Health Benefits of Watermelon: ତରଭୁଜ ଖାଇଲେ ଶରୀରକୁ ମିଳିଥାଏ ଏହିସବୁ ଲାଭ, ଦୂର ହୋଇଥାଏ ବହୁ ମାରାତ୍ମକ ରୋଗ
Advertisement

Health Benefits of Watermelon: ତରଭୁଜ ଖାଇଲେ ଶରୀରକୁ ମିଳିଥାଏ ଏହିସବୁ ଲାଭ, ଦୂର ହୋଇଥାଏ ବହୁ ମାରାତ୍ମକ ରୋଗ

Health Benefits of Watermelon: ଖରାଦିନ ଆସିଗଲେ ବଜାରରେ ତରଭୁଜ ମିଳିବା ଆରମ୍ଭ ହୋଇଥାଏ । ତେବେ ଏହି ତରଭୁଜ ଆମ ଶରୀର ପାଇଁ ବହୁ ଲାଭଦାୟୀ ହୋଇଥାଏ । ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ ।

ସୌ(ସୋସିଆଲ ମିଡିଆ)

Health Benefits of Watermelon: ଖରାଦିନ ଆସିଗଲେ ବିଭିନ୍ନ ଫଳ ଓ ତାର ରସର ଚାହିଦା ବଢିଥାଏ। ଏହି ସମୟରେ ଅମଳ ହେଉଥିବା ଏକ ଫଳ ହେଉଛି ତରଭୁଜ(Watermelon )। ଏହା ବଜାରରେ ସହଜରେ ଉପଲବ୍ଧ ହୋଇଥାଏ । ଛୋଟଠାରୁ ବଡ଼ ସମସ୍ତେ ତରଭୁଜ ଖାଇବା ପାଇଁ ପସନ୍ଦ କରିଥାଆନ୍ତି। ମୁଣ୍ଡଫଟା ଖରାରେ ଥଣ୍ଡା ଥଣ୍ଡା ତରଭୁଜ ରସ ପିଇଲେ ଆରାମ ଲାଗିବା ସହ ଶରୀରର ସମସ୍ତ କ୍ଲାନ୍ତି ଦୂର ହୋଇଯାଏ। ତେବେ ଏହା ଛଡା ଆମ ସ୍ୱାସ୍ଥ୍ୟ ପାଇଁ ତରଭୂଜ କେତେ ଯେ ଉପକାରୀ ହୁଏ ତ କେହି ଜାଣି ନଥିବେ।  ଆପଣ ଜାଣିଛନ୍ତି କି? ତରଭୁଜ ଶରୀରକୁ ଥଣ୍ଡା ରଖିବା ସହ ମଧୁମେହକୁ(Diabetes) ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ଏହାସହ ବିଭିନ୍ନ କ୍ରୋନିକ୍‌ ଇଲ୍‌ନେସ୍‌ କରାଉଥିବା ଫ୍ରି ରେଡିକାଲ୍ସ ଗୁଡିକୁ ମଧ୍ୟ ଶରୀରରୁ ଦୂରେଇ ରଖିବାରେ ସାହାଯ୍ୟ କରେ। ଏହାଛଡା ହୃଦରୋଗ, ଶ୍ୱାସରୋଗରୁ ତରଭୁଜ ରକ୍ଷା କରିବା ସହ ଓଜନ ହ୍ରାସ କରାଇବାରେ ମଧ୍ୟ ସହାୟକ ହୋଇଥାଏ। ଏଥିରେ ଭିଟାମିନ୍ (ସି)( vitamin c ) ଓ ଭିଟାମିନ୍(vitamin) ପର୍ଯ୍ୟାପ୍ତ ପରିମାଣରେ ରହିଥାଏ ଯାହା ଶରୀରକୁ ସୁସ୍ଥ ରଖିଥାଏ। ତରଭୁଜରେ ୯୨ ପ୍ରତିଶତ ଅଂଶ ଜଳ ରହିଥାଏ। ଏହା ଆମକୁ ପ୍ରଚଣ୍ଡ ଖରାରେ ହାଇଡ୍ରେଟେଡ଼ ରଖିବା ସହ ଆକ୍ଟିଭ କରିଥାଏ।

ତରଭୁଜ ହେଉଛି ଏକ ହାଇଡ୍ରେଟିଂ ମାଇକ୍ରୋନ୍ୟୁଟ୍ରିଏଣ୍ଟ(Hydrating micronutrients) ସମୃଦ୍ଧ ଫଳ। ଏଥିରେ କମ୍ କ୍ୟାଲୋରୀ ଓ ଅଧିକ ଭିଟାମିନ୍ସ ରହିଥାଏ। ବୈଜ୍ଞାନିକ ମାନଙ୍କର କହିବା ଅନୁସାରେ ୧୫୦ ଗ୍ରାମ ତରଭୁଜରେ ୦.୬ ଗ୍ରାମ ଫାଇବର,  ୧୧.୫ ଗ୍ରାମ କାର୍ବୋହାଇଡ୍ରେଟ ରହିଥାଏ। ଏହା ପ୍ରୋଟିନର ଉତ୍ତମ ଉତ୍ସ ନହେଲେ ହେଁ ପ୍ରାୟ ୧ କପ୍‌ ତରଭୁଜ ରସରେ ୧ ଗ୍ରାମ୍ ପ୍ରୋଟିନ୍ ରହିଥାଏ। ଏହାସହ ଏଥିରେ ୪ ପ୍ରତିଶତ ପୋଟାସିୟମ୍(Potassium) ଓ ମ୍ୟାଗ୍ନେସିୟମ୍(Magnesium) ରହିଥାଏ ଯାହାକି ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ।

ତରଭୁଜର ଉପକାରିତା(Health Benefits of Watermelon)

. ଶରୀରକୁ ହାଇଡ୍ରେଟେଡ ରଖେ

ତରଭୁଜରେ ୯୨ ପ୍ରତିଶତ ଜଳ ରହିଥାଏ । ଏହାର ଅର୍ଥ ଏଥିରେ କମ୍ କ୍ୟାଲୋରୀ(Calorie ) ରହିଥାଏ। ଏହା ଡିହାଇଡ୍ରେସନରୁ(Dehydration) ରକ୍ଷା ପାଇବା ପାଇଁ ଏହା ଏକ ଉପଯୁକ୍ତ ଫଳ ଅଟେ। ନିଜର ଦୈନିକ ଖାଦ୍ୟାଭ୍ୟାସରେ ଏହି ଫଳ ଖାଇବା ଅନେକ ଲାଭଦାୟକ ହୋଇଥାଏ। ଏହା ଆମ ଶରୀରକୁ ହାଇଡ୍ରେଟେଡ଼ ରଖିବା ସହ ପାଟିକୁ ଶୁଷ୍କତାରୁ ରକ୍ଷା କରିଥାଏ। ଶରୀରକୁ ମାତ୍ରାଧିକ ଗରମରୁ ରକ୍ଷା କରିବା ସହ ତ୍ୱଚାକୁ ସୁସ୍ଥ ରଖିଥାଏ। ତେଣୁ ଖରାଦିନେ ନିୟମିତ ଭାବରେ ତରଭୁଜ ଖାଇବା ଉଚିତ୍।

. ରକ୍ତ ଶର୍କରା ପରିଚାଳନା

ଆମ କିଡନୀରେ ଏଲ-ସାଇଟ୍ରୋଲିନ ଆମିନୋ ଏସିଡକୁ ଏଲ-ଆର୍ଗିନାଇନ୍‌ ଆମିନୋ ଏସିଡରେ ପରିଣତ କରିବା ପାଇଁ ତରଭୁଜ ସାହାଯ୍ୟ କରିଥାଏ। ଏହି ୨ଟି ଆମିନୋ ଏସିଡ଼ ଆମକୁ ମଧୁମେହ ରୋଗରୁ ରକ୍ଷା କରିଥାଏ। ଶରୀରରେ ଗ୍ଲୁକୋଜର ମେଟାବୋଲିଜିମ(Metabolism) ଓ ଇନ୍‌ସ୍ୟୁଲିନ(In insulin) ନିୟନ୍ତ୍ରଣ କରିବା ପାଇଁ ତରଭୁଜରେ ଥିବା ଏଲ- ଆର୍ଗାନାଇନ୍‌ ସପ୍ଲିମେଣ୍ଟ ଅତ୍ୟନ୍ତ ଜରୁରୀ ଅଟେ।

. ଓଜନ ହ୍ରାସ କରିବାରେ ସାହାଯ୍ୟ କରେ

ଆପଣ ନିଜର ଓଜନ ପାଇଁ ଚିନ୍ତିତ କି? ଯଦି ଆପଣ ପ୍ରାକୃତିକ ଉପାୟରେ ଓଜନ ହ୍ରାସ(weight loss) କରିବା ପାଇଁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ଗୋଟିଏ ତରଭୂଜ ନିଆନ୍ତି ଖାଆନ୍ତୁ। ଏଥିରେ ଥିବା ଜଳୀୟ ଅଂଶ ସବୁବେଳେ ପେଟକୁ ପୁରିଲା ପରି ରଖିଥାଏ  । ଯାହା ଫଳରେ ଜଲଦି ଭୋକ( Control appetite) ଲାଗି ନଥାଏ ।

. ହୃଦରୋଗରୁ ରକ୍ଷା କରିଥାଏ

ତରଭୁଜରେ ଲାଇକୋପିନ୍‌(Lycopene) ନାମକ ଏକ ଜୈବିକ ତତ୍ତ୍ୱ ରହିଛି, ଏଥିଲାଗି ଏହାର ଭିତର ଅଂଶ ଲାଲ୍‌ ଦେଖାଯାଇଥାଏ। ଟମାଟୋରେ ମଧ୍ୟ ସମାନ ଦେଖି୍ବା ଜିନିଷ ଦେଖିବାକୁ ମିଳିଥାଏ କିନ୍ତୁ ଟୋମାଟୋ ଅପେକ୍ଷା ତରଭୁଜରେ ଲାଇକୋପିନ୍‌ର ପରିମାଣ ଅଧିକ ରହିଥାଏ। ଶରୀରରେ କୋଲେଷ୍ଟ୍ରଲ ହ୍ରାସ କରିବା ପାଇଁ ଲାଇକୋପିନ୍ ବହୁତ ସାହାଯ୍ୟ କରେ। ଯାହା ଫଳରେ ହୃଦରୋଗ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା କମ ହୋଇଥାଏ । ଦୈନିକ ଏକ ଗ୍ଲାସ ତରଭୁଜ ରସ ପିଇବା ଦ୍ବାରା ଏହା ଶରୀର ପାଇଁ ଫଳପ୍ରଦ ହୋଇଥାଏ ।

.ଶ୍ୱାସରୋଗ ସମସ୍ୟା ହ୍ରାସ କରିଥାଏ

ତରଭୁଜରେ ପ୍ରଚୁର ପରିମାଣରେ ଭିଟାମିନ (ସି ) ରହିଛି। ଯଦି ଭିଟାମିନ (ସି) ଅଭାବରୁ ଆପଣଙ୍କୁ ଶ୍ୱାସରୋଗ ହୋଇଛି ତେବେ ବିନା କୌଣସି ସନ୍ଦେହରେ ଆପଣ ତରଭୁଜ ଖାଆନ୍ତୁ। ପ୍ରତିଦିନ ଏକ ଗ୍ଲାସ ତରଭୁଜ ରସ ଏଥିରୁ ରକ୍ଷା କରିବା ପାଇଁ ସାହାଯ୍ୟ କରିବ। ତରଭୁଜରେ ପ୍ରାୟ ୪୦ ପ୍ରତିଶତ ଭିଟାମିନ( ସି )ରହିଥାଏ। ଏହା ଆସ୍ଥମା ରୋଗୀଙ୍କ ପାଇଁ କୌଣସି ଔଷଧଠାରୁ କମ୍ ନୁହେଁ।

fallback

 . ଦାନ୍ତ ଜନିତ ସମସ୍ୟା ହ୍ରାସ କରେ

ସାରା ବିଶ୍ୱରେ ୨୫ ପ୍ରତିଶତ ଲୋକ ପେରିଓଡୋଣ୍ଟାଲ ରୋଗର ଶିକାର ଅଟନ୍ତି। ଏହାର ପ୍ରଭାବରେ ଦାନ୍ତ କ୍ଷୟ ସହ ଦାନ୍ତରେ ସଂକ୍ରମଣ ହୋଇଥାଏ। ଏହି ରୋଗକୁ ହ୍ରାସ କରିବାରେ ଭିଟାମିନ (ସି) ସାହାଯ୍ୟ କରିଥାଏ। ନିଜର ଦୈନନ୍ଦିନ ଖାଦ୍ୟରେ ତରଭୁଜକୁ ଯୋଡି଼ଲେ ଏହିପରି ରୋଗରୁ ମୁକ୍ତି ମିଳିଥାଏ।

. ଇନ୍ଫ୍ଲେମେସନକୁ ରୋକିବାରେ ସାହାଯ୍ୟ କରେ

ଇନ୍‌ଫ୍ଲେମେସନ ତଥା ପ୍ରଦାହଜନକ ରୋଗରେ ବର୍ତ୍ତମାନ ଅଧିକାଂଶ ଲୋକ ସମ୍ମୁଖୀନ ହେଉଛନ୍ତି। ଏହା ଦ୍ବାରା ମଣିଷ ହୃଦରୋଗ(Heart problems), କର୍କଟ( Cancer) ଓ ଫାଇବ୍ରୋମ୍ୟାଲଜିୟା(Fibromyalgia) ରୋଗର ଶିକାର ହୋଇଥାଏ । ଏହି ରୋଗର ଆରମ୍ଭରୁ ଗୁରୁତର ଲକ୍ଷଣ ନଥିଲେ ହେଁ ପରେ ଏହା ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ। ଏହାକୁ ସତର୍କତାର ସହ ଚିକିତ୍ସା କରାଇବା ଆବଶ୍ୟକ। ଏହି ରୋଗର ମୁକାବିଲା ପାଇଁ ଗୋଟିଏ ସରଳ ଉପାୟ ହେଉଛି ନିଜର ଦୈନନ୍ଦିନ ଖାଦ୍ୟରେ ତରଭୁଜ ଖାଇବା।

. ସ୍ନାୟୁତନ୍ତ୍ର ପାଇଁ ଉପଯୋଗୀ

ତରଭୁଜରେ ଭରପୁର ପରିମାଣର ପୋଟାସିୟମ୍(Potassium) ରହିଛି। ଏହା ସ୍ନାୟୁ ଗୁଡି଼କ ସୁଚାରୁରୂପେ କାର୍ଯ୍ୟ କରିବା ପାଇଁ ଶକ୍ତି ଯୋଗାଇଥାଏ। ଶରୀରରେ ପୋଟାସିୟମ୍ ପରିମାଣ କମିଗଲେ ମଣିଷ ଦୁର୍ବଳ ଅନୁଭବ କରିବା ସହ ଶରୀରରେ କଣ୍ଟା ଫୋଡିବା ପରି ଅନୁଭବ କରିଥାଏ । ଏଥିରୁ ରକ୍ଷା ପାଇବା ପାଇଁ ନିୟମିତ ତରଭୁଜ ସେବନ କରନ୍ତୁ।

. ଅଂଶୁଘାତରୁ ରକ୍ଷା କରେ

ଖରା ଦିନରେ ଅଂଶୁଘାତ ଏକ ବଡ଼ ସମସ୍ୟା। ବୃଦ୍ଧ।  ଓ ବୃଦ୍ଧାଙ୍କ ପାଇଁ ଏହା ବିପଦପୂର୍ଣ୍ଣ ହୋଇଥିବା ବେଳେ ଏହା କାହାକୁ ବି ହୋଇପାରେ। ଶରୀରର ତାପମାତ୍ରା ଅଚାନକ ବୃଦ୍ଧି ପାଇବା ସହ ଏହା ପ୍ରଭାବରେ ଜ୍ୱର ହୋଇଥାଏ। ତରଭୁଜରେ ଇଲେକ୍ଟ୍ରୋଲାଇଟ ରହିଥାଏ ଯାହାକି ଶରୀରର ଉତ୍ତାପକୁ ବଢିବାରୁ ରୋକିଥାଏ। ତରଭୁଜ ରସ ଶରୀରର ତାପମାତ୍ରା ରୋକିବା ସହ ଏହି ରୋଗରୁ ଉପଶମ କରିବାରେ ସାହାଯ୍ୟ କରିବ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)