Surya And Shani Yuti 2024: କୁମ୍ଭରେ ସୂର୍ଯ୍ୟ-ଶନି, ଧନବାନ୍ ହେବେ ଏହି ୪ ରାଶି
Advertisement
Article Detail0/zeeodisha/odisha2114262

Surya And Shani Yuti 2024: କୁମ୍ଭରେ ସୂର୍ଯ୍ୟ-ଶନି, ଧନବାନ୍ ହେବେ ଏହି ୪ ରାଶି

Surya and Shani Yuti 2024:  ଆଜି ଦିନ ୧୨ଟା ୪୫ ମିନିଟ୍ ସମୟରେ ସୂର୍ଯ୍ୟ କୁମ୍ଭ ରାଶିକୁ ଚଳନ କରିବେ । ଗୋଟିଏ ରାଶିରେ ଦୁଇ ଗ୍ରହଙ୍କ ମିଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ସୂର୍ଯ୍ୟ -ଶନିଙ୍କ ଗୋଟିଏ ରାଶିରେ ମିଳନ ସୂର୍ଯ୍ୟ-ଶନି ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଏହି ସଂଯୋଗ କିଛି ରାଶି ପାଇଁ ବରଦାନ ପାଲଟିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ...  

 Surya And Shani Yuti 2024: କୁମ୍ଭରେ ସୂର୍ଯ୍ୟ-ଶନି, ଧନବାନ୍ ହେବେ ଏହି ୪ ରାଶି

Surya and Shani Yuti 2024: ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିଥାଆନ୍ତି । ଗ୍ରହମାନଙ୍କର ଏହି ଚଳନ କେତେକ ରାଶି ଉପରେ ଶୁଭ ତ ଆଉ କେତେକ ରାଶି ଉପରେ ଅଶୁଭ ପ୍ରଭାବ ପକାଇଥାଏ। ଚଳିତ ମାସ ଗ୍ରହ ଚଳନ ଦୃଷ୍ଟିକୋଣରୁ ଅତ୍ୟନ୍ତ ଖାସ୍ ଅଟେ। କାହିଁକିନା ନ୍ୟାୟ ଦେବତା ଶନି ଏବେ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି । ଆଉ ଆଜି ସେହି ରାଶିକୁ ସୂର୍ଯ୍ୟ ଚଳନ କରିବେ। ଆଜି ଦିନ ୧୨ଟା ୪୫ ମିନିଟ୍ ସମୟରେ ସୂର୍ଯ୍ୟ କୁମ୍ଭ ରାଶିକୁ ଚଳନ କରିବେ । ଗୋଟିଏ ରାଶିରେ ଦୁଇ ଗ୍ରହଙ୍କ ମିଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ସୂର୍ଯ୍ୟ -ଶନିଙ୍କ ଗୋଟିଏ ରାଶିରେ ମିଳନ ସୂର୍ଯ୍ୟ-ଶନି ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଏହି ସଂଯୋଗ କିଛି ରାଶି ପାଇଁ ବରଦାନ ପାଲଟିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ...  

ଧନବାନ୍ ହେବେ ଏହି ସବୁ ରାଶି:

ମେଷ ରାଶି:  ସୂର୍ଯ୍ୟ-ଶନି ୟୁତି ବା ଦୁର୍ଲଭ ସଂଯୋଗ ଏହି ରାଶି ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ । ଏହି ସମୟରେ, ଉକ୍ତ ରାଶିର ବ୍ୟକ୍ତି ବିଶେଷଙ୍କ ମାନ ସମ୍ମାନ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଚାକିରି କ୍ଷେତ୍ରରେ ପଦୋନ୍ନତି ନେଇ ଯୋଗ ରହିଛି । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ନିବିଡ଼ ହେବ ।

ମିଥୁନ ରାଶି:  ସୂର୍ଯ୍ୟ ଏବଂ ଶନିଙ୍କ କୃପା ଏହି ରାଶି ଉପରେ ରହିବ। କ୍ୟାରିୟର ସମ୍ବନ୍ଧିୟ ଭଲ ଖବର  ପାଇବେ। ଚାକିରିରେ ପଦୋନ୍ନତିର ନେଇ ଯୋଗ ରହିଛି। ର୍ମ କ୍ଷେତ୍ର ବିସ୍ତାରିତ ହେବ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ଚାକିରି ମିଳିବ । ସ୍ବାସ୍ଥ୍ୟ ଭଲ ରହିବ । ସମ୍ପର୍କୀୟଙ୍କ ସହ ଦୀର୍ଘ ଦିନରୁ ଲାଗି ରହିଥିବା ମନ୍ତାନ୍ତର ଦୂର ହେବ ।  ଯେଉଁମାନେ ରାଜନୀତି କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହା ଏକ ଭଲ ସମୟ।  ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ।  ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ।

ତୁଳା ରାଶି: ଆଜିଠାରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଏହି ଅବିଧି ମଧ୍ଯରେ ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଏହି ରାଶିର ମହିଳା ମାନଙ୍କ ଲାଗି ଏହି ସମୟ ଅତ୍ୟନ୍ତ ଖାସ୍ ରହିବ ।

କର୍କଟ :  ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ ଏହି ରାଶିର ବ୍ୟକ୍ତି ବିଶେଷ। ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସାଥ୍ ଦେବ। ଏହି ଅବଧି ମଧ୍ୟରେ ଆପଣ ନୂତନ ଗାଡି଼ ଓ ଜମି କିଣି ପାରିବେ। ଯେଉଁମାନେ ଚାକିରି କରୁଛନ୍ତି। ସେମାନଙ୍କୁ କାର୍ଯ୍ୟାଳୟରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ସମୟ ବିତିହ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ବର୍ଷ ଶେଷ ଯାଏଁ ଆର୍ଥିକ ସମସ୍ୟା ରହିବ ନାହିଁ। 

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)