Beuty of Women: ନାରୀର ସୌନ୍ଦର୍ଯ୍ୟ ବଢାଏ ମୁଦ୍ରା, ରହିଥାଏ ଏଭଳି ଦୁର୍ବଳତା
Advertisement
Article Detail0/zeeodisha/odisha1361625

Beuty of Women: ନାରୀର ସୌନ୍ଦର୍ଯ୍ୟ ବଢାଏ ମୁଦ୍ରା, ରହିଥାଏ ଏଭଳି ଦୁର୍ବଳତା

  ନୂଆଦିଲ୍ଲୀ: ନାରୀଙ୍କ ସୁନ୍ଦରତା ହେଉଛି ତ୍ୱଚା। ଆଭୁଷଣରେ ସଜେଇ ହେବା ପ୍ରତି ମହିଳାଙ୍କର ସଉକ ଟିକେ ଅଧିକ। ସୌନ୍ଦର୍ଯ୍ୟ ପ୍ରତି ମହିଳାଙ୍କର ଦୁର୍ବଳତା ବେଶ ଅଧିକ। ସମୟ କ୍ରମେ ବୟସାଧିକ ସହିତ ତ୍ୱଚାର ଚମକରେ କମିଥାଏ। ଏଥିପାଇଁ ସୂର୍ଯ୍ୟକିରଣ ଓ ପ୍ରଦୂଷଣ ଏହା ପାଇଁ ମୁଖ୍ୟତଃ ଦାୟୀ। ଏଥିପାଇଁ ଯେତେ କସ୍‌ମେଟିକ୍‌ ବ୍ୟବହାର କଲେ ମଧ୍ୟ ବିଶ

Beuty of Women: ନାରୀର ସୌନ୍ଦର୍ଯ୍ୟ ବଢାଏ ମୁଦ୍ରା, ରହିଥାଏ ଏଭଳି ଦୁର୍ବଳତା

Beuty of Women:  ନୂଆଦିଲ୍ଲୀ: ନାରୀଙ୍କ ସୁନ୍ଦରତା ହେଉଛି ତ୍ୱଚା। ଆଭୁଷଣରେ ସଜେଇ ହେବା ପ୍ରତି ମହିଳାଙ୍କର ସଉକ ଟିକେ ଅଧିକ। ସୌନ୍ଦର୍ଯ୍ୟ ପ୍ରତି ମହିଳାଙ୍କର ଦୁର୍ବଳତା ବେଶ ଅଧିକ। ସମୟ କ୍ରମେ ବୟସାଧିକ ସହିତ ତ୍ୱଚାର ଚମକରେ କମିଥାଏ। ଏଥିପାଇଁ ସୂର୍ଯ୍ୟକିରଣ ଓ ପ୍ରଦୂଷଣ ଏହା ପାଇଁ ମୁଖ୍ୟତଃ ଦାୟୀ। ଏଥିପାଇଁ ଯେତେ କସ୍‌ମେଟିକ୍‌ ବ୍ୟବହାର କଲେ ମଧ୍ୟ ବିଶେଷ କିଛି ଲାଭ ହୋଇ ନଥାଏ। କାରଣ କସ୍‌ମେଟିକ୍‌ କେବଳ ବାହ୍ୟ ଆବରଣ ବହନ କରେ । ତ୍ୱଚାରେ ଚମ୍‌କ ପାଇଁ ଭିତରୁ ସୁସ୍ଥ ରହିବା ଜରୁରୀ । ଏଥିପାଇଁ ପ୍ରତିଦିନ ଯୋଗ କରିବା ଉଚିତ୍‌। ଯୋଗରେ କେତେକ ମୁଦ୍ରା ରହିଛି, ଯାହାକୁ ନିୟମିତ କରିବା ଦ୍ୱାରା ମହିଳାମାନେ ଭିତରୁ ସୁସ୍ଥ ହେବା ସହ ସୌନ୍ଦର୍ଯ୍ୟକୁ ବଜାୟ ରଖିପାରିବେ।

ଆଖି ପାଇଁ : ବେକକୁ ସିଧା ରଖି ଆଖିକୁ ଡ୍ୟାନ୍ସିଂ ବଲ୍‌ ପରି ବୁଲାନ୍ତୁ । ଯେପରିକି ଘଣ୍ଟା କଣ୍ଟା ଘୂରିବା ଦିଗରେ, ଏହାର ବିପରୀତ ଦିଗରେ, ଉପର ଓ ତଳ ଭାବେ ଆଖିକୁ ଘୂରାନ୍ତୁ । ନିୟମିତ ଏପରି କରିବା ଦ୍ୱାରା ଆଖି ସବୁବେଳେ ସତେଜ ଓ ସୁଢୋଳ ରହିଥାଏ ।

ଗାଲ ପାଇଁ : ପାଟି ଭିତରେ ପବନ ପୂରାଇ ଗାଲକୁ ବେଲୁନ୍‌ ପରି ଫୁଲାନ୍ତୁ । ଏହି ସ୍ଥିତିରେ ଗାଲକୁ ହାଲ୍‌କା ହାତରେ ସ୍ପର୍ଶ କରନ୍ତୁ । ଏହି ପ୍ରକ୍ରିୟାକୁ ୩/୪ ମିନିଟ୍‌ ଯାଏ କରନ୍ତୁ ।

ସିଂହ ମୁଦ୍ରା : ଏହି ମୁଦ୍ରା କରିବା ପାଇଁ ପ୍ରଥମେ ଭୂମି ଉପରେ ଦୁଇ ହାତକୁ ରଖନ୍ତୁ । ଏବେ ବେକକୁ ଉପରକୁ ଉଠାଇ ଜିଭକୁ ବାହାରକୁ ଆଣନ୍ତୁ, ଠିକ୍‌ ସିଂହ ପରି । ଏହି ସମୟରେ ଆଖିକୁ ବଡ଼ କରିନିଅନ୍ତୁ ।

ମାଛ ମୁହଁ ମୁଦ୍ରା : ଗାଲ ଭିତରକୁ ଟାଣି ମୁହଁକୁ ମାଛ ମୁହଁ ଆକାରର କରନ୍ତୁ । ଏହା ତ୍ୱଚାର ଡବଲ ଚିନ୍‌ ସମସ୍ୟା ଦୂର କରିଥାଏ ।

ତ୍ୱଚାର ଟୋନିଂ ପାଇଁ : ବେକକୁ ସାମାନ୍ୟ ଉପରକୁ ଉଠାଇ ପାଟିକୁ ଚୁମ୍ବନ ମୁଦ୍ରାରେ ରଖନ୍ତୁ । ଏହି ମୁଦ୍ରାରେ ୩୦ ସେକେଣ୍ଡ ଯାଏ ରହନ୍ତୁ । ଏହି ଅଭ୍ୟାସ ଫଳରେ ତ୍ୱଚାର ଟୋନିଂ ହୋଇଥାଏ ।

ଧ୍ୟାନ ମୁଦ୍ରା :ବୁଦ୍ଧଙ୍କ ପରି ଆଖିକୁ ବନ୍ଦ କରି ପଦ୍ମାସନ ମୁଦ୍ରାରେ ବସିପଡନ୍ତୁ । ଏହି ମୁଦ୍ରାରେ ୧୦ରୁ  ୨୦ ମିନିଟ୍‌ ଯାଏ ରୁହନ୍ତୁ । ନିୟମିତ ଏପରି କରିବା ଦ୍ୱାରା ଆପଣଙ୍କ ଚେହେରାରେ ଚମକ ଆସିଥାଏ।

ଅଧିକ ପଢନ୍ତୁ: ଆଉ ନାହାଁନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ, ସଫଳ କ୍ୟାରିୟର ପଛରେ ଥିଲା ସଂଘର୍ଷର କାହାଣୀ

ଅଧିକ ପଢନ୍ତୁ: ମନ୍ଦିର ଉପରେ ଆକ୍ରମଣକୁ ବରଦାସ୍ତ କରାଯିବନି, ଏପରି କହି ୟୁକେ କାନାଡ଼ାକୁ ଶକ୍ତି ଦେଖାଇଲା ଭାରତ

ଅଧିକ ପଢନ୍ତୁ: Russia-America: ଆମେରିକା ସମେତ ପଶ୍ଚିମ ଦେଶକୁ ନାଲି ଆଖି ଦେଖାଇଲେ ପୁତିନ, ଦେଲେ ବଡ ଯୁଦ୍ଧର ସଂକଟ