High fiber foods to lower cholesterol: ବ୍ୟାଡ୍ କୋଲଷ୍ଟ୍ରୋଲ ପାଇଁ ଘାତକ ଏହି ଚାଉଳ,ପେଟକୁ ଯାଉ ଯାଉ ଦେଖାଏ କାମ
Advertisement

High fiber foods to lower cholesterol: ବ୍ୟାଡ୍ କୋଲଷ୍ଟ୍ରୋଲ ପାଇଁ ଘାତକ ଏହି ଚାଉଳ,ପେଟକୁ ଯାଉ ଯାଉ ଦେଖାଏ କାମ

  କୋଲଷ୍ଟ୍ରୋଲ ଏକ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା । ସମୟ ଥାଉ ଥାଉ ଏହାକୁ କଣ୍ଟ୍ରୋଲ ନକଲେ ଏହା ଷ୍ଟ୍ରୋକ, ହାର୍ଟ ଆାଟାକ୍ ଏବଂ ହୃଦୟ ସମ୍ବନ୍ଧୀୟ ରୋଗର କାରଣ ହୋଇପାରେ । ଯେତେବେଳେ କୋଲଷ୍ଟ୍ରୋଲ କମ୍ କରିବା କଥା ଉଠେ ସେତେବେଳେ ଶସ୍ୟ ଜାତୀୟ ଖାଦ୍ୟ କଥା ଆସେ । ସମ୍ପୂର୍ଣ୍ଣ

SOCIAL MEDIA

High fiber foods to lower cholesterol: 

କୋଲଷ୍ଟ୍ରୋଲ ଏକ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା । ସମୟ ଥାଉ ଥାଉ ଏହାକୁ କଣ୍ଟ୍ରୋଲ ନକଲେ ଏହା ଷ୍ଟ୍ରୋକ, ହାର୍ଟ ଆାଟାକ୍ ଏବଂ ହୃଦୟ ସମ୍ବନ୍ଧୀୟ ରୋଗର କାରଣ ହୋଇପାରେ । ଯେତେବେଳେ କୋଲଷ୍ଟ୍ରୋଲ କମ୍ କରିବା କଥା ଉଠେ ସେତେବେଳେ ଶସ୍ୟ ଜାତୀୟ ଖାଦ୍ୟ କଥା ଆସେ । ସମ୍ପୂର୍ଣ୍ଣ ଶସ୍ୟ ଜାତୀୟ ଖାଦ୍ୟ ଖାଇବା ଦ୍ବାରା କୋଲଷ୍ଟ୍ରୋଲ କମ୍ ହେବା ସହ ହୃଦରୋଗ , ଡ଼ାଇବେଟିଜ, କିଛି ପ୍ରକାରର କ୍ୟାନ୍ସର ଏବଂ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରିଥାଏ ।

କୋଲଷ୍ଟ୍ରୋଲ କମ୍ କରିବା ପାଇଁ କଣ ଖାଇବେ ? ଶସ୍ୟ ଖାଇବା ଦ୍ବାରା କୋଲଷ୍ଟ୍ରୋଲ କମ୍ ହେବାର କାରଣ ଯେ ଏଥିରେ ଫାଇବର ଅଧିକ ମାତ୍ରାରେ ଥାଏ ।  ହୋଲ୍ ଶସ୍ୟ ଜାତୀୟ ଖାଦ୍ୟ କହିଲେ ଧଳା ବ୍ରେଡ଼, ଧଳା ଭାତ, ଧଳା ଅଟା ନୁହେଁ । କାରଣ ଏସବୁ ପ୍ରସ୍ତୁତ କରିବା ପ୍ରଣାଳୀରେ ଫାଇବର, ଆଇରନ ଏବଂ ଅନେକ ପ୍ରକାରର ଭିଟାମିନକୁ କାଢ଼ି ଦିଆଯାଏ ।

ହୋଲ୍ ଶସ୍ୟର ପାସ୍ତା

ମେୟୋ କ୍ଲିନିକ୍ ଅନୁସାରେ ହୋଲ୍ ଗମହମରେ ପ୍ରସ୍ତୁତ ପାସ୍ତାରେ ଫାଇବରର ମାତ୍ରା ଅଧିକ ଥାଏ । ଯାହା ପାଚନ ତନ୍ତ୍ରରେ ସାହାଯ୍ୟ କରେ । ଏବଂ ଡ଼ାଏବେଟିଜ୍, ହୃଦରୋଗ ଏବଂ ମୋଟାପଣର ଭୟବହତାକୁ କମ୍ କରେ । ଏଥିରେ ପାଇବର ବ୍ୟତୀତ ଭିଟାମିନ ବି ୧, ଭିଟାମିନ ବି ୨, ଭିଟାମିନ ବି ୩, ଭିଟାମିନ ବି ୯ , ଆଇରନ, ମ୍ୟାଗ୍ନେସିୟମ ,ବଂ ସେଲେନିୟମ ଭଳି ପୋଷକ ତତ୍ତ୍ବ ରହିଛି ।

ବ୍ରାଉନ ରାଇସ

ଅନେକ କାରଣ ରହିଛି ଯେ ଧଳା ଚାଉଳ ଠାରୁ ବ୍ରାଉନ ଚାଉଳ ଅଧିକ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।  ଏଥିରେ ଅଧିକ ମାତ୍ରାରେ ଫାଇବର ଥାଏ । ୟୁଏସଡ଼ିଏ ଅନୁସାରେ ଗୋଟିଏ କପ୍ ଲମ୍ବା ଦାନା ଯୁକ୍ତ ବ୍ରାଉନ ଭାତରେ ୩ ଗ୍ରାମରୁ ଅଧିକ ଫାଇବର ଥାଏ । କିନ୍ତୁ ଧଳା ଭାତରେ ୧ ଗ୍ରାମରୁ କମ୍ ଫାଇବର ଥାଏ । ବ୍ରାଉନ ରାଇସ ଭିଟାମିନ୍ ବି ଏବଂ ମ୍ୟାଗ୍ନେସିୟମର ଏକ ବଡ଼ ସ୍ରୋତ ଅଟେ ।

ସୋରିଷ

ଘାସ ଭଳି ଖୁବ୍ ଶୀଘ୍ର ବଢ଼ୁଥିବା ଶସ୍ୟ ସୋରିଷ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଏକ କପ ସୋରିଷରେ ୧୨ ଗ୍ରାମର ଫାଇବର ରହିଛି । ଏବଂ ପାଇବର ଏଲଡ଼ିଏଲକୁ କମ୍ କରିଥାଏ । ଏହା ବହୁ ସମୟ ପର୍ଯ୍ୟନ୍ତ ପେଟ ଫୁଲ କରି ରଖେ । ଯାହ ଓଜନ କମାଇବାରେ ସାହାଯ୍ୟ କରେ ।

ଦଲିଆ

ଦଲିଆ ଏକ ଗ୍ଲୁଟନ ଫ୍ରି ଶସ୍ୟ । ଯେଉଁଥିରେ ଭିଟାମିନ୍ ବିର ମାତ୍ରା ଅଧିକ ଥାଏ । ଏଥିରେ ପ୍ରୋଟିନ ଭରପୁର ଥାଏ । ଏବଂ ଏହା ଶରୀରରେ ଏମିନୋ ଏସିଡ଼ ବୃଦ୍ଧି କରିଥାଏ । ଗୋଟିଏ କପ୍ ଦଲିଆରେ ୮ ଗ୍ରାମ ପ୍ରୋଟିନ ଏବଂ ୫ ଗ୍ରାମ ଫାଇବର ଥାଏ ।

ଓଟସ୍

ଓଟସରେ ଫାଇବର ପ୍ରଚୁର ମାତ୍ରାରେ ଥାଏ । ଯାହା ରକ୍ତରେ କୋଲଷ୍ଟ୍ରଲର ଅବଶୋଷଣକୁ କମ୍ କରିଥାଏ । ଏଥିରେ ଫାଇବର ଥିବାରୁ ଗ୍ଲୁକୋଜ ଏବଂ କୋଲଷ୍ଟ୍ରଲକୁ କମ୍ କରିଥାଏ ।