କଷ୍ଟ ଦେଉଛି କି କନଷ୍ଟିପେସନ? କରନ୍ତୁ ଏହି ୫ଟି ସହଜ କାମ, ବିନା ଔଷଧରେ ମିଳିବ ଆରାମ
Advertisement
Article Detail0/zeeodisha/odisha1203249

କଷ୍ଟ ଦେଉଛି କି କନଷ୍ଟିପେସନ? କରନ୍ତୁ ଏହି ୫ଟି ସହଜ କାମ, ବିନା ଔଷଧରେ ମିଳିବ ଆରାମ

ସର୍ବପ୍ରଥମେ ଏକଥା ଜାଣିବା ଆବଶ୍ୟକ ଯେ ଅଧିକ ଖାଇବା କାରଣରୁ କନଷ୍ଟିପେସନ ହୋଇନଥାଏ ବରଂ ଭୁଲ ଖାଦ୍ୟ ଖାଇବା କାରଣରୁ ହୋଇଥାଏ । ଆପଣ ନିଜ ସପନ୍ଦରେ ଅଧିକ ଖାଇପାରନ୍ତି କିନ୍ତୁ କଣ ଖାଉଛନ୍ତି ଏକଥା ଉପରେ ଧ୍ୟାନ ରଖିବା ଆବଶ୍ୟକ । ଯେଉଁ ଖାଦ୍ୟ ଶରୀରରେ ଉତ୍ତମ ଭାବେ ଜୀର୍ଣ୍ଣ ବା ହଜମ ହୋଇଥାଏ, ସେହିପରି ଖାଦ୍ୟ ଖାଇବା ସହିତ ଶରୀର ଆବଶ୍ୟକ କରୁଥିବା ଉଚିତ ପରିମାଣରେ ପାଣି ପିଇଲେ କନଷ୍ଟିସେପନ ସମସ୍ୟା ଦେଖାଦେଇନଥାଏ ।

କଷ୍ଟ ଦେଉଛି କି କନଷ୍ଟିପେସନ? କରନ୍ତୁ ଏହି ୫ଟି ସହଜ କାମ, ବିନା ଔଷଧରେ ମିଳିବ ଆରାମ

କନଷ୍ଟିପେସନ (constipation) ବା କୋଷ୍ଠକାଠିନ୍ୟ ଏକ ଏପରି ସମସ୍ୟା, ଯାହା ଆପଣଙ୍କୁ ଅନେକ ରୋଗର ଶିକାର କରାଇପାରେ । କନଷ୍ଟିପେସନ ପ୍ରାୟ ସମସ୍ତ ପେଟ ରୋଗର କାରଣ ବନିଯାଏ । ଯଦିଓ କନଷ୍ଟିପେସନ ସମସ୍ୟାକୁ ପ୍ରାୟ ସବୁ ଲୋକ ସାମ୍ନା କରିଥାନ୍ତି । କିନ୍ତୁ ଯଦି ଏହି ସମସ୍ୟା ଯଦି ନିୟମିତ ହେଉଥାଏ, ତେବେ ଆପଣ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ, ଏକଥା ବୁଝିଯିବା  ଆବଶ୍ୟକ ।  କାରଣ କନଷ୍ଟିପେସନ କୌଣସି ରୋଗ ନୁହେଁ ବରଂ ଏହା ରୋଗର ଲକ୍ଷଣ ମାତ୍ର । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସମସ୍ୟାରୁ ମୁକ୍ତି ପାଇଁ ଯଦି ଆପଣ ନିୟମିତ ଔଷଧ ସେବନ କରୁଥାନ୍ତି, ଏହାର ପାର୍ଶ୍ୱ ପ୍ରତିକ୍ରିୟା ସହିତ ପରିଣାମ ମଧ୍ୟ ଆପଣଙ୍କୁ ଭୋଗିବାକୁ ପଡ଼ିପାରେ । ଯଦି ଆପଣ ଦୈନିକ ଘରେ ଏହି ୫ଟି ସହଜ କାମ (home remedies) କରନ୍ତି, ତେବେ କନଷ୍ଟିପେସନ ପରି ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତ ରହିପାରିବେ । ଏବେ ଜାଣିନିଅନ୍ତୁ କଣ ଏହି ଉପାୟ ।

ସାତ୍ତ୍ୱିକ ଆହାର

ସର୍ବପ୍ରଥମେ ଏକଥା ଜାଣିବା ଆବଶ୍ୟକ ଯେ ଅଧିକ ଖାଇବା କାରଣରୁ କନଷ୍ଟିପେସନ ହୋଇନଥାଏ ବରଂ ଭୁଲ ଖାଦ୍ୟ ଖାଇବା କାରଣରୁ ହୋଇଥାଏ । ଆପଣ ନିଜ ସପନ୍ଦରେ ଅଧିକ ଖାଇପାରନ୍ତି କିନ୍ତୁ କଣ ଖାଉଛନ୍ତି ଏକଥା ଉପରେ ଧ୍ୟାନ ରଖିବା ଆବଶ୍ୟକ । ଯେଉଁ ଖାଦ୍ୟ ଶରୀରରେ ଉତ୍ତମ ଭାବେ ଜୀର୍ଣ୍ଣ ବା ହଜମ ହୋଇଥାଏ, ସେହିପରି ଖାଦ୍ୟ ଖାଇବା ସହିତ ଶରୀର ଆବଶ୍ୟକ କରୁଥିବା ଉଚିତ ପରିମାଣରେ ପାଣି ପିଇଲେ କନଷ୍ଟିସେପନ ସମସ୍ୟା ଦେଖାଦେଇନଥାଏ । ଅନେକ ଲୋକ ଦିନରେ ୩ ଥରରୁ ଅଧିକ ଥର ଖାଦ୍ୟ ଗ୍ରହଣ କରିଥାନ୍ତି । ଏହାଫଳରେ ପୂର୍ବରୁ ଖାଇଥିବା ଖାଦ୍ୟ ହଜମ ହୋଇପାରିନଥାଏ । ଖାଦ୍ୟ ଭେଦରେ ବିଭିନ୍ନ ଖାଦ୍ୟ ହଜମ ହେବା ପାଇଁ ୩ ଘଣ୍ଟାରୁ ୧୨ ଘଣ୍ଟା ସମୟ ଲାଗିଥାଏ । ସାତ୍ତ୍ୱିତ ଆହାର ହଜମ ହେବା ପାଇଁ ଅତି କମରେ ୩ରୁ ୫ ଘଣ୍ଟା ସମୟ ଲାଗିଥାଏ । କିନ୍ତୁ ଗରିଷ୍ଠ ଭୋଜନ ହଜମ ହେବା ପାଇଁ ୮ରୁ ୧୨ ଘଣ୍ଟା ସମୟ ନେଇଥାଏ । ଥରେ ଖାଦ୍ୟ ଖାଇବା ପରେ ହଜମ ହେବା ପୂର୍ବରୁ ଦ୍ୱିତୀୟ ବାର ଖାଦ୍ୟ ଖାଇଲେ କନଷ୍ଟିପେସନ ସମସ୍ୟା ସୃଷ୍ଟି କରିଥାଏ ।  

ନିଦରୁ ଉଠିବା ପରେ ସହଜ ବ୍ୟାୟାମ

ନିଦରୁ ଉଠିବା ପରେ ଯଦି ଆପଣ ତାଜା ଅନୁଭବ କରୁନାହାଁନ୍ତି, ତେବେ ଆପଣ କନଷ୍ଟିପେସନର ଶିକାର ହୋଇଥାଇପାରନ୍ତି । ବେଡ ଛାଡ଼ିବା ପୂର୍ବରୁ ଆପଣ ମାତ୍ର ୫ ମିନିଟ ପାଇଁ କପାଳଭାତି ପ୍ରାଣାୟାମ କରିପାରନ୍ତି । ଏହା ଆପଣଙ୍କ ଶରୀରରୁ ସମସ୍ତ ପ୍ରକାର ଜଡ଼ତା ଦୂର କରିବ । ଏହାସହିତ କନଷ୍ଟିପେସନ ସମସ୍ୟାରୁ ମୁକ୍ତି ମିଳିପାରିବ ।

ଏହା ବି ପଢ଼ନ୍ତୁ:-ଆସନ୍ତା ମାସରେ ବିବାହ କରିବାକୁ ଯାଉଥିଲେ ମୁସେୱାଲା, କାନାଡାରେ ରହୁଥିବା ଏହି ଝିଅ ସହ ହୋଇସାରିଥିଲା ନିର୍ବନ୍ଧ

ଏହା ବି ପଢ଼ନ୍ତୁ:-୧୫୦୦୦ କାର୍ଯ୍ୟକର୍ତ୍ତାଙ୍କ ସହ ବିଜେପିରେ ଯୋଗଦେବେ ହାର୍ଦ୍ଦିକ, ଏହି ଦିନ ଗ୍ରହଣ କରିବେ ଦଳର ସଦସ୍ୟତା

ଏହା ବି ପଢ଼ନ୍ତୁ:-ଆପଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୋଦି ସରକାର, ଏହି ଉପାୟରେ ଚେକ୍ କରନ୍ତୁ ତାଲିକାରେ ନିଜ ନାମ

 

ଅନୁଲୋମ-ବିଲୋମ ପ୍ରାଣାୟାମ

ଯଦି ଆପଣ କନଷ୍ଟିଲେପନ ପରି ସମସ୍ୟାକୁ ସାମ୍ନା କରୁଛନ୍ତି, ତେବେ ସକାଳ ସମୟରେ ମାତ୍ର ୫ ମିନିଟ ପାଇଁ କରନ୍ତୁ ଅନୁଲୋମ-ବିଲୋମ ପ୍ରାଣାୟାମ । ମାତ୍ର ୧୦ ଥର ପୁରକ ( ଦୀର୍ଘଶ୍ୱାସ ଗ୍ରହଣ), କୁମ୍ଭକ (ଛାତିରେ ଶ୍ୱାସକୁ ଅଟକାଇ ରଖିବା) ଓ ରେଚକ(ଧୀରେଧୀରେ ଶ୍ୱାସ ତ୍ୟାଗ) କ୍ରିୟା କରିବା ପରେ ଆପଣ ଆରାମ ଅନୁଭର କରିବେ । କିଛି ଦିନର ପ୍ରାଣାୟାମ ଅଭ୍ୟାସ ଆପଣଙ୍କୁ କନଷ୍ଟିସେପନ ସମସ୍ୟାରୁ ମୁକ୍ତି ପ୍ରଦାନ କରିବ ।

ଆଖିରେ ପାଣି ଛାଟନ୍ତୁ

ସକାଳୁ ଉଠିବା ପରେ ମାତ୍ର ୫ ମିନିଟ ପାଇଁ ଏହି ବ୍ୟାୟାମ କରି ଏହାର ପରିଣାମ ପରୀକ୍ଷା କରିନିଅନ୍ତୁ । ବେସିନରେ ମୁହଁ ଧୋଇବା ପରେ ମୁହଁରେ ପାଣି ଭରିଥିବା ସମୟରେ ଶ୍ୱାସ ଅଟକାଇ ନିଜ ଆଖି ଉପରେ ୧୦ରୁ ୧୫ ଥର ପାଣି ଛାଟନ୍ତୁ । ଏପରି କରିବା ପରେ ଆପଣ ନିଶ୍ଚୟ ତାଜା ଅନୁଭବ କରିବେ । ଏହି କ୍ରିୟା କନଷ୍ଟିପେସନ ସହିତ ଗ୍ୟାସ ସମସ୍ୟାରୁ ଆପଣଙ୍କୁ ମୁକ୍ତି ଦେବ ।

ଗରମ ପାଣି ପିଅନ୍ତୁ

ସକାଳୁ ନିଦରୁ ଉଠିବା ପରେ ବ୍ୟାୟାମ ଓ ଆଖିରେ ପାଣି ଛାଟିବାକୁ ଅଭ୍ୟାସ କରିନେବା ପରେ ଗରମ ପାଣି ପିଇବା ଅଭ୍ୟାସ ମଧ୍ୟ କରନ୍ତୁ । ସକାଳୁ ଉଷୁମ ପାଣି ପିଇବା ଦ୍ୱାରା ଶରୀରରେ ସୃଷ୍ଟି ହୋଇଥିବା ସମସ୍ତ ବିଶାକ୍ତ ପଦାର୍ଥ ଶରୀରରୁ ବାହାରି ଯାଇଥାଏ । ଏହାସହିତ କନଷ୍ଟିପେସନ ସମସ୍ୟା ଦୂର ହୋଇଯାଇଥାଏ ।