଏ ଏହିସବୁ ଫାଇଦା

Banana Peel Benefits: ସମସ୍ତେ କଦଳୀ ଖାଇବା ପରେ ଏହାର ଚୋପାକୁ ଫୋପାଡି ଦେଇ ଥାଆନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଏହି କଦଳୀ ଚୋପା ଆମ ଶରୀର ପାଇଁ କେତେ ଲାଭଦାୟୀ? ଏହାର ଉପକାରୀ ଗୁଣ ବିଷୟରେ ଜାଣିବା ପରେ ଆପଣ କେବେ ବି କଦଳୀ ଚୋପାକୁ ଫିଙ୍ଗିବେ ନାହିଁ।

ସୌ(ସୋସିଆଲ ମିଡିଆ)

Banana Peel Benefits: ଶରୀରକୁ ସୁସ୍ଥ ରଖିବା ପାଇଁ ସତେଜ ଫଳ ନିତ୍ୟାନ୍ତ ଆବଶ୍ୟକ। ବିଭିନ୍ନ ଫଳ ମଧ୍ୟରୁ ସାଧାରଣତଃ କଦଳୀ (Banana) ଖାଇବାକୁ ପ୍ରାୟତଃ ସମସ୍ତେ ଭଲ ପାଇ ଥାଆନ୍ତି। ଏଥିରେ ଥିବା ପୋଷକ ତତ୍ତ୍ୱ ଗୁଡିକ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ସମସ୍ତେ କଦଳୀ ଖାଇବା ପରେ ଏହାର ଚୋପାକୁ ଫୋପାଡି ଦେଇ ଥାଆନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଏହି କଦଳୀ ଚୋପା ଆମ ଶରୀର ପାଇଁ କେତେ ଲାଭଦାୟୀ? ଏହାର ଉପକାରୀ ଗୁଣ ବିଷୟରେ ଜାଣିବା ପରେ ଆପଣ କେବେ ବି କଦଳୀ ଚୋପାକୁ ଫିଙ୍ଗିବେ ନାହିଁ। କାରଣ କଦଳୀ ପରି ଏହାର ଚୋପାରେ ମଧ୍ୟ ଶରୀର ପାଇଁ ଆବଶ୍ୟକ ହେଉଥିବା ପୋଷକ ତତ୍ତ୍ୱ ଗୁଡିକ ଭରପୂର ମାତ୍ରାରେ ଥାଏ।

କଦଳୀ ଚୋପାରେ ପୋଟାସିୟମ୍, ଫାଇବର ଓ ଆମିନୋ ଏସିଡ୍, ଡାଏଟାରୀ ଫାଇବର, ପଲିସାଚୁରେଟେଡ ଫ୍ୟାଟ୍, ଭିଟାମିନ୍ (B6), ଭିଟାମିନ୍ B12, ମ୍ୟାଗ୍ନେସିୟମ୍ ଓ ଆଣ୍ଟିଅକ୍ସିଡାଣ୍ଟ ଭଳି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ରହିଥାଏ। ତେଣୁ ଏହାକୁ ବ୍ୟବହାର କରି ବିଭିନ୍ନ ରୋଗ ଦୂର କରିବା ସହ ବିଭିନ୍ନ ଘରୋଇ ଉପଚାରରେ ବ୍ୟବହାର କରାଯାଇ ପାରିବ। ଏହାକୁ ଖାଇବା ଦ୍ୱାରା ହୃଦରୋଗ, ମଧୁମେହ (Dibetes) ଓ କର୍କଟ (cancer) ପରି ଅନେକ ରୋଗ ବିରୁଦ୍ଧରେ ଲଢିବାର ଶକ୍ତି ମିଳିଥାଏ। ଏଥିରେ ଥିବା ପ୍ରୋଟିନ୍ ଓ ଭିଟାମିନ୍ (B6) ରକ୍ତଚାପ (Blood pressure)କୁ ହ୍ରାସ କରିପାରେ ଓ ମାନସିକ ସମସ୍ୟାକୁ ଦୂର କରିପାରେ। ଏହାଛଡା ଭିଟାମିନ୍ (B6) ଭଲ ନିଦ ହେବାରେ ସାହାଯ୍ୟ କରେ। କଦଳୀ ଚୋପା ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ହେବା ସହ ଅନେକ ପେଟ ରୋଗ ମଧ୍ୟ ଭଲ ହୋଇଯାଏ।

ଆସନ୍ତୁ ଜାଣିବା କଦଳୀ ଚୋପାର ଅନ୍ୟ କେତେକ ଉପକାରୀତା ବିଷୟରେ

  • ତ୍ୱଚା ପାଇଁ ଲାଭ ଦାୟକ କଦଳୀ ଚୋପା

କଦଳୀ ଚୋପା ଆମ ତ୍ୱଚା ପାଇଁ ବହୁତ ଲାଭ ଦାୟକ ହୋଇଥାଏ। ଏହାକୁ ବ୍ୟବହାର କରିବା ଦ୍ବାରା ଅନେକ ସମସ୍ୟା ଦୂର ହୋଇଥାଏ। ପାଚିଲା କଦଳୀ ଟୋପାକୁ ମୁହଁରେ ପ୍ରତିଦିନ ଘଷିବା ଦ୍ୱାରା ଏହା ତ୍ୱଚାକୁ ଉଜ୍ଜ୍ୱଳ କରିବା ସହ ଚର୍ମ କୁଞ୍ଚନରୁ ହେବାରୁ ରକ୍ଷା କରିଥାଏ। ଏହା ତ୍ବଚା ପାଇଁ ଏକ ଉତ୍ତମ ମଏଶ୍ଚରାଇଜର ଭାବେ କାମ କରିଥାଏ। ଏହାକୁ ଲଗାଇବା ଦ୍ୱାରା ସ୍କିନ୍‌ ସବୁବେଳେ ହାଇଡ୍ରେଟେଡ଼ (Hydrated) ହୋଇ ରହିଥାଏ। ମୁହଁରୁ କଳା ଦାଗ ଦୂର କରିବା ପାଇଁ ମଧ୍ୟ ଆପଣ କଦଳୀ ଚୋପା (Banana Peel) ବ୍ୟବହାର କରି ପାରିବେ। ୨୦୧୮ ମସିହାରେ ଏକ ଅଧ୍ୟୟନରୁ ପ୍ରକାଶ ପାଇଛି ଯେ, କଦଳୀ ଚୋପାରେ ଭରପୂର ମାତ୍ରାରେ ଫେନୋଲିକ୍ସ ରହିଥାଏ। ଏହି ଫେନୋଲିକ୍ସ ଗୁଡିକର ଆଣ୍ଟିଅକ୍ସିଡାଣ୍ଟ (Antioxidant) ଗୁଣ ରହିଥାଏ। ଯାହା ତ୍ୱଚା ପାଇଁ ଅମୃତ ପରି କାର୍ଯ୍ୟ କରିଥାଏ।

ସୁସ୍ଥ ମଜବୁତ କେଶ ପାଇଁ ଉପକାରୀ

  • ସାଧାରଣତଃ ସୁନ୍ଦର କେଶ ପାଇଁ କଦଳୀ ଚୋପାକୁ (Banana Peel) ମୁଣ୍ଡରେ ହେୟାର ମାସ୍କ (Hair Mask) ଭାବରେ ବ୍ୟବହାର କରିଯାଇଥାଏ । ଏହା କେଶକୁ କୋମଳ ରଖିବା ସହ ଝଡିବାରୁ ରକ୍ଷା କରିଥାଏ। ବିଶେଷଜ୍ଞ ମାନଙ୍କ କହିବା ଅନୁସାରେ, କଦଳୀ ଚୋପାରେ ଥିବା ଆଣ୍ଟିଅକ୍ସିଡାଣ୍ଟ (antioxidant) ଫ୍ରି ରେଡିକାଲ ଗୁଡିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରନ୍ତି। ଏହା ଫଳରେ କେଶ ଶକ୍ତିଶାଳୀ ହେବା ସହ ସୁସ୍ଥ ରହିଥାଏ।

ଦାନ୍ତକୁ ସଫା ରଖେ କଦଳୀ ଚୋପା

  • ୨୦୧୫ରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଆକ୍ଟିନୋମାଇସେଟେମ୍କୋମିଟାନ୍‌ ( Actinomycetemcomitans ) ଓ ପି. ଗିନ୍‌ଗିଭାଲିସ୍‌ ( P. gingivalis ) ନାମକ ଦୁଇଟି ବ୍ୟାକ୍ଟେରିଆ ଦାଉରୁ ଦାନ୍ତକୁ କଦଳୀ ଚୋପା ରକ୍ଷା କରିଥାଏ। ଏହି ୨ଟି ବ୍ୟାକ୍ଟେରିଆ ଦାନ୍ତରେ ଗିଙ୍ଗିଭିଟିସ୍‌ ( Gingivitis) ଓ ପିରିଓଡୋଣ୍ଟିଟିସ୍‌ (Periodontitis) ପରି ଦନ୍ତ ରୋଗର ଆବାହକ ଅଟନ୍ତି। ତେବେ ଦାନ୍ତରେ କଦଳୀ ଚୋପା ଘଷିବା ଦ୍ୱାରା ଅନେକ ସଂକ୍ରମଣରୁ ଦାନ୍ତକୁ ରକ୍ଷା କରାଯାଇଥାଏ ବୋଲି ଆୟୁର୍ବେଦ ଉପଚାରକ ମାନେ ମତ ଦିଅନ୍ତି। ଏହାଛଡା ଏକ ସପ୍ତାହ ପାଇଁ ପ୍ରତିଦିନ ଦାନ୍ତରେ କଦଳୀ ଚୋପା ଘଷିଲେ ଦାନ୍ତ ସଫା ଦେଖାଯାଏ।
  • fallback

ପ୍ରାଥମିକ ଚିକିତ୍ସା ପାଇଁ ଉପଯୋଗୀ

  • ଶରୀରରେ କୌଣସି ପୋକ( insects ) କାମୁଡିଲେ ସେହି ସ୍ଥାନରେ ନାଲି ଦାଗ ହେବା ସହ ସେହି ସ୍ଥାନଟି ପୋଡିଥାଏ।  ସେହି ସ୍ଥାନରେ କଦଳୀ ଚୋପାକୁ ଘଷିବା ଦ୍ୱାରା ପୋଡା଼ କମିଯିବା ସହିତ ଦାଗ ମଧ୍ୟ ଦୂର ହୋଇଥାଏ। ପ୍ରଚଣ୍ଡ ଖରାରେ ସୂର୍ଯ୍ୟଙ୍କର ଅତି ବାଇଗଣି ରଶ୍ମୀ (ultraviolet rays) ପାଇଁ ଶରୀର ଲାଲ ପଡି଼ ପୋଡାଜଳା ହେଉଥିଲେ ସେହି ସ୍ଥାନରେ କଦଳୀ ଚୋପା ଘଷିବା ଦ୍ୱାରା ଉପଶମ ମିଳିଥାଏ। ମୁଣ୍ଡ ବଥା ସମୟରେ ଥଣ୍ଡା କଦଳୀ ଚୋପାକୁ (Banana Peel) କପାଳ ଓ ବେକରେ କିଛି ସମୟ ରଖିଲେ ଆରାମ ମିଳିଥାଏ। ଗୋଡରେ କଣ୍ଟା ପଶିଥିଲେ କଦଳୀ ଚୋପାକୁ ସେହି ସ୍ଥାନରେ ୧୫ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ଦେଖିବେ ଏହା ଆପେ ବାହାରି ଆସିବ।

ରକ୍ତ ସଫା ରଖିବା ସହ ମନୋବଳ ବଢାଇଥାଏ

  • କଦଳୀ ଚୋପାରେ ସେରୋଟୋନିନ୍ ( Serotonin ) ହରମୋନ୍ ପ୍ରଚୁର ପରିମାଣରେ ରହିଛି।  ଏହା ମନୋବଳକୁ ଉନ୍ନତ କରିବା ସହ ମନ ଭଲ ରଖିଥାଏ। ଯଦି ଆପଣ ୩ ଦିନ ପାଇଁ କଦଳୀ ଚୋପା ଖାଆନ୍ତି, ତେବେ ସେରୋଟୋନିନ୍ ପରିମାଣ ୧୫ ପ୍ରତିଶତ( 15%)  ବୃଦ୍ଧି ପାଇଥାଏ । ଏହା ଶରୀରକୁ ଆରାମ ଦେବା ସହ ଭଲ ନିଦ ହେବାରେ ସହାୟକ ହୋଇଥାଏ। କଦଳୀ ଚୋପାରେ ଥିବା ଉପାଦାନଗୁଡିକ ରକ୍ତ ସଫା ( Clean of blood ) କରିବାରେ ସହାୟକ ହୋଇଥାଏ। ଏହା ରକ୍ତକଣିକା ( Blood Cell ) ଗୁଡିକ ଭାଙ୍ଗିବାରୁ ରୋକିଥାଏ ଓ ସେମାନଙ୍କୁ ଶକ୍ତିଶାଳୀ କରିଥାଏ।

କଦଳୀ ଚୋପା ଶରୀର ପାଇଁ ଉପକାରୀ ହୋଇଥିବା ବେଳେ ଏହାକୁ ଘରେ ଅନ୍ୟ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇ ପାରିବ। ଏହା ଏକ ଉତ୍ତମ କମ୍ପୋଷ୍ଟ( compost ) ସାର ଭାବେ ବ୍ୟବହାର କରାଯାଇ ପାରିବ।  କଦଳୀ ଚୋପାକୁ ଖଣ୍ଡ ଖଣ୍ଡ କରି କାଟି ନିୟମିତ କମ୍ପୋଷ୍ଟରେ ମିଶାଇ ଗଛରେ ବ୍ୟବହାର କରାଯାଏ। ଏହାଛଡା ସିଧାସଳଖ ମାଟିରେ ମିଶାଇଲେ ମାଟିର ଉର୍ବରତା ବୃଦ୍ଧି ପାଇଥାଏ। ଘରେ ଗଛ ଲଗାଉ ଥିଲେ, ଏହାର ମୂଳରେ କଦଳୀ ଚୋପା ଗୁଡିକ ପକାନ୍ତୁ। କିଛି ଦିନ ମଧ୍ୟରେ ଆପଣ ଏହାର ଉତ୍ତମ ଫଳ ପାଇ ପାରିବେ।

ଯଦି ଆପଣଙ୍କର ମଧ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି, ତେବେ ଆମକୁ ଆର୍ଟିକିଲ୍ ତଳେ ଥିବା କମେଣ୍ଟ ବକ୍ସରେ କୁହନ୍ତୁ ଓ ଆମେ ଏହାକୁ ଆମର ଆର୍ଟିକିଲ ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିବୁ । ଯଦି ଆପଣ ଏହି ଆର୍ଟିକିଲକୁ ପସନ୍ଦ କରନ୍ତି ତେବେ ଏହାକୁ ସେୟାର କରନ୍ତୁ । ଏହିପରି ଅଧିକ ଆର୍ଟିକିଲ ପଢିବା ପାଇଁ ଆମ ଜି ଓଡ଼ିଶା ନ୍ୟୁଜ ସହିତ ଯୋଡି ରୁହନ୍ତୁ ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)