Kidney damage can cause calcium deficiency: କିଡନୀ ରୋଗର ୬ ଲକ୍ଷଣ, ଆଶଙ୍କା ଥିଲେ କରାନ୍ତୁ ପରୀକ୍ଷା
Advertisement

Kidney damage can cause calcium deficiency: କିଡନୀ ରୋଗର ୬ ଲକ୍ଷଣ, ଆଶଙ୍କା ଥିଲେ କରାନ୍ତୁ ପରୀକ୍ଷା

  କିଡନୀରୁ ଶରୀରର ରକ୍ତ ଛାଣିହୁଏ ଏବଂ ଅତିରିକ୍ତ ପଦାର୍ଥ ସବୁ କାଢ଼ିଦିଏ । ଏହି ରୋଗ ଧିରେ ଧିରେ ହୁଏ ଏବଂ ଆରମ୍ଭରେ ଲକ୍ଷଣ ମଧ୍ୟ ଜଣାପଡ଼େ ନାହିଁ । ସେଥିପାଇଁ ଡ଼ାକ୍ତରଙ୍କ ପାଖକୁ ଯାଇ ସଠିକ୍ ଟେଷ୍ଟ କରାଇବା ଜରୁରୀ ଅଟେ । କିଡ଼ନୀ କମ୍ପ୍ୟୁଟର ମାଉସ ଭଳି ଛୋଟ କିନ୍ତୁ ଶକ୍ତିଶାଳୀ ଅର୍ଗାନ । କିଡନୀ

SOCIAL MEDIA

Kidney damage can cause calcium deficiency: 

କିଡନୀରୁ ଶରୀରର ରକ୍ତ ଛାଣିହୁଏ ଏବଂ ଅତିରିକ୍ତ ପଦାର୍ଥ ସବୁ କାଢ଼ିଦିଏ । ଏହି ରୋଗ ଧିରେ ଧିରେ ହୁଏ ଏବଂ ଆରମ୍ଭରେ ଲକ୍ଷଣ ମଧ୍ୟ ଜଣାପଡ଼େ ନାହିଁ । ସେଥିପାଇଁ ଡ଼ାକ୍ତରଙ୍କ ପାଖକୁ ଯାଇ ସଠିକ୍ ଟେଷ୍ଟ କରାଇବା ଜରୁରୀ ଅଟେ । କିଡ଼ନୀ କମ୍ପ୍ୟୁଟର ମାଉସ ଭଳି ଛୋଟ କିନ୍ତୁ ଶକ୍ତିଶାଳୀ ଅର୍ଗାନ । କିଡନୀ ୩୦ ମିନିଟରେ ପୁରା ଶରୀରର ରକ୍ତକୁ ପରିଷ୍କାର କରି ବିଶାକ୍ତ ଏବଂ ଅଦରକାରୀ ପଦାର୍ଥକୁ କାଢ଼ି ଦିଏ । ୟୁଏଏସ  ସେଣ୍ଟର ପର୍ ଡ଼ିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ଅନୁଯାୟୀ ଆମେରିକାର ପ୍ରତି ୭ ଜଣଙ୍କ ମଧ୍ୟରେ ଜଣଙ୍କୁ କ୍ରୋନିକ କିଡନୀ ଜନିତ ରୋଗ ହେବାର ଆଶଙ୍କା କରାଯାଇଛି । ଏଥିପାଇଁ  କ୍ରୋନିକ କିଡନୀ ରୋଗର ଲକ୍ଷଣ ବିଷୟରେ ସମସ୍ତେ ଅବଗତ ହେବା ଆବଶ୍ୟକ ।

କିଡନୀ ରୋଗର କାରଣ

ଯେତେବେଳେ କିଡନୀ ଖରାପ ହୁଏ ଏବଂ ସଠିକ୍ ଭାବରେ ରକ୍ତ ପରିଷ୍କାର କରି ପାରେ ନାହିଁ । ସେତେବେଳେ କ୍ରୋନିକ କିଡନୀ ରୋଗ ହୁଏ । ଏହାଦ୍ବାରା ଶରୀରରେ ଅନାବଶ୍ୟକୀୟ ପଦାର୍ଥ, ଅପରିଷ୍କାର ପଦାର୍ଥ ରହିଯାଏ । ଯାହା କାର୍ଡ଼ଓଓ୍ବେସ୍କୁଲାର ଡ଼ିଜିଜ ଏବଂ ଷ୍ଟ୍ରୋକ ଭଳି ସମସ୍ୟାର କାରଣ ହୋଇପାରେ । କିଡନୀ ସମସ୍ୟା ସହ ଡ଼ାଇବେଟିସ, ହାଇ ବିପି ଏବଂ ମୋଟାପଣ ସମସ୍ୟା ହୋଇପାରେ ।

ସାଇଲେଣ୍ଟ କିଲର ଭଳି ଏହି ରୋଗ କାମ କରେ

କିଡନୀ ରୋଗକୁ ସାଇଲେଣ୍ଟ କିଲର ବୋଲି କୁହାଯାଏ । କାରଣ ଏହାର ଆରମ୍ଭରେ ଲକ୍ଷଣ ଦେଖାଯାଏ ନାହିଁ । ଖାସ ଏହି କାରଣରୁ ବିନା ସ୍ବାସ୍ଥ୍ୟ ପରୀକ୍ଷାରେ ଏହା ବିଷୟରେ ଜାଣି ହୁଏ ନାହିଁ । ଯଦି ଟିକେ ହେଲେ ସନ୍ଦେହ ହୁଏ ତାହେଲେ ତୁରନ୍ତି ପରୀକ୍ଷା କରିବା ଉଚିତ୍ ।

ସଚେତନ ହେବାର ଲକ୍ଷଣ

୧. ଓଜନ କମିବା ଏବଂ ଭୋକ କମ୍ ହେବା

୨. ପାଦ ଗୋଇଠିରେ ଯନ୍ତ୍ରଣା ହେବା

୩. ନିଶ୍ବାସ-ପ୍ରଶ୍ବାସରେ କଷ୍ଟ ହେବା

୪. ହାଲିଆ ଲାଗିବା

୫. ପରିସ୍ରାରେ ରକ୍ତ ପଡ଼ିବା

୬. ମୁଣ୍ଡ ବିନ୍ଧିବା

ଶରୀରରେ କ୍ୟାଲସିୟମ କମ୍ ହୋଇପାରେ

କିଡନୀ ଖରାପ ହେବା ଦ୍ବାରା ବହୁରି ଅନେକ ସମସ୍ୟା ମଧ୍ୟ ଆସିପାରେ ଯାହା ବିଷୟରେ ଆପଣ ଚିନ୍ତା ମଧ୍ୟ କରିନଥିବେ । ରକ୍ତ ପରିମାଣ କମ ହେବା ବା ଏନିମିଆ, କ୍ୟାଲସିୟମ କମିବା, ପୋଟାସିୟମ ଫସଫରସର ପରିମାଣ ଅଧିକ ହୋଇପାରେ । ଏହା ଆପଣଙ୍କ ହାଡ଼କୁ ଦୁର୍ବଳ କରିପାରେ ।

Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ସୂଚନା, ପଦ୍ଧତି ଓ ପରାମର୍ଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।