Health Tips: ଡେଙ୍ଗୁ ସମୟରେ ପଇଡ ପାଣି, ଅମୃତଭଣ୍ଡା ପତ୍ର ରସ ପିଉଛନ୍ତି କି? ଜାଣନ୍ତୁ ସଠିକ ପଦ୍ଧତି
Advertisement
Article Detail0/zeeodisha/odisha1925192

Health Tips: ଡେଙ୍ଗୁ ସମୟରେ ପଇଡ ପାଣି, ଅମୃତଭଣ୍ଡା ପତ୍ର ରସ ପିଉଛନ୍ତି କି? ଜାଣନ୍ତୁ ସଠିକ ପଦ୍ଧତି

Health Tips: ବର୍ତ୍ତମାନ ସମୟରେ ଡେଙ୍ଗୁ ରୋଗ କାରଣରୁ ଅନେକ ଲୋକ ସ୍ୱାସ୍ଥ୍ୟ ସମସ୍ୟାରେ ପଡୁଛନ୍ତି । ତେଣୁ ଡେଙ୍ଗୁକୁ ରୋକିବା ପାଇଁ ଔଷଧ ବଦଳରେ ଅମୃତଭଣ୍ଡା ପତ୍ର ରସ, ପଇଡ ପାଣି ଏବଂ କ୍ଷୀର ବ୍ୟବହାର କରୁଛନ୍ତି । କିନ୍ତୁ ଅନେକ ବ୍ୟକ୍ତି ଏହାକୁ ସେବନ କରିବାର ସଠିକ ପ୍ରଣାଳୀ ଜାଣନ୍ତି ନାହିଁ । ଆଜି ଆପଣଙ୍କୁ କହିବୁ ବିଶେଷଜ୍ଞ ଏହା ଉପରେ କଣ ପରାମର୍ଶ ଦେଇଛନ୍ତି ।

Health Tips: ଡେଙ୍ଗୁ ସମୟରେ ପଇଡ ପାଣି, ଅମୃତଭଣ୍ଡା ପତ୍ର ରସ ପିଉଛନ୍ତି କି? ଜାଣନ୍ତୁ ସଠିକ ପଦ୍ଧତି

Health Tips: ବର୍ତ୍ତମାନ ଦେଶର ଅନେକ ସ୍ଥାନରେ ଡେଙ୍ଗୁ ରୋଗ (dengue disease) ନେଇ ଆତଙ୍କ ଖେଳିଯାଇଛି । ଡେଙ୍ଗୁ ହେବା ପରେ ଶରୀରରେ ପ୍ଲେଟଲେଟ୍ କମିଯାଇଥାଏ ତେଣୁ ରୋଗୀଙ୍କୁ ଅନେକ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ଆମ ରାଜ୍ୟର କଟକ ଭୁବନେଶ୍ୱର ସମେତ ବିଭିନ୍ନ ଡାକ୍ତରଖାନାରେ ଡେଙ୍ଗୁ ରୋଗୀଙ୍କ ଭିଡ ଦେଖିବାକୁ ମିଳୁଛି । କେବଳ ଓଡ଼ିଶା ନୁହେଁ ଉତ୍ତରପ୍ରେଦଶ ସମେତ ଦେଶର ବିଭିନ୍ନ ସହରରେ ଥିବା ଚିକିତ୍ସାଳୟରେ ଡେଙ୍ଗୁ ରୋଗୀ (dengue patient)ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଡେଙ୍ଗୁ ରୋଗରୁ ରକ୍ଷା କରିବା ପାଇଁ ଲୋକମାନେ ଔଷଧ ଅପେକ୍ଷା ଅମୃତଭଣ୍ଡା ପତ୍ର ରସ, ପଇଡ ପାଣି ଏବଂ କ୍ଷୀର ଅଧିକ ପରିମାଣରେ ବ୍ୟବହାର କରିଥାନ୍ତି । କିନ୍ତୁ ଅନେକ ଲୋକ ସେଗୁଡିକୁ ନିର୍ଦ୍ଦିଷ୍ଟ ପରିମାଣରେ ବ୍ୟବହାର କରିବା ବଦଳରେ ଭୁଲ୍ ମାତ୍ରାର ବ୍ୟବହାର କରୁଛନ୍ତି । ଯେଉଁ କାରଣରୁ ସେମାନେ କୌଣସି ଲାଭ ପାଇବା ପରିବର୍ତ୍ତେ ଅଧିକ ଅସୁସ୍ଥ ହୋଇପଡନ୍ତି । ଆବଶ୍ୟକତାଠାରୁ ଅଧିକ ଚାହିଦା କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଡେଙ୍ଗୁ ପାଇଁ ଅତ୍ୟାବଶକୀୟ ସାମଗ୍ରୀର ଦର ମଧ୍ୟ ବଢିବାରେ ଲାଗିଛି ।

ଲକ୍ଷ୍ନୌ ସ୍ଥିତ ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ଡାକ୍ତରଙ୍କ କହିବା ଅନୁଯାୟୀ, ଲୋକମାନଙ୍କ ମନରେ ଏହା ଧାରଣା ଥାଏ ଯେ, ଅମୃତଭଣ୍ଡା ରସ, ନଡିଆ ପାଣି ଏବଂ କ୍ଷୀର ସବୁ ସ୍ୱାଭାବିକ ପାନୀୟ ପରି । ଆପଣ ଯେତେ ଚାହିଁବେ ପିଇପାରିବେ, ଏହା କୌଣସି କ୍ଷତି କରିବ ନାହିଁ ବୋଲି ଲୋକଙ୍କ ମନରେ ଧାରଣା ଥାଏ । କିନ୍ତୁ ପ୍ରତ୍ୟେକ ଜିନିଷ ସେବନ କରିବାର ନିର୍ଦ୍ଦିଷ୍ଟ ପରିମାଣ ଥାଏ । ଏହାକୁ ଉପଯୁକ୍ତ ପରିମାଣର ସେବନ କଲେ ଆପଣଙ୍କୁ ଲାଭ ଦେଇଥାଏ । ଡାକ୍ତର ଏହା ମଧ୍ୟ କହିଛନ୍ତି ଯେ, ଯଦି ଡେଙ୍ଗୁ ରୋଗୀ ଅମୃତଭଣ୍ଡା ପତ୍ର ରସକୁ ସକାଳେ ୫ ଏମଏଲ ଏବଂ ସନ୍ଧ୍ୟାରେ ୫ ଏମଏଲ ସେବନ କରନ୍ତି ତେବେ ସେ ନିଶ୍ଚିତ ଭାବରେ ଡେଙ୍ଗୁ ରୋଗରୁ ମୁକ୍ତି ପାଇପାରିବେ। ଏପରି କରିବା ଦ୍ୱାରା ଶରୀରରେ ପ୍ଲେଟଲେଟ୍ କମିବ ନାହିଁ । କିନ୍ତୁ ଏହାକୁ ବାଦ୍ ଦେଇ ଯଦି କେହି ଦିନରେ ବାରମ୍ବାର ଅମୃତଭଣ୍ଡା ରସ ସେବନ କରୁଛନ୍ତି ତେବେ ଏହାଦ୍ୱାରା ବାନ୍ତି ହୋଇପାରେ । ଅତ୍ୟଧିକ ସେବନ ଦ୍ୱାରା ରୋଗୀକୁ ଡାଇରିଆ ହୋଇପାରେ । ଏହା ଆପଣଙ୍କ ଯକୃତ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇବ ।

ଡାକ୍ତରଙ୍କ କହିବା ଅନୁଯାୟୀ, ଯଦି କେହି ଡେଙ୍ଗୁ ରୋଗ ପାଇଁ ଛେଳି କ୍ଷୀର ସେବନ କରୁଛନ୍ତି ତେବେ ତାହାକୁ ସୀମିତ ପରିମାଣରେ ସେବନ କରିବା ଉଚିତ । ସକାଳେ ମାତ୍ର ୧୫ ଏମଏଲ ଓ ସନ୍ଧ୍ୟାରେ ୧୫ ଏମଏଲ ନେବା ଉଚିତ୍। ଦିନସାରା ପିଇବାର କୌଣସି ଆବଶ୍ୟକତା ନାହିଁ । ଯଦି ଆପଣ ଅଧିକ ସେବନ କରିବେ ତେବେ ଏହା ଆପଣଙ୍କ ଯକୃତ ଉପରେ କୁପ୍ରଭାବ ପକାଇପାରେ । କେବଳ ସେତିକି ନୁହେଁ ବରଂ ପେଟ ସମ୍ବନ୍ଧୀୟ ଅନେକ ରୋଗ ହୋଇପାରେ ।

ଡାକ୍ତର କହିଛନ୍ତି ଯେ, ଯଦି ଡେଙ୍ଗୁ ରୋଗୀମାନେ ପଇଡ ପାଣିକୁ ଔଷଧ ଭାବରେ ସେବନ କରିବା ଉଚିତ୍ । ସକାଳେ ୧୫ ଏମଏଲ ଏବଂ ସନ୍ଧ୍ୟାରେ ୧୫ ଏମଏଲ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଫଳପ୍ରଦ । ଲୋକମାନେ ପଇଡ ପାଣିକୁ ପ୍ରାକୃତିକ ବୋଲି ଭାବି ସାରା ଦିନ ଏହାକୁ ସେବନ କଲେ ପେଟ ସମ୍ବନ୍ଧୀୟ ଅନେକ ରୋଗରେ ପୀଡିତ ହୋଇପାରନ୍ତି । ଏହାର ଅତ୍ୟଧିକ ସେବନ ଉଭୟ କିଡନୀ ଏବଂ ଯକୃତ ଉପରେ ପ୍ରଭାବ ପକାଇପାରେ ।

Also Read- Google Pay: ଗୁଗୁଲ୍ ପେରେ ମିଳିବ ଲୋନ୍, ଆକାଉଣ୍ଟରେ ବାଲାନ୍ସ ନଥିଲେ ବି କରିପାରିବେ ପେମେଣ୍ଟ

Also Read- Expensive Alcohol: ୧୧ କୋଟି ଟଙ୍କାରେ ଗୋଟିଏ ବୋତଲ ମଦ, ଆସନ୍ତା ମାସରେ ନିଲାମ