Advertisement
Photo Details/zeeodisha/odisha2272199
photoDetails0hindi

Lucky Zodiac Sign: ୦୧ ଜୁନରେ ଆୟୁଷ୍ମାନ ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 1 June 2024: ଜ୍ୟୋତିର୍ବିଦ ସତ୍ୟବ୍ରତ ପାଢୀଙ୍କ ଅନୁଯାୟୀ ୦୧ ଜୁନ ଶନିବାର ଦିନ କେଉଁ ରାଶି ଭାଗ୍ୟରେ ଶୁଭଫଳ ଅଛି ଜାଣନ୍ତୁ ।

1/5

ବୃଷ ରାଶି -  ଜୁନ୍ ୦୧ରେ ଆପଣଙ୍କ ପାଇଁ ଧନ ଅର୍ଜନ କରିବାର ସୌଭାଗ୍ୟ ରହିଛି । ଶନିଦେବଙ୍କ ଶୁଭ ପ୍ରଭାବରୁ ଆପଣ ସମସ୍ତ ଦାୟିତ୍ୱକୁ ସଫଳତାର ସହିତ ପୂରଣ କରିବେ । ଯଦି କୌଣସି ବିବାଦ ଥାଏ ତେବେ ସମାଧାନ ହୋଇଯିବ । ବିଦେଶୀ ଉତ୍ସରୁ ଲାଭ ପାଇବେ । ବିଦେଶ ଯାତ୍ରା କରିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ସଂପୂର୍ଣ୍ଣ ଭଲ ରହିବ । ବ୍ୟବସାୟରେ ନୂଆ ସୁଯୋଗ ମିଳିବ । ପରିବାରରେ ଅତିଥିଙ୍କ ଆଗମନ ହେବବ ।

2/5

ସିଂହ ରାଶି -  ଜୁନ୍ ୦୧ ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ପୂର୍ବରୁ ଥିବା ଇଚ୍ଛା ପୂରଣ ହେବ । ଆପଣଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ । ପରିବାର ପାଇଁ ଆପଣ ଗୌରବ ଆଣିବେ । ଦୀର୍ଘ ସମୟ ପରେ ମାନସିକ ଶାନ୍ତି ମଧ୍ୟ ଅନୁଭବ କରିବେ । ନିଯୁକ୍ତ ବ୍ୟକ୍ତି ଏବଂ ବ୍ୟବସାୟୀମାନେ ନିଜ ନିଜ କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ବିଭିନ୍ନ ଉତ୍ସରୁ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ । ସମସ୍ତେ ଆପଣଙ୍କ ସହିତ ଭଲ ବ୍ୟବହାର ପ୍ରଦର୍ଶନ କରିବେ । ଏକ ବିଶେଷ ନିଷ୍ପତ୍ତି ନେଇପାରନ୍ତି । ବୈବାହିକ ଜୀବନରେ ଜୀବନସାଥୀଙ୍କ ସହ ଖୁସିର ସମୟ ବିତାଇବେ । ଘରକୁ ପ୍ରିୟ ବ୍ୟକ୍ତି କିମ୍ବା ସମ୍ପର୍କୀୟଙ୍କ ଆଗମନ ହୋଇପାରେ । ଗ୍ରହମାନଙ୍କର ଶୁଭ ପ୍ରଭାବ କାରଣରୁ ଦିନଟି ଭଲରେ କଟିବ ।

3/5

ତୁଳା ରାଶି -  ଦିନଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ନିଜ ସ୍ୱପ୍ନକୁ ପୂରଣ କରିବାର ସୁଯୋଗ ପାଇବେ । ପ୍ରତ୍ୟେକ ସମସ୍ୟା ସମାଧାନ ହେବା ପାଇଁ ରାସ୍ତା ଫିଟିବ । ଶନିଦେବଙ୍କ କୃପାରୁ ଆପଣଙ୍କ ସ୍ଥିତି ମଜବୁତ ହେବ । ଆପଣ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେଥିରେ ବଡ଼ ସଫଳତା ପାଇବେ । ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କୁ ଖୁସି ଖବର ମିଳିବ । ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ଅଛି । ପ୍ରତିଷ୍ଠା ଏବଂ ସମ୍ମାନର ବୃଦ୍ଧି ହେବା କାରଣରୁ ଖୁସି ପ୍ରକାଶ କରିବେ । ନୂତନ ଯାନବାହନ ଏବଂ ସମ୍ପତ୍ତି କିଣିବାର ଇଚ୍ଛା ପୂରଣ ହେବ । ବୈବାହିକ ଜୀବନ ଭଲରେ କଟିବ ।

4/5

ମକର ରାଶି -  ଦିନଟି ଆପଣଙ୍କ ପାଇଁ ଶୁଭ ଏବଂ ଫଳପ୍ରଦ ହେବାକୁ ଯାଉଛି । ଅଧିକ ପରିମାଣର ଟଙ୍କା ରୋଜଗାର କରିବାରେ ସଫଳ ହେବେ । ଧାର୍ମିକ କାର୍ଯ୍ୟରେ ଭାଗ ନେଇପାରନ୍ତି । କାର୍ଯ୍ୟରତ ବ୍ୟକ୍ତିମାନେ ସହକର୍ମୀଙ୍କ ସହଯୋଗ ପାଇବେ । ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାକୁ ସକ୍ଷମ ହେବେ । ଭବିଷ୍ୟତ ପାଇଁ କିଛି ନୂଆ ସ୍ୱପ୍ନ ମଧ୍ୟ ଦେଖିବେ । ବ୍ୟବସାୟରେ ଲାଭ ପାଇବା ପାଇଁ କରିଥିବା ପ୍ରୟାସ ସଫଳ ହେବ । ଭାଇ ଓ ଭଉଣୀମାନଙ୍କ ସହିତ ସମ୍ପର୍କ ଭଲ ହେବ । ବନ୍ଧୁମାନଙ୍କ ସହ ଥିବା ବିବାଦ ଦୂରେଇଯିବ । 

5/5

ମୀନ ରାଶି -  ଆର୍ଥିକ ଦୃଷ୍ଟିରୁ ଦିନଟି ଆପଣଙ୍କ ପାଇଁ ଲାଭଦାୟକ । ଚାକିରୀ ଏବଂ ବ୍ୟବସାୟ ଉଭୟ କ୍ଷେତ୍ରରେ ଆପଣ ସଫଳତା ପାଇବେ । ଦୂରଯାତ୍ରାରୁ ଲାଭ ମିଳିବାର ସମ୍ଭାବନା ରହିଛି । ମାନ ସମ୍ମାନ ବୃଦ୍ଧି ପାଇବ । ବୈବାହିକ ଜୀବନରେ ସୁଖଶାନ୍ତି ମିଳିବ । ଉଭୟ ମାନସିକ ଓ ଶାରିରିକ ଭାବେ ସୁସ୍ଥତା ବଜାୟ ରହିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)