ଆଗାମୀ ୫ ଦିନ ଘଡ଼ଘଡ଼ି ସହ ହୋଇପାରେ ବର୍ଷା, ପାଣିପାଗ ବିଭାଗର ଆକଳନ
Advertisement
Article Detail0/zeeodisha/odisha2303520

ଆଗାମୀ ୫ ଦିନ ଘଡ଼ଘଡ଼ି ସହ ହୋଇପାରେ ବର୍ଷା, ପାଣିପାଗ ବିଭାଗର ଆକଳନ

ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୧୦.୮ ସେମି ବର୍ଷା ରେକର୍ଡ କରାଯାଇଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ସୂଚନା ଦିଆଯାଇଛି। ଆଗାମୀ ୪ରୁ ୫ ଦିନ ପାଇଁ ବିଜୁଳି ଘଡ଼ ଘଡ଼ି ପାଇଁ ସତର୍କ ସୂଚନା ଦିଆଯାଇଛି।

ଆଗାମୀ ୫ ଦିନ ଘଡ଼ଘଡ଼ି ସହ ହୋଇପାରେ ବର୍ଷା, ପାଣିପାଗ ବିଭାଗର ଆକଳନ

ଭୁବନେଶ୍ଵର: ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ଫଳରେ ଯେଉଁ ହାରରେ ଗୁଳୁଗୁଳି ଓ ତାତି ହେଉଥିଲା ସେଥିରୁ ଆଶ୍ୱସ୍ତି ମିଳିଛି। ଗତ ୨ ଦିନ ହେବ ରାଜ୍ୟରେ ବର୍ଷା ସାଙ୍ଗକୁ କୋହଲା ପାଗ ତାତିରୁ ଆଶ୍ୱସ୍ତି ଆଣି ଦେଇଛି। ଆଗାମୀ ୫ ଦିନ ଯାଏଁ ଲାଗି ରହିବ ବର୍ଷା ଓ ଘଡ଼ ଘଡ଼ି ହେବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି। ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୧୦.୮ ସେମି ବର୍ଷା ରେକର୍ଡ କରାଯାଇଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ସୂଚନା ଦିଆଯାଇଛି।

ଆଗାମୀ ୪ରୁ ୫ ଦିନ ପାଇଁ ବିଜୁଳି ଘଡ଼ ଘଡ଼ି ପାଇଁ ସତର୍କ ସୂଚନା ଦିଆଯାଇଛି। ଉପକୂଳ ଓଡ଼ିଶା ସମେତ ବଲାଙ୍ଗୀର , ନୂଆପଡ଼ା, ସୋନପୁର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ଘଡ଼ ଘଡ଼ି ବିଜୁଳି ମାରିବାର ସମ୍ଭାବନା ରହିଛି। ଏଣୁ ସତର୍କ ବାଣୀ ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାକୁ ଛୁଇଁଛି ମୌସୁମୀ। କିନ୍ତୁ ସୁନ୍ଦରଗଡ଼, ଝାରସୁଗୁଡ଼ା , ମୟୂରଭଞ୍ଜ, କେଉଁଝର ଓ ବାଲେଶ୍ଵରର କିଛି ଅଞ୍ଚଳରେ ପହଞ୍ଚିନି ମୌସୁମୀ। ଦକ୍ଷିଣ ଉପକୂଳ ଓଡ଼ିଶାରେ ପ୍ରାୟ ୨୮ ରୁ ୩୦ ଡିଗ୍ରୀ ତାପମାତ୍ରା ଦେଖିବାକୁ ମିଳୁଛି।

ଆସନ୍ତା ୨୪ ତାରିଖରେ ରାଜ୍ୟରେ କିଛିମାତ୍ରାରେ କମିବ ବର୍ଷା । ତେବେ ୨୫ ତାରିଖରୁ ପୁଣି ବର୍ଷାର ପରିମାଣ ବଢିବ । ୨୬ରେ ଗୋଟେ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି କଳାହାଣ୍ଡି , ରାୟଗଡ଼ା, ଗଜପତି କନ୍ଧମାଳ ଓ ଗଞ୍ଜାମର କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।