Vastu Tips: ରୋଷେଇ ଘରୁ ପଡୋଶୀକୁ ଭୁଲରେ ବି ଦିଅନ୍ତୁନି ଏହି ଚାରୋଟି ଜିନିଷ, ନଚେତ ହୋଇଯିବେ କାଙ୍ଗାଳ
Advertisement
Article Detail0/zeeodisha/odisha1496674

Vastu Tips: ରୋଷେଇ ଘରୁ ପଡୋଶୀକୁ ଭୁଲରେ ବି ଦିଅନ୍ତୁନି ଏହି ଚାରୋଟି ଜିନିଷ, ନଚେତ ହୋଇଯିବେ କାଙ୍ଗାଳ

Vastu Tips: ବାସ୍ତୁଶାସ୍ତ୍ର ଅନୁସାରେ ସବୁକିଛି କଲେ ଆପଣଙ୍କ ଘରେ ସବୁକିଛି ଠିକଠାକ ଚାଲିଥାଏ। ଏବଂ ଘରେ ଆର୍ଥିକ ସ୍ଥିତି ମଧ୍ୟ କେବେ ଦୁର୍ବଳ ହୁଏ ନାହିଁ । ତେବେ ସାଧାରଣ ଜୀବନରେ, ଆମେ ପ୍ରାୟତଃ ରୋଷେଇ ଘର ସହିତ ଜଡିତ ।

Vastu Tips: ରୋଷେଇ ଘରୁ ପଡୋଶୀକୁ ଭୁଲରେ ବି ଦିଅନ୍ତୁନି ଏହି ଚାରୋଟି ଜିନିଷ, ନଚେତ ହୋଇଯିବେ କାଙ୍ଗାଳ

Vastu Tips: ବାସ୍ତୁଶାସ୍ତ୍ର ଅନୁସାରେ ସବୁକିଛି କଲେ ଆପଣଙ୍କ ଘରେ ସବୁକିଛି ଠିକଠାକ ଚାଲିଥାଏ। ଏବଂ ଘରେ ଆର୍ଥିକ ସ୍ଥିତି ମଧ୍ୟ କେବେ ଦୁର୍ବଳ ହୁଏ ନାହିଁ । ତେବେ ସାଧାରଣ ଜୀବନରେ, ଆମେ ପ୍ରାୟତଃ ରୋଷେଇ ଘର ସହିତ ଜଡିତ । ଏବଂ ଅନେକ ରୋଷେଇ ଜିନିଷ ମଧ୍ୟ ବ୍ୟବହାର କରିଥାଉ । ଅନେକ ଥର ଆମେ ଆମ ପଡ଼ୋଶୀମାନଙ୍କଠାରୁ କିଛି ରୋଷେଇ ଜିନିଷ ମାଗିଥାଉ ଏବଂ ବେଳେବେଳେ ଆମେ ମଧ୍ୟ ଦେଇଥାଉ । ଏହା କରିବା ଦ୍ୱାରା ପରପ୍ପର ଭିତରେ ମଧ୍ୟ ସମ୍ପର୍କ ମଜବୁତ ହୋଇଥାଏ । କିନ୍ତୁ ରୋଷେଇ ଘର ସହିତ ଜଡିତ ୪ଟି ଜିନିଷ ଅଛି, ଯାହା ଭୁଲରେ ମଧ୍ୟ କାହାକୁ ଦେବ ଉଚିତ୍ ନୁହେଁ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହା କରିବା ଦ୍ବାରା ମାଆ ଲକ୍ଷ୍ମୀ ରାଗି ଘରୁ ଚାଲି ଯାଆନ୍ତି । ଫଳରେ ଆପଣ ଲକ୍ଷ୍ମୀଛଡା ହୋଇ ଯାଆନ୍ତି । ଏବଂ ପୁରା ପରିବାର ଦାରିଦ୍ରତାରେ ସମ୍ମୁଖିନ ହୁଏ । ତେବେ, ଆସନ୍ତୁ ଜାଣିବା ସେହି ୪ ଟି ଜିନିଷ କ’ଣ, ଯାହା କାହାକୁ କାହାକୁ ଧାର ଦେବା ଉଚିତ୍ ନୁହେଁ । 

ରସୁଣ -ପିଆଜ :

ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ରସୁଣ ଏବଂ ପିଆଜ କେଟୁ ଗ୍ରହ ସହିତ ଜଡିତ । କେଟୁ ଗ୍ରହକୁ ଶାନ୍ତ ରଖିବା ପାଇଁ ଘରର ରୋଷେଇ ଘରେ ଏହି ଦୁଇଟି ଜିନିଷ ରହିବା ଆବଶ୍ୟକ । ଏହି କାରଣରୁ ଆପଣ ଭୁଲରେ ମଧ୍ୟ  ନିଜ ପଡୋଶିକୁ ରଷୁଣ ଓ ପିଆଜ ଦିଅନ୍ତୁ ନାହିଁ । ନଚେତ୍ କେଟୁଙ୍କ ରୋଷର ଆପଣ ଶିକାର ହେବା ସହ ଘରେ ଆର୍ଥିକ ସ୍ଥିତି ମଧ୍ୟ ଖରାପ ହୋଇଥାଏ । ଯେଉଁ କାରଣରୁ ପରିବାରରେ ଅଶାନ୍ତି ଆରମ୍ଭ ହୋଇଥାଏ । 

ଲୁଣ :

ଜ୍ୟୋତିଷଙ୍କ ଅନୁଯାୟୀ ଲୁଣ କାହାକୁ ଦେବା ଉଚିତ ନୁହେଁ କି  କାହାଠାରୁ ଆଣିବା ଉଚିତ୍ ନୁହେଁ । ଯଦି ଘରେ ଲୁଣ କେବେ ଶେଷ ହୋଇଯାଏ, ତେବେ ଆପଣ ଏହାକୁ ନିଜ ପଡୋଶୀ ଠାରୁ ମାଗିବା ପରିବର୍ତ୍ତେ ଦୋକନାରୁ କିଣି ଆଣିବା ଉଚିତ୍ । ଯଦି ଏହା କରା ନ ଯାଏ, ପରିବାରକୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିବ ଏବଂ ସେମାନଙ୍କ ଜୀବନରେ ଅନେକ ଅସୁବିଧା ଆସିବା ଆରମ୍ଭ କରିବ ।

କ୍ଷୀର :

ଜ୍ୟୋତିଶ ଶାସ୍ତ୍ର ଅନୁସାରେ, କ୍ଷୀର ଚନ୍ଦ୍ର ସହିତ ଜଡିତ ବୋଲି ବିବେଚନା କରାଯାଏ । ଉଭୟର ରଙ୍ଗ ଧଳା ଏବଂ ଶୀତଳ । ଯାହା ଧୈର୍ଯ୍ୟ ଏବଂ ଶାନ୍ତିକୁ ପ୍ରତିଫଳିତ କରେ । ଖାସ କରି କ୍ଷୀର ଓ କ୍ଷୀରରେ ତିଆରି ଖାଦ୍ୟ ସାମଗ୍ରୀ କାହାକୁ ଦେବା ଉଚିତ୍ ନୁହେଁ । ଏହା ନିଜ ପଡୋଶୀକୁ ଦେବା ଅଶୁଭ ବୋଲି ଧରାଯାଏ । ବିଶେଷକରି ସୂର୍ଯ୍ୟ ଅସ୍ତ ହେବା ପରେ, ଭୁଲରେ ମଧ୍ୟ କାହାକୁ କ୍ଷୀର ଦେବା ଉଚିତ୍ ନୁହେଁ ।

ହଳଦୀ :

ଜ୍ୟୋତିଷଙ୍କ ଅନୁଯାୟୀ ହଳଦୀ ବୃହସ୍ପତି ଗ୍ରହ ସହିତ ଜଡିତ। ବୃହସ୍ପତି ଗ୍ରହ ଲୋକମାନଙ୍କର ଉପକାରକାରୀ ଭାବରେ ବିବେଚନା କରାଯାଏ। ସେଥିପାଇଁ ଭୁଲରେ ମଧ୍ୟ କାହାକୁ ହଳଦୀ ଦେବା କିମ୍ବା କାହା ଠାରୁ ଏହା ଆଣିବା ଉଚିତ୍ ନୁହେଁ । ଯଦି ଆପଣ କାହାକୁ ହଳଦୀ ଧାରରେ ଦେଉଛନ୍ତି । ତେବେ, ଆପଣଙ୍କ ପାରିବାରିକ ଜୀବନରେ ସୁଖଶାନ୍ତି ନଷ୍ଟ ହେବାର ଖୁବ ସମ୍ଭାବନା ରହିଛି । 

(ପ୍ରତ୍ୟାଖ୍ୟାନ: ଏହା ଏକ ଖବର ମାତ୍ର ସୂଚନା ଉପଯୋଗୀ, ହେଲେ ଜି ଓଡିଶା ନ୍ୟୁଜ୍ ଏହାକୁ ନିଶ୍ଚିତ କରେ ନାହିଁ )