Vastu tips for dustbin: ଭୁଲରେ ବି ଘରର ଏହି ଦିଗରେ ରଖନ୍ତୁ ନାହିଁ ଡଷ୍ଟବିନ୍, ନଚେତ କାଙ୍ଗାଳ ହୋଇଯିବେ
Advertisement
Article Detail0/zeeodisha/odisha1955260

Vastu tips for dustbin: ଭୁଲରେ ବି ଘରର ଏହି ଦିଗରେ ରଖନ୍ତୁ ନାହିଁ ଡଷ୍ଟବିନ୍, ନଚେତ କାଙ୍ଗାଳ ହୋଇଯିବେ

  ବାସ୍ତୁଶାସ୍ତ୍ର ଅନୁସାରେ ଘରର ସଠିକ୍ ସ୍ଥାନରେ ବା ଦିଗରେ ଯଦି ଡଷ୍ଟବିନ୍ ନରୁହେ ତାହେଲେ ଜୀବନରେ ଅନେକ ସମସ୍ୟା ଆସିପାରେ । ଏମିତିକି ଆର୍ଥିକ ସମସ୍ୟା ଅଧିକ ଦେଖାଦିଏ । ବାସ୍ତୁଶାସ୍ତ୍ରରେ ଅନେକ ନିୟମ ରହିଛି ଯାହାକୁ ଆପଣାଇବା ଦ୍ବାରା ଭବିଷ୍ୟତ ଉଜ୍ବଳ ହୋଇଥାଏ । ଏବଂ ଯଦି ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତାହେଲେ

SOCIAL MEDIA

Vastu tips for dustbin: 

ବାସ୍ତୁଶାସ୍ତ୍ର ଅନୁସାରେ ଘରର ସଠିକ୍ ସ୍ଥାନରେ ବା ଦିଗରେ ଯଦି ଡଷ୍ଟବିନ୍ ନରୁହେ ତାହେଲେ ଜୀବନରେ ଅନେକ ସମସ୍ୟା ଆସିପାରେ । ଏମିତିକି ଆର୍ଥିକ ସମସ୍ୟା ଅଧିକ ଦେଖାଦିଏ ।

ବାସ୍ତୁଶାସ୍ତ୍ରରେ ଅନେକ ନିୟମ ରହିଛି ଯାହାକୁ ଆପଣାଇବା ଦ୍ବାରା ଭବିଷ୍ୟତ ଉଜ୍ବଳ ହୋଇଥାଏ । ଏବଂ ଯଦି ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତାହେଲେ ବାସ୍ତୁଶାସ୍ତ୍ରରେ ଅନେକ ନିୟମ ରହିଛି । ଘରେ ଅନେକ ଜିନିଷକୁ ସଠିକ୍ ସ୍ଥାନରେ ରଖିବା ଦ୍ବାରା ମଧ୍ୟ କିଛି ସମସ୍ୟା ଦୂରେଇ ଯାଏ । ଯଦି ଭୁଲ୍ ସ୍ଥାନରେ ଘରର ଜିନିଷ ରଖୁଛନ୍ତି ତାହେଲେ ଜୀବନରେ କଷ୍ଟ ଆସିପାରେ । ଆଉ ଯଦି ଘରେ ଭୁଲ୍ ସ୍ଥାନରେ ଡଷ୍ଟବିନ୍ ରଖୁଛନ୍ତି ତାହେଲେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଏହାସହ ବ୍ୟକ୍ତି ଆର୍ଥିକ ସଙ୍କଟ ଦେଇ ଗତି କରେ । ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ଡ଼ଷ୍ଟବିନକୁ ଘରର କେଉଁ ଦିଗରେ ରଖିବା ଉଚିତ୍ ।

ଏହି ଦିଗରେ ଡ଼ଷ୍ଟବିନ୍ ରଖନ୍ତୁ ନାହିଁ

ବାସ୍ତୁଶାସ୍ତ୍ରରେ କୁହାଯାଇଛି ଡ଼ଷ୍ଟବିନକୁ କେବେହେଲେ ଘର ଭିତରେ ଉତ୍ତର-ପୂର୍ବ ଦିଗରେ ରଖନ୍ତୁ ନାହିଁ । ଏଭଳି କରିବା ଦ୍ବାରା ଘରର ସଦସ୍ୟଙ୍କର ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିପାରେ । ଏହାସହ ଘରର ମୁଖ୍ୟଙ୍କୁ ମଧ୍ୟ ଅନେକ ସମସ୍ୟା ଆସିପାରେ ।

ଏହି ଦିଗରେ ରଖିଲେ ଆର୍ଥିକ ସମସ୍ୟା ବଢ଼ିବ

ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ଯଦି ଘରର ପୂର୍ବ-ଦକ୍ଷିଣ ଦିଗରେ ଡଷ୍ଟବିନ ରଖୁଛନ୍ତି ତାହେଲେ ଧନ ସଂଚୟ କରିବାରେ ସମସ୍ୟା ଆସିପାରେ । ଏଭଳି କରିବା ଦ୍ବାରା ସଂଚି ରଖିଥିବା ଧନ ମଧ୍ୟ ସରି ସରି ଯିବ । ଏବଂ ଘରର ସଦସ୍ୟଙ୍କ ଉପରେ ଋଣ ବୋଝ ବଢ଼ିବ ।

ପୂର୍ବ-ଉତ୍ତର ଦିଗରେ ଡ଼ଷ୍ଟବିନ ରଖନ୍ତୁ ନାହିଁ

ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବ-ଉତ୍ତର ଦିଗରେ ଡଷ୍ଟବିନ ରଖନ୍ତୁ ନାହିଁ । ଏଥିରେ ପରିବାରର ସଦସ୍ୟଙ୍କ ଭିତରେ ନିରାଶା ବଢ଼େ । ବିକାଶରେ ବାଧା ଆସିଥାଏ । ଏମିତି କି ଚାକିରି ଏବଂ କ୍ୟାରିୟରରେ ପତ୍ତନ ଘଟେ ।

ଏହି ଦିଗରେ ରଖନ୍ତୁ ଡ଼ଷ୍ଟବିନ

ବାସ୍ତୁଶାସ୍ତ୍ରରେ ଡ଼ଷ୍ଟବିନକୁ ସଠିକ୍ ଦିଗରେ ରଖିବା ପାଇଁ କୁହାଯାଇଛି । ଘରର ଦକ୍ଷିଶ ପଶ୍ଚିମ କିମ୍ବା ଉତ୍ତର ପଶ୍ଚିମ ଦିଗରେ ଡଷ୍ଟବିନକୁ ରଖିବା ଉଚିତ୍ । ଏହି ଦିଗ ବିସର୍ଜନ ପାଇଁ ଶୁଭ । ତେଣୁ ଏହି ଦିଗରେ ରଖିବା ଉଚିତ୍ । ନିୟମ ଅନୁସାରେ ଡଷ୍ଟବିନକୁ କେବେହେଲେ ଘର ବାହାରେ ରଖିବା ଉଚିତ୍ ନୁହେଁ । ସବୁବେଳେ ଏହାକୁ ଘର ଭିତରେ ରଖିବା ଉଚିତ୍ । ଦକ୍ଷିଶ ପଶ୍ଚିମ କିମ୍ବା ଉତ୍ତର ପଶ୍ଚିମ ଦିଗରେ ରଖିଲେ କୌଣସି ନକାରାତ୍ମକ ପ୍ରଭାବ ପଡ଼ିନଥାଏ ।