Angarak Yog 2024: ଏହି ସବୁ ରାଶିଙ୍କ ପାଇଁ ସଙ୍କଟ ସୃଷ୍ଟି କରିବ ଅଙ୍ଗାର୍କ ଯୋଗ, ମାଡ଼ି ଆସିବ ବିପଦ!
Advertisement
Article Detail0/zeeodisha/odisha2220258

Angarak Yog 2024: ଏହି ସବୁ ରାଶିଙ୍କ ପାଇଁ ସଙ୍କଟ ସୃଷ୍ଟି କରିବ ଅଙ୍ଗାର୍କ ଯୋଗ, ମାଡ଼ି ଆସିବ ବିପଦ!

Angarak Yog: ଗୋଟିଏ ରାଶିରେ ତିନି ଗ୍ରହଙ୍କ ମିଳନ ଅଙ୍ଗାର୍କ ଯୋଗ ଗଠନ କରୁଛି । ଏହି ଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ଫଳରେ କିଛି ରାଶିଙ୍କୁ ଆସନ୍ତା ଜୁନ୍ ମାସ ଶେଷ ପର୍ଯ୍ୟନ୍ତ ସତର୍କ ରହିବାକୁ ପଡିବ।

Angarak Yog 2024: ଏହି ସବୁ ରାଶିଙ୍କ ପାଇଁ ସଙ୍କଟ ସୃଷ୍ଟି କରିବ ଅଙ୍ଗାର୍କ ଯୋଗ, ମାଡ଼ି ଆସିବ ବିପଦ!

Angarak Yog: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିନ୍ତି। ଏହି କ୍ରମରେ ମଙ୍ଗଳ ଗତକାଲି (ବୁଧବାର) ରାତି ୧୦ଟା ୪୫ ମିନିଟ୍ ସମୟରେ ମୀନ ରାଶିରେ ପ୍ରବେଶ କରିଛନ୍ତି। ଯେଉଁ ରାଶିରେ କି ଦେବଗୁରୁ ବୃହସ୍ପତି ଓ ରାହୁ ପୂର୍ବରୁ ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ତିନି ଗ୍ରହଙ୍କ ମିଳନ ଅଙ୍ଗାର୍କ ଯୋଗ (Angarak Yoga 2024) ଗଠନ କରୁଛି । ଏହି ଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ଫଳରେ କିଛି ରାଶିଙ୍କୁ ଆସନ୍ତା ଜୁନ୍ ମାସ ଶେଷ ପର୍ଯ୍ୟନ୍ତ ସତର୍କ ରହିବାକୁ ପଡିବ।...

ALSO READ: Shani Vakri 2024: ତିନି ରାଶିଙ୍କୁ ଧନୀ କରିବେ ଶନି, ମିଳିବ ପୁଳା ପୁଳା ଟଙ୍କା!

ସତର୍କ ରୁହନ୍ତୁ ଏହି ସବୁ ରାଶି:

ବୃଷ:  ଅଙ୍ଗାର୍କ ଯୋଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଅଶୁଭ ଫଳ ପ୍ରଦାନ କରିପାରେ।  ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ଯଦି କୌଣସି ଜରୁରୀ କାର୍ଯ୍ୟରେ ଯାତ୍ରା କରୁଛନ୍ତି । ତେବେ ଯଥା ସମ୍ଭବ ସତର୍କତା ଅବଲମ୍ବନ କରନ୍ତୁ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ବୈବାହିତ ଜୀବନରେ ଫାଟ ସୃଷ୍ଟି ହୋଇପାର। ଅଯଥା ଖର୍ଚ୍ଚ ବଢିବା ସହ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ବ୍ୟବସାୟରେ କୌଣସି ଅର୍ଥ ବିନିଯୋଗ ଏବେ କରନ୍ତୁ ନାହିଁ । ନଚେତ୍ କ୍ଷତି ସହିପାରନ୍ତି। 

ତୁଳା: ଅଙ୍ଗାର୍କ ଯୋଗ ଏହି ରାଶି ପାଇଁ ସଙ୍କଟ ଡାକିଆଣିପାରେ। ଅର୍ଥହାନୀ ଓ ପ୍ରାଣ ପୀଡ଼ା ଦେଖାଦେବ। ବିଶେଷ କରି, ଅଲସର ଭଳି ସମସ୍ୟା ଦେଖାଦେବ। କର୍ମକ୍ଷେତ୍ରରେ ନିଜ ସହକର୍ମୀଙ୍କ ସହ କୌଣସି କଥାକୁ ନେଇ ବିବାଦ ଦେଖାଦେଇପାରେ। ଆଇନ ଜାଲରେ ଫସି ପାରନ୍ତି।  ଏ-ପରିକି କୌଣସି ଏକ ଛୋଟ କଥାକୁ ନେଇ ନିଜ ପରିବାର ସଦସ୍ୟଙ୍କ ସହ ବିବାଦ ଦେଖା ଦେଇପାରେ। ତେଣୁ ଜଗିରଖି ଚଳିବାକୁ ପଡି଼ବ। ପ୍ରେମ ବ୍ୟାପାରରେ ବି ଫାଟ ସୃଷ୍ଟି ହୋଇପାରେ। ଗୁପ୍ତ ଶତ୍ରୁଙ୍କ ସଂଖ୍ୟା ବି ବଢିପାରେ। 

ସିଂହ: ଅଙ୍ଗାର୍କ ଯୋଗ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କୁ ବିପଦରେ ପକାଇପାରେ। କଠିନ ପରିଶ୍ରମ କଲେ ମଧ୍ୟ ସେହି ଅନୁସାରେ ଫଳ ମିଳିବ ନାହିଁ।  ଆର୍ଥିକ ସ୍ଥିତି ମଧ୍ୟ ବିଗିଡି଼ବ। ପ୍ରେମ ବ୍ୟାପାରରେ ଝଡ଼ ସୃଷ୍ଟି ହୋଇପାରେ। ବୈବାହିକ ଜୀବନ ଏତେ ଖାସ୍ ରହିବ ନାହିଁ। କର୍ମକ୍ଷେତ୍ରରେ ନିଜ ସହକର୍ମୀଙ୍କ ସହ କୌଣସି ଛୋଟ କଥାକୁ ନେଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ଯାହାକୁ ନେଇ ଚାପରେ ରହିବେ। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ।  ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। କୌଣସି ନୂତନ କାର୍ଯ୍ୟ ଏବେ ଆରମ୍ଭ କରନ୍ତୁ ନାହିଁ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)