Guru Shukra Gochar 2024: ତିନି ରାଶି ଉପରେ ଧନ ବର୍ଷା କରିବେ ବୃହସ୍ପତି-ଶୁକ୍ର
Advertisement
Article Detail0/zeeodisha/odisha2132030

Guru Shukra Gochar 2024: ତିନି ରାଶି ଉପରେ ଧନ ବର୍ଷା କରିବେ ବୃହସ୍ପତି-ଶୁକ୍ର

Guru Shukra Gochar 2024 : ଦେବଗୁରୁ ବୃହସ୍ପତି ମେଷ ରାଶି ଛାଡି ମେ ୧ ତାରିଖରେ ବୃଷ ରାଶିକୁ ଚଳନ କରିବେ। ( ମେ ୧) ସକାଳ ୮ଟା ୨୫ ମିନିଟ୍ ସମୟରେ ରାଶି ପରିବର୍ତ୍ତନ କରିବେ ବୃହସ୍ପତି। ସେହିପରି, ମେ ୧୯ ତାରିଖ ସକାଳ  ୬ଟା ୨୦ ମିନିଟ୍ ସମୟରେ  ଶୁକ୍ର ସେହି ରାଶିକୁ ଚଳନ କରିବେ।  ଦିର୍ଘ ୧୨ ବର୍ଷ ପରେ , ଗୋଟିଏ ରାଶିରେ ଦୁଇ ଗ୍ରହଙ୍କ ମିଳନ ରାଜଯୋଗ ବା ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି କରୁଛି। ଫଳରେ ଏହି ରାଜଯୋଗ ତିନି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ରହିବ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶିଙ୍କ ଭାଗ୍ୟ ପରିବର୍ତ୍ତନ କରିବେ ବୃହସ୍ପତି ଓ ଶୁକ୍ର। ...

Guru Shukra Gochar 2024: ତିନି ରାଶି ଉପରେ ଧନ ବର୍ଷା  କରିବେ ବୃହସ୍ପତି-ଶୁକ୍ର

Guru Shukra Gochar 2024: ବୈଦିକ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି। ଯାହାର ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିଥାଏ।  ଏହି କ୍ରମରେ ଦେବଗୁରୁ ବୃହସ୍ପତି ମେଷ ରାଶି ଛାଡି ମେ ୧ ତାରିଖରେ ବୃଷ ରାଶିକୁ ଚଳନ କରିବେ। ( ମେ ୧) ସକାଳ ୮ଟା ୨୫ ମିନିଟ୍ ସମୟରେ ରାଶି ପରିବର୍ତ୍ତନ କରିବେ ବୃହସ୍ପତି। ସେହିପରି, ମେ ୧୯ ତାରିଖ ସକାଳ  ୬ଟା ୨୦ ମିନିଟ୍ ସମୟରେ  ଶୁକ୍ର ସେହି ରାଶିକୁ ଚଳନ କରିବେ।  ଦିର୍ଘ ୧୨ ବର୍ଷ ପରେ , ଗୋଟିଏ ରାଶିରେ ଦୁଇ ଗ୍ରହଙ୍କ ମିଳନ ରାଜଯୋଗ ବା ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି କରୁଛି। ଫଳରେ ଏହି ରାଜଯୋଗ ତିନି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ରହିବ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶିଙ୍କ ଭାଗ୍ୟ ପରିବର୍ତ୍ତନ କରିବେ ବୃହସ୍ପତି ଓ ଶୁକ୍ର। ...

ଧନବାନ୍ ହେବେ ଏହି ସବୁ ରାଶି:

ମେଷ ରାଶି:  ଗୋଟିଏ ରାଶିରେ ଗୁରୁ-ଶୁକ୍ରଙ୍କ ଚଳନ ମେଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ପ୍ରମାଣିତ ହେବ।  ଏହି ରାଜଯୋଗ ବା ଗଜଲକ୍ଷ୍ମୀ ରାଜଯୋଗ ଯୋଗୁଁ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆକସ୍ମିକ ଧନଲାଭ ନେଇ ଯୋଗ ରହିଛି। ଯେଉଁମାନେ ବ୍ୟବସାୟୀ, ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। କୌଣସି ନୂତନ ବ୍ୟବସାୟ ଆରମ୍ଭ କଲେ ଏଥିରେ ଅଧିକ ଲାଭ ପାଇବେ। 

ସିଂହ ରାଶି: ଗଜଲକ୍ଷ୍ମୀ ରାଜଯୋଗ ଏହି ରାଶିରେ ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ। ଏହି ଅବଧି ମଧ୍ୟରେ, ଚାକିରିରେ ପଦୋନ୍ନତି ନେଇ ଯୋଗ ରହିଛି । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ସାମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଉନ୍ନତି ହେବା ସହ ବିପୁଳ ଲାଭ ମିଳିବ । ଆୟ ବଢିବା ସହିତ ବୈବାହିକ ଜୀବନ ସୁଖମୟ ହେବ । ବିଶେଷ କରି ପ୍ରେମ ବ୍ୟାପାରରେ ସଫଳତା ପାଇବେ। ଏପରିକି ପ୍ରେମ ବିବାହର ଯୋଗ ମଧ୍ୟ ରହିଛି। ଦିର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ। 

କର୍କଟ ରାଶି :  ଗୁରୁ ଓ ଶୁକ୍ର ଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟ ମଧ୍ୟ ଚମକିବ। ଗଜଲକ୍ଷ୍ମୀ ରାଜଯୋଗ (Dhanshakti Rajyog)ର ଶୁଭ ପ୍ରଭାବ ହେତୁ କର୍କଟ ରାଶିରେ ବ୍ୟକ୍ତି ବିଶେଷ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ।  ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ମଜବୁତ୍ ହେବ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତି ବିଶେଷ ଏହି ସମୟରେ ସଫଳତା ହାସଲ କରିବେ । ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ । ବ୍ୟବସାୟରେ ଆର୍ଥିକ ଲାଭର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟରେ ସକରାତ୍ମକ ପରିବର୍ତ୍ତନ ଦେଖାଯିବ। ପରିବାର ଲୋକଙ୍କ ସହ ସମ୍ପର୍କରେ ସୁଧାରତା ଆସିବ। ଦୂରସ୍ଥାନକୁ ଯାତ୍ରା ନେଇ ବାଟ ଫିଟିବ।

​ ​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)