Dream Astrology: ଭାଗ୍ୟ ବଦଳାଏ ଏହିପରି ସ୍ୱପ୍ନ,ଆପଣ କେବେ ଦେଖିଛନ୍ତି କି ?
Advertisement
Article Detail0/zeeodisha/odisha1644425

Dream Astrology: ଭାଗ୍ୟ ବଦଳାଏ ଏହିପରି ସ୍ୱପ୍ନ,ଆପଣ କେବେ ଦେଖିଛନ୍ତି କି ?

Dream Astrology News In Odia: ସ୍ୱପ୍ନ ଦେଖିବା(Dream) ଏ-କ ସାଧାରଣ କଥା। ଆମେ ପ୍ରତିଦିନ ଗଭୀର ନିଦରେ ଶୋଇଥିବା ସମୟରେ ବିଭିନ୍ନ ପ୍ରକାରର ସ୍ବପ୍ନ (Dream) ଦେଖିଥାଉ । ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଅନେକ ସ୍ୱପ୍ନ ଭବିଷ୍ୟତ ବିଷୟରେ ଅନେକ ଶୁଭ ( good luck)ସୂଚନା ପ୍ରଦାନ କରିଥାଏ। ଏହାସହ ଭବିଷ୍ୟତରେ ହେବାକୁ ଥିବା କିଛି ଘଟଣା ବିଷୟରେ ମଧ୍ୟ ସଙ୍କେତ ଦେଇଥାଏ। 

ସୌଜନ୍ୟ- ସୋସିଆଲ ମିଡ଼ିଆ

Dream Astrology News In Odia: ସ୍ୱପ୍ନ ଦେଖିବା(Dream) ଏ-କ ସାଧାରଣ କଥା।  ଆମେ ପ୍ରତିଦିନ ଗଭୀର ନିଦରେ ଶୋଇଥିବା ସମୟରେ ବିଭିନ୍ନ ପ୍ରକାରର ସ୍ବପ୍ନ (Dream) ଦେଖିଥାଉ । ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଅନେକ ସ୍ୱପ୍ନ ଭବିଷ୍ୟତ ବିଷୟରେ ଅନେକ ଶୁଭ ( good luck)ସୂଚନା ପ୍ରଦାନ କରିଥାଏ। ଏହାସହ ଭବିଷ୍ୟତରେ ହେବାକୁ ଥିବା କିଛି ଘଟଣା ବିଷୟରେ ମଧ୍ୟ ସଙ୍କେତ ଦେଇଥାଏ। ସ୍ୱପ୍ନରେ (Dream) କିଛି ଲୋକେ ପଶୁପକ୍ଷୀଙ୍କୁ ଦେଖି ଥାଆନ୍ତି। ସେଭଳି କିଛି ଧନ-ସମ୍ପତ୍ତି ମଧ୍ୟ ଦେଖିଥାଆନ୍ତି। ତେବେ ଜାଣନ୍ତୁ ସ୍ୱପ୍ନରେ (Dream) ଦେଖୁଥିବା ଏହି ୫ଟି ଜିନିଷ କି କି ସଙ୍କେତ ଦେଇଥାଏ। 

ସ୍ୱପ୍ନରେ ଶୁଆ ଦେଖିବା ଶୁଭ ସଙ୍କେତ ବୋଲି କୁହାଯାଏ। ଏହାର ଅର୍ଥ ଆପଣଙ୍କୁ ହଠାତ୍‌‌ କେଉଁଠାରୁ ଧନ ଲାଭ ହେବ। ସେହିପରି, ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ମହୁମାଛି ବସା ଦେଖିବା ମଧ୍ୟ ଶୁଭଙ୍କର। ଏହାର ଅର୍ଥ ଆପଣଙ୍କ ଆୟରେ ବୃଦ୍ଧି ହେବ। ଭବିଷ୍ୟତରେ ଘରେ ସୁଖସମୃଦ୍ଧି ଭରପୁର ରହିବ। ହସଖୁସିରେ ଦିନ ବିତିବ।

fallback

Also Read : Kendrapara News: ଠକିଦେଲା ଫେସବୁକ୍ ଭାଇ, ଠକେଇର ଶିକାର ହେବା ପରେ ମହିଳାଙ୍କୁ ତଲାକ୍ ଦେଲେ ସ୍ୱାମୀ

Also Read : Noodles: ନୁଡୁଲ୍ସ ଖାଉଥିଲେ ସାବଧାନ୍, ଜୀବନ ନେଇଯିବ ଏହି ଖାଦ୍ୟ!

Also Read : Road Accident: ସାମ୍ନାପଟୁ ଧକ୍କା ଦେଲା ଅଜଣା ଗାଡ଼ି, ନିଶ୍ଚିହ୍ନ ହୋଇଗଲା ପରିବାର !

ଦେବୀଦେବତାଙ୍କୁ ସ୍ୱପ୍ନରେ ଦେଖିବା ବେଶ ଶୁଭଙ୍କର ବୋଲି କୁହାଯାଇଥାଏ । ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ଦେବୀଦେବତାଙ୍କୁ ଦେଖିବା ଅର୍ଥ ଆଗାମୀ ଦିନରେ ଆପଣଙ୍କର ହେବାକୁ ଥିବା କାମରେ ନିଶ୍ଚୟ ସଫଳତା ମିଳିବ। ଏହାସହ ଆମଦାନୀର ସ୍ରୋତ ବୃଦ୍ଧି ପାଇବ। ହଠାତ୍‌‌ ଧନ ପ୍ରାପ୍ତି ହେବ। ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ଫଳ ଭର୍ତ୍ତି ଗଛ ଦେଖିବା ଦ୍ୱାରା କିମ୍ବା ଏକାଧିକ ଗଛରେ ଫଳ ଭର୍ତ୍ତି ହୋଇଥିବା ଦେଖିବା ମଧ୍ୟ ଶୁଭଙ୍କର। ଏହାର ଅର୍ଥ ଭବିଷ୍ୟତରେ ଆପଣଙ୍କୁ ବହୁତ ଧନ ପ୍ରାପ୍ତ ହେବ। ଧନୀର ହେବାର ସମ୍ଭାବନା ଅଧିକ। ସ୍ୱପ୍ନରେ କଳାରଙ୍ଗର କଙ୍କଡା ବିଛା ଦେଖିବା ମଧ୍ୟ ଶୁଭଙ୍କର ବୋଲି କୁହାଯାଏ। ଏହାର ଅର୍ଥ ହଠାତ୍‌‌ ଆପଣଙ୍କୁ ଧନ ପ୍ରାପ୍ତି ହେବ।

ଯଦି ଆପଣ ସ୍ୱପ୍ନରେ ସାପ ଦେଖନ୍ତି ତେବେ ଆପଣଙ୍କ ଧାନ ଦୌଲତ ରେ ବୃଦ୍ଧି ଘଟିବା ସହ ବିଭିନ୍ନ ସରକାରୀ କାମ ଗୁଡିକରେ ମଧ୍ୟ ସଫଳତା ହାସଲ ହୋଇପାରେ। ଯଦି ଆପଣ ସ୍ବପ୍ନରେ ନିଜକୁ ସ୍ମଶାନରେ ଦେଖନ୍ତି ତେବେ ତାହା ବି ଅତ୍ୟନ୍ତ ଶୁଭ ହୋଇଥାଏ। ଏହାର ମାନେ ହେଉଛି ଭବିଷ୍ୟତରେ ଆପଣଙ୍କର ବହୁ ଉନ୍ନତି ଘଟିବାର ଅଛି। ଆଗକୁ ଆପଣଙ୍କୁ ଖୁବ ମନ ସମ୍ମାନ ମିଳିବାର ମଧ୍ୟ ଅଛି ।

Also Read :  Salman Khan: କୋଟି କୋଟି ଟଙ୍କାରେ ଖେଳନ୍ତି ଭାଇଜାନ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ହେଉଛନ୍ତି ସଲମାନ?

​Also Read : Bollywood Actress: ଫଟୋରେ ଖବର, ବିବାହ ପୂର୍ବରୁ ଗର୍ଭବତୀ ଥିଲେ ଏହିସବୁ ଅଭିନେତ୍ରୀ

​Also Read : Pushpa 2: ପୋଷ୍ଟରରେ ଶାଢୀ ଚୁଡ଼ି ପିନ୍ଧିଥିବାର ନଜର ଆସିଲେ ଅଲ୍ଲୁ ଅର୍ଜୁନ, ଜାଣନ୍ତୁ ପୋଷ୍ଟର ପଛର ରହସ୍ୟ

Also Read : Kendujhar News: ମାତାଲ ହୋଇ ସ୍କୁଲରେ ଶୋଇଲେ ଶିକ୍ଷକ ଓ ରୋଷେୟା, ପିଲା ପ୍ରସ୍ତୁତ କଲେ ମଧ୍ୟାହ୍ନ ଭୋଜନ

Also Read : Salman Khan: ହତ୍ୟା ଧମକରେ ଡ଼ରି ବୁଲେଟ ପ୍ରୁଫ କାର୍ କିଣିଲେ ସଲୁମିଆଁ, ଦାମ୍ ଜାଣିଲେ ମୁଣ୍ଡରେ ଦେବେ ହାତ...