How to get money refund after wrong UPI transfer: UPI ମାଧ୍ୟମରେ ଭୁଲ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ କେମିତି ପାଇବେ ରିଫଣ୍ଡ ?
Advertisement
Article Detail0/zeeodisha/odisha1978783

How to get money refund after wrong UPI transfer: UPI ମାଧ୍ୟମରେ ଭୁଲ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ କେମିତି ପାଇବେ ରିଫଣ୍ଡ ?

  ଡିଜିଟାଲ ଇଣ୍ଡିଆ ଯୁଗରେ ସବୁକିଛି ଡିଜିଟାଲ ହେଉଛି । ବିଶେଷ କରି ପେମେଣ୍ଟ ସିଷ୍ଟମ । ଚୁଟକୀରେ ଟଙ୍କା ଟ୍ରାନ୍ସଫର ହେଉଛି । ହେଲେ ସେତେବେଳେ କଣ ହେବ ?

SOCIAL MEDIA

How to get money refund after wrong UPI transfer: 

ଡିଜିଟାଲ ଇଣ୍ଡିଆ ଯୁଗରେ ସବୁକିଛି ଡିଜିଟାଲ ହେଉଛି । ବିଶେଷ କରି ପେମେଣ୍ଟ ସିଷ୍ଟମ । ଚୁଟକୀରେ ଟଙ୍କା ଟ୍ରାନ୍ସଫର ହେଉଛି । ହେଲେ ସେତେବେଳେ କଣ ହେବ ? ଯେତେବେଳେ ଆପଣ ୟୁପିଆାଇ ମାଧ୍ୟମରେ ଭୁଲ୍ ଟ୍ରାନଜାକ୍ସନ କରିବେ । କିଛି ଲୋକ ଭୁଲ୍ ଟାନଜାକ୍ସନକୁ ନେଇ ବ୍ୟସ୍ତ ହୁଅନ୍ତି । କିନ୍ତୁ ସେ ସମୟରେ ବ୍ୟସ୍ତ ନହୋଇ କିଛି ସରଳ ଉପାୟ ଆପଣାଇଲେ ଟଙ୍କା ଫେରିପାଇବେ ।

କଣ କରିବେ ଯଦି ଭୁଲ୍ ୟୁପିଆଇ ପେମେଣ୍ଟ ହୁଏ

ଯଦି ଆପଣଙ୍କ ଦ୍ବାରା ଭୁଲ୍ ୟୁପିଆଇ ପେମେଣ୍ଟ ହେଉଛି ତାହେଲେ ସର୍ବ ପ୍ରଥମେ ବ୍ୟାଙ୍କ କଷ୍ଟମର ସର୍ଭିସ ସେଣ୍ଟରକୁ କଲ କରନ୍ତୁ । ଆପଣ ସେ ସମୟରେ ୟୁପିଆଇ ସର୍ଭିସ ପ୍ରୋଭାଇଡ଼ର ସହ ମଧ୍ୟ ଯୋଗାଯୋଗ କରି ପାରିବେ । ଟୋଲ ଫ୍ରି ନମ୍ବର ୧୮୦୦୧୨୦୧୭୪୦ ରେ ଯୋଗାଯୋଗ କରି ଅଭିଯୋଗ କରି ପାରିବେ । ଯେଉଁଥିରେ ଆପଣଙ୍କୁ ସମସ୍ତ ଡ଼ିଟେଲ୍ସ ଦେବାକୁ ପଡ଼ିବ । ଆରବିଆଇ ମଧ୍ୟ ଏହି ସୂଚନା ଦିଏ । ଆରବିଆଇ ଅନୁଯାୟୀ ସର୍ବ ପ୍ରଥମେ ୟୁପିଆଇ ସର୍ଭିସ ପ୍ରୋଭାଇଡ଼ର ସହ ଯୋଗାଯୋଗ କରି ସମସ୍ତ ଡ଼ିଟେଲ୍ସ ଦେଇ ରିଫଣ୍ଡ ପାଇପାରିବେ ।

ଏଠି ମଧ୍ୟ ଅଭିଯୋଗ କରି ପାରିବେ

ଯଦି ଆପଣ ସମାଧାନରେ ସନ୍ତୁଷ୍ଟ ନାହାଁନ୍ତି NPCI ପୋର୍ଟାଲ ମାଧ୍ୟମରେ ଅଭିଯୋଗ କରି ପାରିବେ । ପୋର୍ଟାଲରେ ଯାଇ ଆପଣ ହ୍ବାଟ ଉଇ ଡୁରେ କ୍ଲିକ୍ କରିବେ । ଯେଉଁ ଆପଣଙ୍କୁ ଅନେକ ବିକଳ୍ପ ମିଳିବ । ସେଠାରେ ୟୁପିଆଇ ବିକଳ୍ପକୁ ଚୟନ କରିବେ । ଏବେ ଅଭିଯୋଗ ସେକ୍ସନରେ ଯାଇ ସବୁ ସୂଚନା ଦେବେ । ଯେମିତିକି ବ୍ୟାଙ୍କ ନାଁ, ୟୁପିଆଇ ଆଇଡି, ଫୋନ ନମ୍ବର, ଇମେଲ ଆଇଡ଼ି ସୂଚନା ଦେବାକୁ ପଡ଼ିବ ।

ଲୋକପାଳରେ ବି ଅଭିଯୋଗ କରି ପାରିବେ

ଯଦି ଅଭିଯୋଗ କରିବାର ୩୦ ଦିନ ପରେ ମଧ୍ୟ ଟଙ୍କା ଫେରି ନପାଆନ୍ତି ତାହେଲେ ବ୍ୟାଙ୍କିଂ ଲୋକପାଳରେ ଅଭିଯୋଗ କରି ମଧ୍ୟ ଟଙ୍କା ପାଇପାରିବେ ।