Diwali 2023: ଦୀର୍ଘ ୫୦୦ ବର୍ଷ ପରେ ଦୀପାବଳିରେ ଦୁର୍ଲଭ ସଂଯୋଗ, ଏହି ସମୟରେ ପୂଜା କଲେ ବର୍ଷିବ ଧନ!
Advertisement
Article Detail0/zeeodisha/odisha1954142

Diwali 2023: ଦୀର୍ଘ ୫୦୦ ବର୍ଷ ପରେ ଦୀପାବଳିରେ ଦୁର୍ଲଭ ସଂଯୋଗ, ଏହି ସମୟରେ ପୂଜା କଲେ ବର୍ଷିବ ଧନ!

Diwali 2023: ଦୀପାବଳି ଦିନ ଦେବୀ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କୁ ପୂଜା କରାଯାଏ, ଫଳରେ ବର୍ଷସାରା ଘରେ ଧନ ଓ ସମୃଦ୍ଧତା ରହିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ଦୀପାବଳିରେ ଏକ ବିରଳ ସଂଯୋଗ ଘଟିବାକୁ ଯାଉଛି ।

ସୌ(ସୋସିଆଲ ମିଡିଆ)

Diwali Puja 2023: ଦୀପାବଳି ଭାରତୀୟ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ଅଟେ । ଏହାକୁ ‘ଆଲୋକର ପର୍ବ’ ବୋଲି ମଧ୍ୟ କୁହାଯାଏ। ହିନ୍ଦୁମାନଙ୍କ ଘରେ ନାନାଦି ପାରମ୍ପରିକ ଢଙ୍ଗରେ ଏହାକୁ ପାଳନ କରାଯାଇଥାଏ । ଏହି ଦିନ ଦେବୀ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କୁ ପୂଜା କରାଯାଏ, ଫଳରେ ବର୍ଷସାରା ଘରେ ଧନ ଓ ସମୃଦ୍ଧତା ରହିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ଦୀପାବଳିରେ ଏକ ବିରଳ ସଂଯୋଗ ଘଟିବାକୁ ଯାଉଛି । ଏହି ସଂଯୋଗ ଦୀର୍ଘ ୫୦୦ ବର୍ଷ ପରେ ଘଟିବ, ଯାହା ଧନ, ସମୃଦ୍ଧି, ସ୍ୱାସ୍ଥ୍ୟ ଓ ଆର୍ଥିକ୍ ଲାଭ ଦୃଷ୍ଟି କୋଣରୁ ବେଶ ଶୁଭଫଳ ଦାୟୀ ଅଟେ ।

ଚଳିତ ବର୍ଷ ଦୀପାବଳି ନଭେମ୍ବର ୧୨ ଅର୍ଥାତ୍ ରବିବାର ଦିନ ପାଳନ କରାଯିବ। ଜ୍ୟୋତିଷଙ୍କ ଅନୁଯାୟୀ, ଏହି ଦିନ ଦୁର୍ଧାରା, ହର୍ଷ, ଓ ଗଜକେସରୀ ଯୋଗର ନିର୍ମାଣ ହେବାକୁ ଯାଉଛି । ଦୀପାବଳିରେ ଏହି ଦୁର୍ଲଭ ସଂଯୋଗ ୫୦୦ ବର୍ଷ ପରେ ସୃଷ୍ଟି ହେବାକୁ ଯାଉଛି । ଏହି ସଂଯୋଗ ବିରଳ ହେବା ସହ ଅତ୍ୟନ୍ତ ଶୁଭଫଳ ଦାୟୀ ରହିବ ।

ଜ୍ୟୋତିଷଙ୍କ ଅନୁଯାୟୀ, ପ୍ରଦୋଷ କାଳର ସୂର୍ଯ୍ୟାସ୍ତ ସମୟରେ ଓ ଅମାବାସ୍ୟାରେ ତିଥିକେ ଲକ୍ଷ୍ମୀ ପୂଜା କରାଯାଇଥାଏ । ଚଳିତ ବର୍ଷ ଅମାବାସ୍ୟା ତିଥି ୧୨ ନଭେମ୍ବର ଅପରାହ୍ନ ୨:୪୪ରୁ ଆରମ୍ଭ ହୋଇ ୧୩ ନଭେମ୍ବର ଅପରାହ୍ନ ୨:୫୬ ପର୍ଯ୍ୟନ୍ତ ଚାଲିବ। ତେଣୁ ଚଳିତ ଥର ଦୀପାବଳି ୧୨ ତାରିଖରେ ପାଳନ କରାଯିବ ।

ଦୀପାବଳି ପର୍ବ ଦେବୀ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ପୂଜା ପାଇଁ ସମର୍ପିତ। ଜ୍ୟୋତିଷଙ୍କ ଅନୁଯାୟୀ, ଲାଭ ଓ ଶୁଭଫଳ ପାଇବା ନେଇ ଦୀପାବଳି ଦିନ ପ୍ରଦୋଷ କାଳରେ ଲକ୍ଷ୍ମୀ-ଗଣେଶଙ୍କୁ ପୂଜା କରନ୍ତୁ। ନଭେମ୍ବର ୧୨ରେ ପ୍ରଦୋଷ କାଳ ସନ୍ଧ୍ୟା ୫:୨୮ ରୁ ଆରମ୍ଭ ହୋଇ ରାତି ୮ଟା ପର୍ଯ୍ୟନ୍ତ ଚାଲିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)