Suchana Seth:ପୁଅ ହତ୍ୟାକାରୀ ସିଇଓ ଲୁଚାଉଛି ରାଜ୍,ପୋଲିସ ହାତରେ ୫ ଦିନର ସମୟ
Advertisement
Article Detail0/zeeodisha/odisha2061692

Suchana Seth:ପୁଅ ହତ୍ୟାକାରୀ ସିଇଓ ଲୁଚାଉଛି ରାଜ୍,ପୋଲିସ ହାତରେ ୫ ଦିନର ସମୟ

ସୋମବାର ଗୋଆ କୋର୍ଟ ତାଙ୍କ ଚାରି ବର୍ଷର ପୁଅ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଏଆଇ ଷ୍ଟାର୍ଟଅପ୍ ସିଇଓ ସୁଚନା ସେଠଙ୍କ ପୋଲିସ୍ ହେପାଜତକୁ ପାଞ୍ଚ ଦିନ ବୃଦ୍ଧି କରିଛନ୍ତି। ୬ ଦିନର ପ୍ରାଥମିକ ହେପାଜତ ଶେଷ ହେବା ପରେ ସୋମବାର ଦିନ ଗୋଆ ବାଳ ଅଦାଲତରେ ସୂଚନା ସେଠଙ୍କୁ ହାଜର କରାଯାଇଥିଲା। ମାମଲାର ତଦନ୍ତ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ ବୋଲି ଯ

SOCIAL MEDIA

Suchana Seth:

ସୋମବାର ଗୋଆ କୋର୍ଟ ତାଙ୍କ ଚାରି ବର୍ଷର ପୁଅ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଏଆଇ ଷ୍ଟାର୍ଟଅପ୍ ସିଇଓ ସୁଚନା ସେଠଙ୍କ ପୋଲିସ୍ ହେପାଜତକୁ ପାଞ୍ଚ ଦିନ ବୃଦ୍ଧି କରିଛନ୍ତି। ୬ ଦିନର ପ୍ରାଥମିକ ହେପାଜତ ଶେଷ ହେବା ପରେ ସୋମବାର ଦିନ ଗୋଆ ବାଳ ଅଦାଲତରେ ସୂଚନା ସେଠଙ୍କୁ ହାଜର କରାଯାଇଥିଲା।

ମାମଲାର ତଦନ୍ତ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ ବୋଲି ଯୁକ୍ତି କରି କାଲାଙ୍ଗୁଟ୍ ପୋଲିସ ତାଙ୍କ ହେପାଜତ ଅବଧିର ସମ୍ପ୍ରସାରଣ  ପାଇଁ ଅଦାଲତକୁ ନିବେଦନ କରିଥିଲା ।  ନାମ ଗୋପନ ରଖିବା ସର୍ତ୍ତରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ ସୂଚନା ସେଠ ଅନୁସନ୍ଧାନକାରୀଙ୍କ ସହ ସହଯୋଗ କରୁନାହାଁନ୍ତି।

ପୋଲିସ କୋର୍ଟକୁ କ’ଣ କହିଲା?

ଅଧିକାରୀ ଜଣକ କହିଛନ୍ତି ଯେ, “ଆମେ ତାଙ୍କୁ ପଚରାଉଚରା ପାଇଁ ଅଧିକ ସମୟ ଚାହୁଁଥିବାରୁ ତାଙ୍କ ହେପାଜତ ଅବଧି ସମ୍ପ୍ରସାରଣ ପାଇଁ ଦାବି କରିଥିଲୁ। ତାଙ୍କ ଡିଏନ୍ଏ ନମୁନା ନେବା ଭଳି ଆମକୁ ଅନ୍ୟାନ୍ୟ ଔପଚାରିକତା ମଧ୍ୟ ପୂରଣ କରିବାକୁ ପଡିବ। ” ସେ କହିଛନ୍ତି ଯେ ସେଠଙ୍କ ସ୍ୱାମୀ ଭେଙ୍କଟ ରମଣଙ୍କ ବିବୃତ୍ତିର ରେକର୍ଡିଂ ଶେଷ ହୋଇଛି।

ସ୍ୱାମୀ-ସ୍ତ୍ରୀ ମୁହାଁମୁହିଁ

ଗତ ସପ୍ତାହରେ ବେଙ୍ଗାଲୁରୁ ସ୍ଥିତ କୃତ୍ରିମ ବୁଦ୍ଧିମତା(ଏଆଇ) ଷ୍ଟାର୍ଟ ଅପ୍ ମାଇଣ୍ଡଫୁଲ୍ ଏଆଇ ଲ୍ୟାବର ସିଇଓ ସେଠଙ୍କ ସହିତ  ତାଙ୍କ ପୂର୍ବତନ ସ୍ୱାମୀ ପି.ଆର୍ ଭେଙ୍କଟ ରମଣଙ୍କ ମୁହାଁମୁହିଁ ପୋଲିସ କରିଥିଲା ।  15 ମିନିଟ ଧରି ଚାଲିଥିବା ମିଟିଂରେ ରମଣ ସେଠଙ୍କୁ 'ତୁମେ ମୋ ପିଲାକୁ କାହିଁକି ହତ୍ୟା କଲ?' ବୋଲି ପଚାରିଥିଲେ ।

ମୁଁ ହତ୍ୟା କରି ନାହିଁ…

ଯେତେବେଳେ ସ୍ୱାମୀ-ସ୍ତ୍ରୀ ମୁହାଁମୁହିଁ ହୋଇଥିଲେ, ସେତେବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଭେଙ୍କଟରମଣ ତାଙ୍କୁ ପଚାରିଥିଲେ ଯେ, 'ତୁମେ ମୋ ପିଲାକୁ କ’ଣ କରିଛ? ତୁମେ ମୋ ଉପରେ ରାଗ ଶୁଝାଇବା ପାଇଁ ଏହା କିପରି କରିପାରିବ? ’ଏହାର ଉତ୍ତରରେ ସୂଚନା କହିଥିଲେ  ଯେ ସେ କିଛି କରି ନାହାଁନ୍ତି।

ମାମଲା

ଜାନୁଆରୀ ୮ ତାରିଖ ଦିନ ଏହି ହତ୍ୟାକାଣ୍ଡ ସାମ୍ନାକୁ ଆସିଥିଲା ।  ଉତ୍ତର ଗୋଆର କାଣ୍ଡୋଲିମର ଏକ ରିସୋର୍ଟରେ ତକିଆରେ ମୁହଁକୁ ଦାବି ସେ ପୁଅକୁ  ହତ୍ୟା କରିଥିବା ଅଭିଯୋଗ ରହିଛି । ପୁଅ ମୃତଦେହକୁ ଗୋଟିଏ ସୁଟକେସରେ ଭର୍ତ୍ତି କରି ଗୋଆରୁ ବେଙ୍ଗାଲୁରୁ ଯାଉଥିବା ବେଳେ ରାସ୍ତାରେ ତାଙ୍କୁ ପୋଲିସ ଗିରଫ କରିଥିଲା ।

ହତ୍ୟାକୁ ଅସ୍ୱୀକାର କରିଛି |

ତେବେ ପୋଲିସକୁ ଦେଇଥିବା ବିବୃତ୍ତିରେ ସେ ପୁଅକୁ ହତ୍ୟା କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଥିଲେ ଯେ, ରାତିରେ ଶୋଇବା ବେଳେ ପୁଅ ଜୀବିତ ଥିଲା । ସକାଳୁ ସେ ପୁଅକୁ ମୃତ ଆବିଷ୍କାର କରିଥିଲେ । ତେବେ ପୁଅକୁ କାହିଁକି ସୁଟକେସରେ ପୁରାଇ ଫେରାର ହୋଇଥିଲେ ସେନେଇ ସେ କିଛି ସନ୍ତୋଷଜନକ ଉତ୍ତର ଦେଇ ନାହାନ୍ତି । ସେ ମଧ୍ଯ ପୋଲିସକୁ ଭ୍ରମିତ କରିବାକୁ ଉଦ୍ୟମ କରିଥିଲେ । ପୁଅ ଜଣେ ବନ୍ଧୁଙ୍କ ଘରେ ରହିଛି ବୋଲି ସେ ପ୍ରଥମେ ପୋଲିସକୁ କହିଥିଲେ । ଏପରିକି ଗୋଟିଏ ଜାଲି ଠିକଣା ମଧ୍ଯ ଦେଇଥିଲେ । ସେହି ଠିକଣାକୁ ଯାଇ ସ୍ଥାନୀୟ ପୋଲିସ ଖୋଜାଖୋଜି କରିବା ପରେ ସେଭଳି କିଛି ମିଳନଥିଲା ।